Categories
ଆଜିର ଖବର ଜାତୀୟ ଖବର

ନିର୍ମାଣାଧୀନ ମଲ୍‌ରୁ ଖସିପଡିଲେ 4 ଶ୍ରମିକ, ଘଟଣାସ୍ଥଳରେ ଜଣେ ମୃତ

ଗ୍ରେଟର ନୋଏଡା : ଗ୍ରେଟର ନୋଏଡାଠାରେ ରବିବାର ଦିନ ଏକ ବଡଧରଣର ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ ମଲ୍‌ରୁ ଚାରିଜଣ ଶ୍ରମିକ ଖସି ପଡିଛନ୍ତି, ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ମଲ୍‌ରେ ନିରାପଦ ଉପକରଣଗୁଡିକର ଅଣଦେଖା କାରଣରୁ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ସୂଚନାଯୋଗ୍ୟ, ଗତ ଚାରି ତାରିଖରେ ଉତ୍ତରପ୍ରଦେଶର ଝାଁସୀ ଠାରେ ପାଚେରୀ ଭୁଶୁଡି ପଡିବାର ପାଚେରୀ ତଳେ 5ଜଣ ଶ୍ରମିକ ଦବି କରି ମୃତ୍ୟୁବରଣ କରିଥିଲେ। (ଏଜେନ୍ସି)

Categories
ଆଜିର ଖବର

୨୦୨୧ ସୁଦ୍ଧା ଭାରତରେ ୯୫ ମିଲିୟନ୍‌ ବର୍ଗଫୁଟ୍‌ର ରିଟେଲ ମଲ୍‌

୨୦୨୧ ସୁଦ୍ଧା ଭାରତରେ ୯୫ ମିଲିୟନ ବର୍ଗଫୁଟ୍‌ର ରିଟେଲ୍‌ ମଲ୍‌ ସ୍ଥାପନ ହେବାକୁ ଯାଉଛି। ଏହା ମଧ୍ୟରୁ ୭୫ ମିଲିୟନ୍‌ ବର୍ଗଫୁଟ୍‌ର ମଲ୍‌ ୭ଟି ବଡ ସହରରେ ରହିବ। ଏହି ତାଲିକାରେ ଦିଲ୍ଲୀ, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ଆଗୁଆ ରହିଥିବା ଜଣାପଡିଛି। ବୁଧବାର ମୁମ୍ବାଇରେ ଅନୁଷ୍ଠିତ ସପିଙ୍ଗ ସେଣ୍ଟର ଫୋରମ୍‌ ୨୦୧୯ରେ ଏହି ସମ୍ପର୍କରେ ଘୋଷଣା କରାଯାଇଛି। ଆସନ୍ତା ତିନି ବର୍ଷ ମଧ୍ୟରେ ସମଗ୍ର ଭାରତ ବର୍ଷରେ ଗ୍ରେଡ୍‌ ଏ ମଲ୍‌ ୧୦୦ ମିଲିୟନ୍‌ ବର୍ଗଫୁଟ୍‌ରୁ ୧୨୦ ମିଲିୟନ୍‌ ବର୍ଗଫୁଟ୍‌କୁ ବୃଦ୍ଧି ପାଇବ ବୋଲି ଆନାରକ୍‌ କନ୍‌ସଲ୍ଟିଙ୍ଗ ସର୍ଭିସ୍‌ର ମୁଖ୍ୟ ତଥା ନିର୍ଦ୍ଦେଶକ ଆଶୁତୋଷ ଲିମାୟେ ପ୍ରକାଶ କରିଛନ୍ତି। ଏହା ସହିତ ଟାୟାର-୨ ଏବଂ ଟାୟାର୍‌-୩ ସହର ଗୁଡିକରେ ମଧ୍ୟ ଭିତ୍ତିଭୂମିର ବିକାଶ ଚାଲିଥିବା କୁହାଯାଇଛି।

Categories
ଆଜିର ଖବର

କଲମ୍ବୋ ସପିଙ୍ଗ ମଲ୍‌ରୁ ଜୀବନ୍ତ ବୋମା ଉଦ୍ଧାର

ରବିବାର ଶ୍ରୀଲଙ୍କାରେ ହୋଇଥିବା ଛାତିଥରା ଘଟଣାର ବ୍ୟାପକ କ୍ଷୟକ୍ଷତିର ତିନି ଦିନ ପରେ ଆଜି ଏକ ସପିଂ ମଲ୍‌ରୁ ଆଉ ଏକ ବୋମା ଉଦ୍ଧାର କରାଯାଇଛି। ବୋମାଟିକୁ ଏକ ମୋଟର ସାଇକେଲ୍‌ରେ ଲଗାଯାଇଥିଲା। ସପିଂ ମଲ୍‌ରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡ ଏନେଇ ପୋଲିସ୍‌କୁ ଖବର ଦେଇଥିଲେ। ସୌଭାଗ୍ୟ ବଶତଃ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍‌ ଏବଂ ସେନା ପହଞ୍ଚି ବୋମାଟିକୁ ନିଷ୍କ୍ରିୟ କରିବା ସହିତ ବାଇକ୍‌ଟିକୁ ଜବତ କରିଥିଲେ। ଏହି ଆକ୍ରମଣରେ ସମୁଦାୟ ୨ ଜଣ ଆତ୍ମଘାତୀ ମାନବ ବୋମା ବ୍ୟବହୃତ ହୋଇଥିଲେ। ଅନ୍ୟୁନ ୩୫୯ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୬୦୦ ରୁ ଅଧିକ ଆହତ ହୋଇଛନ୍ତି। ପୋଲିସ୍‌ ଅଦ୍ୟାବଧି ୫୮ଜଣଙ୍କୁ ସନ୍ଦେହରେ ଗିରଫ କରି ନେଇଛି।