Categories
ଆଜିର ଖବର ଜାତୀୟ ଖବର

ସେମିକଣ୍ଡକ୍ଟର କ୍ଷେତ୍ରରେ ସହଯୋଗିତା ନେଇ ସୋଆ ଏବଂ କେନ୍ସ ସେମିକନ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର: ସେମିକଣ୍ଡକ୍ଟର କ୍ଷେତ୍ରରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଓ ସାର୍ଟିଫିକେଟ କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ମହୀଶୂରରେ ସ୍ଥିତ କେନ୍ସ ସେମିକନ୍ ପ୍ରାଇଭେଟ ଲିମିଟେଡ (କେଟିଆଇଏଲ୍‌) ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି।

ଦେଶରେ ଆଉଟସୋର୍ସଡ ସେମିକଣ୍ଡକ୍ଟର ଆସେମ୍ବଲି ଆଣ୍ଡ ଟେଷ୍ଟିଂ ୟୁନିଟ୍ ପ୍ରତିଷ୍ଠା କରିବା ଲକ୍ଷ୍ୟ ନେଇ କେଟିଆଇଏଲ୍ ଏହି ଉଦ୍ୟମ ଆରମ୍ଭ କରିଛି। ପର୍ସେପ୍‌ଟିଭ୍ ସଲ୍ୟୁସନ୍ସ ସହ ମିଳିତ ଭାବେ ଏହି କମ୍ପାନୀ ସେମିକଣ୍ଡକ୍ଟର ପ୍ରସ୍ତୁତ କରିବା କ୍ଷେତ୍ରରେ ସେଂଟର୍ସ ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା କରିବା ନିମନ୍ତେ କାର୍ଯ୍ୟ କରୁଛି।

ପର୍ସେଭ୍‌ଟିଭ୍ ସଲ୍ୟୁସନ୍ ସହିତ ଅନେକ ଗୁଡ଼ିଏ ବୃହତ ସେମିକଣ୍ଡକ୍ଟର କମ୍ପାନୀ କାର୍ଯ୍ୟ କରୁଛନ୍ତି।

ଅଟୋମୋଟିଭ୍‌, ଇଣ୍ଡଷ୍ଟ୍ରିଆଲ୍‌, ଏରୋସ୍ପେସ୍‌, ଡିଫେନ୍ସ. ଆଉଟରସ୍ପେସ୍‌, ମେଡିକାଲ୍‌, ରେଲୱେ, ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ (ଆଇଓଟି), ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ତଥା ଅନ୍ୟାନ୍ୟ କ୍ଷେତ୍ରରେ ଡିଜାଇନ୍‌, ପ୍ରୋସେସ ଇଞ୍ଜିନିୟରିଂ, ଇନ୍‌ଟିଗ୍ରେଟେଡ୍ ମାନୁଫ୍ୟାକ୍‌ଚରିଂ ଓ ଲାଇଫ୍ ସାଇକଲ୍ ସପୋର୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହି କମ୍ପାନୀର ୩ ଦଶନ୍ଧିର ଅଭିଜ୍ଞତା ରହିଛି। ସାରା ଭାରତରେ ଏହାର ୮ଟି ଅତ୍ୟାଧୁନିକ ମାନୁଫ୍ୟାକ୍‌ଚରିଂ ସୁବିଧା ରହିଛି।

ବୁଝାମଣା ଅନୁଯାୟୀ ସୋଆ ଏବଂ କେଟିଆଇଏଲ୍ ମଧ୍ୟରେ କ୍ଷମତା ବୃଦ୍ଧି ଓ ନୂତନ ଜ୍ଞାନ କୌଶଳ ଆହରଣ ନିମନ୍ତେ କ୍ଷୁଦ୍ର ମିଆଦି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ସୋଆ ଏବଂ କେଟିଆଇଏଲ୍ ଉଭୟ ସେମିକଣ୍ଡକ୍ଟର ଶିଳ୍ପରେ ଅଭିଜ୍ଞତା ସମ୍ପନ୍ନ ବିଶେଷଜ୍ଞମାନଙ୍କୁ ସମ୍ପୃକ୍ତ କରିବା ନିମନ୍ତେ ଲକ୍ଷ୍ୟ ରଖିଛନ୍ତି।

ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ କେନ୍ସ ସେମିକନ୍ ପ୍ରାଇଭେଟ ଲିମିଟେଡ୍‌ର ଚିଫ୍ ଏଗଜିକ୍ୟୁଟିଭ୍ ଅଫିସର ରଘୁ ପାନିକରଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ଏହି ଅବସରରେ ପର୍‌ସେପ୍‌ଟିଭ୍ ସଲ୍ୟୁସନ୍ସ ପକ୍ଷରୁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକା କେ. ଭାନୁପ୍ରିୟା ଉପସ୍ଥିତ ଥିଲେ।

ଏହି ଅବସରରେ ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ପ୍ରଫେସର ଡି.ଏନ୍‌. ଥାଟ୍ଟୋଇ, ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌), ପ୍ରଫେସର ରେଣୁ ଶର୍ମା ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର, ସମସ୍ତ ବିଭାଗୀୟ ମୁଖ୍ୟ , ସିନିୟର ପ୍ରଫେସର, ସେଂଟର କୋର୍ଡିନେଟର ଓ ଡକ୍ଟର ସତୀଶ କୁମାର ସାମଲ, ଆସିଷ୍ଟାଂଟ ପ୍ରଫେସର ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନୂଆଦିଲ୍ଲୀରେ ସୋଆକୁ ୩ଟି ସିଏସ୍‌ଆର୍ ସମ୍ମାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଂରାଜୀ ପତ୍ରିକା ‘କମ୍ପିଟିସନ୍ ସକ୍‌ସେସ୍  ରିଭ୍ୟୁ’ ପକ୍ଷରୁ ୩ ଟି ସିଏସ୍‌ଆର୍ ସମ୍ମାନ ପ୍ରଦାନ କରାଯାଇଛି। ଗତ ରବିବାର ଦିନ ନୁଆଦିଲ୍ଲୀ ଠାରେ ଆୟୋଜିତ ସିଏସ୍‌ଆର୍ ସମ୍ମାନ ଉତ୍ସବରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି।

ସୋଆ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନେଇ ୨୦୨୪ ନିମନ୍ତେ ‘ସିଏସ୍‌ଆର୍‌ ଏକ୍ସିଲେନ୍ସ ଇନ୍ ଏଜୁକେସନ୍‌’ ସ୧ାନ ପ୍ରଦାନ କରାଯାଇଥିବା ବେଳେ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)କୁ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ‘ସିଏସ୍‌ଆର୍ ଟପ୍ ଲିଡିଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସ୧ାନରେ ଭୂଷିତ କରାଯାଇଛି।

ସେହିପରି ସୋଆର ଫ୍ୟାକଲ୍ଟି ଅଫ୍ ହସ୍ପିଟାଲିଟି ଆଣ୍ଡ ଟୁରିଜିମ୍ ମ୍ୟାନେଜମେଂଟ – ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟକୁ ‘ସିଏସ୍‌ଆର ଟପ୍ ହୋଟେଲ ମ୍ୟାନେଜମେଂଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ସମ୍ମାନ ପ୍ରଦାନ କରାଯାଇଛି।

ନୂଆଦିଲ୍ଲୀର ହୋଟେଲ୍ ଲି ମେରିଡିଏନ୍ ଠାରେ ଆୟୋଜିତ ଏହି ଉତ୍ସବରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଅଫିସର-ଅନ୍‌-ସ୍ପେଶାଲ ଡ୍ୟୁଟି ପ୍ରୀତମ ନାୟକ ସିଏସ୍‌ଆର୍‌ର ଅଧ୍ୟକ୍ଷ ଡକ୍ଟର ଏସ୍‌.କେ ସଚଦେବଙ୍କ ଠାରୁ ଏହି ୩ଟି ସମ୍ମାନ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ଟି ଶିକ୍ଷାନୁଷ୍ଠାନ ସାମିଲ ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ୍ ୨୧ରୁ ପ୍ରଚଣ୍ଡ ରୌଦ୍ର ତାପରୁ ଆଶ୍ୱସ୍ତି ମିଳିପାରେ: ସିଇସି

