Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଷ୍ଟେଟ ବ୍ୟାଙ୍କ ଜାରୀ କଲା ନୂଆ ସର୍କୁଲାର

ନୂଆଦିଲ୍ଲୀ: ରବିବାର ଦିନ ସର୍ବ ବୃହତ ବ୍ୟାଙ୍କ ଏସବିଆଇ ୨୦୦୦ ଟଙ୍କିଆ ନୋଟକୁ ନେଇ ଏକ ନୂଆ ସର୍କୁଲାର ଜାରୀ କରିଛି। ଏହି ସର୍କୁଲାର ଅନୁସାରେ ଜଣେ ବ୍ୟକ୍ତି ଏସବିଆଇର ଯେ କୌଣସି ଶାଖାରେ ସେ ସିଧା ୨୦୦୦ ଟଙ୍କିଆ ନୋଟ ପ୍ରଦାନ କରି ଅନ୍ୟ ନୋଟ ବଦଳ ନେଇପାରିବ।

ଏଥିସହିତ ଗ୍ରାହକ ୨୦୦୦ ଟଙ୍କିଆ ନୋଟକୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିନା ସ୍ଲିପରେ ପରିବର୍ତ୍ତନ କରିପାରିବ। ଲୋକମାନେ ସ୍ଲିପ୍ ପୂରଣ ନକରି ଗୋଟିଏ ଥରରେ ୧୦ ଟି ନୋଟ୍ ବଦଳ କରିବାକୁ ବ୍ୟାଙ୍କ ଅନୁମତି ଦେବ।

ଏଥିସହ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ବିନିମୟ ସମୟରେ ଲୋକଙ୍କୁ ପରିଚୟ ପତ୍ର ଦାଖଲ କରିବା ଆବଶ୍ୟକ ନାହିଁ। ସର୍କୁଲାରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବିନିମୟ ସମୟରେ  କୈଣସି ପରିଚୟ ପ୍ରମାଣ ଦାଖଲ କରାଯିବା ଆବଶ୍ୟକ ନାହିଁ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଦିନ ଘୋଷଣା କରିଛି ଯେ ଦେଶରୁ ୨୦୦୦ ଟଙ୍କା ନୋଟ ପ୍ରଚଳନକୁ ପ୍ରତ୍ୟାହାର କରିବ। ତେବେ ସାଧାରଣ ଲୋକମାନେ ଏହି ଟଙ୍କାକୁ ସେପ୍ଟେମ୍ବର ୩୦ ପଯ୍ୟନ୍ତ ବ୍ୟାଙ୍କରେ ଜମା କିମ୍ବା ବିନିମୟ କରିପାରିବେ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

୨୦୦୦ ଟଙ୍କା ଅଚଳ ପରେ ଆପଣ କଣ କରିବେ, ଜାଣନ୍ତୁ ଏ ନେଇ ଆରବିଆଇ ର ନିଷ୍ପତି

୨୦୦୦ ନୋଟ ହେବ ଅଚଳ: ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଶରେ ୨୦୦୦ ଟଙ୍କାର ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଘୋଷଣା କରି ଆରବିଆଇ କହିଛି ଯେ କ୍ଲିନ୍ ନୋଟ୍ ପଲିସି ଅନୁଯାୟୀ ଆରବିଆଇ ୨୦୦୦ ଟଙ୍କିଆ ନୋଟ ପ୍ରଚଳନକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।

୨୦୦୦ ଟଙ୍କା ପ୍ରଚାରରେ ବନ୍ଦ ହୋଇପାରେ କିନ୍ତୁ ୨୦୦୦ ଟଙ୍କା ନୋଟ୍ ଆଇନଗତ ବୈଧତା ରହିବ। ଆରବିଆଇ କହିଛି ଯେ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକରେ ୨୦୦୦ ଟଙ୍କିଆ ନୋଟ୍ ପରିବର୍ତ୍ତନ କରାଯାଇପାରିବ।

ଆହୁରି ମଧ୍ୟ, ବ୍ୟାଙ୍କଗୁଡିକରେ ଏବଂ ଆରବିଆଇର ୧୯ ଟି ଆଞ୍ଚଳିକ କାର୍ଯ୍ୟାଳୟରେ ଅନ୍ୟ ମୂଲ୍ୟର ମୁଦ୍ରା ସହିତ ୨୦୦୦ ଟଙ୍କିଆ ନୋଟ୍ ବିନିମୟ ହୋଇପାରିବ।

ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଆରବିଆଇର ଏହି ନିଷ୍ପତ୍ତି ପରେ, ଯେଉଁମାନଙ୍କ ପାଖରେ  ପୂର୍ବରୁ ୨୦୦୦ ଟଙ୍କା ନୋଟ୍ ଅଛି, ସେମାନଙ୍କ ପାଖରେ କେଉଁ ବିକଳ୍ପ ଅଛି?

