Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀ ହିଂସାକାଣ୍ଡକୁ ନେଇ ସଂସଦରେ ବିବୃତି ରଖିଲେ ଅମିତ ଶାହା

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାକାଣ୍ଡକୁ ନେଇ ଲୋକସଭାରେ ବିବୃତି ରଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ହିଂସାକାଣ୍ଡରେ ସମୁଦାୟ 52 ଜଣ ନିହତ ହୋଇଥିବା ବେଳେ 526 ଜଣ ଆହତ ହୋଇଛନ୍ତି । 371ଟି ଦୋକାନକୁ ଜଳାଇ ଦିଆଯାଇଥିବା ବେଳେ 142ଟି ଘର ଜଳାଇ ଦିଆଯାଇଥିଲା । ଲୋକସଭାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହିତ ଦିଲ୍ଲୀ ହିଂସାକାଣ୍ଡରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବା ନେଇ ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରତିପକ୍ଷ ଦଳର ନେତାଙ୍କୁ ହିଂସାକାଣ୍ଡ ପାଇଁ ଶାହା ଦାୟୀ କରିଥିଲେ । ଏହାର ପ୍ରତିବାଦରେ କଂଗ୍ରେସ ଏବଂ ଆଇୟୁଏମ୍‌ଏଲ୍‌ର ସଂସଦ ମାନେ ଗୃହ ପରିତ୍ୟାଗ କରିଥିଲେ । ଦିଲ୍ଲୀ ପୋଲିସ୍‌ର କାର୍ଯ୍ୟକୁ ସମସ୍ତେ ନାପସନ୍ଦ କରିଥିବା ବେଳେ ଶାହା ଦିଲ୍ଲୀ ପୋଲିସର ପ୍ରଶଂସା କରିଥିଲେ । ଦିଲ୍ଲୀ ପୋଲିସ୍‌ର ତତ୍ପରତା କାରଣରୁ ଦଙ୍ଗା ବ୍ୟାପି ନଥିଲା ବୋଲି ଶାହା କହିଛନ୍ତି । (ଏଜେନ୍ସି)

Categories
ଜାତୀୟ ଖବର ବିଶେଷ ଖବର

୨୦୧୯, ବିଜେପିରେ ଅମିତ ଶାହାଙ୍କ ନବୋଦୟ, କେବେ ଉପଦେଷ୍ଟା ପଦକୁ ଯିବେ ନରେନ୍ଦ୍ର ମୋଦୀ??   

କେଦାର ମିଶ୍ର

ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ଦିଲ୍ଲୀ ରାଜନୀତି ସହ ପରିଚିତ ଜଣେ ବିଶିଷ୍ଟ ସାମ୍ବାଦିକ ଲେଖିଥିଲେ-ଆଉ ସେ ଆଗପରି, ନିଜ ସାହେବଙ୍କ ଆଜ୍ଞାଧୀନ ସେନାପତି ନୁହନ୍ତି, ସେ ନିଜେ ସାହେବ ।  ୨୦୧୪ ରୁ ୨୦୧୯ ପର୍ୟନ୍ତ ଅମିତ ଶାହା ଥିଲେ ବିଜେପି ଭିତରେ ନରେନ୍ଦ୍ର ମୋଦୀଙ୍କର ସବୁଠୁ ବିଶ୍ଵସ୍ତ ସେନାପତି। ଅନେକ ଜଣାଶୁଣା ସାମ୍ବାଦିକଙ୍କ ଭାଷାରେ ଶାହା ନିଜକୁ “ସାହେବଙ୍କର ସବୁଠୁ ବିଶ୍ଵସ୍ତ” ବୋଲି ପ୍ରମାଣିତ କରି ଆସିଛନ୍ତି। ବିଜେପି ସଭାପତି ଦାୟିତ୍ଵ ନେବାପରେ ଶାହାଙ୍କ ପ୍ରଭାବ ଓ ପତିଆରା ଅନେକ ସମୟରେ ନରେନ୍ଦ୍ର ମୋଦୀଙ୍କ ଠୁଁ ମଧ୍ୟ ଅଧିକ ହେବା ଆରମ୍ଭ କଲା। ୨୦୧୪ ରୁ ୨୦୧୯ ପ୍ରଥମ ପାଳିର ସରକାରରେ ଯଦିଓ ଶାସନକଳର ରିମୋଟ ଶାହାଙ୍କ ହାତରେ ଥିଲା, ପ୍ରତ୍ୟକ୍ଷ ଭାବରେ ଏହାର ନିୟନ୍ତ୍ରଣ ଅନ୍ୟମାନେ କରୁଥିଲେ। ବିଜେପିର ପୁରୁଣା ନେତୃତ୍ଵ ଭିତରୁ ସୁଷମା ସ୍ଵରାଜ, ଅରୁଣ ଜେଟଲି, ନିତିନ ଗଡକରି ଓ ରାଜନାଥ ସିଂଙ୍କୁ ମୋଦୀ ସରକାର ନିଜ କ୍ୟାବିନେଟରେ ରଖିବାକୁ ବାଧ୍ୟ ହୋଇଥିଲେ। ଦଳର ବରିଷ୍ଠତା ଦୃଷ୍ଟିରୁ ଏମାନଙ୍କୁ ଅଣଦେଖା କରି ଶାସନ ଚଳାଇବା ମୋଦୀ-ଶାହାଙ୍କ ପକ୍ଷରେ ସମ୍ଭବ ନଥିଲା।