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଂଟି ସାଇକ୍ଲୋନ ସୃଷ୍ଟି ହେବାର ସମ୍ଭାବନା କାରଣରୁ ଓଡ଼ିଶାରେ ଆସନ୍ତା ୨୧ ତାରିଖ ଠାରୁ ପ୍ରଚଣ୍ଡ ଖରା ତାତିରୁ କିଛିଟା ଆଶ୍ୱସ୍ତି ମିଳିପାରେ ବୋଲି ଆଜି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ଜାରି ରହିଥିବା ଖରା ତାତି ଆଉ ଗୋଟିଏ ଦିନ ରହିବାର ସମ୍ଭାବନା ଥିବା ବେଳେ ଏପ୍ରିଲ ୨୧ ତାରିଖରୁ ସମୁଦ୍ର ଆଡୁ ଉପକୂଳ ଅଂଚଳକୁ ଦୁର୍ବଳ ବାୟୁ ପ୍ରବାହ ହେବ। ଏହା ଏପ୍ରିଲ ୨୫ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ସିଇସିର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଏପ୍ରିଲ୍ ୨୧ ଏବଂ ଏହାର ପରବର୍ତ୍ତୀ ଦିନ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତୋଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି।

ତେବେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ଦିନର ତାପମାତ୍ରା ୩୮ ଡିଗ୍ରୀରୁ ୪୧ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିବାର ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଅଂଚଳରେ ୩୭ ଡିଗ୍ରୀରୁ ୩୯ ଡିଗ୍ରୀ ସେଲ୍‌ସିଅସ ମଧ୍ୟରେ ରହିପାରେ। କେତେକ ସ୍ଥାନରେ ୩୬ ଡିଗ୍ରୀ ସେଲ୍‌ସିଅସରୁ କମ୍ ରହିପାରେ ବୋଲି ସେ କହିଛନ୍ତି।

ତେବେ ଏପ୍ରିଲ୍ ୨୬ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ବୃଦ୍ଧିପାଇ ଏପ୍ରିଲ୍ ୨୮ ତାରିଖ ପରେ ୪୪ରୁ ୪୫ ଡିଗ୍ରୀ ସେଲସିଅସ ରହିପାରେ ବୋଲି ଡ଼. ସାହୁ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ଥାସ୍ଥ୍ୟସେବା ଯୋଗାଇଦେବାର ଚାରି ବର୍ଷ ପୂରଣ କଲା ସମ୍ମମ