୧. ଯେଉଁମାନଙ୍କର ୨୦୦୦ ଟଙ୍କାର ବ୍ୟାଙ୍କ ନୋଟ୍ ଅଛି, ସେମାନେ ଏହି ନୋଟଗୁଡିକୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରିପାରିବେ କିମ୍ବା ବ୍ୟାଙ୍କ ଶାଖାକୁ ଯାଇ ଅନ୍ୟ ନୋଟ୍ ମାଧ୍ୟମରେ ଏହାକୁ ପରିବର୍ତ୍ତନ କରିପାରିବେ।

୨. ବ୍ୟାଙ୍କଗୁଡିକରେ ୨୦୦୦ ଟଙ୍କା ନୋଟ୍ ବିନିମୟ ସମ୍ବନ୍ଧରେ କୈଣସି ପ୍ରତିବନ୍ଧକ ରହିବ ନାହିଁ। ବ୍ୟାଙ୍କଗୁଡିକ ଏ ସମ୍ବନ୍ଧରେ ପୃଥକ ନିୟମ ଜାରି କରିବେ।

୩. ମେ ୨୩, ୨୦୨୩ ରୁ ୨୦୦୦ ଟଙ୍କା ନୋଟ୍ ୨୦୦୦୦ ଟଙ୍କା ପର୍ଯ୍ୟନ୍ତ ବିନିମୟ ହୋଇପାରିବ।

୪. ଯେଉଁମାନଙ୍କର ୨୦୦୦ ଟଙ୍କାର ବ୍ୟାଙ୍କ୍ ନୋଟ୍ ଅଛି, ସେମାନେ ୨୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ। ଏ ବାବଦରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ପୃଥକ ଭାବରେ ନିର୍ଦ୍ଦେଶାବଳୀ ଜାରି କରିଛି।

୫. ମେ ୨୩, ୨୦୨୩ ଠାରୁ, ୨୦,୦୦୦ ଟଙ୍କା ସୀମା ପର‌୍ୟ୍ୟନ୍ତ, ୨୦୦୦ ଟଙ୍କା ଆରବିଆଇର ୧୯ ଟି ଆଞ୍ଚଳିକ କାର୍ଯ୍ୟାଳୟରେ ବିନିମୟ ହୋଇପାରିବ।

୬. ଆରବିଆଇ ବ୍ୟାଙ୍କଗୁଡିକୁ ତୁରନ୍ତ ୨୦୦୦ ଟଙ୍କା ନୋଟ୍ ନ ଦେବାକୁ କହିଛି।

୭. ୨୦୦୦ ଟଙ୍କା ନୋଟ୍ ବିନିମୟ କିମ୍ବା ବ୍ୟାଙ୍କରେ ଜମା କରିବାକୁ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ସମୟ ନେବାକୁ ଆରବିଆଇ ସାଧାରଣ ଲୋକଙ୍କୁ ନିବେଦନ କରିଛି।

ମାର୍ଚ୍ଚ ୨୦୧୭ ପୂର୍ବରୁ ୨୦୦୦ ଟଙ୍କା ମୂଲ୍ୟର ୮୯ ପ୍ରତିଶତ ମୁଦ୍ରା ନୋଟ ଜାରି କରାଯାଇଥିବା ଆରବିଆଇ ସୂଚନା ଦେଇଛି। ଯାହା ୪ ରୁ ୫ ବର୍ଷ ପର୍ଯ୍ୟନ୍ତ ଚାଲିଛି। ମାର୍ଚ୍ଚ ୩୧ ତାରିଖ ୨୦୧୮ ରେ, ୬.୭୩ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳିତ କରାଯାଇଥିଲା।  ଯାହା ମାର୍ଚ୍ଚ ୩୧ ତାରିଖ ୨୦୨୩ ରେ ମାତ୍ର ୩.୬୨ ଲକ୍ଷ କୋଟି ଟଙ୍କାକୁ ଖସି ଆସିଛି।

ଯାହା ଶିଖର ମୂଲ୍ୟର ମାତ୍ର ୩୭.୩% ଏବଂ ପ୍ରଚଳନ ଥିବା ମୋଟ ୨୦୦୦ ନୋଟ କେବଳ ୧୦.୮% ଅଟେ। ଆରବିଆଇ କହିଛି ଯେ ମୁଦ୍ରା ଆବଶ୍ୟକତା ପୂରଣ କରିବା ପାଇଁ ଅନ୍ୟ  ବ୍ୟାଙ୍କ ନୋଟ ଯଥେଷ୍ଟ ମହଜୁଦ ରହିଛି।