Categories
ଆଜିର ଖବର ରାଜ୍ୟ ଖବର

ବିଜେଡ଼ିରେ ଯୋଗଦେଲେ ବ୍ଲକ ଅଧ୍ୟକ୍ଷାଙ୍କ ସହ ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟ

ଭୁବନେଶ୍ୱର: ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତଙ୍କ ସମେତ କଣାସ ଏବଂ ସତ୍ୟବାଦୀ ବ୍ଲକର ୨୫ ସରପଞ୍ଚ ଓ ୧୪ ସମିତି ସଭ୍ୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର, ପୂର୍ବତନ ମନ୍ତ୍ରୀ, ବିଧାୟକ, ବରିଷ୍ଠ ସାଧାରଣ ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା କଣାସ ବ୍ଲକ ଅଧ୍ୟକ୍ଷା, କଣାସ ଓ ସତ୍ୟବାଦୀ ବ୍ଲକର ୧୫ ସରପଞ୍ଚ, ୧୪ ସମିତି ସଭ୍ୟ ଏବଂ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଶ୍ରୀ ଦାସ, ଡକ୍ଟର ପାତ୍ର ଓ ଶ୍ରୀ ଦାସବର୍ମା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ସତ୍ୟବାଦୀ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ଦାସ, ଡକ୍ଟର ପାତ୍ର ଓ ଶ୍ରୀ ଦାସବର୍ମା କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଣାସ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ପର୍ବରେ ପୂର୍ବତନ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା, କଣାସ ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାପତି କବିତା ବୈରୀଗଞ୍ଜନ, ପୂର୍ବତନ କଣାସ ବ୍ଲକ ଅଧ୍ୟକ୍ଷ ସୁଶୀଲ ରାଉତ, ବରିଷ୍ଠ ବିଜେପି ନେତା ପ୍ରସନ୍ନ କୁମାର ପଟ୍ଟନାୟକ, ସରପଞ୍ଚ ଦୁଃଶାସନ ସ୍ୱାଇଁ, ବିଭୂତି ଭୂଷଣ ବେବର୍ତ୍ତା, ହରଧନ ପ୍ରଧାନ, ମହେଶ୍ୱର ସେଠୀ, ବନମାଳୀ ରାଉତ, ବ୍ରଜକିଶୋର ପାଢୀ, ତ୍ରିନାଥ ବଳିଆରସିଂହ, ସମିତସଭ୍ୟ ଝରଣା ସାମନ୍ତରାୟ, ବଦ୍ରିନାଥ ମହାରଥା, ସଂଗ୍ରାମ କେଶରୀ ଭୁଜବଳ, ଗୌରହରି ନାୟକ, ମନୋରଂଜନ ପାଇକରାୟ, ବାସନ୍ତୀ ବେହେରା, ଜିତେନ୍ଦ୍ର ବେହେରା, ଚିନ୍ମୟୀକୃଷ୍ଣବେଣୀ ଭଞ୍ଜ, ସରସ୍ୱତୀ ବିଶ୍ୱାଳ, ପୂର୍ବତନ ସମିତି ସଭ୍ୟ ତ୍ରିଲୋଚନ ନନ୍ଦ ବାବୁଲି ବିଶ୍ୱାଳ, ଲଲାଟ ନିଶଙ୍ଗ, ଶ୍ରୀନିବାସ ହରିଚନ୍ଦନ, ପୂର୍ବତନ ସରପଞ୍ଚ କାହ୍ନୁ ରଣସିଂହ, ରଜନୀକାନ୍ତ ସାମନ୍ତରାୟ, ବାସୁଦେବ ବେହେରା, ପ୍ରତାପ ପଟ୍ଟନାୟକ, ବିରତ ବଳବନ୍ତରାୟ, ହଟ ଛାଟୋଇ, ବରିଷ୍ଠ କଂଗ୍ରେସ ନେତା ରାଜେନ୍ଦ୍ର କୁମାର ଛୋଟରାୟ, ସମବାୟ ସମିତି ଦୁଷ୍ମନ୍ତ ପାଲଟାସିଂହ, ବରିଷ୍ଠ ବିଜେପି ନେତା ରଣକାନିଧି ବେହେରା, ନାଏବ ସରପଞ୍ଚ କେଶବ ବଳିଆରସିଂହ, ପ୍ରମୋଦ ଛାଟୋଇ, ଯୁବ ନେତା ପବିତ୍ର ମୋହନ ବାରିକ, ସମିତିସଭ୍ୟ ସୁମନ୍ତ ଘଟୁଆରୀ, ଝୁନି ପ୍ରଧାନ, ମଧୁସ୍ମିତା ଖାଟୋଇ, ଗ୍ରାମପଞ୍ଚାୟତ ବିଜେପି ସଭାପତି ଦୟାନିଧି ସ୍ୱାଇଁ, ନରସିଂହ ଆଚାର୍ଯ୍ୟ, ବିଜେପି ନାଏବ ସରପଞ୍ଚ ସର୍ବେଶ୍ୱର ବରାଳ, ପୂର୍ବତନ ସୋସାଇଟି ସଭାପତି ପ୍ରକାଶ ମହାରାଥୀ, ନାଏବ ସରପଞ୍ଚ ଭ୍ରମର ପରିଡା, କଂଗ୍ରେସ ନେତା ଧଡିଆ ସ୍ୱାଇଁ, ସୁଦର୍ଶନ ସାହୁ, ଭାସ୍କର ଜେନା, ମାନଓ ପ୍ରଧାନ, ପ୍ରଭାକର ପ୍ରଧାନ, ବିଚିତ୍ରା ପ୍ରଧାନ, ପ୍ରସନ୍ନ କୁମାର ସୁକରୀ, ବେଣୁଧର ପ୍ରଧାନ, ବାପୁ ନାୟକ, ପ୍ରସନ୍ନ ନାୟକ, ରଞ୍ଜନ ବାରିକ, ସତ୍ୟପ୍ରିୟା ବଳିୟାରସିଂହ, ଧବଳେଶ୍ୱର ପ୍ରଧାନ, ଦୀନବନ୍ଧୁ ପ୍ରଧାନ, ରାଜକିଶୋର ରଣସିଂହ, ପଠାଣି ଜେନା, ବିଜୟ ଶ୍ରୀଚନ୍ଦନ, ବାସନ୍ତୀ ବେହେରା, ପ୍ରକାଶ କୁମାର ସ୍ୱାଇଁ, ପ୍ରଭାତ କୁମାର ସାମନ୍ତରା, ଦିଲ୍ଲୀପ କୁମାର ପ୍ରଧାନ, ନିରଞ୍ଜନ ବରାଳ, ରଘୁନାଥ ପଟ୍ଟନାୟକ, ଅମୀୟ କୁମାର ବେହେରା, ପୟା ବରାଳ, ଧଡ଼ିଆ ପାତ୍ର, କନୁ ନାୟକ, ଗନ୍ଧର୍ବ ମଲ୍ଲିକ, ନବ ବାରିକ, କାଳୁ ବେହେରା, ସିଲୁ ପଟ୍ଟନାୟକ, ଚନ୍ଦୁ ମହାନ୍ତି, ଭଗବାନ ବିଶ୍ୱାଳ, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ରାଉତରାୟ, ଭାଗବତ ମହାପାତ୍ର, ଗୋଲକ ପ୍ରଧାନ, ବିରଞ୍ଚି ନାରାୟଣ ଦାସ, ଦେବାଶିଷ ବେହେରା, ସୁରେନ୍ଦ୍ର ମହାନ୍ତି, ଉପେନ୍ଦ୍ର ବେହେରା, ଛବି ପ୍ରଧାନ, ରବି ବେହେରା, ଜଟିଆ ପ୍ରଧାନ, ବିଜୟ ବେହେରା, ଅଶୋକ ପ୍ରଧାନ, ସବୁଜ ମିଶ୍ର, ଅଶ୍ୱିନୀ ମହାପାତ୍ର, ନାରାୟଣ ମିଶ୍ର, ପ୍ରମୋଦ ମିଶ୍ର, ପ୍ରମୋଦ ଗୁରୁ, ବାୟା ରାଜଗୁରୁ, ମୁଳ ଅଳସା, ମିଥୁନ ପ୍ରଧାନ, ସତ୍ୟପୀର ବଳିଆରସିଂହ, ଲକ୍ଷ୍ମୀଧର ପ୍ରଧାନ, ପ୍ରଭାକର ରାଉତରାୟ, ଦେବରାଜ ଗଜେନ୍ଦ୍ର, ଉମାକାନ୍ତ ପଣ୍ଠୋଇ, ବିକ୍ରମ ସୁନ୍ଦରାୟ, ହର ମୋହନ ନାୟକ, ପ୍ରତାପ କୁମାର ପଟ୍ଟନାୟକ, ସୁମନ୍ତ ବଳବନ୍ତରାୟଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ।

ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଦିବାକାର ପାତ୍ର ଉପସ୍ଥିତ ଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସତ୍ୟବାଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟ ହେଉଛି ଓଡ଼ିଆ ଜାତି ପାଇଁ ଏକ ଗୌରବମୟ ସମୟ।

ସେ କହିଲେ ଯେ ନିକଟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଆଜି ଓଡ଼ିଆ ବିଶ୍ବ ବିଦ୍ୟାଳୟର କ୍ୟାମ୍ପସ୍‌ ଉଦ୍‌ଘାଟିତ ହେଲା। ଜାନୁଆରୀ ୨୭ ତାରିଖରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି ଏବଂ ଫେବୃଆରୀ ୩ ତାରିଖରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ହେବ। ତେଣୁ ନିଶ୍ଚିତ ଭାବେ ଏହା ଆମ ସମସ୍ତଙ୍କ ପାଇଁ, ସମଗ୍ର ଓଡ଼ିଆ ଜାତି ପାଇଁ ଏହା ଏକ ଗୌରବର ସମୟ, ଅସ୍ମିତାର ସମୟ।

ଏହି ଅବସରରେ ବିଶ୍ବ ବିଦ୍ୟାଳୟ କୁଳପତି, ପ୍ରାଧ୍ୟାପକ, ଓ ଛାତ୍ର ଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଆମ ସଂସ୍କୃତି, ଆମ ଜୀବନଧାରା, ଆମ ପରମ୍ପରାକୁ  ଭିତ୍ତି  କରି ଭଲ  ଭଲ  ସାହିତ୍ୟ ସୃଷ୍ଟିକୁ  ପ୍ରୋତ୍ସାହନ ଦେବା ଦରକାର। ଏ ଦିଗରେ ଓଡିଆ ବିଶ୍ୱବିଦ୍ୟାଳୟ  ନେତୃତ୍ୱ ନେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ସତ୍ୟବାଦୀକୁ ଓଡିଆ ନବଜାଗରଣର ପୀଠ ଭାବେ ବର୍ଣ୍ଣନା କରି ସେ କହିଲେ ଯେ  ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁଙ୍କ କର୍ମଭୂମୀ ହେଉଛି ସତ୍ୟବାଦୀ।

ଏହି ଅବସରରେ ସେ ଆଦି କବି ସାରଳା ଦାସଙ୍କୁ  ପ୍ରଣାମ ଜଣାଇବା ସହ ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ବରପୁତ୍ର ମାନଙ୍କୁ ସେ ତାଙ୍କର ସମ୍ମାନ ଜଣାଇ ଥିଲେ। ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ମହାରଥୀ ମାନଙ୍କ ପ୍ରତି ମଧ୍ୟ ତାଙ୍କର ସମ୍ମାନ ଜଣାଇ ଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭାଷା ଗୋଟେ ଜାତିର ଅସ୍ମିତାର ପରିଚୟ। ଗୋଟେ ଜାତିର ମୁକୁଟ ହେଉଛି ତା’ର ଭାଷା। ଭାଷାର ବ୍ୟବହାର ବଢିଲେ ଏହା ସମୃଦ୍ଧ ହୋଇଥାଏ ଏବଂ ଜାତିର ଗୌରବ ବୃଦ୍ଧି କରିଥାଏ।

ସେ ପୁଣି କହିଲେ ଯେ  ଓଡିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଓଡିଆ ଭାଷା ଏକ ପ୍ରାଚୀନ ଭାଷା। ଏହା ଶାସ୍ତ୍ରୀୟ ମାନ୍ୟତା ଲାଭ କରିଛି। ଓଡିଆ ଭାଷାରେ ଅନେକ ସମୃଦ୍ଧ ସାହିତ୍ୟ ସୃଷ୍ଟି ହୋଇଛି।  ଆମ ସାହିତ୍ୟର ସାରା ବିଶ୍ୱରେ ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯିବା ଦରକାର। ଆମ ଭାଷା ପ୍ରତି ଯୁବପିଢିଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯିବା ଦରକାର। ସାମାଜିକ ଗଣମାଧ୍ୟମରେ  ଓଡ଼ିଆ ଭାଷାର ବ୍ୟବହାର  ବୃଦ୍ଧି କରାଯିବା ଦରକାର। ଏହା ସହିତ ଓଡିଆ ଭାଷା ଉପରେ ଅଧିକ ଗବେଷଣା କରାଯିବା ଦରକାର ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ଓଡିଆ ଭାଷା ଓ ଅସ୍ମିତାର ସୁରକ୍ଷା ପାଇଁ ଓଡିଆ ବିଶ୍ବବିଦ୍ୟାଳୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଏକ ବଡ ଅବଦାନ । ଓଡିଆ ବିଶ୍ବବିଦ୍ୟାଳୟ ଯୋଗୁ ଓଡିଆ ଭାଷା ଓ ସାହିତ୍ୟକୁ ଭଲ ପାଉଥିବା ଦେଶ ବିଦେଶରେ ରହୁଥିବା ଓଡିଆ ମାନେ ଖୁବ ଉତ୍ସାହିତ ବୋଲି ସେ କହିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, କୁଳପତି ପ୍ରଫେସର ସବିତା ପ୍ରଧାନ ପ୍ରମୁଖ ସେମାନଙ୍କ ଅଭିଭାଷଣ ଦେଇଥିଲେ। ଉଚ୍ଚଶିକ୍ଷା ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସ୍ବାଗତ ଭାଷଣ ଦେଇଥିଲେ ଏବଂ  କୁଳସଚିବ ରଶ୍ମୀରେଖା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନା ଯୋଗ୍ୟ ଯେ ସତ୍ୟବାଦୀ ଠାରେ ୨୦୧୮ ଅକ୍ଟୋବର ୯ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ବିଶ୍ଵବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିଥିଲେ। ଆଜି ଏହାର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟିତ ହୋଇଛି। ୯.୬୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ବିଶ୍ଵ ବିଦ୍ୟାଳୟକୁ ଅତ୍ୟାଧୁନିକ ସ୍ଥାପତ୍ୟ ଶୈଳୀ ଓ ଟେକ୍ନୋଲୋଜିରେ ନିର୍ମାଣ କରାଯାଇଛି। ପ୍ରଶାସନିକ ବିଲ୍ଡିଂ ରେ ସ୍ଥାପିତ ଓଡ଼ିଆ ବର୍ଣ୍ଣମାଳା ଅତୀବ ମନୋରମ ପରିଦୃଶ୍ୟ ହେଉଛି। ଏଥିରେ ସ୍କୁଲ ଅଫ ଲର୍ଣିଂ, ଗ୍ରନ୍ଥାଗାର,   ହଷ୍ଟେଲ, ରାଧାକୁଣ୍ଡ ପୁଷ୍କରିଣୀ, କାଫେଟେରିଆ, ଫାଉଣ୍ଟେନ୍ ଇତ୍ୟାଦି ରହିଛି। ଏ ସବୁ ନିର୍ମାଣ ଅତ୍ୟନ୍ତ ଚିତ୍ତାକର୍ଷକ ହୋଇଛି। ଏହା ସହିତ ମୁକ୍ତ ପରିବେଶରେ ପାଠ ପଢ଼ାର ବ୍ୟବସ୍ଥା ମଧ୍ୟ ଅଛି।