Categories
ଭିଡ଼ିଓ

Saif Alayas starrer Jawaani Jaaneman trailer out now || ଟ୍ରେଲର୍ ରିଲିଜ୍ |

Categories
ଆଜିର ଖବର

ବଣ୍ଟି ଔର ବବ୍‌ଲୀ ରିମେକ୍‌ରେ ସୈଫ୍‌-ରାଣୀ

ମୁମ୍ବାଇ, 24/11 : 2005ର ବଲିଉଡ ବ୍ଲକ୍‌ବଷ୍ଟର ବଣ୍ଟି ଔର ବବ୍‌ଲୀର ରିମେକ୍‌ରେ ଏକତ୍ର ଦେଖିବାକୁ ମିଳିବ ସୈଫ୍‌-ରାଣୀଙ୍କ ଯୋଡି । ପୂର୍ବରୁ ରାଣୀ ମୁଖାର୍ଜୀ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଏହି ଫିଲ୍ମ ପାଇଁ ସମ୍ମତି ପ୍ରଦାନ କରିଥିବା ବେଳେ ଶନିବାର ଏହି ଫିଲ୍ମ ପାଇଁ ନିଜର ସମ୍ମତି ପ୍ରଦାନ କରିଛନ୍ତି । ସାଦ୍‌ ଅଲୀ ପ୍ରଥମ ଭାଗର ନିର୍ଦ୍ଦେଶନା ଦେଇଥିବା ବେଳେ ବରୁଣ ଭି ଶର୍ମା ଏହି ଭାଗର ନିର୍ଦ୍ଦେଶନା ଦେଉଛନ୍ତି । ବରୁଣ ପୂର୍ବରୁ ସୁଲତାନରେ ଲେଖକ ଭାବରେ କାମ କରିଛନ୍ତି । ସୈଫ୍‌ଙ୍କ ଅଭିନୀତ ତାନାଜୀ ଜାନୁୟାରୀ 11ରେ ରିଲିଜ୍‌ ହେବାକୁ ଯାଉଥିବାବେଳେ ଆସନ୍ତା ଫେବୃୟାରୀରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ପୂର୍ବରୁ ସୈଫ୍‌-ରାଣୀ ଏକତ୍ର ହମ୍‌ତୁମ୍‌ ଏବଂ ତାରା ରମ୍‌ ପମ୍‌ରେ ନଜର ଆସିଥିବା ବେଳେ ଦର୍ଶକ ଉଭୟଙ୍କୁ ବହୁତ ପସନ୍ଦ କରିଥିଲେ । 2007 ପରେ ଉଭୟ ଏକତ୍ର ନଜର ଆସିବାକୁ ଯାଉଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଶର୍ବରୀ ଓ୍ବାଘ ପ୍ରମୁଖ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ରିଲିଜ୍‌ ହେଲା ତାନାଜୀର ଟ୍ରେଲର

ଐତିହାସିକ ବଲିଉଡ୍‌ ଫିଲ୍ମ ତାନାଜୀର ଟ୍ରେଲର ରିଲିଜ୍‌ ହୋଇଛି । ଅଜୟ ଦେବଗନଙ୍କ 100 ତମ ଫିଲ୍ମ ତାନାଜୀରେ ସୈଫ ଅଲ୍ଲୀ ଖାନ ଓ କାଜଲଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଅଜୟ ତାନାଜୀ ମାଲୁସାରେଙ୍କ ଚରିତ୍ରରେ ନଜର ଆସୁଥିବା ବେଳେ କାଜୋଲ୍‌ ତାଙ୍କ ପତ୍ନୀ ସାବିତ୍ରୀ ବାଇ ମାଲୁସାରେଙ୍କ ଚରିତ୍ରରେ ନଜର ଆସୁଛନ୍ତି । ସୈଫ୍‌ ଅଲ୍ଲୀ ଖାନ୍‌ ଉଦୟ ଭାନ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମରେ ମରାଠା ଏବଂ ମୋଗଲଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଫିଲ୍ମଟି 10 ଜାନୁୟାରୀ 2020ରେ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମଟି ଉଭୟ 2ଡି ଏବଂ 3ଡିରେ ରିଲିଜ୍‌ ହେବାକୁ ଯାଉଛି ।