Categories
ଆଞ୍ଚଳିକ

କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

କୃଷ୍ଣଚନ୍ଦ୍ର ସୁଆଁସିଆ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସହିତ ପାଠ୍ୟଚକ୍ର ଅନୁଷ୍ଠିତ ହୋଇଛି। ଓଡ଼ିଆ ବିଭାଗର ମୁଖ୍ୟ ପ୍ରକାଶ ଚନ୍ଦ୍ର ଜେନା ଏହି କାର୍ଯ୍ୟକ୍ରମର ପୌରହିତ୍ୟ କରିଥିଲେ । ଡ. ହରେକୃଷ୍ଣ ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରଫେସର ପ୍ରକାଶ ସ୍ବାଇଁ ଏବଂ କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ରାଉତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ବିଭାଗର ଶେଷବର୍ଷର ବିଦ୍ୟାର୍ଥୀ ଶିକ୍ଷା ସମୟରେ ଗଢିଉଠିଥିବା ଭାବ ଓ ଅମୂଲ୍ୟ ଜ୍ଞାନ ଆହରଣ କରିବାର ସୁନ୍ଦର ଅନୁଭୂତି ପ୍ରକାଶ କରିବା ପରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ଅଧ୍ୟାପକ ସିମାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଞ୍ଚଳିକ ରାଜ୍ୟ ଖବର

ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀଙ୍କ ପ୍ରାଣହାନି

ସମୀକ୍ଷା ବ୍ୟୁରୋ
ସାନଖେମୁଣ୍ଡି : ବିଦ୍ୟୁତ୍‌ ଆଘାତରେ ସାନଖେମୁଣ୍ଡିର ଜଣେ ଚାଷୀ ପ୍ରାଣ ହରାଇଛନ୍ତି । ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ପଞ୍ଚାୟତର ସନ୍ତୋଷ କୁମାର ପାଢ଼ୀ(55) ନିଜ ଜମିରେ ପାଣି ମଡାଇବାକୁ ଯାଇଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି । ବିଦ୍ୟୁତ୍‌ ଆଘାତରେ ଗୁରୁତର ସନ୍ତୋଷଙ୍କୁ ତୁରନ୍ତ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ୍‌ ପକ୍ଷରୁ ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁରକୁ ପଠାଇ ଦିଆଯାଇଛି ।