Categories
ଆଜିର ଖବର

ରୟାଲ ସୋସାଇଟିକୁ ମନୋନୀତ ହେଲେ ଗଗନଦୀପ କଙ୍ଗ

ପ୍ରଥମଭାରତୀୟ ମହିଳା ବୈଜ୍ଞାନିକ ଭାବରେ ରୟାଲ ସୋସାଇଟି ଅଫ୍‌ ଲଣ୍ଡନ୍‌କୁ ମନୋନୀତ ହୋଇଛନ୍ତି ଗଗନଦୀପ କଙ୍ଗ। ଶିଶୁ ମାନଙ୍କ ପାଇଁ ଟାଇଫଏଡ୍‌ ଏବଂ ରୋଟା ଭାଇରସ୍‌ର ଟୀକା ନିର୍ମାଣରେ ଉଲ୍ଲେଖନୀୟ ସଫଳତା ପାଇଁ କଙ୍ଗଙ୍କୁ ମନୋନୀତ କରାଯାଇଛି ବୋଲି ବ୍ରିଟେନ୍‌ର ଏହି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି। ଜଣେ ଜୀବ ବିଜ୍ଞାନୀ ଭାବରେ ପ୍ରତିଷ୍ଠା ଲାଭ କରିଥିବା କଙ୍ଗ କ୍ରିଷ୍ଟିଆନ୍‌ ମେଡିକାଲ କଲେଜ୍‌, ଭେଲୋରରେ ପ୍ରଫେସର ଭାବରେ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ଶିକ୍ଷାଦାନ ଛାଡି ଟ୍ରାନ୍ସଲେସନାଲ ହେଲ୍ଥ ସାଇନ୍ସ, ଫରିଦାବାଦରେ ନିଜର ଗବେଷଣା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ରୟାଲ ଲଣ୍ଡନ ସୋସାଇଟି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ କଙ୍ଗ ଭାରତୀୟ ଶିଶୁଙ୍କ ପାଇଁ ଟାଇଫଏଡ୍‌ ଏବଂ ଅନ୍ତ୍ର ସଂକ୍ରମଣ ସମ୍ବନ୍ଧୀୟ ରୋଗରୁ ରକ୍ଷା କରିବା ପାଇଁ ଟୀକାର ପରୀକ୍ଷଣ ଉପରେ ଗବେଷଣା ରତ ଅଛନ୍ତି । କଙ୍ଗଙ୍କ ସହିତ ଆହୁରି ୫୦ ଜଣ ବୈଜ୍ଞାନିକଙ୍କୁ ଏହି ସମ୍ମାନ ଜନକ ପଦବୀ ପାଇଁ ମନୋନୀତ କରାଯାଇଛି। ଏହା ମଧ୍ୟରୁ ୧୦ ବିଦେଶୀ ସଦସ୍ୟ ରହିଛନ୍ତି। ଏପ୍ରିଲ ୧୬ ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା।