Categories
ଆଜିର ଖବର

ନିର୍ବାଚନ ଲଢିବାକୁ ଡରୁଛନ୍ତି ଧର୍ମେନ୍ଦ୍ର : ସସ୍ମିତ

ନିର୍ବାଚନ ହେବାକୁ ଆଉ ଅଳ୍ପ ସମୟ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ପ୍ରତ୍ୟେକ ଦଳ ନିଜର ରଣନୀତି ପ୍ରସ୍ତୁତ କରିସାରି ରଣାଙ୍ଗନକୁ ଓହ୍ଲାଇଲେଣି। ଏବେ ଓଡ଼ିଶାରେ ରାଜନୀତି ପରିବେଶ ବେଶ୍‌ ଉଷ୍ମ। ଓଡ଼ିଶା ରାଜନୀତିରେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ଜୋର୍‌ସୋର୍‌ରେ ଚାଲିଛି ରାଜନୀତି ପ୍ରତିଦ୍ବନ୍ଦ୍ବିତା। ଉଭୟ ଉଭୟଙ୍କୁ ଟାର୍ଗେଟ୍‌ କରିବା ସହ ଆରୋପ ପ୍ରତ୍ୟାରୋପ ଜୋର୍‌ସୋର୍‌ ଚାଲିଛି। ତେବେ ଏହି କ୍ଷେତ୍ରରେ ଶାସକ ବିଜେଡ଼ି ଓ ବିଜେପି ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାୟ ସବୁସମୟରେ ବିଜେଡ଼ିକୁ ଘେରୁଥିବାବେଳେ  ଆଜି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି। ଓଡ଼ିଶା ପାଇଁ ବିଜେପି ପ୍ରାୟ ସମସ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବାବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଏହି ପରିପ୍ରେକ୍ଷୀରେ ସସ୍ମିତ ପାତ୍ର ତାଙ୍କୁ ଆଜି ଘେରିଛନ୍ତି। ସେ କହିଛନ୍ତି ଯେ, ଧର୍ମେନ୍ଦ୍ର ବାବୁ ଡରୁଛନ୍ତି, ଓଡ଼ିଶାର ହାରିଯିବାର ଭୟ ତାଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ଦେଉନାହିଁ। ୨୦୦୦, ୨୦୦୪ରେ ନବୀନ ବାବୁଙ୍କ ହାତ ଧରି ଲଢ଼ିଥିଲେ, ୨୦୧୪ରେ ଓଡ଼ିଶାରୁ ନିର୍ବାଚନ ଲଢ଼ି ନଥିଲେ। ଚଳିତ ଥର ମଧ୍ୟ ପ୍ରାର୍ଥୀ ତାଲିକାରେ ତାଙ୍କର  ନା ନାହିଁ, ନିର୍ବାଚନ ଲଢ଼ିଲେ ଧର୍ମେନ୍ଦ୍ର ପ୍ରଧାନ ହାରିଯିବେ। ଏବଂ ସାଂସଦ ପଦ ମଧ୍ୟ ପଳାଇବ ବୋଲି କହିଛନ୍ତି ସସ୍ମିତ।  ଯଦି  ଧର୍ମେନ୍ଦ୍ରଙ୍କ ସତ୍‌ସାହସ ଅଛି  ନିର୍ବାଚନ ଲଢ଼ନ୍ତୁ, ପଛୁଆ ରାଜନୀତି କଲେ ଚଳିବ ନାହିଁ କହିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର।

Categories
ଆଜିର ଖବର

୧୨୦ ବିଧାନସଭା ଆସନ ଜିତିବା ପାଇଁ ଦାବି କରୁଥିବା ଦଳକୁ ପ୍ରାର୍ଥୀ ମିଳୁନାହାନ୍ତି : ସସ୍ମିତ

ନିର୍ବାଚନକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ କାଦୁଅଫିଙ୍ଗା ଚାଲିଥିବା ବେଳେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ବିଜେପିକୁ ସମାଲୋଚନା କରିଛନ୍ତି। ଶ୍ରୀ ପାତ୍ର ବିଜେପିକୁ ସମାଲୋଚନା କରି କହିଛନ୍ତି ଯେ ଦଳ ରାଜ୍ୟରେ ୧୨୦ ଆସନ ହାସଲ କରିବା ନେଇ ବାହାସ୍ଫୋଟ ମାରୁଥିଲେ ମଧ୍ୟ ଦଳକୁ ପ୍ରାର୍ଥୀ ମିଳୁନାହାନ୍ତି। ନିର୍ବାଚନ କମିଶନଙ୍କ ତରଫରୁ ନିର୍ବାଚନ ତାରିଖ ଘୋଷଣା ସରିଥିଲେ ମଧ୍ୟ ଦଳ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ। ଅପରପକ୍ଷରେ ବିଜେଡି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସକାଶେ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ଶେଷ ତାରିଖ ୨୫ ଓ ୨୬  ହୋଇଥିବା ବେଳେ ଦଳକୁ ପ୍ରାର୍ଥୀ ମିଳୁନଥିବା ନେଇ ତାତ୍ସଲ୍ୟ କରିଛନ୍ତି ବିଜେଡି ମୁଖପାତ୍ର  ଶ୍ରୀ ପାତ୍ର।  ସେହିପରି କଂଗ୍ରେସକୁ ମଧ୍ୟ କଟାକ୍ଷ କରି ଶ୍ରୀ ପାତ୍ର କହିଛନ୍ତି ଯେ, ଦଳ ସର୍ବଦା ମହିଳାଙ୍କ ସୁରକ୍ଷା ନିମନ୍ତେ ଚିତ୍କାର କରୁଥିଲେ ମଧ୍ୟ ଦଳର ଘୋଷିତ ପ୍ରାର୍ଥୀ ତାଲିକାରେ ଜଣେ ମାତ୍ର ମହିଳା ସ୍ଥାନ ପାଇବା ନିହାତି ଲଜ୍ଜାଜନକ ବିଷୟ।