୨୦୧୯ ନିର୍ବାଚନ ପରେ ପରିସ୍ଥିତି କିନ୍ତୁ ବଦଳି ଯାଇଛି। ସୁଷମା ସ୍ଵରାଜ ଓ ଅରୁଣ ଜେଟଲିଙ୍କ ପରଲୋକ ଘଟିଛି। ରାଜନାଥ ସିଂ ଓ ନିତିନ ଗଡକାରୀଙ୍କ ପର କଟା ସରିଛି। ଏ ଦୁହେଁ କେବଳ ନାମକୁ ମାତ୍ର ବରିଷ୍ଠ ମନ୍ତ୍ରୀ। ଏବେ କେବଳ ଦଳ ନୁହେଁ, ସରକାର ଚଳାଇବାରେ ମଧ୍ୟ ଅମିତ ଶାହା ଏବେ ଏକ ନମ୍ବର ଭୂମିକା ନେବା ଆରମ୍ଭ କରିଛନ୍ତି। ମୁଖ୍ୟଧାରାର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏବେ ନରେନ୍ଦ୍ର ମୋଦୀଙ୍କ ତୁଳନାରେ ଅମିତ ଶାହାଙ୍କ ଉପସ୍ଥିତି ଢେର ଅଧିକ। କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ହେଉ ବା ନାଗରିକତା ସଂଶୋଧନ ଆଇନ, ସବୁଥିରେ ଅମିତ ଶାହାଙ୍କୁ ସର୍ବାଧିକ “ମାଇଲେଜ” ମିଳୁଛି। ନାଗରିକତା ସଂଶୋଧନ ଆଇନ ସଂସଦରେ ଗୃହୀତ ହେବା ପରେ ମୋଦୀ ସରକାର ଯେଉଁ ପ୍ରବଳ କଣ ଆକ୍ରୋଶର ସାମ୍ନା କଲେ, ସେଥିଲାଗି କେବଳ ଅମିତ ଶାହ ଦାୟୀ ବୋଲି  ମୋଦୀଙ୍କ ତରଫରୁ ଏକ ବାର୍ତ୍ତା ଦିଆଯାଇଥିଲା। ଜାତୀୟ ନାଗରିକ ପଞ୍ଜୀକରଣ ସମ୍ପର୍କରେ ପ୍ରତହମ ଥର ଲାଗି ମୋଦୀ ଓ ଶାହ ଦୁଇଟି ମତ ରଖିଲେ।

ଅନ୍ୟ ଦୃଷ୍ଟିରୁ ଦେଖିଲେ ୨୦୨୪ ନିର୍ବାଚନ ବେଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟସ ଠିକ ୭୫ ବର୍ଷ ହେଉଥିବ, ଅର୍ଥାତ ବିଜେପିର ନିର୍ଦ୍ଧାରିତ ଅବସର ବୟସ। ତେଣୁ ୨୦୨୪ ବେଳକୁ ଅମିତ ଶାହାଙ୍କ ନେତୃତ୍ବକୁ ଏକ ବିକଳ୍ପ ବ୍ରାଣ୍ଡ ଭାବରେ ପ୍ରସ୍ତୁତ କରିବାର ସବୁ ଉଦ୍ୟମ ଏବଠୁ ଆରମ୍ଭ ହୋଇ ଯାଇଛି-ହୁଏତ ଆଗରୁ ସେୟା ଲାଗୁଥିଲା। ଏବେ କିନ୍ତୁ ଅମିତ ଶାହ ଖୋଲାଖୋଲି ନିଜ ନେତୃତ୍ଵ ଜାହିର କରିବା ଆରମ୍ଭ କଲେଣି। କାଶ୍ମୀର ପ୍ରସଙ୍ଗ ଓ ନାଗରିକତା ପ୍ରସଙ୍ଗରେ ରେ ସେ ଯେଉଁ ପ୍ରକାର ରଣନୀତି ଆପଣାର କରିଛନ୍ତି, ସେଥିରେ ସେ କାହାକୁ ଖାତିର କରିବା ମନୋସ୍ଥିତିରେ ନାହାନ୍ତି। ଶାହ ଏବେ ନିଜକୁ ବିଜେପିର ଓ ସରକାରର ସର୍ବେସର୍ବା ବୋଲି କହିବାକୁ ସଙ୍କୋଚ କରୁନାହାନ୍ତି।

ବିଜେପି ଭିତରେ ନିଜର ପତିଆରା ପ୍ରତିଷ୍ଠା ସହିତ ଅମିତ ଶାହା ନିର୍ବାଚନ ପରଠୁ ବିଭିନ୍ନ ଆଞ୍ଚଳିକ କ୍ଷମତା କେନ୍ଦ୍ର ସହିତ ନିଜର ସମ୍ପର୍କ ବଢାଇବା ଆରମ୍ଭ କରି ଦେଇଛନ୍ତି। ଗୋଟେ ପକ୍ଷରେ ଆନ୍ଧ୍ରର ଜଗନ୍ମୋହନ ରେଡ୍ଡୀ, ଓଡିଶାର ନବୀନ ପଟ୍ଟନାୟକ, ତେଲେଙ୍ଗାନାର ଚନ୍ଦ୍ରଶେଖର ରାଓ ପ୍ରମୁଖଙ୍କୁ ନିଜର ଘନିଷ୍ଠ ହେବାର ସୁଯୋଗ ଦେଇ ସେମାନଙ୍କର ସହଯୋଗ ନିଆ ଯାଉଛି। ଅପର ପକ୍ଷରେ ସୁଯୋଗ ଦେଖି ତାମିଲନାଡୁରେ ଡିଏମକେ, ଆନ୍ଧ୍ରରେ ତେଲୁଗୁ ଦେଶମ ଇତ୍ୟାଦି ଦଳକୁ ବିଜେପି ଅକ୍ତିଆର କରିନେବା ଭଳି ରଣନୀତି ମଧ୍ୟ ପ୍ରସ୍ତୁତ ହେଉଛି। ବିଭିନ୍ନ ଆଞ୍ଚଳିକ ଦଳକୁ ନିଜ ଭିତରେ ବିଲୟ କରିବା ର ଲକ୍ଷ୍ୟରେ ଓଡିଶାର ବିଜେଡି ମଧ୍ୟ ଏକ ପ୍ରମୁଖ ଲକ୍ଷ୍ୟ ବୋଲି କୁହା ଯାଇପାରେ।