ଭୁବନେଶ୍ୱର: ରାଜଧାନୀରେ ନୂତନ କରି ଆରମ୍ଭ ହୋଇଥିବା ମଲ୍ଟି ସୁପର୍ ସ୍ପେଶାଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାର ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଫେବୃଆରୀ ୨୯, ୨୦୨୪ ଦିନ ଚାରି ବର୍ଷ ପୂରଣ କରିଛି। ବୈଷୟିକ ଜ୍ଞାନକୌଶଳ, କୁଶଳୀ ମାନବ ସମ୍ବଳ, ଅତ୍ୟାଧୁନିକ ସରଞ୍ଜାମ ଓ ସମର୍ପିତ ସ୍ୱାସ୍ଥ୍ୟସେବା ଯୋଗୁ ଏହି ମଲ୍ଟି ସୁପର୍ ସ୍ପେଶାଲିଟି ହସ୍ପିଟାଲ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଫେବୃଆରୀ ୨୯, ୨୦୨୦ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା। ଇମର୍ଜେନ୍ସି ଓ ଟ୍ରମା କେୟାର, କାର୍ଡିଆକ କେୟାର, ଆଡଭାନ୍ସଡ୍ ସର୍ଜିକାଲ୍ ପ୍ରକ୍ରିୟା, ଡାଇଗ୍ନୋଷ୍ଟିକ୍ସ ଆଣ୍ଡ ଇମେଜିଂ, ମାଟରନିଟି କେୟାର, ଫିଜିଓଥେରାପି, ପ୍ରୋସ୍ଥେଟିକ୍ସ ଆଣ୍ଡ ଅର୍ଥୋଟିକ୍ସ, ସ୍ମୋକିଂ ସେସେସନ୍‌, ସ୍ଲିପ ଲ୍ୟାବ ଓ ରିହାବିଲେଟେସନ ସର୍ଭିସ୍ ଭଳି ଉନ୍ନତ ଧରଣର ପ୍ରାୟ ୩୦ ରୁ ଅଧିକ ବିଶେଷଜ୍ଞ ବିଭାଗ ଏଠାରେ ଉପଲବ୍ଧ।

ସମ୍ମମ ରେ କାର୍ଡିଆକ ସାଇନ୍‌ସେସ୍‌, ନ୍ୟୁରୋ ସାଇନ୍ସେସ୍‌, ପ୍ଲାଷ୍ଟିକ, କସମେଟିକ୍ ଆଣ୍ଡ ରିକନଷ୍ଟ୍ରକ୍ଟିଭ ସର୍ଜରୀ, କ୍ରିଟିକାଲ କେୟାର, ପଲମୋନୋଲୋଜି, ଗ୍ୟାଷ୍ଟ୍ରୋସାଇନ୍ସେସ୍‌, ଜଏଂଟ ରିପ୍ଲେସମେଂଟ ଆଣ୍ଡ ଅର୍ଥୋପେଡିକ୍ସ, ରେନାଲ ସାଇନ୍ସେସ୍‌, ଅଙ୍କୋ ସାଇନ୍ସେସ୍ ଓ ନ୍ୟୁକ୍ଲିଅର ମେଡିସିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଛି।

ସମ୍ମମରେ ପ୍ରତ୍ୟେକ ବିଭାଗ ଓ ସେଂଟର ଅଫ ଏକ୍ସିଲେନ୍ସ ରୋଗୀ ମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଅତ୍ୟାଧୁନିକ ଚିକିତ୍ସା ଓ ପ୍ରକ୍ରିୟାରେ ରୋଗୀ ମାନଙ୍କୁ ସୁଫଳ ମିଳିପାରୁଛି। କୌଣସି ଜଟିଳ ଅସ୍ତ୍ରୋପଚାର ହେଉ ଅଥବା ଦୈନନ୍ଦିନ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ମମର ବିଶେଷଜ୍ଞ ଡାକ୍ତରୀ ଦଳ ଅବିରତ ଭାବେ କାର୍ଯ୍ୟ କରିବା ସହ ରୋଗୀମାନଙ୍କୁ ସର୍ବୋତମ ମାନର ସେବା ଯୋଗାଇ ଦେଉଛନ୍ତି।

ଏହି ୩୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ରେ ସ୍ପେକ୍ଟ ଗାମା କ୍ୟାମେରା, ଲିନାକ (ଟ୍ରୁ ବିମ) ଡେଡିକେଟେଡ୍ ଟ୍ରମା ଆଇସିୟୁ, ପେଟ ସିଟି ସ୍କାନ, ଥ୍ରି ଟେସଲା ଏମଆରଆଇ, ୧୪ ଟି ମୋଡୁଲାର ଅସ୍ତ୍ରୋପଚାର ଗୃହ, ୧୨୮ ସ୍ଲାଇସେସ୍ ସିଟି ସ୍କାନ ଓ ଏଚଡିଆର ବ୍ରାଭୋଜ୍ ବ୍ରାକି ଥେରାପି ସେବା ଉପଲବ୍ଧ।

କୋଭିଡ୍ ୧୯ ଭଳି ଜଟିଳ ପରିସ୍ଥିତିରେ ମଧ୍ୟ ମାତ୍ର ୨ ବର୍ଷ ସମୟ ସୀମା ମଧ୍ୟରେ ସମ୍ମମ ଏନଏବିଏଲ ଓ ଏଚଏସିସିପି ସ୍ୱୀକୃତି ଲାଭ କରିଥିବା ବେଳେ ୩୬୫ ଦିନ ମଧ୍ୟରେ ଏନଏବିଏଚ ସ୍ୱୀକୃତି ଲାଭ କରିଛିି। ଭାରତର ପ୍ରଥମ ହସ୍ପିଟାଲ୍ ଭାବେ ଏନଏବିଏଚ ପଂଚମ ସଂସ୍କରଣର ମାନ୍ୟତା ପାଇଛି ସମ୍ମମ।

ଗତ ଚାରି ବର୍ଷ ମଧ୍ୟରେ ସମ୍ମମ ୧,୬୫,୦୦୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କର ଚିକିତ୍ସା କରିଥିବା ବେଳେ ୧୭,୫୦.୦୦୦ ରୁ ଅଧିକ ପରୀକ୍ଷା ନିରୀକ୍ଷା କରିଛି। ସେହିପରି ୨୫,୦୦୦ ରୁ ଉର୍ଦ୍ଧ୍ୱ ଅସ୍ତ୍ରୋପଚାର କରାଯାଇଥିବା ବେଳେ ୩୯,୦୦୦ରୁ ଉର୍ଦ୍ଧ୍ୱ ଥେରାପି ଓ ୧୫,୦୦୦ ରୁ ଅଧିକ ପେଟ୍ ସିଟି ଓ ଗାମା ସ୍କାନ୍ କରାଯାଇଅଛି। କ୍ୟାନସର ପୀଡିତଙ୍କ ପାଇଁ ଆଶାର ସଂଚାର ପାଲଟିଛି ସମ୍ମମର ହୋପ ସ୍ପ୍ରିଂଙ୍ଗସ୍ ବ୍ଲକ ଯେଉଁଠାରେ କି ଏପର୍ଯ୍ୟନ୍ତ ୫,୦୦,୦୦୦ରୁ ଅଧିକ କ୍ୟାନସର ରୋଗୀଙ୍କୁ ଉତ୍କୃଷ୍ଟ ଧରଣର ଚିକିତ୍ସା ପ୍ରଦାନ କରାଯାଇଅଛି। ଏହି ହୋପ ସ୍ପ୍ରିଂଙ୍ଗସ୍ ବ୍ଲକ ହେଉଛି ଓଡ଼ିଶାର ଏକ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଂଟର, ଯେଉଁଠାରେ କି ଗୋଟିଏ ଛାତ ତଳେ ରେଡିଏସନ୍ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ପେଡ଼ିଆଟ୍ରିକ୍ ଅଙ୍କୋଲୋଜି, ହେମାଟୋ ଅଙ୍କୋଲୋଜି, ପାଲିଏଟିଭ ଅଙ୍କୋଲୋଜି, ଅଙ୍କୋ ପାଥୋଲୋଜି ଓ ନିଉକ୍ଲିୟର ମେଡିସିନ୍ ଭଳି ଓ ଚିକିତ୍ସା ପ୍ରଦାନ କରାଯାଇଥାଏ।

ଗତବର୍ଷ ଓଡ଼ିଶାର ଚିକିତ୍ସା ଇତିହାସରେ ସମ୍ମମ ଏକ ନୂତନ ପୃଷ୍ଠା ଯୋଡ଼ିଥିଲା ଯେତେବେଳେ କି ହସ୍ପିଟାଲରେ ଜଣେ ବ୍ରେନ ଡେଡ୍ ରୋଗୀଙ୍କର ଶରୀରର ଏକାଧିକ ଅଙ୍ଗକୁ ବାହାର କରାଯାଇ ତିନୋଟି ସହରର ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇ ପାରିଥିଲା।

ପୁଲିସ ଏବଂ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗରେ ଓ ବିଶେଷଜ୍ଞ ଡାକ୍ତରଙ୍କ ସହାୟତାରେ ଏହି ପ୍ରକ୍ରିୟା କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗଗୁଡିକୁ କଢ଼ାଯାଇଥିଲା। ହସ୍ପିଟାଲ୍‌ର ଅପରେସନ ଥିଏଟର ଟିମ୍‌, ଆଇସିୟୁ ଟିମ ଓ ଅନ୍ୟ ଟେକ୍ନିକାଲ ଟିମ୍‌ଙ୍କ ସହାୟତାରେ ଏହି ପ୍ରକ୍ରିୟା ସମ୍ପାଦିତ ହୋଇଥିଲା।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସମ୍ମମର ପ୍ରଚେଷ୍ଟାକୁ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହା କେବଳ ସ୍ଥାନୀୟ ଅଂଚଳ ନୁହେଁ ବରଂ ରାଜ୍ୟର ଚିକିତ୍ସା ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିଛି। ସମ୍ମମର ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ଯୋଗୁ ଓଡ଼ିଶା ବିଶ୍ୱର ସ୍ୱାସ୍ଥ୍ୟସେବା ମାନଚିତ୍ରରେ ନିଜକୁ ସ୍ଥାନୀତ କରିପାରିଛି। ଓଡ଼ିଶାକୁ ଚିକିତ୍ସା ପର୍ଯ୍ୟଟନର ହବ୍ ଭାବେ ପରିଣତ କରିବା ଆମର ସ୍ୱପ୍ନ। ସମ୍ମମର ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଦ୍ୱାରା ଏହା ପୂରଣ ହୋଇପାରୁଥିବା ଦେଖି ମୁଁ ଗର୍ବ ଅନୁଭବ କରୁଛି ବୋଲି ପ୍ରଫେସର ନାୟକ କହିଛନ୍ତି।

ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସ୍ୱାସ୍ଥ୍ୟସେବାର ପରିଧିକୁ ବୃଦ୍ଧି କରି ଆମେ ସମ୍ମମରେ ଅବିରତ ଭାବରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଚାଲିଛୁ। ଆମେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରି ସମାଜର ବିଶ୍ୱାସଭାଜନ ହେବା ନିମନ୍ତେ ପ୍ରତିଶୃତିବଦ୍ଧ। ଆମ ରୋଗୀ ଓ ସେମାନଙ୍କର ପରିବାର ଆମ ଉପରେ ବିଶ୍ୱାସ ରଖିଥିବାରୁ ଆମେ କୃତଜ୍ଞ। ଆମେ ସେମାନଙ୍କ ବିଶ୍ୱାସକୁ ଏହିଭଳି ଭାବେ ବଜାୟ ରଖିବୁ ବୋଲି ଡକ୍ଟର ଦାଶ କହିଛନ୍ତି।

ଆମେ ଆମ ରୋଗୀଙ୍କୁ ଗୁଣାତ୍ମକ ଓ ସୁଲଭ ମୂଲ୍ୟର ଚିକିତ୍ସା ଯୋଗାଇବା ଏବଂ ସେମାନଙ୍କ ଜୀବନରେ ଏକ ସକାରାତ୍ମକ ପ୍ରଭାବ ପକାଇବାପାଇଁ ପ୍ରତିଶୃତିବଦ୍ଧ। ଏହି ପ୍ରତିବଦ୍ଧତା ଆମର ମିଶନ୍ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଆମେ ଜାରି ରଖିବୁ ବୋଲି କହିଛନ୍ତି ସମ୍ମମର ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡ଼ାକ୍ତର) ବିରାଜ ମୋହନ ମିଶ୍ର। ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଆମେ ସଂକଳ୍ପବଦ୍ଧ ଏବଂ ଟ୍ରାନ୍ସପ୍ଲାଂଟ ସର୍ଜରୀ ସମେତ ଆମେ ଅନେକ ସେବାକୁ ପ୍ରସାରିତ କରୁଛୁ।

