Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ତିନୋଟି ଭାଷାକୁ ସ୍ବୀକୃତ ଦେବା ପାଇଁ ରାଜ୍ୟସଭାରେ ଦାବୀ କଲେ ସସ୍ମିତ ପାତ୍ର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରାଜ୍ୟସଭାରେ ଏକ ସ୍ୱତନ୍ତ୍ର ଉଲ୍ଲେଖ ନୋଟିସ ଜରିଆରେ ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର, ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରି ଏବଂ ଭୁମିଜ ଭାଷାକୁ ଅନ୍ତର୍ଭୁକ୍ତ କରିବାକୁ ଦାବି କରିଛନ୍ତି।

ରାଜ୍ୟସଭାରେ ସେ ଓଡିଆରେ ଭାଷଣ ପଢି ଏହି ଦାବୀ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ଏହି ଭାଷା କହୁଥିବା ଓଡିଶାର ଲକ୍ଷ ଲକ୍ଷ ଆଦିବାସୀ ଭାଇ ଓ ଭଉଣୀଙ୍କ ରହିଛନ୍ତି। ସନ୍ତାଳି ଭାଷା ପୂର୍ବରୁ ଅଷ୍ଟମ ଅନୁସୂଚୀତରେ ସ୍ଥାନିତ କରାଯାଇଛି।

ସାଧାରଣତଃ ରାଜ୍ୟସଭା ନିୟମ ଅନୁସାରେ ସ୍ବତନ୍ତ୍ର ଉଲ୍ଲେଖ ନୋଟିସ ଉପରେ ମନଇଚ୍ଛା କେହି କହିପାରିବେ ନାହିଁ। ଏହି ନୋଟିସରେ ସାଂସଦ ଲିଖିତ ଭାଷଣ ପଢିବା ପାଇଁ ଅନୁମତି ରହିଛି। ଫଳରେ ସାଂସଦ ସସ୍ମିତ ଏହି ଭାଷଣକୁ ଓଡିଆରେ ପଢିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ଭୁବନେଶ୍ବର : ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା । ଏନେଇ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି ସସ୍ମିତ । ପଜିଟିଭ୍‌ ଚିହ୍ନଟ ପରେ ଏବେ ହୋମ୍‌ ଆଇସୋଲେସନ୍‌ରେ ଥିବା ଜଣାଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଟେଷ୍ଟ କରାଇ ନେବାକୁ କହିଛନ୍ତି । ଆମେ ସମସ୍ତେ ମିଳିମିଶି କରୋନାକୁ ପରାସ୍ତ କରିପାରିବା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ,  ଆଜିଠାରୁ ବିଧାନସଭା ମୌସୁମୀ ଅଧିବେଶନ ହୋଇଛି। ଏହା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାୟକ ଓ ମନ୍ତ୍ରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ମୋଟ୍‌ 19ଜଣ କରୋନାରେ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି 5ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଗତକାଲି 12ଜଣଙ୍କର  ରିପୋର୍ଟ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପ୍ରଥମ ଦିନ 2 ଜଣଙ୍କର ପଜିଟିଭ୍‌ ରିପୋର୍ଟ ଚିହ୍ନଟ ହୋଇଥିଲା ।

Categories
ଆଜିର ଖବର ରାଜ୍ୟ ଖବର

ମହାମାରୀ ସମୟରେ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ : ସସ୍ମିତ ପାତ୍ର

ଭୁବନେଶ୍ବର : କରେନା ଭଳି ମହାମାରୀ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ମାସ୍କ କିଣାରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ସାଂସଦ ତଥା ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି ସ୍ପଷ୍ଟ କରିଛନ୍ତି । ଏକ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର 10 ଟଙ୍କାର ମାସ୍କକୁ 16 ଟଙ୍କାରେ କିଣା ଯିବାର ଯଥାର୍ଥତା ଓ ଏହା ପଛରେ ଥିବା ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, କେବଳ ଓଡିଶା ନୁହେଁ ଦେଶରେ ଅନ୍ୟାନ୍ୟ ରାଜ୍ୟ ମଧ୍ୟ ଅଧିକ ଦରାରେ ମାସ୍କ କିଣିଛନ୍ତି । କାରଣ ଲକଡାଉନ ଯୋଗୁଁ ଉତପାଦନ ଖର୍ଚ୍ଚ ଭଢିଯିବାରୁ ମାସ୍କ ଯୋଗାଣକାରୀ ସଂସ୍ଥା ଗୁଡିକ ଏହାର ଦର ବୃଦ୍ଧି କରିଥିଲେ ଏବଂ ଏହାକୁ ଦୃଷ୍ଟିରେ ରଖି 10 ଟଙ୍କାର ମାସ୍କକୁ 16 ଟଙ୍କାକୁ ବଢାଇଦେଇଥିଲେ ।

ଶ୍ରୀ ପାତ୍ର କହିଥିଲେ ଯେ ଓଡିଶା ମାସ୍କକୁ 16 ଟଙ୍କାରେ କିଣିଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକ ଏହାଠାରୁ ଯଥେଷ୍ଟ ଅଧିକ ଦରରେ କିଣିଥିଲେ । ଉଦାହରଣ ସ୍ୱରୂପ ଗୁଜୁରୁଟ 20 ଟଙ୍କା ଏବଂ କର୍ଣ୍ଣାଟକ18.74 ଟଙ୍କା, ତାମିଲନାଡୁ 15.96 ପାଇସା କିଣିଛନ୍ତି । କରୋନା ଭୟାବହତାକୁ ଦୃଷ୍ଟିକୁ ରଖି ଲୋକଙ୍କୁ ବଞ୍ଚାଇବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ମାସ୍କ କିଣା ଯାଇଛି । ଦେଶର ତଥା ରାଜ୍ୟର ଏଭଳି ଏକ ବିପତି ସମୟରେ କଂଗ୍ରେସ ଲୋକଙ୍କ ମନରେ ସନ୍ଦେହର ବାତାବରଣ ସୃଷ୍ଟି କରୁଛି ଏବଂ 4.5 କୋଟି ରାଜ୍ୟବାସୀ ଓ କରୋନା ଯୋଦ୍ଧାଙ୍କୁ ନିରୁତ୍ସାହିତ କରୁଛି । ଯଦି ବିପକ୍ଷ ଦଳଙ୍କ ନିକଟରେ କୌଣସି ପ୍ରମାଣ ଅଛି ତେବେ ସେମାନେ ପ୍ରଦାନ କରନ୍ତୁ । ତେବେ କଂଗ୍ରେସର ଏହି କୁତ୍ସିତ ରାଜନୀତିକୁ ରାଜ୍ୟବାସୀ କଦାପି କ୍ଷମା କରିବେ ନାହିଁ ବୋଲି ଶ୍ରୀ ପାତ୍ର ମତ ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟସଭାରେ କୋରୋନା ପ୍ରସଙ୍ଗ ଉପସ୍ଥାପନ କଲେ ସସ୍ମିତ୍‌ ପାତ୍ର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜ୍ୟସଭାରେ କୋରୋନା ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଟିଏମ୍‌ ସର୍ବସାଧାରଣ ବ୍ୟବହାର ସ୍ଥଳ ହୋଇଥିବା ବେଳେ ଏହାକୁ କିପରି ସୁରକ୍ଷିତ କରାଯିବ ଏବଂ ସଙ୍କ୍ରମଣ କରାଯିବ ଏହାକୁ ନେଇ ସସ୍ମିତ ପ୍ରଶ୍ନ ଉଠାଇଥିଲେ । ଏଟିଏମ୍‌କୁ ସମସ୍ତେ ଛୁଉଁଥିବା ବେଳେ ଏହାକୁ କିପରି ସୁରକ୍ଷିତ କରାଯିବ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଶ୍ରୀ ପାତ୍ର । ସେହିପରି ସମଗ୍ର ଦେଶରେ 51ଟି ପରୀକ୍ଷଣ କେନ୍ଦ୍ର ରହିଥିବା ବେଳେ ଏହାର ସଂଖ୍ୟା ବଢାଇବା ପାଇଁ ମଧ୍ୟ ଶ୍ରୀ ପାତ୍ର କହିଥିଲେ । ସେହିପରି ଡାକ୍ତରଙ୍କ ପାଇଁ ବ୍ୟବହୃତ ସୁଟ୍‌ ମଧ୍ୟ ଆବଶ୍ୟକ ସଂଖ୍ୟକ ନଥିବା ଉପରେ ପ୍ରଶ୍ନ ଉଠାଇଥିଲେ ଶ୍ରୀ ପାତ୍ର । ସେହିପରି ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ରହିଥିବା ବେଳେ ଘରୋଇ ବିମାନବନ୍ଦରରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁ କରାଯିବା ଉଚିତ୍‌ । ସେହିପରି ଓଡିଶା ବିଧାନସଭାରେ କରାଯାଇଥିବା ହାତଧୁଆ ସେସନ୍‌ ପରି ସଂସଦରେ ଏକ ସେସନ୍‌ କରିବା ପାଇଁ ପାତ୍ର ଅନୁରୋଧ କରିଥିଲେ । ସେହିପରି ଘରୁ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଥିବାରୁ ଏହା ଦ୍ବାରା ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ କେନ୍ଦ୍ର ସରକାର ଏହା ଉପରେ ଧ୍ୟାନ ଦେବା ଉଚିତ୍‌ ବୋଲି ଶ୍ରୀ ପାତ୍ର କହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଜାତି ଭିତ୍ତିରେ ଜନଗଣନା ପାଇଁ ରାଜ୍ୟସଭାରେ ସସ୍ମିତ ପାତ୍ରଙ୍କ ଦାବି

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡିଶାର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଜାତି ଭିତ୍ତିରେ ଜନଗଣନା ପାଇଁ ଦାବି କରିଛନ୍ତି । 2021ରେ ଅନୁଷ୍ଠିତ ହେବାକୁ ଥିବା ଜନଗଣନା ଜାତି ଭିତ୍ତିରେ କରିବା ପାଇଁ ସାଂସଦ ଦାବି କରିଛନ୍ତି । 1931ରେ ଶେଷଥର ପାଇଁ ଜାତି ଭିତ୍ତିରେ ଜନଗଣନା କରାଯାଇଥିଲା । 2011ରେ ମଧ୍ୟ ଜାତି ଭିତ୍ତିରେ ଜନଗଣନା କରାଯାଇଥିଲା ମାତ୍ର ପଛୁଆବର୍ଗଙ୍କ ତାଲିକା ପ୍ରକାଶ କରାଯାଇନଥିଲା । 2021ରେ ଜାତି ଭିତ୍ତିକ ଜନଗଣନା କରାଗଲେ ବିଭିନ୍ନ ପଛୁଆବର୍ଗର ଜାତିମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧାର ଲାଭ ଉଠାଇ ପାରିବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

Categories
ଆଜିର ଖବର ଜାତୀୟ ଖବର

ଶିକ୍ଷା କ୍ଷେତ୍ରରେ ଏଫ୍‌ଡିଆଇକୁ ନେଇ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ ଅନୁରାଗ ଠାକୁର

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଶିକ୍ଷାକ୍ଷେତ୍ରରେ ଶତ ପ୍ରତିଶତ ଏଫ୍‌ଡିଆଇକୁ ନେଇ ରାଜ୍ୟସଭାରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଶତ ପ୍ରତିଶତ ଏଫ୍‌ଡିଆଇ ଦ୍ବାରା ଭାରତୀୟ ଶିକ୍ଷାନୀତି ଏବଂ ଅର୍ଥନୀତି ପ୍ରଭାବିତ ହେବ କି ନାହିଁ ବୋଲି ପାତ୍ର ପ୍ରଶ୍ନ କଗରିଥିବା ବେଳେ ଅନୁରାଗ ଠାକୁର ଏହା ଉପରେ ଉତ୍ତର ରଖିଥିଲେ । ଭାରତୀୟ ଯୁବପିଢି ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ଏହି ନିଷ୍ପତ୍ତି ଦ୍ବାରା ପ୍ରଭାବିତ ହେବ ନାହିଁ । ଏହି ବ୍ୟବସ୍ଥା ଲାଗୁ କରିବା ପୂର୍ବରୁ ସରକାର ଏହା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରି ଏହି ନିଷ୍ପତ୍ତି ନେଇଥିବା ନେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ବିମାନବନ୍ଦର ଦୁର୍ଘଟଣା ମାମଲାରେ ବିଜେଡିର ସମବେଦନା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦର ଦୁର୍ଘଟଣା ନେଇ ବିଜେଡି ପକ୍ଷରୁ ସମବେଦନା ପ୍ରକାଶ ପାଇଛି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି । ବିଜେପି ଏହି ଘଟଣା ପାଇଁ ସରକାରଙ୍କୁ ଦାୟୀ କରୁଥିବାରୁ ସରକାରଙ୍କ ପକ୍ଷରୁ ବିଜେପିକୁ ସମାଲୋଚନା କରାଯାଇଛି । ଏଭଳି ଦୁଃଖଦ ଘଟଣାକୁ ନେଇ ବିଜେପି ଭଳି ବିଜେଡି ରାଜନୀତି କରେ ନାହିଁ ବୋଲି ସସ୍ମିତ କହିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କୁ ମାଗଣା ଚିକିତ୍ସା ଦାବି କରିଛି ବିଜେଡି । ଉଲ୍ଲେଖଯୋଗ୍ୟ ଯେ, ଘଟଣା ପରେ ପୋଲିସ୍‌ ପକ୍ଷରୁ ଠିକାଦାରଙ୍କୁ ଗିରଫ କରାଯାଇଛି ।

Categories
ଆଜିର ଖବର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବନିର୍ବାଚିତ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର

ସମୀକ୍ଷା ବ୍ୟୁରୋ

ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିଜେଡିର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଏବଂ ସସ୍ମିତ ପାତ୍ର। ଉଭୟ ନିର୍ବାଚିତ ହୋଇଥିବାର ପ୍ରମାଣପତ୍ରକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଖାଇଥିଲେ। ଖାଲିପଡିଥିବା ତିନୋଟି ଆସନ ମଧ୍ୟରୁ ବିଜେଡି ତରଫରୁ ରାଜ୍ୟସଭା ପାଇଁ ଦୁଇଜଣଙ୍କୁ ପ୍ରାର୍ଥୀ ଦିଆଯାଇଥିଲା। ଆଉ ଏକ ଆସନରେ ବିଜେପି ଦେଇଥିବା ପ୍ରାର୍ଥୀ ଅଶ୍ବନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିଥିଲା। ଏହି ତିନୋଟି ଆସନରେ ବିଜେଡିରୁ ଦୁଇ ଏବଂ ବିଜେପିର ଜଣେ ପ୍ରାର୍ଥୀ ରାଜ୍ୟସଭାକୁ ଯିବା ପାଇଁ ନିର୍ବାଚିତ ହୋଇଛନ୍ତି। ଅମର ପଟ୍ଟନାୟକ ବିଜେଡି ଆଇଟି ସେଲର ମୁଖ୍ୟ ଥିବା ବେଳେ ସସ୍ମିତ ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ରାଜ୍ୟସଭା ପ୍ରମାଣ ପତ୍ର ପାଇବା ପରେ ଉଭୟ ନୂଆଦିଲ୍ଲୀ ଗସ୍ତ କରି ସେଠାରେ ରାଜ୍ୟସଭାରେ ସେମାନେ ସଦସ୍ୟ ଭାବେ ଶପଥ ନେବେ।