Categories
ଆଜିର ଖବର ଜାତୀୟ ଖବର

ବିଦାର ଦେଶଦ୍ରୋହ ମାମଲାର ପ୍ରତିବାଦ : ସିଦ୍ଧରମୈୟା ଅଟକ

ବେଙ୍ଗାଲୁରୁ : କର୍ଣ୍ଣାଟକର ବିଦାରରେ ଦେଶଦ୍ରୋହ ମାମଲାରେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଅଟକ ରଖାଯାଇଛି । ପ୍ରତିବାଦ କରୁଥିବା ସମୟରେ ସିଦ୍ଧରମୈୟାଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କୁ ଅଟକ ରଖାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଦୀନେଶ ଗୁଣ୍ଡୁ ରାଓ, ରିଜଓ୍ବାନ ଅର୍ଶଦ୍‌ ଏବଂ କେ ସୁରେଶଙ୍କୁ ବେଙ୍ଗାଲୁରୁ ପୋଲିସ୍‌ ଅଟକ ରଖିଛି । ଉଲ୍ଲେଖଯୋଗ୍ୟ ଯେ, ବିଦାରର ଏକ ସ୍କୁଲରେ ସିଏଏ ଏବଂ ଏନ୍‌ଆରସି ବିରୋଧରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ବିଦ୍ୟାଳୟର ପ୍ରିନ୍ସିପାଲ ଏବଂ ଜଣେ ଅଭିଭାବକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ସହିତ ଉଭୟଙ୍କୁ ଗିରଫ କରାଯାଇଥିଲା । ଏହା ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

5 ଦିନିଆ ରିମାଣ୍ଡରେ ଶର୍ଜିଲ୍‌ ଇମାମ୍‌

ନୂଆଦିଲ୍ଲୀ : ଦେଶଦ୍ରୋହ ମାମଲାରେ ଗିରଫ ଶର୍ଜିଲ୍‌ ଇମାମ୍‌ଙ୍କୁ 5 ଦିନିଆ ରିମାଣ୍ଡରେ ପଠାଯାଇଛି । ଗତକାଲି ବିହାରର ଜେହାନାବାଦରୁ ଗିରଫ ହୋଇଥିଲେ ଶର୍ଜିଲ୍‌ ଇମାମ୍‌ । ଶାହିନ୍‌ବାଗ୍‌ରେ ଇମାମ ଦେଶ ବିରୋଧୀ ମନ୍ତବ୍ୟ ଦେବା ସହିତ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ । ଆସାମକୁ ଭାରତରୁ ଅଲଗା କରିବା ପରି ମନ୍ତବ୍ୟ ଦେଇଥିଲେ ଶର୍ଜିଲ୍‌ ଇମାମ୍‌ । ମଙ୍ଗଳବାର ଇମାମ୍‌ଙ୍କୁ ବିହାରର ଜେହାନାବାଦରୁ ଗିରଫ କରାଯାଇଥିଲା । ଉଲ୍ଲେଖଯୋଜ୍ୟ ଯେ, ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ସ୍ନାତକ ସର୍ଜିଲ୍‌ ଶାହିନବାଗରେ ନିଜ ଭାଷଣରେ ଦେଶବିରୋଧୀ ମନ୍ତବ୍ୟ ଦେଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଜେହାନାବାଦରୁ ଗିରଫ ହେଲେ ଶର୍ଜିଲ୍‌ ଇମାମ୍‌

ଜେହାନାବାଦ : ଜେହାନାବାଦରୁ ଗିରଫ ହୋଇଛନ୍ତି ଶର୍ଜିଲ୍‌ ଇମାମ୍‌ । ଦେଶଦ୍ରୋହ ମାମଲାରେ ଦିଲ୍ଲୀ ପୋଲିସ୍‌ ବିହାରର ଜେହାନାବାଦରୁ ଶର୍ଜିଲଙ୍କୁ ଗିରଫ କରିଛି । ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଏବଂ ଦେଶଦ୍ରୋହ ଅଭିଯୋଗରେ ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ୍‌ ଶର୍ଜିଲଙ୍କୁ ଗିରଫ କରାଯାଇଛି । ଗତକାଲି ଶର୍ଜିଲ୍‌ଙ୍କ ବାସଭବନରେ ଚଢାଉ କରାଯାଇ ତାଙ୍କ ମାଙ୍କ ସମେତ ତିନି ଜଣଙ୍କୁ ଅଟକ ରଖି ପଚରା ଉଚୁରା କରାଯାଇଥିଲା । ମଙ୍ଗଳବାର ତାଙ୍କ ଭାଇଙ୍କୁ ପୋଲିସ୍‌ ଗିରଫ କରିବା ପରେ ମଙ୍ଗଳବାର ଅପରାହ୍ନରେ ଜେହାନାବାଦରୁ ପୋଲିସ୍‌ ଇମାମଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଉଲ୍ଲେଖଯୋଜ୍ୟ ଯେ, ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ସ୍ନାତକ ସର୍ଜିଲ୍‌ ଶାହିନବାଗରେ ନିଜ ଭାଷଣରେ ଦେଶବିରୋଧୀ ମନ୍ତବ୍ୟ ଦେଇଥିଲେ । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଦେଶଦ୍ରୋହ ମାମଲା ସହିତ ଜେଏନ୍‌ୟୁ ଛାତ୍ରଙ୍କ ଘର ଉପରେ ରେଡ୍‌

ଜେହାନାବାଦ : ଜେଏନ୍‌ୟୁର ଜଣେ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ସହିତ ତାଙ୍କ ଘର ଉପରେ ପୋଲିସ୍‌ର ଚଢାଉ କରାଯାଇଛି । ଜେଏନ୍‌ୟୁ ଛାତ୍ର ସର୍ଜିଲ୍‌ ଇମାମ୍‌ ଦେଶ ବିରୋଧୀ ବୟାନ ଦେଇଥିବା କାରଣରୁ ତାଙ୍କ ଘର ଉପରେ ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଛି । ନର୍ଥଇଷ୍ଟ ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରିବା ସହିତ ଭାରତକୁ ଖଣ୍ଡ ବିଖଣ୍ଡିତ କରିବା ନେଇ ସର୍ଜିଲ ଶାହିନବାଗରେ ନିଜ ଭାଷଣରେ ପ୍ରକାଶ କରିଥିଲେ । ଆଇଆଇଟି ମୁମ୍ବାଇର କମ୍ପ୍ୟୁଟର ସାଇନ୍ସ ସ୍ନାତକ ସର୍ଜିଲ୍‌ଙ୍କ ଘର ଉପରେ ଜେହାନାବାଦ କମିଶନରେଟ ପୋଲିସ୍‌ ପକ୍ଷରୁ ଚଢାଉ କରାଯାଇଥିଲା । ସର୍ଜିଲ୍‌ ମିଳିନଥିବା ବେଳେ ତାଙ୍କର ଡ୍ରାଇଭର ଏବଂ ଦୁଇ ଜଣ ସମ୍ପର୍କୀୟଙ୍କୁ ପୋଲିସ୍‌ ଅଟକ ରଖି ପଚରା ଉଚୁରା କରିଥିଲା । ପରେ ତିନି ଜଣଙ୍କୁ ଛାଡି ଦିଆଯାଇଥିବା ନେଇ ଜେହାନାବାଦ କମିଶନର ମନୀଷ କୁମାର ସୂଚନା ଦେଇଛନ୍ତି ।(ଏଜେନ୍ସୀ)