Categories
ଆଜିର ଖବର ଖେଳ ରାଜ୍ୟ ଖବର

ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସୋଆ କବାଡି ଟିମ୍ ର ଦ୍ୱିତୀୟ ସ୍ଥାନ ହାସଲ

ଭୁବନେଶ୍ୱର: ଗତ ଫେବୃୟାରୀ ୧୩ ତାରିଖ ଦିନ କଟକରେ ଶେଷ ହୋଇଥିବା ଦ୍ୱିତୀୟ ଓଡିଶା ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରପୁରୁଷ କବାଡି ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଦଳ ଫାଇନାଲ ରେ ପୁରୀର ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଠାରୁ ୨୩ -୪୮ ପଏଂଟ୍ ରେ ହାରି ଯାଇଥିଲା।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏହି ପ୍ରତିଯୋଗିତା ଏହି ଆୟୋଜିତ ହୋଇଥିଲା। ସେହିପରି ବାସ୍କେଟବଲରେ ସୋଆର ପୁରୁଷ ଟିମ୍ ସେମିଫାଇନାଲରେ ୩୯- ୫୪ ପଏଂଟ୍ ରେ ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ପରାଜୟ ବରଣ କରି ତୃତୀୟ ସ୍ଥାନ ହାସଲ କରିଥିବା ବେଳେ ପୁରୁଷ ଟେବୁଲ ଟେନିସ୍‌ର ସେମିଫାଇନାଲରେ ସୋଆର ଅବିନାଶ ତ୍ରିପାଠୀ ପରାସ୍ତ ହୋଇ ତୃତୀୟ ସ୍ଥାନ ହାସଲ କରିଥିଲେ।

ଏହି ଖେଳାଳୀ ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ ନିମନ୍ତେ ପ୍ରୋତ୍ସାହନ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶା ମିନିଗଲ୍‌ଫ୍ ଟିମ୍ ରେ ସୋଆର ୬ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ମନୋନୀତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ଛଅ ଜଣ ଛାତ୍ରଛାତ୍ରୀ ଓ ଜଣେ ଫ୍ୟାକଲ୍ଟି ଆସନ୍ତା ମାର୍ଚ୍ଚ ମାସ ୩ ତାରିଖ ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିଅନ୍‌ସିପ୍‌ରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଛନ୍ତି।

ଓଡିଶା ମିନି ଗଲ୍ଫ ଆସୋସିଏସ୍‌ନ୍ ଠାରୁ ମିଳିଥିବା ପତ୍ର ଅନୁଯାୟୀ ଭିନୀତ ଦାସ, ଆଦିତ୍ୟ ରାଜ ଦୋରା ଓ ବାଦଲ ସାମଲ ପୁରୁଷ ଦଳ ନିମନ୍ତେ ମନୋନୀତ ହୋଇଥିବାବେଳେ ଆଦ୍ୟାଶା ମିଶ୍ର, ଅମୃତା ଦାସ ଓ ଲିପ୍ସା ମହାନ୍ତି ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି।

ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ର ଆସିଷ୍ଟାଂଟ୍ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ମଧ୍ୟ ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି।

ମନୋନୀତ ହୋଇଥିବା ଖେଳାଳି ମାନେ ଗୁରୁବାର ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ସାକ୍ଷାତ କରିଥିବାବେଳେ ସେ ଏହି ଚାମ୍ପିଅନସିପ୍‌ରେ ଭାଗ ନେଉଥିବା ଖେଳାଳିମାନଙ୍କର ସଫଳତା କାମନା କରିଥିଲେ।