କ୍ଷମତା ଦଖଲ କରିବା ପାଇଁ କିଛି ବି କରାଯାଇପାରେ- ଏହା ହେଉଛି ଅମିତ ଶାହଙ୍କ ଆଦର୍ଶ। ତେଣୁ ସରକାର ଗଢିବା ଲାଗି ଯେ କୌଣସି ବୈଧ ବା ଅବୈଧ ଉପାୟ ପ୍ରୟୋଗରେ ସେ ସିଦ୍ଧହସ୍ତ। ହରିଆନାରେ ସେ ଯେତେ କ୍ଷୀପ୍ରତାର ସହିତ ଦୂଷ୍ୟନ୍ତ ଚଉତାଲାଙ୍କ ସହ ବୁଝାମଣା କଲେ ଓ ବିନା ଦ୍ଵିଧାରେ ଦୂଷ୍ୟନ୍ତଙ୍କ ବାପା ଅଜୟ ଚୌତାଲାଙ୍କୁ ବିହାର ଜେଲରୁ ଛୁଟି ଦେଲେ କିମ୍ବା ଦେବେନ୍ଦ୍ର ଫଡନବିସଙ୍କୁ ୪୮ ଘଣ୍ଟା ମୁଖ୍ୟମନ୍ତ୍ରୀ କରାଇବାର ଲାଳସା ଦେଖାଇଲେ,  ସେଥିରୁ ଗୋଟେ କଥା ସ୍ପଷ୍ଟ ଯେ- ବିଜେପି ଆଉ ଆଗପରି ମୁଖଲଜ୍ଜା ର ରାଜନୀତିରେ ବିଶ୍ଵାସ କରୁନାହିଁ।

ଅଟଳ ବିହାରୀ  ବାଜପାୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ “ମୁହଁ ଓ ମୁଖା’ କୁ ନେଇ ବେଶ ରୋଚକ ଆଲୋଚନା ଚାଲିଥିଲା। ସେତେବେଳେ ବାଜପାୟୀଙ୍କୁ ମୁଖା ଓ ଲାଲକୃଷ୍ଣ ଆଡଭାନୀଙ୍କୁ ଅସଲ ମୁହଁ ବୋଲି କୁହା ଯାଉଥିଲା।ଏ ପ୍ରସଙ୍ଗରେ ଅନେକଥର ବାଜପାୟୀ ସଂସଦରେ ନିଜର ସ୍ବଭାବସୁଲଭ ଢଙ୍ଗରେ ରୋଚକ ବକ୍ତବ୍ୟ ମଧ୍ୟ ରଖିଥିଲେ। ତେବେ ସେତେବେଳେ ବିଜେପି ଓ ସରକାର ଉଭୟ ଉପରେ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କ ତୁଳନାରେ ଆଡଭାନୀଙ୍କ ପ୍ରଚ୍ଛନ୍ନ ପ୍ରଭାବ ରହିଥିଲା। ବର୍ତ୍ତମାନ ସମୟରେ ଠିକ ସେହି ସମାନ ସ୍ଥିତି ବିଜେପି ସରକାରରେ ଆସିଛି। ଏବେ ମୋଦୀ କେବଳ ମୁଖା, ଅସଲ ମୁହଁ ହେଉଛନ୍ତି ଅମିତ ଶାହା। ଆସନ୍ତା ୪ ବର୍ଷ ଭିତରେ ମୋଦୀଙ୍କ ନେତୃତ୍ଵ କେବଳ ଆଳଙ୍କାରିକ ହୋଇ ରହିବ ଓ ବାସ୍ତବ କ୍ଷମତା ବଳୟ ଅମିତ ଶାହାଙ୍କ ପାଖରେ ରହିବ-ଏହାହିଁ ୨୦୧୯ ରାଜନୀତିର ସବୁଠୁ ବଡ ସୂଚକ ବୋଲି ଆମେ କହି ପାରିବା।

 

Categories
ଆଜିର ଖବର ଜାତୀୟ ଖବର

ସିଆରପିଏଫ୍‌ ଯବାନଙ୍କୁ 100 ଦିନ ଛୁଟି : ନୂତନ ମୁଖ୍ୟାଳୟ ଭିତ୍ତିପ୍ରସ୍ତର ସମୟରେ ଶାହାଙ୍କ ଘୋଷଣା

