Categories
ଆଜିର ଖବର ମନୋରଂଜନ ସିନେମା

ଜୁନିୟର ଏନ୍‌ଟିଆରଙ୍କ ବିପକ୍ଷରେ ନଜର ଆସିବେ ସାମନ୍ଥା

ହାଇଦ୍ରାବାଦ : ଜୁନିୟର୍‌ ଏନ୍‌ଟିଆର୍‌ଙ୍କ ବିପକ୍ଷରେ ପୁଣିଥରେ ନଜର ଆସିବାକୁ ଯାଉଛନ୍ତି ସାମନ୍ଥା ଅକ୍କିନେନୀ । ପୂର୍ବରୁ 4ଟି ଫିଲ୍ମରେ ଏକତ୍ର ନଜର ଆସିଥିବା ଏହି ଯୋଡି ତ୍ରିବିକ୍ରମ୍‌ ଶ୍ରୀନିବାସଙ୍କ ଅପ୍‌କମିଙ୍ଗ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଆସନ୍ତା ମେ ମାସରୁ ଏହି ଫିଲ୍ମଟିର ସୁଟିଂ ଆରମ୍ଭ ହେବାକୁ ଯାଉଥିବା ବେଳେ ଫିଲ୍ମଟି ଏପ୍ରିଲ୍‌ 2021ରେ ରିଲିଜ୍‌ ହେବାକୁ ଯାଉଛି । ସାମନ୍ଥାଙ୍କ ବ୍ୟତିତ ରଶ୍ମିକା ମନ୍ଦାନା ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ତ୍ରିବିକ୍ରମଙ୍କ ସହିତ ଏନ୍‌ଟିଆର 2018ର ବ୍ଲକ୍‌ବଷ୍ଟର ଫିଲ୍ମ ଅରବିନ୍ଦ ସମେଥା ବୀର ରାଘବାରେ ନଜର ଆସିଥିଲେ । ଜୁନିୟର୍‌ ଏନ୍‌ଟିଆର ଅପ୍‌କମିଙ୍ଗ ଫିଲ୍ମ ଆରଆରଆରରେ ନଜର ଆସିବାକୁ ଯାଉଥିବା ବେଳେ ସାମନ୍ଥା ଜାନୁରେ ନଜର ଆସିବାକୁ ଯାଉଛନ୍ତି । (ଏଜେନ୍ସି)