Categories
ଆଜିର ଖବର ଜାତୀୟ ଖବର

କରୋନାକୁ ନେଇ ରାହୁଲଙ୍କ ମତାମତକୁ ମୋଦି ଗ୍ରହଣ କରିବା ଉଚିତ୍‌ : ସଞ୍ଜୟ ରାଉତ

ମୁମ୍ବାଇ : କରୋନାକୁ ନେଇ ରାହୁଲ ଗାନ୍ଧୀଙ୍କ ମତାମତକୁ ପ୍ରଧାନମନନ୍ତ୍ରୀ ଗ୍ରହଣ କରିବା ଉଚିତ୍‌ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ମତ ଦେଇଛନ୍ତି । ମୋଦି ସରକାର ଏକ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଦେଶ ବର୍ତ୍ତମାନ କରୋନା ଭାଇରସ୍‌ ସହିତ ସଂଘର୍ଷ କରୁଛି । ସରକାରଙ୍କ ନିକଟରେ ଲକ୍‌ଡାଉନ୍‌ର ବାହାରିବାର କୌଣସି ରାସ୍ତା ନଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ମତାମତକୁ ମୋଦି ଗ୍ରହଣ କରିବା ଉଚିତ୍‌ ବୋଲି ସଞ୍ଜୟ ସାମ୍ନାରେ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଦେଶ ପ୍ରତି କିଛି ଅବଦାନ ରହିଥାଏ ତେଣୁ ସରକାରଙ୍କ ସପକ୍ଷରେ ରହିଥିବା ବ୍ୟକ୍ତିଙ୍କ ମତାମତ ସହିତ ବିରୋଧୀ ଆସନରେ ବସିଥିବା ବ୍ୟକ୍ତିଙ୍କ ମତାମତ ଗ୍ରହଣ କରିବା ଉଚିତ୍‌ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

2014ରେ ମଧ୍ୟ ଶିବସେନା କଂଗ୍ରେସର ସହାୟତା ମାଗିଥିଲା : ପୃଥ୍ବୀରାଜ

ମୁମ୍ବାଇ : ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଇନ୍ଦିରା ଗାନ୍ଧୀ ମନ୍ତବ୍ୟ ପରେ ମହା ବିକାଶ ଅଘାଡିର ବିବାଦ ସାମ୍‌ନାକୁ ଆସିଛି । ମହା ବିକାଶ ଅଘାଡିର ସହଯୋଗୀ ଦଳ କଂଗ୍ରେସ ଏବଂ ଶିବସେନା ପରସ୍ପରକୁ ଦୋଷାରୋପ କରୁଛନ୍ତି । 2014ରେ ମଧ୍ୟ ସରକାର ଗଠନ ପାଇଁ ଶିବସେନା ପକ୍ଷରୁ କଂଗ୍ରେସର ସହାୟତା ମଗା ଯାଇଥିଲା ବୋଲି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ବୀରାଜ ଚଭନ କହିଛନ୍ତି । 2014ରେ ବିଜେପିକୁ କ୍ଷମତାରୁ ଦୂରେଇବା ପାଇଁ ଶିବସେନା ଏନ୍‌ସିପି ଜରିଆରେ ପ୍ରସ୍ତାବ ଦେଇଥିଲା ମାତ୍ର ମୁଁ ତୁରନ୍ତ ଉକ୍ତ ପ୍ରସ୍ତାବକୁ ଖାରଜ କରି ଦେଇଥିଲି ବୋଲି ଚଭନ କହିଛନ୍ତି । ଅତୀତରେ ମଧ୍ୟ କଂଗ୍ରେସ ନିର୍ବାଚନ ହାରିଥିଲା ଏବଂ ବିରୋଧୀ ଆସନରେ ବସିଥିଲା ମାତ୍ର ଦେବେନ୍ଦ୍ର ଫଡନବିସ୍‌ ଗଣତନ୍ତ୍ରର ହତ୍ୟା କରିବାକୁ ଚେଷ୍ଟା କରୁଥିବାରୁ ଶିବସେନା ସହାୟତାରେ ସରକାର ଗଠନର ନିଷ୍ପତ୍ତି ନେଇଥିଲେ କଂଗ୍ରେସ ଏବଂ ଏନ୍‌ସିପି । (ଏଜେନ୍ସୀ)

Categories
ଆଜିର ଖବର

ଉପବାଚସ୍ପତି ପଦବୀକୁ ନେଇ ଶିବସେନାର ବିରୋଧ

ଲୋକସଭା ନିର୍ବାଚନ ସରିବା ପରେ ଏବେ ମନ୍ତ୍ରିମଣ୍ଡଳ ଓ ପଦକୁ ନେଇ ଦ୍ବନ୍ଦ୍ବ ଦେଖାଦେଉଛି। ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଉପବାଚସ୍ପତି ପଦ ମିଳିବାକୁ ନେଇ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ନିର୍ବାଚନରେ ଦେଶରେ ଏନଡ଼ିଏ ବିପୁଳ ସମର୍ଥନ ପାଇଥିଲା। ଏନ୍‌ଡିଏର ଅଂଶୀଦାର ଦଳମାନେ ଏବେ ବିଜେପି ଉପରେ ଟିକେ ନାଖୁସ୍‌ ହୋଇଥିବାର ଜଣାପଡୁଛି। ମନ୍ତ୍ରିମଣ୍ଡଳକୁ ନେଇ ଜେଡିୟୁ ପୂର୍ବରୁ ବିଜେପି ଉପରେ ଅସନ୍ତୋଷ ଜାହିର୍‌ କରିଥିବାବେଳେ ଏବେ ଶିବସେନା ମଧ୍ୟ ଏହି କ୍ରମରେ ସାମିଲ୍‌ ହୋଇଛି। ଶିବସେନା ମୁଖପାତ୍ର ସଂଜୟ ରାଉତ ଟାର୍ଗେଟ କରି କହିଛନ୍ତି ଯେ, ଏନଡ଼ିଏରେ ଶିବସେନା ଦ୍ବିତୀୟ ବୃହତ୍ତମ ଅଂଶୀଦାର ଦଳ। ଓଡ଼ିଶାରେ ବିଜେଡ଼ି ବିଜେପି ବିରୋଧରେ ନିର୍ବାଚନ ଲଢିଥିଲା। ଶିବସେନା କିମ୍ବା ଏନଡ଼ିଏର କୌଣସି ଅଂଶୀଦାରକୁ ଉପବାଚସ୍ପତି ପଦ ମିଳିବା ଉଚିତ ବୋଲି କହିଛନ୍ତି ସଞ୍ଜୟ।