Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡକୁ 5 ଓ୍ବିକେଟ୍‌ରେ ପରାସ୍ତ କଲା ଭାରତ ‘ଏ’

ଅକ୍‌ଲାଣ୍ଡ : ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ରହିଥିବା ଭାରତୀୟ ‘ଏ’ ଦଳ କ୍ରମାଗତ ତୃତୀୟ ବିଜୟ ସହିତ ସିରିଜ୍‌ ବିଜୟୀ ହୋଇଛି । ତୃତୀୟ ମ୍ୟାଚ୍‌ରେ ଭାରତ ‘ଏ’ 5 ଓ୍ବିକେଟ୍‌ରେ ବିଜୟୀ ହେବା ସହିତ ସିରିଜ୍‌ ବିଜୟୀ ହୋଇଛି । ଭାରତୀୟ ବୋଲର ନ୍ୟୁଜିଲ୍ୟାଣ୍ଡକୁ 230 ରନ୍‌ରେ ସୀମିତ ରଖିଥିବା ବେଳେ ବ୍ୟାଟ୍ସମ୍ୟାନ୍‌ 30 ଓଭର ମଧ୍ୟରେ 5 ଓ୍ବିକେଟ ହରାଇ ଭାରତ ବିଜୟ ହାସଲ କରିଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ 3ଟି ଓ୍ବିକେଟ ହାସଲ କରିଥିବା ବେଳେ ଅକ୍ଷର ପଟେଲ ଏବଂ ଖଲୀଲ ଅହମଦ ଦୁଇଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । 231 ରନ୍‌ର ପିଛା କରୁଥିବା ଭାରତ ପକ୍ଷରୁ ପୃଥ୍ବୀ ଶ (48) ଏବଂ ମୟଙ୍କ ଅଗ୍ରଓ୍ବାଲ(29) 79 ରନ୍‌ର ଭାଗିଦାରୀ କରିଥିଲେ । ଶୁଭମାନ ଗିଲ୍‌(30) ରନ୍‌ ସଂଗ୍ରହ କରିଥିବା ବେଳେ ସଞ୍ଜୁ ସାମ୍‌ସନ୍‌ (39) ଏବଂ ସୂର୍ଯ୍ୟ କୁମାର ଯାଦବ (35) ଆକ୍ରମଣାତ୍ମକ ବ୍ୟାଟିଂ କରି ମ୍ୟାଚ୍‌ 30 ଓଭର ମଧ୍ୟରେ ଶେଷ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜିମି ନିଶାମ୍‌ 25 ରନ୍‌ରେ ଦୁଇଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡ ଟି20 ଏବଂ ଦିନିକିଆ ସିରିଜ୍‌ରୁ ବାଦ ପଡିଲେ ଧଓ୍ବନ୍‌

ମୁମ୍ବାଇ : ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶୃଙ୍ଖଳାରୁ ବାଦ ପଡିଛନ୍ତି ଶିଖର ଧଓ୍ବନ୍‌ । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ସିରିଜ୍‌ରେ ଆହତ ହେବା କାରଣରୁ ଧଓ୍ବନ୍‌ଙ୍କୁ ଟି20 ଏବଂ ଦିନିକିଆ ସିରିଜ୍‌ରୁ ବାଦ ପଡିଛନ୍ତି । ରାଜକୋଟ ଦିନିକିଆରେ ଧଓ୍ବନ୍‌ଙ୍କ ପଞ୍ଜରାରେ ବଲ୍‌ ବାଜିଥିବା ବେଳେ ସେ ଆହତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଫିଲ୍‌ଡିଂ କରିନଥିଲେ । ଫିଜିଓ ତୃତୀୟ ଦିନିକିଆ ପାଇଁ ଫିଟ୍‌ ଘୋଷଣା କରିବା ପରେ ଧଓ୍ବନ୍‌ ଖେଳିଥିବା ବେଳେ ଫିଲ୍‌ଡିଂ କରି ଆହତ ହୋଇଥିଲେ । ଆହତ ହେବା ପରେ ଧଓ୍ବନ୍‌ ବ୍ୟାଟିଂ କରିନଥିଲେ । ଜାନୁୟାରୀ 24ରୁ 5 ମ୍ୟାଚ୍‌ ବିଶିଷ୍ଟ ଟି20 ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଧଓ୍ବନ୍‌ଙ୍କ ବଦଳ ଖେଳାଳି ଭାବରେ ସଞ୍ଜୁ ସାମ୍‌ସନ୍‌, ମୟଙ୍କ ଅଗ୍ରଓ୍ବାଲ କିମ୍ବା ପୃଥ୍ବୀ ଶଙ୍କୁ ଦଳରେ ସାମିଲ କରାଯାଇପାରେ । (ଏଜେନ୍ସୀ)

Categories
ଆଜିର ଖବର

ଓ୍ବିଣ୍ଡିଜ୍‌ ସିରିଜ୍‌ରୁ ବାଦ ପଡିଲେ ସାମ୍‌ସନ୍‌ : ଚୟନକର୍ତ୍ତାଙ୍କୁ ହରଭଜନଙ୍କ ସମାଲୋଚନା

ଭେଟେରାନ୍‌ ଭାରତୀୟ ସ୍ପିନର ହରଭଜନ ସିଂ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି । ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମ୍‌ସନଙ୍କୁ ଦଳରୁ ବାଦ ଦିଆଯିବା କାରଣରୁ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି ହରଭଜନ । ସାମ୍‌ସନ୍‌ ବାଂଲାଦେଶ ବିପକ୍ଷ ଟି20 ସିରିଜ୍‌ରେ ସ୍ଥାନ ପାଇଥିଲେ ମଧ୍ୟ ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇନଥିଲେ । ଅନ୍ୟପକ୍ଷରେ ନିୟମିତ ବିଫଳ ହେବା ସତ୍ତ୍ବେ ପନ୍ତଙ୍କୁ ପୁନର୍ବାର ସୁଯୋଗ ପ୍ରଦାନକୁ ହରଭଜନ ନାପସନ୍ଦ କରିଛନ୍ତି । ଜଣେ ଯୁବପ୍ରତିଭାଙ୍କ କ୍ୟାରିୟର ଖରାପ ହେଉଛି ଏବଂ ବିସିସିଆଇ ମୁଖ୍ୟ ଗାଙ୍ଗୁଲି ଏହା ଉପରେ ଧ୍ୟାନ ଦେବେ ବୋଲି ଭଜ୍ଜି କହିଛନ୍ତି । ପୂର୍ବରୁ କଂଗ୍ରେସ ସାଂସଦ ଶଶୀ ଥରୁର ମଧ୍ୟ ସମାନ ମାମଲାକୁ ନେଇ ଟ୍ବିଟ୍ଟର ଜରିଆରେ ବିସିସିଆଇକୁ ସଭାଲୋଚନା କରିଥିଲେ ।