Categories
ଆଜିର ଖବର ଜାତୀୟ ଖବର

‘ମୁଁ ଜଣେ ମହିଳା, ବସ୍ତୁ ନୁହେଁ’, ଅରବିନ୍ଦ ସାୱନ୍ତଙ୍କ ବିରୋଧରେ ଏଫଆଇଆର ଦାଖଲ କଲେ ଶାଇନା ଏନସି

ମୁମ୍ବାଇ: ମୁମ୍ବାଇର ମୁମ୍ବାଦେବୀ ଆସନରୁ ଶିବସେନା ପ୍ରାର୍ଥୀ ଶାଇନା ଏନସି ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ସାୱନ୍ତଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି। ସାୱନ୍ତ ଶିବସେନା ପ୍ରାର୍ଥୀଙ୍କ ପାଇଁ ‘ଇମ୍ପୋଟେଡ ମାଲ’ ଶବ୍ଦ ବ୍ୟବହାର କରିଥିଲେ, ଯାହା ଏକ ବଡ଼ ବିବାଦ ସୃଷ୍ଟି କରିଥିଲା। ଶାଇନା କହିଥିଲେ ଯେ, ମୁଁ କୌଣସି ବସ୍ତୁ ନୁହେଁ, ମୁଁ ଜଣେ ମହିଳା। ଉଦ୍ଧବ ଠାକରେ ଚୁପ୍ ରହିଛନ୍ତି, ନାନା ପାଟୋଲ ଚୁପ୍ ଅଛନ୍ତି କିନ୍ତୁ ମୁମ୍ବାଇର ମହିଳାମାନେ ଚୁପ୍ ରହିବେ ନାହିଁ।

ମୁମ୍ବାଇର ନାଗପାଡା ପୋଲିସ ଷ୍ଟେସନରେ ଏଫ୍ଆଇଆର୍ ଦାଖଲ କରିବା ପରେ ଶାଇନା ଏନସି କହିଛନ୍ତି ଯେ, “ଧାରା ୭୯, ଧାରା ୩୫୬ (୨) ଅନୁଯାୟୀ FIR ପଞ୍ଜୀକୃତ ହୋଇଛି। ସେ ଭୁଲ ଶବ୍ଦ ବ୍ୟବହାର କରିଛନ୍ତି। ମୁଁ ସକ୍ରିୟ ଭାବରେ କାମ କରିବାକୁ ଏଠାକୁ ଆସିଛି। ଯଦି ଆପଣ ମୋର କାର୍ଯ୍ୟ ବିଷୟରେ ଚର୍ଚ୍ଚା କରିବାକୁ ଚାହାଁନ୍ତି, କରନ୍ତୁ। କିନ୍ତୁ ମୋତେ ‘ଇମ୍ପୋଟେଡ ମାଲ’ କେବେ କୁହନ୍ତୁ ନାହିଁ। ଆଇନ୍ କୁ ନିଜ କାମ କରିବାକୁ ଦିଅନ୍ତୁ। ମୋତେ ଯାହା କରିବାର ଥିଲା ମୁଁ କରି ସାରିଛି।

‘ତୁମେ ଭାବୁଛ ପ୍ରତ୍ୟେକ ମହିଳା ଚୁପ୍ ରହିବେ’

ଶିବସେନା ନେତା କହିଛନ୍ତି ଯେ, “ଗୋଟିଏ କଥା ବୁଝିବାକୁ ହେବ ଯେ ଯେତେବେଳେ ଆପଣ ଜଣେ ମହିଳାଙ୍କ ବିରୁଦ୍ଧରେ ଅଶ୍ଳୀଳ ଶବ୍ଦ ବ୍ୟବହାର କରନ୍ତି, ଆପଣ ଭାବୁଥିବେ ପ୍ରତ୍ୟେକ ମହିଳା ଚୁପ୍ ରହିବେ? ମହାରାଷ୍ଟ୍ରର ମହିଳା ଏକ ଉପଯୁକ୍ତ ଜବାବ ଦେବେ। ଗୋଟିଏ ପଟେ ଆମର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଯିଏ ପ୍ରିୟ ଭଉଣୀମାନଙ୍କ ପାଇଁ ବହୁତ କିଛି କରିଛନ୍ତି।” ଶାଇନା ଏନସି ଏହା ମଧ୍ୟ କହିଛନ୍ତି ଯେ, ମୁଁ କେବଳ ଏତିକି କହିବି ଯେ, ମୁଁ ମୁମ୍ବାଇର ଝିଅ।