Categories
ଆଜିର ଖବର

ଶ୍ରୀଲଙ୍କା ବିସ୍ଫୋରଣ ଘଟଣା : ୬ ଭାରତୀୟଙ୍କ ସମେତ ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି

ଶ୍ରୀଲଙ୍କାରେ ଇଷ୍ଟର ଅବସରରେ ଗତକାଲି ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି ହୋଇଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିବାର ଖବର ମିଳିଛି। ମୃତକଙ୍କ ମଧ୍ୟରେ ୬ଜଣ ଭାରତୀୟ ରହିଥିବାର ସୂଚନା ମିଳିଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୪ ଜଣଙ୍କୁ ପୋଲିସ ଗିରଫ କରି ସାରିଛି। ଦୁଇ ଜଣ ଅଭିଯୁକ୍ତଙ୍କୁ ସୋମବାର ପୋଲିସ୍‌ ଡାମ୍ବୁଲାରୁ ଗିରଫ କରିଛି। ସେହିପରି ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ବୋଲି ପ୍ରଧାନମନ୍ତ୍ରୀ ରାନିଲ୍‌ ବିକ୍ରମେସିଂଘେ କହିଛନ୍ତି। ସୋମବାର ଦିନ କଲମ୍ବୋ ବିମାନ ବନ୍ଦରରୁ ୯ଟି ଜୀବନ୍ତ ବୋମାକୁ ନିଷ୍କ୍ରିୟ କରାଯାଇଛି। ଏହା ମଧ୍ୟରେ ୬ ଫୁଟ ଲମ୍ବର ଏକ ଆଇଇଡି ବୋମା ରହିଥିଲା। ବିଦେଶ ଗସ୍ତରେ ରହିଥିବା ରାଷ୍ଟ୍ରପତି ମୈତ୍ରିପାଲା ସିରିସେନା ନିଜର ଗସ୍ତ ବାତିଲ କରିବା ସହିତ ସୁରକ୍ଷା ପରିଷଦ ସହିତ ଏକ ଜରୁରୀ କାଳୀନ ବୈଠକ ଡକାଇଛନ୍ତି। ଏହି ସମୟରେ ଶ୍ରୀଲଙ୍କାରେ ଇଣ୍ଟରନେଟ୍‌ ବ୍ୟବହାର ଉପରେ ରୋକ୍‌ ଲଗାଯାଇଛି।

Categories
ଆଜିର ଖବର

ଇଷ୍ଟରର ଶାନ୍ତ ପରିବେଶରେ ରକ୍ତର ରଙ୍ଗରେ ଲାଲ୍‌ ହେଲା କଲମ୍ବୋ : ମୃତ ସଂଖ୍ୟା ୧୯୦କୁ ବୃଦ୍ଧି

ଶ୍ରୀଲଙ୍କାରେ ରବିବାର ଦିନ ଇଷ୍ଟର ଅବସରରେ ପଞ୍ଚତାରକା ହୋଟେଲ୍‌ ଓ ଚର୍ଚ୍ଚରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ଅତି କମ୍‌ରେ ୧୯୦ଜଣ ମୃତ୍ୟୁବରଣ କରିଥିବାବେଳେ ପାଖାପାଖି ୪୦୦ ଜଣ ଆହତ ହୋଇଛନ୍ତି।  ତେବେ ଦ୍ବିପ୍ରହରରେ କଲମ୍ବୋ ସହରରେ ଆଉ ଦୁଇଟି ବିସ୍ଫୋରଣ ଘଟି ବିସ୍ଫୋରଣ ସଂଖ୍ୟା ୮ରେ ପହଞ୍ଚିଛି।  ପୃଥକ ପୃଥକ ସ୍ଥାନରେ ହୋଇଥିବା ଧମାକାରେ ଏପର୍ଯ୍ୟନ୍ତ ୧୯୦ଜଣ ମୃତ ହୋଇଛନ୍ତି ବୋଲି ଖବର ରହିଛି। ଏହି ସିରିୟଲ୍‌ ବିସ୍ଫୋରଣରେ ପାଖାପାଖି ୪୦୦ଜଣ ଆହତ ହୋଇଥିବା ସୂଚନା ରହିଛି। ଶ୍ରୀଲଙ୍କାର ଇତିହାସରେ ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣ। ଏହି ଆକ୍ରମଣରେ ପାଖାପାଖି ୧୧ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ଜନସାଧାରଣଙ୍କୁ ଶାନ୍ତି ରଖିବା ପାଇଁ ପ୍ରାର୍ଥନା କରିବା ସହିତ କାଲି ସକାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ୨୨ଏପ୍ରିଲ୍‌ ଓ ୨୩ ଏପ୍ରିଲ୍‌କୁ ସରକାରୀ ଛୁଟି ଜାରି କରାଯାଇଥିବାବେଳେ ହ୍ବାଟସ୍‌ଆପ୍‌ ଓ ଫେସବୁକ୍‌ ପରି ସୋସିଆଲ୍‌ ମିଡ଼ିଆରେ ତତ୍କାଳ ପ୍ରଭାବ ପାଇଁ ବ୍ଲକ୍‌ କରିଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ କଲମ୍ବୋର ଦେହିବାଲା ସ୍ଥିତ ଏକ ହୋଟେଲ୍‌ରେ ସପ୍ତମ ବିସ୍ଫୋରଣ ହୋଇଥିଲା ଏବଂ ଅଷ୍ଟମ ବିସ୍ଫୋରଣ ମହାବିଲା ଉଦ୍ୟାନ ରୋଡ୍‌ସ୍ଥିତ ଏକ ହାଉସିଂ କମ୍ପ୍ଲେକ୍ସରେ ହୋଇଥିଲା। ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀଲଙ୍କାର ସିରିଏଲ୍‌ ବ୍ଲାଷ୍ଟରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପ୍ରତି ସମବେଦନା ଜଣାଇବା ସହିତ ଶ୍ରୀଲଙ୍କାର ଏପରି ଦୁଃଖଦ ସମୟରେ ଭାରତ ସାଙ୍ଗରେ ଛିଡ଼ା ହୋଇଛି ବୋଲି କହିଛନ୍ତି। ସେହିପରି ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଏପରି ବର୍ବରତା ଘଟଣା ପାଇଁ କୌଣସି ସ୍ଥାନ ନାହିଁ, ଭାରତ ଶ୍ରୀଲଙ୍କ ସହିତ ଛିଡ଼ା ହୋଇଛି ଓ ରହିବ ବୋଲି କହିଛନ୍ତି। ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତୀୟଙ୍କ ପାଇଁ ଏକ ହେଲପ୍‌ଲାଇନ୍‌ ନମ୍ବର ଜାରି କରାଯାଇଛି। ସୁଷମା ସ୍ବରାଜ ଏହି ଘଟଣାରେ ଟୁଇଟ୍‌ କରି ଶୋକ କରିବା ସହିତ ଏଭଳି ସ୍ଥିତିରେ ପ୍ରତ୍ୟେକ ଘଟଣା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି।

