Categories
ଆଜିର ଖବର ରାଜ୍ୟ ଖବର

ଜନ ପ୍ରତିନିଧିଙ୍କ ବେତନ ବୃଦ୍ଧି ନେଇ ସରକାରଙ୍କ ଘୋଷଣା

ଭୁବନେଶ୍ବର : ରାଜ୍ୟରେ ରହିଥିବା ବିଭିନ୍ନ ଜନ ପ୍ରତିନିଧିଙ୍କ ବେତନ ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଜିଲ୍ଲା ପରିଷଦ ସଭାପତି, ଉପସଭାପତି, ବ୍ଲକ୍‌ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମିତିସଭ୍ୟ, ସରପଞ୍ଚ, ନାଏବ ସରପଞ୍ଚ ଏବଂ ଓ୍ବାର୍ଡ ମେମ୍ବରଙ୍କ ବେତନ ବଢାଇବା ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏପ୍ରିଲ 2020ରୁ ପିଛିଲା ଭାବରେ ବର୍ଦ୍ଧିତ ବେତନ ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।

Categories
ଆଜିର ଖବର

ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ : 2 ସାଧାରଣ ନାଗରିକ ନିହତ

ଶ୍ରୀନଗର,27/11 : ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଗ୍ରେନେଡ ଆକ୍ରମଣରେ 2 ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଅନନ୍ତନାଗର ପଞ୍ଚାୟତ ଗୃହ ଉପରେ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ସରପଞ୍ଚ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଛି । ସୁରକ୍ଷାବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳକୁ ଘେରାବନ୍ଦି କରି ଖାନ୍ ତଲାସି ଆରମ୍ଭ କରିଛନ୍ତି । ଗୋଟିଏ ଦିନରେ ଆତଙ୍କବାଦୀଙ୍କ ଦ୍ବାରା ଏହା ଦ୍ବିତୀୟ ଆକ୍ରମଣ । ଏହା ପୂର୍ବରୁ ଆତଙ୍କବାଦୀ କାଶ୍ମୀର ବିଶ୍ବବିଦ୍ୟାଳୟ ବାହାରେ ଗ୍ରେନେଡ ଆକ୍ରମଣରେ ଦୁଇ ନାଗରିକ ଆହତ ହୋଇଥିଲେ । (ଏଜେନ୍ସୀ)