Categories
ଆଜିର ଖବର

ଟାଇ ଜୁ ୟିଙ୍ଗଙ୍କୁ ସିଙ୍ଗାପୁର ଓପନ୍‌ ଟାଇଟଲ୍‌

ବିଶ୍ବ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ତାଇଓ୍ବାନର ଟାଇ ଜୁ ୟିଙ୍ଗ ସିଙ୍ଗାପୁର ଓପନ୍‌ ବ୍ୟାଡମିଣ୍ଟନ୍‌ର ଟାଇଟଲ୍‌ ମୁକାବିଲାରେ ବିଜୟୀ ହୋଇଛନ୍ତି। ଫାଇନାଲ୍‌ ମୁକାବିଲାରେ ୨୧-୧୯ ଏବଂ ୨୧-୧୫ରେ ବିଶ୍ବ ମାନ୍ୟତାର ତିନି ନମ୍ବର ସ୍ଥାନରେ ରହିଥିବା ଜାପାନର ନୋଜୋମି ଓକୁହାରାଙ୍କୁ ପରାସ୍ତ କରି ଟାଇଟଲ୍‌ ହାସଲ କରିଛନ୍ତି। ୨୦୧୭ରେ ଟାଇ ସିଙ୍ଗାପୁର ଓପନ ହାସଲ କରିଥିବା ବେଳେ ପୂର୍ବ ସପ୍ତାହରେ ମାଲେସିଆ ଓପନରେ ମଧ୍ୟ ଚାମ୍ପିୟନ୍‌ ହୋଇଥିଲେ। ପ୍ରଥମ ସେଟ୍‌ରେ ଟାଇ ଏକଦା ୧୩-୮ର ଅଗ୍ରଣୀ ହାସଲ କରିଥିବା ବେଳେ ଓକୁହାରା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍‌କୁ ୧୮-୧୮କୁ ନେଇ ଆସିଥିଲେ। ମାତ୍ର ୨୪ ବର୍ଷୀୟା ଟାଇ ମ୍ୟାଚ୍‌କୁ ୨୧-୧୯ରେ ଜିତି ନେଇଥିଲେ। ଦ୍ବିତୀୟ ସେଟ୍‌ରେ ଓକୁହାରା ସଂଘର୍ଷ କରିଥିଲେ ମଧ୍ୟ ଟାଇଙ୍କ ଶକ୍ତଶାଳୀ ସର୍ଭିସ୍‌ ଏବଂ ସ୍ମାସ୍‌ ସମ୍ନାରେ ତିଷ୍ଠି ପାରି ନଥିଲେ ଏବଂ ୨୧-୧୫ରେ ପରାଜିତ ହୋଇ ରନର୍ସ ଅପ୍‌ରେ ସନ୍ତୁଷ୍ଟ ରହିଥିଲେ। ଏହି ବିଜୟ ସହିତ ଓକୁହାରାଙ୍କ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୫-୪ରେ ପହଞ୍ଚାଇଛନ୍ତି ଟାଇ।

Categories
ଆଜିର ଖବର

ସିଙ୍ଗାପୁର ଓପନ୍‌ : ଫର୍ମ ଫେରିବା ନେଇ ଆଶାୟୀ ସିନ୍ଧୁ

ଆଜିଠୁ ଆାରମ୍ଭ ହେବାକୁ ଯାଉଛି ସିଙ୍ଗାପୁର ଓପନ ବ୍ୟାଡମିଣ୍ଟନ। ୩ ଲକ୍ଷ ୫୫ହଜାର ଡଲାର ପୁରସ୍କାର ରାଶି ବିଶିଷ୍ଟ ଏହି ପ୍ରତିଯୋଗିତାରେ ନିଜର ଫର୍ମ ନେଇ ଆଶାୟୀ ଅଛନ୍ତି ପିଭି ସିନ୍ଧୁ। ମାଲେସିଆ ଓପନରୁ ଶୀଘ୍ର ବିଦାୟ ନେଇଥିବା ସିନ୍ଧୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଷଷ୍ଠ ସିଡ୍‌ର ମାନ୍ୟତା ପାଇଛନ୍ତି। ଏକମାତ୍ର ଭାରତୀୟ ଭାବରେ ସାଇନା ନେହ୍ବାଲ ଗୋଟିଏ ଥର ଏହି ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ସାଇନା ଏବଂ ସିନ୍ଧୁଙ୍କ ବ୍ୟତିତ କିଦାମ୍ବି ଶ୍ରୀକାନ୍ତ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ସଫଳ ପ୍ରଦର୍ଶନ ନେଇ ଆଶାବାଦୀ ରହିବେ। ଏଚ ଏସ୍‌ ପ୍ରଣୟ ଏବଂ ବି ସାଇ ପ୍ରଣୀଥ୍‌ ମଧ୍ୟ ମୁଖ୍ୟ ଡ୍ରରେ ସାମିଲ୍‌ ହୋଇଛନ୍ତି। ସାଇ ପ୍ରଣୀଥ୍‌ ନିଜର ପ୍ରଥମ ରାଉଣ୍ଡ ମୁକାବିଲାରେ ବିଶ୍ବର ଏକ ନମ୍ବର ଖେଳାଳି କେଣ୍ଟୋ ମୋମୋଟାଙ୍କ ମୁକାବିଲା କରିବେ।