ନୂଆଦିଲ୍ଲୀ, 29/12 : ନୂଆଦିଲ୍ଲୀରେ ନୂତନ ସିଆରପିଏଫ୍‌ ମୁଖ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସିଆରପିଏଫ୍‌ ଯବାନଙ୍କୁ ବାର୍ଷିକ 100 ଦିନ ଛୁଟି ମିଳିବା ନେଇ ଶାହା ଘୋଷଣା କରିଛନ୍ତି । ସରକାର ଖୁବ୍‌ ଶୀଘ୍ର ଏନେଇ ଏକ ନିୟମ ଆଣିବାକୁ ଯାଉଛନ୍ତି ବୋଲି ଶାହା ପ୍ରକାଶ କରିଛନ୍ତି । ପ୍ରତ୍ୟୋକ ଯବାନ ଦେଶ ପାଇଁ ସଦା ସର୍ବଦା କାର୍ଯ୍ୟରତ ରହିଥାନ୍ତି ତେଣୁ ଯେପରି ପ୍ରତ୍ୟୋକ ଯବାନ ନିଜ ପରିବାର ସହିତ 100 ଦିନ ବିତାଇବାର ସମୟ ପାନ୍ତି ସେ ସମ୍ପର୍କରେ ସରକାର ବିଚାର କରୁଛନ୍ତି ବୋଲି ଶାହା କହିଛନ୍ତି । ଏହା ସହିତ ଏ ନେଇ ଦେଶର ତିନି ସେନାମୁଖ୍ୟଙ୍କ ସହିତ ଆଲୋଚନା କରାଯାଉଥିବା ସମ୍ପର୍କରେ ଶାହା ସୂଚନା ଦେଇଥିଲେ । ଏହା ସହିତ ସମସ୍ତ ଯବାନଙ୍କ ପରିବାରକୁ ଏକ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ଏବଂ ଏହି କାର୍ଡ ଜରିଆରେ ପରିବାରକୁ ବିଭିନ୍ନ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯିବ । ଏନେଇ ଅଖିଳ ଭାରତୀୟ ସ୍ବାସ୍ଥ୍ୟ ସେବା ସଙ୍ଗଠନ(ଏମ୍ସ) ସହିତ ଆଲୋଚନା ଚାଲିଛି ବୋଲି ଶାହା କହିଛନ୍ତି । କ୍ୟାବିନେଟ ସଚିବ ରାଜୀବ ଗୌବା ଏବଂ ଗୃହ ସଚିବ ଅଜୟ କୁମାର ଭଲ୍ଲା ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରୁଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ସିଏଏ ଏବଂ ଏନ୍‌ଆରସିକୁ ନେଇ ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ମୋଦୀ : ଓଓ୍ବେସୀ

ହାଇଦ୍ରାବାଦ,24/12 : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି)କୁ ନେଇ ମୋଦି ଦେଶବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦ୍ଦୁଦ୍ଦିନ ଓଓ୍ବେସୀ କହିଛନ୍ତି । ହାଇଦ୍ରାବାଦରେ ଓଓ୍ବେସୀ ଏକ ସମାମ୍ବାଦିକ ସମ୍ମିଳନୀ କରି ଏହା କହିଛନ୍ତି । ଏହା ଗୃହମନ୍ତ୍ରୀ ଅମିତ ଶାହା ମିଛ କହୁଛନ୍ତି କିମ୍ବା ମୋଦି ଜନସାଧାରଣଙ୍କ ସହିତ ଛଳନା କରୁଛନ୍ତି ଏହା ମୁଁ ଜାଣିବାକୁ ଚାହୁଁଛି ବୋଲି ଓଓ୍ବେସୀ କହିଛନ୍ତି । ରାମଲୀଲା ମୈଦାନରେ ନିଜର ଅଭିଭାଷଣରେ ମୋଦି କହିଥିଲେ କି ସିଏଏ ଏବଂ ଏନ୍‌ଆରସି ଦେଶର ମୁସଲିମ୍‌ଙ୍କ ପାଇଁ ଲାଗୁ କରାଯିବ ନାହିଁ । ସିଏଏକୁ ନେଇ ବିଜେପି ଦେଶବାସୀଙ୍କୁ ଅନ୍ଧାରରେ ରଖିଥିବା ବେଳେ ଏନ୍‌ଆରସି ଲାଗୁ କରିବାକୁ ଚେଷ୍ଟା କରୁଥିବା ବେଳେ ମୋଦୀଙ୍କ ଏହି ମନ୍ତବ୍ୟ କିଛି ବୁଝା ପଡୁନାହିଁ । ଏନ୍‌ଆରସି ଲାଗୁ କରାଗଲେ ସମଗ୍ର ଦେଶରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ଓଓ୍ବେସୀ କହିଛନ୍ତି । (ଏଜେନ୍ସୀ)

Categories
ବିଶେଷ ଖବର

ଆସନ୍ତୁ, ଆଉଥରେ ଲାଇନରେ ଠିଆ ହୋଇ ପ୍ରମାଣ କରନ୍ତୁ ଯେ ଆପଣ ଭାରତର ନାଗରିକ!

ରଙ୍ଗାଚରଣ ପ୍ରଧାନ

ଦୌଡନ୍ତୁ। ଯେତେ ପାରୁଛନ୍ତି ଦୌଡନ୍ତୁ। ଦେଶ ପାଇଁ ଦୌଡନ୍ତୁ। ଜାତି ପାଇଁ ଦୌଡନ୍ତୁ। ଅମୁକ ଦିବସ ପାଇଁ ଦୌଡନ୍ତୁ। ସମୁକ ଦିବସ ପାଇଁ ଦୌଡନ୍ତୁ। ପାନ୍ କାର୍ଡ ପାଇଁ ଦୌଡନ୍ତୁ। ଆଧାର କାର୍ଡ ପାଇଁ ଦୌଡନ୍ତୁ। ଜନଧନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ଦୌଡନ୍ତୁ। ବ୍ୟାଙ୍କ ଆକାଉଣ୍ଟକୁ ଆଧାରକାର୍ଡ ସହ ସଂଯୋଗ କରିବା ପାଇଁ ଦୌଡନ୍ତୁ। ବିମୁଦ୍ରିକରଣବେଳେ ଅଚଳ ନୋଟ୍ ବଦଳପାଇଁ ଆପଣ ବ୍ୟାଙ୍କକୁ ଦୌଡିଛନ୍ତି। ଏଟିଏମ୍ ଆଗରେ ଲମ୍ବା ଧାଡିରେ ଠିଆ ହେବା ପାଇଁ ଦୌଡିଛନ୍ତି। ଏବେ ଲର୍ଣର ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ବି ସେମିତି ଦଉଡୁଛନ୍ତି।