Categories
ଆଜିର ଖବର

ଶ୍ରୀଲଙ୍କାରେ ବିସ୍ଫୋରଣ : ୧୬୦ ମୃତ, ୩୫୦ରୁ ଅଧିକ ଆହତ

ରବିବାର ଦିନ ଶ୍ରୀଲଙ୍କାର ସିରିଏଲ୍‌ ବ୍ଲାଷ୍ଟରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତକାଲି ଇଷ୍ଟର ଅବସରରେ କଲମ୍ବୋର ଚାରୋଟି ଚର୍ଚ୍ଚ ଓ ଦୁଇଟି ପଞ୍ଚତାରକା ହୋଟେଲ୍‌ରେ ବିସ୍ଫୋରଣ ଘଟିଛି। କଲମ୍ବୋ ସହର ସମେତ ଅନ୍ୟାନ୍ୟ ସହରରେ ମଧ୍ୟ ଧମାକା ହୋଇଛି। କଲମ୍ବୋସ୍ଥିତ ଅନ୍ଥୋନୀ ଚର୍ଚ୍ଚ ଏବଂ କଟାନାର କଟୁବାଟିପିଟିଆରେ ଚର୍ଚ୍ଚ ସମେତ ଅନ୍ୟାନ୍ୟ ଦୁଇଟି ଚର୍ଚ୍ଚ ଓ ହୋଟେଲରେ ବିସ୍ଫୋରଣ ହୋଇଥିଲା। ମୃତକଙ୍କ ମଧ୍ୟରେ ଅନେକ ବିଦେଶୀ ପର୍ଯ୍ୟଟକ ମଧ୍ୟ ରହିଛନ୍ତି। ତେବେ ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ହାତ ରହିଛି ନା ଆଉ କିଏ ରହିଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଏନେଇ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କ ସହିତ ଆଲୋଚନା କରିଛନ୍ତି।

Categories
ଆଜିର ଖବର

କାବୁଲ ବିସ୍ଫୋରଣରେ ୩୦ ମୃତ, ୨୩ ଆହତ

କାବୁଲ୍‌ରେ ନୂତନ ବର୍ଷ ପାଳନ ଅବସରରେ ବିସ୍ଫୋରଣ ଘଟି ୩୦ରୁ ଅଧିକ ଲୋକ ମୃତାହତ ହାେଇଥିବା ବେଳେ ୨୩ରୁ ଅଧିକ ଲୋକ ଆହତ ହାେଇଛନ୍ତି। ନୂତନ ବର୍ଷ ପାଳନ ଅବସରେର ଦର୍‌ଘାରେ ଭିଡ ଜମା ହାେଇଥିବା ବେଳେ ଏକାଥରେକ ଏକରୁ ଅଧିକ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ବ୍ୟବହୃତ ପଦାର୍ଥ ସମ୍ପର୍କରେ ସୂଚନା ମିଳିନାହିଁ। ପ୍ରତ୍ୟକ୍ଷଦର୍ଶୀଙ୍କ ମତରେ ଏକାଥରେକ ତିନୋଟି ବିସ୍ଫାେରଣ ହାେଇଥିଲା। କାର୍ତ୍ତେ  ଶଖି ଅଞ୍ଚଳରେ ୨ଟି ବିସ୍ଫୋରଣ ହାେଇଥିବାବେଳେ ଖାମାରେ ଅନ୍ୟ ବିସ୍ଫୋରଣ ଘଟିଛି। ଆଫଗାନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୬ ମୃତ୍ୟୁ ଏବଂ ୨୩ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାର କାର୍ଯ୍ୟପାଇଁ  ଉଦ୍ଧାରକାରୀ ଦଳ ଏବଂ ସୁରକ୍ଷା ବାହିନୀ ମୁତୟନ ରହିଛନ୍ତି। ତେବେ ଏହି ଆକ୍ରମଣ ଘଟଣା ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି।