Categories
ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ ବିଶ୍ଵକପ: କୌଣସି ମୂହୁର୍ତ୍ତରେ ଘୋଷଣା ହୋଇପାରେ ଭାରତୀୟ ଦଳ, ଜାଣନ୍ତୁ ସମ୍ଭାବ୍ୟ ଖେଳାଳି ତାଲିକା

ନୂଆଦିଲ୍ଲୀ: ଜୁନ୍ ମାସରେ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ମଧ୍ୟ ଘୋଷଣା କରାଯାଇପାରେ। ପ୍ରଶଂସକଙ୍କ ଉତ୍ସାହ ଚରମ ସୀମାରେ ଥିବାବେଳେ ପୂର୍ବତନ କ୍ରିକେଟରଙ୍କ ମନୋନୀତ ଦଳ ମଧ୍ୟ ଦେଖିବାକୁ ମିଳୁଛି। ସମସ୍ତ ଦେଶ ପାଇଁ ଦଳ ଘୋଷଣା କରିବାର ଶେଷ ତାରିଖ ହେଉଛି ମଇ ୧ ତାରିଖ। ତେବେ ଆଇପିଏଲ ଖେଳ ମଧ୍ୟରେ ଭାରତୀୟ ଦଳ କିପରି ହେବ, ତାହାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଛି। ବ୍ୟାଟିଂ ବିଭାଗରେ କେଉଁ ଖେଳାଳି ଓପନିଂ କରିବ ତ ମାଧ୍ୟମକ୍ରମ ପାଇଁ କାହାକୁ ସ୍ଥାନ ମିଳିବ। ସେହିଭଳି ଅଲରାଉଣ୍ଡର, ସ୍ପିନର ଭାବରେ କାହାକୁ ମନୋନୀତ କରାଯିବ। ସବୁଠୁ ବଡ କଥା ହେଉଛି, ଦ୍ରୁତ ବୋଲର ଭାବେ ଦଳରେ କିଏ ସାମିଲ ହେବ? ଏହାକୁ ନେଇ ପୂର୍ବତନ କ୍ରିକେଟରମାନେ ନିଜ ନିଜର ୧୫ ଜଣିଆ ପସନ୍ଦୀୟ ଖେଳାଳି ମନୋନୀତ କରିଛନ୍ତି। ଏଠାରେ ଅଲଗା ଅଲଗା ମତାମତ ଆସୁଥିବା ବେଳେ ଏହାକୁ ନେଇ ବିସିସିଆଇ ମନୋନୀତ କମିଟି ଉପରେ ଟିମ ଚୟନ ପାଇଁ ଚିନ୍ତାର ବିଷୟ ପାଲଟିଛି। ତଥାପି, ଟି -୨୦ ବିଶ୍ୱକପ ପାଇଁ ସମୁଦାୟ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ନିମ୍ନଲିଖିତ ହୋଇପାରେ….

ଓପନର୍ /ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍:

ଏହି ତିନୋଟି ସ୍ଥାନ ସମ୍ପୂର୍ଣ୍ଣ ନିଶ୍ଚିତ ଅଟେ। ଏବଂ ଏହି ତିନୋଟି ସ୍ଥାନରେ ଅଧିନାୟକ ରୋହିତ ଶର୍ମା, ଯଶସ୍ୱୀ ଜୟସ୍ଵାଲ ଏବଂ ବିରାଟ କୋହଲିଙ୍କ ନାମ ପ୍ରାୟ ନିଶ୍ଚିତ। ରୋହିତ ହେଉଛନ୍ତି ଅଧିନାୟକ, ତେଣୁ ବିରାଟଙ୍କ ଫର୍ମ ଆଶ୍ଚର୍ଯ୍ୟଜନକ ହୋଇଥିବାବେଳେ ଜୟସ୍ଵାଲ ଏକ ଶତକୀୟ ପାଳି ଖେଳି ଫର୍ମ ହାସଲ କରିଛନ୍ତି।

ମଧ୍ୟମ କ୍ରମ:

ଯେଉଁ ଖେଳାଳିଙ୍କ ମଧ୍ୟମ କ୍ରମରେ ସ୍ଥାନ ନିଶ୍ଚିତ ହୋଇଛି ସେ ହେଉଛନ୍ତି ଚତୁର୍ଥ ସ୍ଥାନରେ ସୁର୍ଯ୍ୟକୁମାର ଯାଦବ। ଏହାପରେ କାହାକୁ ସୁଯୋଗ ମିଳିବ ସେ ନେଇ ଅନେକ ସନ୍ଦେହ ରହିଛି। ଦେଖିବାକୁ ବାକି ରହିଲା ଶିବାମ ଦୁବେ କିମ୍ବା ରିଙ୍କୁ ପଞ୍ଚମ ସ୍ଥାନରେ ରହିବେ କି ନାହିଁ। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଶିବମଙ୍କ ପଲ୍ଲା ଭାରି ରହିଛି।

ଅଲରାଉଣ୍ଡର:

ସାତ ନମ୍ବରରେ ରବିନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ନିଶ୍ଚିତ। ଦେଖିବାକୁ ବାକି ରହିଲା ହାର୍ଦ୍ଧିକ ପାଣ୍ଡ୍ୟା କେତେ ବୋଲିଂ କରିପାରିବେ, କିନ୍ତୁ ବର୍ତ୍ତମାନ ସମୟରେ ସେ ଉଭୟ ବିଭାଗରେ ସଂଘର୍ଷ କରୁଥିବା ଜଣାପଡିଛି। କିନ୍ତୁ ଏହା ସମ୍ଭବ ଯେ, ଏହା ସତ୍ତ୍ୱେ ଚୟନକର୍ତ୍ତାମାନେ ତାଙ୍କ ଇତିହାସ ଏବଂ ଦକ୍ଷତାକୁ ବିଚାର କରି ବିଶ୍ୱକପ ଦଳରେ ସ୍ଥାନ ଦେଇପାରନ୍ତି। ଯାହା ଜଣାପଡୁଛି ଅଲରାଉଣ୍ଡରଙ୍କ ଦୌଡରୁ ଅକ୍ସରଙ୍କୁ ବାଦ ଦିଆଯାଇପାରେ।

ୱିକେଟ୍ କିପରଙ୍କ ସ୍ଥିତି ଏକ ପ୍ରକାର ନିଶ୍ଚିତ:

କିଛି ଦିନ ପୂର୍ବରୁ, ସବୁଠାରୁ ବଡ ପ୍ରଶ୍ନ ଏ ବିଷୟରେ ଥିଲା, କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଛି ଯେ, ଋଷଭ ପନ୍ତ ପ୍ରଥମ ପସନ୍ଦ ହେବେ, ଯିଏ ଏକାଦଶରେ ପାଞ୍ଚ କିମ୍ବା ଛଅ ନମ୍ବରରେ ଖେଳିପାରିବେ।

ସ୍ପିନର:

ସ୍ପିନରଙ୍କ ବିଷୟରେ କହିବାକୁ ଗଲେ କୁଲଦୀପ ଯାଦବ କେବଳ ଦଳରେ ନୁହଁନ୍ତି ଏକାଦଶରେ ମଧ୍ୟ ଅଛନ୍ତି, କିନ୍ତୁ ଦ୍ୱିତୀୟ ସ୍ପିନରଙ୍କ ଭୂମିକା ପାଇଁ ଦୌଡରେ ଚହଲଙ୍କ ଅଭିଜ୍ଞତା ତାଙ୍କୁ ବିଷ୍ନୋଇଙ୍କଠାରୁ ଆଗରେ ରଖିଛି। ଏବଂ ହରିୟାଣାର ଏହି ଲେଗ୍ ସ୍ପିନର ଦଳରେ ସ୍ଥାନ ପାଇପାରନ୍ତି।

ଦ୍ରୁତ ବୋଲରଙ୍କୁ ନେଇ ମୁଣ୍ଡ ବିନ୍ଧା:

ଏହି ବିଭାଗରେ ଜସପ୍ରୀତ ବୁମ୍ରା ଏବଂ ଆର୍ଶଦୀପ କେବଳ ଦୁଇଜଣ ବୋଲର, ଯାହାର ସ୍ଥାନ ନିଶ୍ଚିତ ହୋଇପାରିବ ବୋଲି ବିବେଚନା କରାଯାଇପାରେ। ଏଥି ସହିତ, ସୂତ୍ର ଅନୁଯାୟୀ, ଟି ନାଟାରାଜନ ଜଣେ ମଜବୁତ ପ୍ରତିଯୋଗୀ ହୋଇପାରିଛନ୍ତି। ସେ ଏପର୍ଯ୍ୟନ୍ତ ହାଇଦ୍ରାବାଦ ପାଇଁ ସଠିକ୍ ବୋଲିଂ କରିଛନ୍ତି। ଅର୍ଥାତ୍ ସେ ସିରାଜଙ୍କ ସ୍ଥାନ ନେଇପାରନ୍ତି।

ମୋଟ ଉପରେ, ଟି -୨୦ ବିଶ୍ୱକପ ପାଇଁ ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳ ନିମ୍ନଲିଖିତ ହୋଇପାରେ….

ରୋହିତ ଶର୍ମା (କ୍ୟାପଟେନ), ଯଶସ୍ୱୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯୁଜବେନ୍ଦ୍ର ୟହଲ, ଜସପ୍ରୀତ ବୁମ୍ରା, ଆର୍ଶଦୀପ ସିଂ, ସଞ୍ଜୁ ସାମସନ୍, ଟି ନାଟରାଜନ୍/ମୟଙ୍କ ଯାଦବ, ରିଙ୍କୁ ସିଂ।

Categories
ଆଜିର ଖବର ଖେଳ ଜାତୀୟ ଖବର

ଟି-୨୦ ବିଶ୍ଵକପ ଖେଳିବେ ନାହିଁ କୋହଲି?: ଅଜିତ ଅଗରକର ଦେଲେ ବଡ ବିବୃତ୍ତି

ନୂଆଦିଲ୍ଲୀ: ଜୁନ୍ ମାସରେ ଟି -୨୦ ବିଶ୍ୱକପ୍ ଖେଳାଯିବ। ଟି -୨୦ ବିଶ୍ୱକପରେ ଭାରତୀୟ ଦଳ କିପରି ରହିବ ସେନେଇ ଆଲୋଚନା ଆରମ୍ଭ ହୋଇସାରିଛି। ଆଲୋଚନା ମଧ୍ୟରେ କୋହଲିଙ୍କୁ ଟି -୨୦ ବିଶ୍ୱକପ ଦଳରେ ସାମିଲ କରାଯିବ ନାହିଁ ବୋଲି ଖବର ମଧ୍ୟ ଆସୁଛି। ବାସ୍ତବରେ ୱେଷ୍ଟଇଣ୍ଡିଜ୍ ଏବଂ ୟୁଏଇରେ ଟି -୨୦ ବିଶ୍ୱକପ୍ ଆୟୋଜିତ ହେବ। ସେଠାରେ ଥିବା ପିଚ୍ ଧୀର ଅଟେ। କୋହଲିଙ୍କ ବ୍ୟାଟିଂ ଶୈଳୀକୁ ଦେଖିଲେ ଚୟନକର୍ତ୍ତାମାନେ ତାଙ୍କ ସ୍ଥାନରେ ଜଣେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚିନ୍ତା କରୁଛନ୍ତି। ଯଦିଓ ଏହି ବିବୃତ୍ତି କେତେ ସତ ତାହା ଉପରେ କୌଣସି ପ୍ରମାଣ ମିଳିନାହିଁ, କିନ୍ତୁ ଯଦି ରିପୋର୍ଟକୁ ବିଶ୍ଵାସ କରାଯାଏ, ଚୟନକର୍ତ୍ତା ଅଜିତ ଅଗରକର ନିଜେ ବିରାଟ କୋହଲିଙ୍କ ସହ କଥା ହେବାକୁ ଯାଉଛନ୍ତି।

ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚୟନକର୍ତ୍ତା ଅଗରକର କୋହଲିଙ୍କ ସହ କଥା ହୋଇସାରିଛନ୍ତି, କୋହଲିଙ୍କୁ କହିଛନ୍ତି ଯେ, ତାଙ୍କୁ ବ୍ୟାଟିଂରେ ବିଶେଷ କରି ଟି -୨୦ ରେ ପରିବର୍ତ୍ତନ କରିବାକୁ ପଡ଼ିବ। ଆଫଗାନିସ୍ତାନ ବିପକ୍ଷ ଟି -୨୦ ମ୍ୟାଚରେ ବିରାଟ ଦ୍ରୁତ ବ୍ୟାଟିଂ କରିବାର ଏହି କାରଣ ଥିଲା। ଏହି ରିପୋର୍ଟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ, ଚୟନକର୍ତ୍ତାଙ୍କ ମତରେ ୱେଷ୍ଟଇଣ୍ଡିଜ୍‌ର ମନ୍ଥର ୱିକେଟ୍ ବ୍ୟାଟ୍ସମ୍ୟାନ୍ ଭାବରେ କୋହଲିଙ୍କ ପ୍ରାକୃତିକ ଖେଳକୁ ଅନୁକୂଳ କରିବ ନାହିଁ। ତେଣୁ ଚୟନ କମିଟି ଏହାର ବିକଳ୍ପଗୁଡିକର ମୂଲ୍ୟାଙ୍କନ କରୁଛି।

ପ୍ରକାଶ ଯେ, କୋହଲି ଟି -୨୦ ଟିମରେ ନ ଥିବାରୁ ସୂର୍ଯ୍ୟକୁମାର ଯାଦବ, ରିଙ୍କୁ ସିଂ, ତିଲକ ବର୍ମା, ଶିବମ ଦୁବେଙ୍କ ଭଳି ଖେଳାଳି ସୁଯୋଗ ପାଇବେ ଯାହା ଦଳକୁ ବଡ଼ ଟି -୨୦ ଟୁର୍ଣ୍ଣାମେଣ୍ଟରେ ସାହାଯ୍ୟ କରିବ। ଏହି ସମୟରେ, ବର୍ତ୍ତମାନ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି। ଯଦି କୋହଲି ଏହି ଆଇପିଏଲରେ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିବା ଦେଖାଯାଏ, ତେବେ ଚୟନକର୍ତ୍ତାମାନେ ତାଙ୍କୁ ଟି -୨୦ ବିଶ୍ୱକପ ଦଳରୁ ବାହାର କରିବା କଷ୍ଟସାଧ୍ୟ ହେବ। ଉଲ୍ଲେଖ ଯୋଗ୍ୟ ଯେ, ଆଇପିଏଲ୍ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚରେ RCB ଏବଂ CSK ମଧ୍ୟରେ ଲଢେଇ ହେବ।