ଦୌଡିବା ଶରୀର  ପାଇଁ  ଭଲ। କିନ୍ତୁ ସରକାର ଆମକୁ କେଉଁ ଭଲ ପାଇଁ ଦୌଡାଉଛନ୍ତି? ସରକାରଙ୍କ କହିବାରେ କଳାଧନ ଧରିବା ପାଇଁ ନୋଟବନ୍ଦୀରେ ଲୋକେ ଦଉଡି ଦଉଡି ନୟାନ୍ତ ହୋଇଥିଲେ ମାତ୍ର କଳାଧନ ମିଳିଲା ନାହିଁ। ସରକାର କାହିଁକି ଲୋକଙ୍କୁ ଏତେଥର ଗଣୁଛନ୍ତି ? କ’ଣ ବାଣ୍ଟିବେ ? ଏବେ ତ ସରକାରଙ୍କର ବିକାଶ ଦର ବି ଦୌଡିବାକୁ ମନା କରି ଦେଲାଣି।

ଏଥର ଆପଣ ପୁଣି ଥରେ ଦୌଡିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ। ଏଥର ଦୌଡିବେ ଏନ୍.ଆର୍.ସିରେ ନାଁ ପଞ୍ଜିକରଣ ପାଇଁ। ନଚେତ୍ ଆପଣ ଆଉ ଦେଶର ନାଗରିକ ହୋଇ ରହିବେ ନାହିଁ।  କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନୂଆ ‘ନାଗରିକ ସଂଶୋଧନ  ବିଲ୍’ ଗ୍ରହଣ କରିଛନ୍ତି। ସଂସଦର ଚଳିତ ଅଧିବେଶନରେ ଏହା ହୁଏତ ପାଶ୍ ହୋଇଯିବ। କେଉଁ କେଉଁ ସର୍ତ୍ତ ପୂରଣ ନ କଲେ କିମ୍ବା କେଉଁ ଦସ୍ତାବିଜ୍ ନ ଦେଖାଇପାରିଲେ ଆପଣ ନାଗରିକତ୍ବ ହରାଇବେ ଓ ସେ ବିଷୟରେ ଏହି ବିଲ୍ ରେ କ’ଣ ଲେଖା ଅଛି ତାହା ଏ ପର୍ଯ୍ୟନ୍ତ ଗୁପ୍ତ ଅଛି। ତେବେ ଏତିକି ଜଣା ଅଛି ଯେ ସରକାର ଚାହୁଁଛନ୍ତି  ଦେଶରେ ଅଶୁଦ୍ଧ ନାଗରିକଙ୍କ ସଂଖ୍ୟା କେତେ ତାହା ଜାଣି ସେମାନଙ୍କୁ ଦେଶ ବାହାରକୁ ପଠାଯିବ କିମ୍ବା ଅବରୁଦ୍ଧ ଶିବିରରେ ରଖାଯିବ ଓ ସେଠାରେ ସେମାନଙ୍କୁ ହୁଏତ ଦ୍ବିତୀୟ ଶ୍ରେଣୀର ନାଗରିକ ବୋଲି ଧରାଯିବ ଏବଂ ପୂର୍ଣ ନାଗରିକ ଉପଭୋଗ କରୁଥିବା ସମସ୍ତ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯିବ। ତେବେ କାହାକୁ ଅଶୁଦ୍ଧ ନାଗରିକ କୁହାଯିବ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୄହମନ୍ତ୍ରୀ ଅମିତ ଶାହ ବିଭିନ୍ନ ନିର୍ବାଚନୀ ସଭାରେ ସେ ବିଷୟରେ କହି ସେମାନଙ୍କର ଉଦ୍ଦେଶ୍ୟ ପରିଷ୍କାର କରି ସାରିଛନ୍ତି।

ସେମାନଙ୍କ ଭାଷଣ ଅନୁଯାୟୀ ଭାରତ ବାହାରୁ ଯେଉଁମାନେ ବେଆଇନ୍ ଭାବେ ଆସି ଦେଶରେ ରହିଛନ୍ତି କିମ୍ବା ଯେଉଁମାନେ ଭିସାର ଅବଧି ସରିଯାଇଥିଲେ ମଧ୍ୟ ନିଜ ଦେଶକୁ ଫେରିନାହାନ୍ତି  ସେମାନଙ୍କୁ ମଧ୍ୟ ଏଣିକି ଭାରତର ନାଗରିକତା ପ୍ରଦାନ କରାଯିବ ବା ସେମାନେ ହେବେ ଶୁଦ୍ଧ ନାଗରିକ। କିନ୍ତୁ ଏଥିରେ ଯେଉଁ ଗୋଟିଏ  ସର୍ତ୍ତ ଅଛି ତାହା ହେଉଛି  ସେମାନେ ମୁସଲମାନ ହୋଇ ନଥିବେ। ଯଦି ମୁସଲମାନ ହୋଇଥିବେ ତେବେ ଅମିତ୍ ଶାହଙ୍କ ଭାଷାରେ ସେମାନେ ହେଉଛନ୍ତି ଘୁଷପେଠି।  ଧର୍ମୀୟ ବାଛବିଚାର ଆଧାରରେ ଏପରି ଏକ ତ୍ରୁଟିପୁର୍ଣ ଓ ଅଭିସନ୍ଧିମୁଳକ ଆଇନ୍ ସମ୍ବିଧାନର ମୂଳ ଆଧାରର ପରିପନ୍ଥି ହେବ କି ନାହିଁ  କିମ୍ବା ସୁପ୍ରିମ୍ କୋର୍ଟଙ୍କ ତନଖିରେ ତାହା ତିଷ୍ଠି ପାରିବ କି ନାହିଁ ତାହା ଏକ ବିରାଟ ସନ୍ଦେହ ସୄଷ୍ଟି କରୁଛି। କିନ୍ତୁ ବର୍ତ୍ତମାନର ସରକାର ଏପରି  ଆବଶ୍ୟକତାକୁ କେବେ ଭୄକ୍ଷେପ  କରିଛି ଯେ ଏବେ ଆମେ ତାହା ତାଙ୍କଠାରୁ ଆଶା କରିବା ?

