Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସମର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବର୍ଷା ଦେଲା ଆର୍ଶିବାଦ

ପୁରୀ: ଶେଷରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହୋଇଛି। ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଏହି ପ୍ରକଳ୍ପକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ତାଙ୍କ ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ, 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରୀସେତୁ ଦେଇ ପୁରୀରେ ପ୍ରବେଶ କରିଥିଲେ। ଏହାପରେ ସେ ଶ୍ରୀଦାଣ୍ଡ ଦେଇ ବ୍ୟାଟିର ଗାଡିରେ ମନ୍ଦିର ନିକଟକୁ ଆସିଥିଲେ। ସେଠାରେ ତାଙ୍କୁ ସ୍ବାଗତ କରାଯାଇ ମନ୍ଦିର ନିକଟକୁ ନିଆଯାଇଥିଲା। ସେଠାରେ ମନ୍ତ୍ରପାଠ ସହିତ ଉଦଘାଟିତ ହୋଇଥିଲା ପରିକ୍ରମା ପ୍ରକଳ୍ପ। ଏହାପରେ ସେଠାରେ ଚାଲିଥିଲା ପୂଜାପାଠ।

ଏହାପରେ ମୁଖ୍ୟମନ୍ତ୍ରୀ ତିନିଦିନ ଧରି ଚାଲିଥିବା ଯଜ୍ଞସ୍ଥଳରେ ଉପସ୍ଥିତ ହୋଇଥିଲେ। ସେଠାରେ ଗଜପତି ମହାରାଜ ମନ୍ତ୍ରପାଠରେ ଯଜ୍ଞରେ ପୁର୍ଣ୍ଣାହୁତି ପ୍ରଦାନ କରି ସମାପନ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ, ନବୀନ ଓଡିଶା ଅଧ୍ୟକ୍ଷ ଏବଂ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଯଜ୍ଞ ସମାପନ ଉତ୍ସବରେ ଯୋଗ ଦେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ଏବଂ ଗଜପତି ଶ୍ରୀମନ୍ଦିର ପରିକ୍ରମା କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ଏହି ବିଶିଷ୍ଠ ବ୍ୟକ୍ତିମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଦେଖିଥିଲେ। ଏହି ସମୟରେ ତାଙ୍କ ସହିତ ଥିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବହୁ ବିଧାୟକ, ସାଂସଦ ଓ ମନ୍ତ୍ରୀ।

ଏହାପରେ  ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଏହି ପ୍ରକଳ୍ପ ପାଇଁ ଶ୍ରମଦାନ କରିଥିବା ବିଭିନ୍ନ ନିର୍ମାଣ ଶ୍ରମିକ, କାରୀଗର ତଥା ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଫଳକ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ତେବେ ଏହି ପ୍ରକଳ୍ପ ପାଇଁ ପୂଜାପାଠ ଚାଲିଥିବା ବେଳେ ଝିପିଝିପି ବର୍ଷା ଏକ ଶୁଭ ସଙ୍କେତ ପ୍ରଦାନ କରିଥିଲା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପରିକ୍ରମା ପ୍ରକଳ୍ପ ଉଦଘାଟନ ଦିନ ଦୀପଜାଳି, ଘଣ୍ଟ ବଜାଇ ସଂକୀର୍ତ୍ତନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ବର: ଆସନ୍ତା ୧୭ ତାରିଖରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଅଫିସଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପୋଲିସ ସମସ୍ତେ ତତ୍ପର ହୋଇ ଉଠିଛନ୍ତି। ଏହି ପବିତ୍ର ଦିବସରେ ଜଗନ୍ନାଥ ପ୍ରେମୀ ତଥା ଭକ୍ତମାନଙ୍କୁ ମୁଖ୍ୟମନ୍ତ୍ରୀ ଆଜି ଏକ ନିବେଦନ କରିଛନ୍ତି।

