Categories
ଆଜିର ଖବର ଜାତୀୟ ଖବର

ବରିଷ୍ଠଙ୍କୁ କଂଗ୍ରେସରୁ ବାଦ ଦିଆଯିବା ଉଚିତ୍‌ : ସଞ୍ଜୟ ନିରୂପମ

ମୁମ୍ବାଇ : 70 ବର୍ଷରୁ ଅଧିକ ବୟସ୍କ ନେତାଙ୍କୁ କଂଗ୍ରେସରୁ ବାଦ ଦିଆଯିବା ଉଚିତ୍‌ ବୋଲି ସଞ୍ଜୟ ନିରୂପମ ମତ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି ଭାବରେ ପୁନଃ ଅବସ୍ଥାପିତ କରାଯିବା ଉଚିତ୍‌ ବୋଲି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନିରୂପମ ମତ ଦେଇଛନ୍ତି । ବରିଷ୍ଠ ନେତୃବୃନ୍ଦଙ୍କ ନେତୃତ୍ବରେ ଦଳ ଆଗକୁ ଯାଉନାହିଁ ତେଣୁ ବରିଷ୍ଠଙ୍କୁ ବାଦ ଦେଇ ରାହୁଲ ଏବଂ ଅନ୍ୟାନ୍ୟ ଯୁବ ନେତୃତ୍ବଙ୍କ ହାତରେ ଦଳର କମାଣ ଦେବାର ସମୟ ଆସିଯାଇଛି ବୋଲି ନିରୂପମ ମତ ଦେଇଛନ୍ତି । (ଏଜେନ୍ସି)