Categories
ଆଜିର ଖବର ଖେଳ ଜାତୀୟ ଖବର

ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୭ ୱିକେଟରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ରାଜସ୍ଥାନ ରୟାଲ୍ସ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ନେତୃତ୍ଵାଧୀନ ରାଜସ୍ଥାନ ରୟାଲ୍ସକୁ ୧୯୭ ରନ୍ ର ଲକ୍ଷ୍ୟ ଥିଲା। ରାଜସ୍ଥାନ ରୟାଲ୍ସ ୧୯ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ସଞ୍ଜୁ ସାମସନ ୩୩ ବଲରେ ୭୧ ରନର ଇନିଂସ ଖେଳିଥିଲେ। ସେ ନିଜ ଇନିଂସରେ ୭ ଚୌକା ଓ ୪ ଛକା ମାରିଥିଲେ। ଧ୍ରୁଭ ଜୁରେଲ ୩୪ ଟି ବଲରେ ଅପରାଜିତ ୫୨ ରନ୍ ସ୍କୋରଥିଲେ। ସଞ୍ଜୁ ସାମସନ ଏବଂ ଧ୍ରୁଭ ଜୁରେଲଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ ପାଇଁ ୧୨୩ ରନ୍ ର ଏକ ଅତୁଟ ଭାଗିଦାରୀ ହୋଇଥିଲା।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ୨୦୨୪: ଲକ୍ଷ୍ନୌକୁ ପରାସ୍ତ କରି ୨୦ ରନ ବ୍ୟବଧାନରେ ଜିତିଲା ରାଜସ୍ଥାନ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଆଜି ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୯୩ ରନ୍ ସଂଗ୍ରହ କରିଥିଲା। ଏହି ମ୍ୟାଚରେ ସଞ୍ଜୁ ସାମସନ୍ ୫୨ ବଲରେ ୮୨ ରନ୍ ର ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୩ ଚୌକା ଓ ୬ ଛକା ମାରିଥିଲେ। ରିୟାନ୍ ପରାଗ୍ ମଧ୍ୟ ମ୍ୟାଚର ହିରୋ ଥିଲେ, ଯିଏ ୨୯ ବଲରେ ୪୩ ରନ୍ ସଂଗ୍ରହ କରିଥିଲେ।

ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ଦଳ ଆରମ୍ଭରେ ଅଧିକ ୱିକେଟ୍ ହରାଇଥିଲା। ଲକ୍ଷ୍ନୌ ଦଳ ମାତ୍ର ୬୦ ରନରେ ୪ ୱିକେଟ ହରାଇଥିଲା। କେ.ଏଲ୍ ରାହୁଲ ଏବଂ ନିକୋଲାସ୍ ପୁରାନ୍ ଙ୍କ ମଧ୍ୟରେ ୮୫ ରନ୍ ଭାଗିଦାରୀ ମ୍ୟାଚକୁ ରୋମାଞ୍ଚକର କରିଥିଲା। କେଏଲ ରାହୁଲ ୪୪ ବଲରେ ୫୮ ରନ ଏବଂ ନିକୋଲାସ ପୁରନ ୪୧ ବଲରେ ୬୪ ରନ ସ୍କୋର କରିଥିଲେ। ପୁରନ ଶେଷ ପର୍ଯ୍ୟନ୍ତ କ୍ରିଜରେ ରହିଥିଲେ ମଧ୍ୟ ସନ୍ଦୀପ ଶର୍ମା ଏବଂ ଆବେଶ ଖାନଙ୍କ ଚତୁର ବୋଲିଂ ରାଜସ୍ଥାନର ବିଜୟ ସୁନିଶ୍ଚିତ କରିଥିଲା। ଏହି ମ୍ୟାଚରେ ରାଜସ୍ଥାନ ଲକ୍ଷ୍ନୌ କୁ ୨୦ ରନରେ ପରାସ୍ତ କରିଥିଲା।