Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ୍ ୨୦୨୩: ନିଲାମ ପରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରାୟ ସ୍ପଷ୍ଟ ହେଲା ଖେଳାଳି ଏକାଦଶ!

ନୂଆଦିଲ୍ଲୀ: ୨୦୨୩ ପାଇଁ ନିଲାମ ଆଜି କୋଚିରେ ଅନୁଷ୍ଠିତ ହୋଇଯାଇଛି। ଆଇପିଏଲର ସମସ୍ତ ଦଳ ଏଥିରେ ଭାଗ ନେଇଛନ୍ତି। ଏହି ନିଲାମରେ ସାମ୍ କୁରାନ୍ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୧୮.୫୦ କୋଟିରେ କିଣିଛି। ଆଇପିଏଲ୍ ଇତିହାସରେ କୁରାନ୍ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି। ଏହି ନିଲାମରେ ଚେନ୍ନାଇ ସୁପର କିଙ୍ଗ୍ସ ବେନ୍ ଷ୍ଟୋକ୍ସଙ୍କ ଉପରେ ସବୁଠାରୁ ବଡ ବାଜି ଲଗାଇଥିଲା। ତାଙ୍କୁ ସିଏସକେ ୧୬.୨୫ କୋଟିରେ କିଣିଛି। ନିଲାମରେ ବଡ କ୍ରୟ ବିଷୟରେ କହିବାକୁ ଗଲେ, ସିଏସକେର ଏକାଦଶ ଖେଳାଳି ମଧ୍ୟ ପ୍ରାୟ ସ୍ପଷ୍ଟ ହୋଇଯାଇଛି।

ଷ୍ଟୋକ୍ସ ସିଏସକେ ରେ ଯୋଗଦେବା ସହିତ ଦଳ ଅଧିକ ଶକ୍ତିଶାଳୀ ହୋଇଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଦ୍ୱାରା ମିଡିଲ ଅର୍ଡର ପାଇଁ ଷ୍ଟୋକ୍ସଙ୍କୁ ଦଳ ବ୍ୟବହାର କରିପାରେ। ଏହା ସହିତ ସେ ଫିନିଶର ଭୂମିକାରେ ମଧ୍ୟ କାର୍ଯ୍ୟ କରିପାରନ୍ତି। ଧୋନି ତାଙ୍କ ଏକାଦଶରେ ରିତୁରାଜ ଗାଇକ୍ଵାଡ ଏବଂ ଡିଭନ୍ କନୱେଙ୍କୁ ସାମିଲ କରିପାରନ୍ତି। ମୋଏନ ଅଲି ଏବଂ ରାୟୁଡୁ ମଧ୍ୟ ଖେଳାଳି ଏକାଦଶର ଅଂଶ ହୋଇପାରନ୍ତି। ଏମାନେ ସମସ୍ତେ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। ତେଣୁ କୌଣସି ପରିସ୍ଥିତିରେ ସେମାନଙ୍କୁ ବାହାରେ ରଖିବା ଠିକ୍ ହେବ ନାହିଁ। ଦଳ ବୋଲିଂ ପାଇଁ ମୁକେଶ ଚୌଧୁରୀ ଏବଂ ଦୀପକ ଚହରଙ୍କୁ ସୁଯୋଗ ଦେଇପାରେ।

ଚେନ୍ନାଇ ସୁପର କିଙ୍ଗ୍ସ ସମ୍ଭାବ୍ୟ ଖେଳାଳି ଏକାଦଶ: ରିତୁରାଜ ଗାଇକ୍ଵାଡ, ଡିଭନ୍ କନୱେ, ମୋଇନ୍ ଅଲି, ଅମ୍ବାତି ରାୟୁଡୁ, ବେନ୍ ଷ୍ଟୋକ୍ସ, ମହେନ୍ଦ୍ର ସିଂ ଧୋନି, ରବିନ୍ଦ୍ର ଜାଡେଜା, ଦୀପକ ଚହର, ସମରଜିତ ସିଂ, ମହିଷ ତୀକ୍ଷଣା, ମୁକେଶ ଚୌଧୁରୀ।