ପ୍ରକଳ୍ପ ଉଦଘାଟନ ଦିନ ସମସ୍ତେ ନିଜ ନିଜ ଘରେ ଦୀପ ଜାଳି, ଶଙ୍ଖ ବଜାଇ ଗ୍ରାମରେ ସଂକୀର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୭ ତାରିଖରେ ପ୍ରଭୃଙ୍କ ଇଚ୍ଛାରେ ପ୍ରକଳ୍ପ ଉଦଘାଟନ ହେଉଛି। ସମସ୍ତେ ତାହା ଦେଖିବା ସୁଯୋଗ ହୁଏତ ପାଇପାରିବେ ନାହିଁ। ହେଲେ ସେହିଦିନ ସମସ୍ତେ ଭକ୍ତିପୂତଚିତରେ ଠାକୁରଙ୍କୁ ଧ୍ୟାନ କରିନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ହେଉଛନ୍ତି ଜଗତର ନାଥ। ବିଶ୍ବବାସୀଙ୍କ ଠାକୁର। ତାଙ୍କର ବହୁ ଭକ୍ତ ଦେଶ ଓ ବିଦେଶରେ ରହିଛନ୍ତି। ଦୂରରେ ଥିବା ସେହି ଭକ୍ତମାନେ ଉଦଘାଟନ ଦିନ ପୁରୀ ଆସିବା ସମ୍ଭବ ହୋଇପାରିବ ନାହିଁ। ସେଥିପାଇଁ ଦେଶବିଦେଶରେ ଥିବା ଜଗନ୍ନାଥ ଭକ୍ତଗଣ ନିଜ ନିଜ ସ୍ଥାନରେ ଠାକୁରଙ୍କୁ ଧ୍ୟାନ କରିବାକୁ ସେ ନିବେଦନ କରିଛନ୍ତି।

ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ବିନ ପତ୍ରଟିଏ ମଧ୍ୟ ହଲେ ନାହିଁ। ତେଣୁ ବର୍ତ୍ତମାନ ଯାହାସବୁ ହେଉଛି ତାଙ୍କର ନିର୍ଦ୍ଦେଶରେ ହିଁ ପରିଚାଳିତ ହେଉଛି। ଆମେମାନେ ଭାଗ୍ୟବାନ ଯେ, ଏହିପରି ଏକ ପ୍ରକଳ୍ପ ଦେଖିବାର ସୌଭାଗ୍ୟ ମିଳିଛି। ଗଜପତି ମହାରାଜଙ୍କ ଅନୁସାରେ ସାତ ଶହ ବର୍ଷ ମଧ୍ୟରେ ଶ୍ରୀମନ୍ଦିରର ଏପରି କାମ ହୋଇ ନ ଥିଲା। ସେଥିପାଇଁ ଆସନ୍ତା ୧୭ ତାରିଖ ଓଡିଶା ଇତିହାସରେ ଏକ ଗୌରବର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପରିକ୍ରମା ପ୍ରକଳ୍ପ ସଂପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ହେଉଛି ସାଧୁସନ୍ଥ ତଥା ଭକ୍ତମାନେ ଶ୍ରୀମନ୍ଦିର ପରିକ୍ରମା କରିବା ପାଇଁ ସୁବନ୍ଦୋବସ୍ତ କରାଯାଇଛି। ସେମାନେ ଯେପରି ଭକ୍ତିପୂତ ଭାବେ ମନ୍ଦିର ପରିକ୍ରମା କରିପାରିବେ ସେହି ସୁବିଧା କରାଯାଇଛି। ପୂର୍ବରୁ ରାଜାମହାରାଜାମାନେ ଏହି ମନ୍ଦିରର ସୁରକ୍ଷା କରିଆସିଛନ୍ତି। ସେମାନେ ସବୁ ସ୍ମରଣୀୟ। ବର୍ତ୍ତମାନ ପୁରୀ ଆସୁଥିବା ଭକ୍ତମାନେ ଯେପରି ଦିବ୍ୟ ଅନୁଭବ ନେଇପାରିବେ ସେଥିପାଇଁ ଏହି ପ୍ରକଳ୍ପ କରାଯାଇଛି।

ଶେଷରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଶ୍ରୀମନ୍ଦିର ସେବାୟତଙ୍କ ବିଶେଷ ସହଯୋଗ ପାଇଁ ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପକ୍ଷରେ ପ୍ରକଳ୍ପର ନିର୍ମାଣ ଶ୍ରମିକ, ସମସ୍ତ ସହଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Breaking News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନକୁ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Shreemandir Parikrama Prakalap: ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉତ୍ସାହର ସହିତ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେବ ଓଡିଆ ଅସ୍ମିତାର ଅନନ୍ୟ ନିଦର୍ଶନ।

ଜଗତର ନାଥ ଓ ଆରାଧ୍ୟ ଦେବତା ତଥା ସର୍ବଧର୍ମ ସମନ୍ୱୟର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେପରି ଆନନ୍ଦର ସହ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ ତାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଜାନୁଆରୀ ୧୭ ତାରିଖ ଦିନଟିକୁ ସରକାରୀ ଛୁଟି ଭାବରେ ଘୋଷଣା କରିଛନ୍ତି।

ଆସନ୍ତା ଜାନୁଆରୀ ୧୭ ତାରିଖ ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ସ୍କୁଲ ଓ କଲେଜ ବନ୍ଦ ରହିବ।