ଏହି ପ୍ରକ୍ରୀୟାର ପରୀକ୍ଷଣ ଆସାମରେ ହୋଇସାରିଛି। ଅବଶ୍ୟ ଆସାମରେ ଏନ୍.ଆର୍.ସି ଲାଗୁହେବାର ଏକ ଐତିହାସିକ ପୄଷ୍ଟଭୂମି  ରହିଛି। ସତୁରି ଦଶକର ଶେଷରେ ବେଆଇନ୍ ଭାବରେ ରହୁଥିବା ବଙ୍ଗଳାଦେଶୀଙ୍କୁ ବହିଷ୍କାର କରିବା ପାଇଁ ସେଠାରେ ହିଂସାତ୍ମକ ଆନ୍ଦୋଳନ ହୋଇଥିଲା। ୧୯୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହସ୍ତକ୍ଷେପ ଫଳରେ କେନ୍ଦ୍ର ସରକାର ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର ହୋଇଥିଲା। ତାହାରି ମୁତାବକ ୧୯୭୧ ମସିହା ପରଠାରୁ ଯେଉଁ ବିଦେଶୀ ନାଗରିକ ଭାରତରେ ପଶି ଆସିଛନ୍ତି ଚିହ୍ନଟ କରିସାରିବା ପରେ  ସେମାନଙ୍କୁ ବାଦ୍ ଦେଇ ଏକ ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରିବାକୁ ସ୍ଥିର ହୋଇଥିଲା। ଏହି ଚୁକ୍ତିରେ ଧର୍ମୀୟ ବାଛବିଚାର କଥା ନଥିଲା। ଏହାକୁ ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନ୍ ବା ଏନ୍.ଆର୍.ସି କୁହାଗଲା। ଏହି ପ୍ରକ୍ରୀୟା ଦୀର୍ଘ ୩୫ ବର୍ଷ ଚାଲିବା ପରେ ଚଳିତ ବର୍ଷ ଯେତେବେଳେ ଏମିତି ଏକ ରେଜିଷ୍ଟର ପ୍ରସ୍ତୁତ ହେଲା ସେତେବେଳେ ଦେଖାଗଲା ଆସାମରେ ରହୁଥିବା ୪୦ ଲକ୍ଷ ଲୋକ ନାଗରିକ ରେଜିଷ୍ଟରରୁ ବାଦ୍ ପଡିଛନ୍ତି। ମାତ୍ର ସେଥିରେ ଅନେକ ତ୍ରୁଟି ଥିବାର ମନେହେବାରୁ ରେଜିଷ୍ଟରରେ ସଂଶୋଧନ ହେଲା। ସଂଶୋଧନ ପରେ  ଏହି ସଂଖ୍ୟା ହ୍ରାସ ପାଇ ୧୯ ଲକ୍ଷରେ ପହଞ୍ଚିଲା। ତଥାପି ଏହି ସଂଖ୍ୟାରେ  କେନ୍ଦ୍ରର ବିଜେପି ସରକାର, ଆସାମର ବିଜେପି ରାଜ୍ୟ ସରକାର ଓ ଆନ୍ଦୋଳନକାରୀ  ସନ୍ତୁଷ୍ଟ ହୋଇପାରି ନାହାନ୍ତି। ସେମାନଙ୍କର ଆଶଙ୍କା ଯେ ଏହି ୧୯ ଲକ୍ଷ ଲୋକଙ୍କ ମଧ୍ଯରେ ଅନେକ ହିନ୍ଦୁ ରହି ଯାଇଛନ୍ତି ଓ ଏଥିରେ ଯଥେଷ୍ଟ ସଂଖ୍ୟକ ମୁସଲମାନ ନାହାନ୍ତି। ନୂଆ ‘ନାଗରିକ  ସଂଶୋଧନ ବିଲ୍’ ଭିତ୍ତିରେ ପୁଣି ଥରେ ଏହି ରେଜିଷ୍ଟରକୁ ସଂଶୋଧନ କରାଗଲେ ସେଥିରେ  ଆଉ ମାତ୍ର ଦୁଇରୁ ତିନି ଲକ୍ଷ ଲୋକ ରହିବେ ବୋଲି ଅନୁମାନ କରାଯାଉଛି।

ଏଥିରୁ ପରିଷ୍କାର ହେଉଛି ଯେ ସରକାରଙ୍କର ଉଦ୍ଦେଶ୍ଯ ସବୁ ଅନୁପ୍ରବେଶକାରୀଙ୍କୁ ତଡିବା ନୂହେଁ, ବରଂ କେବଳ ମୁସଲମାନ ଅନୁପ୍ରବେଶକାରୀଙ୍କୁ ତଡିବା। ବର୍ତମାନ କେନ୍ଦ୍ର ସରକାର ଏହି ଆଧାରରେ ପୁରା ଦେଶ ପାଇଁ ଜାତୀୟ ନାଗରିକତା ରେଜିଷ୍ଟର ଲାଗୁ କରିବା କଥା କହୁଛନ୍ତି। ଅବଶ୍ୟ ନିକଟରେ ପଶ୍ଚିମବଙ୍ଗରେ  ତିନୋଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ  ଭୋଟ ଧୄବିକରଣର ଏହି କୌଶଳ କାମ ଦେଲାନାହିଁ ଓ ବିଜେପି ତିନୋଟି ଯାକ ଆସନରେ ହାରିଲା। ଅର୍ଥାତ ଜନତା ଏହି ପ୍ରସ୍ତାବକୁ ଗ୍ରହଣ କରିପାରି ନାହାନ୍ତି।

ତଥାପି ବିଜେପି ସାରା ଦେଶରେ ଏନ୍.ଆର୍.ସି ଲାଗୁକରିବା ପାଇଁ ତାହାର ଜିଦ୍ ରେ ଅଟଳ ଅଛି। ବର୍ତ୍ତମାନ ଚାଲୁଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ବିଜେପି ଏହାକୁ ଏକ ବଡ ପ୍ରସଙ୍ଗ କରୁଥିବାର ଦେଖାଯାଉଛି। ସେମାନେ କହିବା କଥା ହେଲା ଯେ ଭାରତରେ ବହୁ ସଂଖ୍ୟକ ବିଦେଶୀ ଘୁଷପେଠି ରହିଥିବାରୁ ଭାରତର ବିକାଶର ଲାଭରେ ସେମାନେ ଦିମକ୍ ବା ରକ୍ତଶୋଷଣକାରୀ କୀଟ ଭଳି କାମ କରୁଛନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା କେତେ ସେ ବିଷୟରେ ହେଉଥିବା ବିଭିନ୍ନ ଦାବୀର କୌଣସି ଆଧାର ସେମାନେ ଦେଇ ପାରୁ ନାହାନ୍ତି। ଗତ ଦୁଇବର୍ଷରେ ପାର୍ଲିଆମେଣ୍ଟରେ ୭ ଥର ଏହି ପ୍ରଶ୍ନ ଉଠିଥିଲେ ମଧ୍ୟ ସରକାର ଏହାର ଏକ ଆକଳନ ମଧ୍ୟ ଦେବାକୁ ସମର୍ଥ ହୋଇନାହାନ୍ତି। ନୋଟବନ୍ଦୀବେଳେ ଯେମିତି ଏକ ଧାରଣା ଦିଆଯାଇଥିଲା ଯେ ପ୍ରାୟ ୨/୩ ଲକ୍ଷ କୋଟିର କଳାଟଙ୍କା ଅର୍ଥନୀତିରୁ ବାହାର ହୋଇଯିବ, ବର୍ତମାନ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବିଷୟରେ ମଧ୍ୟ ବିନା କୌଣସି ଆଧାରରେ ସେମିତି ଏକ ଧାରଣାର ପ୍ରୋପାଗଣ୍ଡା ଚାଲିଛି।

ପ୍ରାୟ ୩.୨ କୋଟି ଆସାମବାସୀଙ୍କ ଉପରେ ଏନ୍.ଆର୍.ସିର ପ୍ରୟୋଗ କାମରେ ୫୫ ହଜାର ସରକାରୀ କର୍ମଚାରୀଙ୍କୁ ଲଗାଯାଇଥିଲା ଏବଂ ଏଥିରେ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାପରେ ମାତ୍ର ୩୦୦୦ ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ରଖିବା ପାଇଁ ୨.୫ ହେକ୍ଟର ଜମି ଉପରେ ପ୍ରଥମ ଅବରୁଦ୍ଧ ଶିବିର ତିଆରିରେ ସରକାର ୪୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ପୁରା ଆସାମରେ ଚିହ୍ନଟ ଅନୁପ୍ରବେଶକାରୀଙ୍କ ପାଇଁ ଶିବିର ତିଆରିରେ ପ୍ରାୟ ୨୭୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶରେ ବର୍ତ୍ତମାନ ପ୍ରାୟ ୧୪୦୦ ଟି ଜେଲ୍ ଅଛି ଯେଉଁଠାରେ ପ୍ରାୟ ସାଢେ ୩ ଲକ୍ଷ ବନ୍ଦୀ ଅଛି। ପୁରା ଦେଶରେ ଏନ୍.ଆର୍.ସି ଲାଗୁକରିବା ଓ ଚିହ୍ନଟ ଅନୁପ୍ରବେଶକାରୀଙ୍କୁ ରଖିବାରେ  କେତେ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ତାହାର ଏବେ କଳନା କରିବା କଷ୍ଟକର। ଏହା ବାଦ୍ ବର୍ଷ ପରେ ବର୍ଷ ସେହି ଶିବିରଗୁଡିକର ପରିଚାଳନା, ସେଠାରେ ରହିବାକୁ ଥିବା ଚିହ୍ନଟମାନଙ୍କୁ ଖାଦ୍ୟବସ୍ତ୍ର ଯୋଗାଇବା ଖର୍ଚ୍ଚ ବି ରହିଛି।

ବଙ୍ଗଳାଦେଶ ବାରମ୍ବାର ପରିଷ୍କାର ଭାବେ ଜଣାଇଦେଇଛି ଯେ ସେମାନେ ସେହି ଲୋକମାନଙ୍କୁ ନିଜ ଦେଶରେ ପୁରାଇବେ ନାହିଁ। ତା’ଛଡା ନିକଟରେ ବଙ୍ଗଳା ଦେଶର ଜଣେ ସରକାରୀ ଉଚ୍ଚ ଅଧିକାରୀ ଏହି ପ୍ରସ୍ତାବକୁ ହସରେ ଉଡାଇ କହିଛନ୍ତି ଯେ ବଙ୍ଗଳାଦେଶର ଅର୍ଥନୀତି ଭାରତଠାରୁ ବହୁ ଉନ୍ନତ ଥିବାରୁ ତାଙ୍କ ଦେଶ ଛାଡି କେହି ଭାରତକୁ  ଆସିଥିବାର ସମ୍ବାବନା ନାହିଁ। ଏକଥା ବି ସତ ଯେ ବଙ୍ଗଳା ଦେଶର ଜିଡିପି ଦର ଏବଂ ଅନ୍ୟ ସମସ୍ତ ସାମାଜିକ ସୁଚକାଙ୍କ ଭାରତଠାରୁ ଆଗରେ ଅଛି।

କିନ୍ତୁ ସାମାଜିକ ଓ ଅର୍ଥନୈତିକ ପ୍ରଗତି ବା ଜିଡିପି ଦର ବିଷୟରେ ଭାରତର ବର୍ତମାନର ଶାସକଗୋଷ୍ଠି ଚିନ୍ତିତ ଅଛନ୍ତି ବୋଲି କିଏ କହୁଛି ? ଯଦି ସରକାରଙ୍କ ନିଜ ତଥ୍ୟ ବି ଏକ ବିକଟ ଅର୍ଥନୀତି ବା ମାନ୍ଦାବସ୍ଥା ବିଷୟରେ ସୁଚନା ଦେଉଛି ସରକାର ତାକୁ ପ୍ରଥମେ ଲୁଚାଉଛନ୍ତି ଓ ପରେ ଅସ୍ବୀକାର କରୁଛନ୍ତି। ସରକାରଙ୍କ ପାଇଁ ତଥ୍ୟ ଓ ସମ୍ବିଧାନର କିଛି ମୂଲ୍ୟ ନାହିଁ। ସେମାନଙ୍କର ଆଧାରହୀନ ଧାରଣା ଓ କରାଗତ ପ୍ରଚାରତନ୍ତ୍ର ହିଁ ସେମାନଙ୍କ ପାଇଁ ସବୁକିଛି। ଏହି ବିଭାଜନକାରୀ  ଓ ସମାଜରେ  ବିଦ୍ବେଷସୄଷ୍ଟିକାରୀ ଧାରଣା ଦ୍ବାରା ଭୋଟରଙ୍କ ଧୄବିକରଣ ହୋଇ ସେଥିରୁ ଯଦି ନିର୍ବାଚନୀ ଫାଇଦା  ଗୋଟାଇ ହେଉଛି ଏବଂ ସେମାନଙ୍କ ବ୍ରାଣ୍ଡର ପରିକଳ୍ପିତ ହିନ୍ଦୁରାଷ୍ଟର ଗଠନ ହେଉଛି ତେବେ ସରକାର ସେଥିରେ ସନ୍ତୁଷ୍ଟ।

କିନ୍ତୁ ଦେଶୀୟ ଓ ବିଦେଶୀ ପୁଞ୍ଜିନିବେଶକାରୀ ଯେ ଏହି ବ୍ୟାଘାତ ସୄଷ୍ଟିକାରୀ ବାତାବରଣରେ ପୁଞ୍ଜିନିବେଶ କରିବେ ଓ ଦେଶରେ ରୋଜଗାର ସୄଷ୍ଟି ହେବ ସେ ଆଶା ନାହିଁ। ଅତୀତର ଅଭିଜ୍ଞତା ଭଳି ଏହାକୁ ମଧ୍ୟ ଆଉ ଏକ ଦେଶଭକ୍ତି ଯଜ୍ଞର ନାମ ଦେଇ ଦିଆଯାଇପାରେ। ଏହି ପ୍ରକ୍ରୀୟା ଆରମ୍ଭରୁ ସମସ୍ତଙ୍କୁ କୁହାଯିବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ସେମାନେ ନାଗରିକ ବୋଲି ପ୍ରମାଣ କରିବା ପାଇଁ ସେମାନଙ୍କୁ ପ୍ରମାଣ ନଥି ଧରି ଏନ୍.ଆର୍.ସି କେନ୍ଦ୍ରକୁ ଦଉଡିବାକୁ ପଡିବ। ସେ ଆଦିବାସୀ ହେଉ କି ବିସ୍ଥାପିତ ହେଉ, ଶିକ୍ଷିତ ହେଉ କି ଗ୍ରାମାଞ୍ଚଳର ଅଶିକ୍ଷିତ ମୁଲିଆ ହେଉ ସମସ୍ତଙ୍କୁ ନଥି ପ୍ରମାଣ ଯୋଗାଡ କରି କେନ୍ଦ୍ର ଆଗରେ ଧାଡିରେ ଛିଡା ହେବାକୁ ପଡିବ। ସମସ୍ତେ ପୁଣି ଥରେ ଦୌଡିବେ।

Categories
ଆଜିର ଖବର

କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା : ଶାହା

କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି । ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ମାନଙ୍କୁ 5 ବର୍ଷ ପର୍ଯ୍ୟନ୍ତ ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି । ବୁଧବାର ରାଜ୍ୟସଭାରେ ଏହି ପରିବର୍ତ୍ତିତ ନିୟମ ସମ୍ପର୍କରେ ଶାହା ଘୋଷଣା କରିଥିଲେ । ଗାନ୍ଧୀ ପରିବାରର ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର ହେବା ପରେ ଏହାକୁ ନେଇ ସଂସଦର ଉଭୟ ଗୃହରେ କଂଗ୍ରେସ ସଦସ୍ୟ ହଙ୍ଗାମା କରିବାରୁ ଶେଷରେ ସରକାର ଏହି ନିୟମରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି ।