Categories
ଆଜିର ଖବର

ମୋଦି ସରକାରଙ୍କ କ୍ୟାବିନେଟ୍‌ କମିଟି : ଶାହା ବିଜେପିରେ ଦ୍ବିତୀୟ ଶକ୍ତିଶାଳୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ସରକାର ପରିଚାଳନା କରିବା ପାଇଁ ବିଭିନ୍ନ କ୍ୟାବିନେଟ କମିଟି ଗଠନ କରିଛନ୍ତି। ୭ଟି କ୍ୟାବିନେଟ୍‌ କମିଟିରେ ଅମିତ ଶାହାଙ୍କ ଉପସ୍ଥିତି ତାଙ୍କୁ ବିଜେପିର ଦ୍ବିତୀୟ ଶକ୍ତିଶାଳୀ ନେତା ଭାବରେ ଉପସ୍ଥିତ କରିଛି। ଏହା ସହିତ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ଦୁଇଟି ନୂତନ କ୍ୟାବିନେଟ କମିଟି ମଧ୍ୟ ଗଠନ କରାଯାଇଛି। ପ୍ରତିରକ୍ଷା ପାଇଁ ଗଠିତ କ୍ୟାବିନେଟ୍‌ କମିଟିରେ ଅମିତ ଶାହ, ରାଜନାଥ ସିଂ, ଏସ୍‌ ଜୟଶଙ୍କର ଏବଂ ନିର୍ମଳା ସୀତାରମଣ ଏହି କମିଟିରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିର ଅଧ୍ୟକ୍ଷ ରହିଛନ୍ତି। ଅମିତ ଶାହାଙ୍କ ବ୍ୟତିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ସମସ୍ତ ୭ଟି ଯାକ କ୍ୟାବିନେଟ୍‌ରେ ସ୍ଥାନ ପାଇଛନ୍ତି।

Categories
ଆଜିର ଖବର

ପ୍ରିୟା ପ୍ରକାଶ ଓ୍ବାରିୟରଙ୍କ ଦ୍ବିତୀୟ ବଲିଉଡ୍‌ ଫିଲ୍ମ

ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପ୍ରିୟା ପ୍ରକାଶ ଓ୍ବାରିୟର୍‌ ନିଜର ଦ୍ବିତୀୟ ବଳିଉଡ୍‌ ଫିଲ୍ମ ସାଇନ୍‌ କରିଛନ୍ତି। ମାଲାୟଲମ୍‌ ଫିଲ୍ମ ଓରୁ ଆଡାର ଲଭ୍‌ର ଏକ ଗୀତ ପାଇଁ ରାତାରାତି ଭାରତରେ ପ୍ରସିଦ୍ଧ ହୋଇଥିବା ଓ୍ବାରିୟର ନିକଟରେ ଲଭ୍‌ ହ୍ୟାକର୍‌ ନାମକ ଏକ ଫିଲ୍ମ ସାଇନ୍‌ କରିଛନ୍ତି। ପୂର୍ବରୁ ଶ୍ରୀଦେବୀ ବଙ୍ଗଲା ନାମକ ଏକ ବଲିଉଡ୍‌ ଫିଲ୍ମ ସାଇନ୍‌ କରିଥିଲେ ପ୍ରିୟା। ଫିଲ୍ମଟି ସାଇବର ହ୍ୟାକିଂ ଏବଂ ଏହାଦ୍ବାରା ପ୍ରେମରେ ପଡିଥିବା ଏକ ଯୁବତୀର କାହାଣୀ ବୋଲି ଜଣାପଡିଛି। ମୟଙ୍କ ପ୍ରକାଶ ଶ୍ରୀବାସ୍ତବ ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି। ଶ୍ରୀଦେବୀ ବଙ୍ଗଲାର ନିର୍ଦ୍ଦେଶନା ପ୍ରଶାନ୍ତ ମାମ୍ପିଲି ଦେଉଥିବା ବେଳେ ଏହାର ରିଲିଜ୍‌ ତାରିଖ ସ୍ଥିର ହୋଇ ନାହିଁ। ଏହି ଦୁଇଟି ଚଳଚିତ୍ର ସହିତ ଅଲ୍ଲୁ ଅର୍ଜୁନଙ୍କ ସହିତ ଏକ ତେଲୁଗୁ ଚଳଚିତ୍ରରେ ମଧ୍ୟ ନଜର ଆସିବେ ପ୍ରିୟା ପ୍ରକାଶ ଓ୍ବାରିୟର।

Categories
ଆଜିର ଖବର

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ୨୭୯ ପ୍ରାର୍ଥୀଙ୍କ ଭାଗ୍ୟପରୀକ୍ଷା

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି। ସକାଳ ୫.୩୦ ରେ ମକ୍ ପୋଲ ପରେ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି। ଏହି ପର୍ଯ୍ୟାୟରେ ରାଜ୍ୟର ୫ ଲୋକସଭା ଏବଂ ଏହି ସମସ୍ତ ଲୋକସଭା ଅନ୍ତର୍ଗତ ୩୫ ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ସମୁଦାୟ ୭୬ ଲକ୍ଷ ୯୩ ହଜାର ୧୨୩ ମତଦାତା ନିଜର ମତ ସାବ୍ୟସ୍ତ କରିବେ। ୯୧୧୭ ଟି ବୁଥରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଭୋଟରଙ୍କ ମଧ୍ୟରେ ୩୯ ଲକ୍ଷ ୪୫ ହଜାର ୦୨୫ ଗଣ ପୁରୁଷ ରହିଥିବା ବେଳେ ୩୭ ଲକ୍ଷ ୪୭ ହଜାର ୪୯୩ ଜଣ ମହିଳା ଭୋଟର ରହିଛନ୍ତି। ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ୩୫ ବିଧାନସଭା ପାଇଁ ୨୪୪ ଜଣ ପ୍ରାର୍ଥୀ ରହିଥିବା ବେଳେ ୫ଟି ଲୋକସଭା ଆସନ ପାଇଁ  ୩୫ ଜଣ ପ୍ରାର୍ଥୀ ରହିଛନ୍ତି। ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କାରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି।