ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ବନ୍ଦେ ଭାରତ ବର୍ବର ଏକ ସମ୍ପ୍ରସାରଣ। ଏହି ଉନ୍ନତ ମାନର ର ଟ୍ରେନ ଆମର ରେଳ ଯାତ୍ରାକୁ ଆମେ କଳ୍ପନା କରିଥିବା ଶୈଳୀର ଯାତ୍ରା ଅନୁଭବ ଆଣିଦେବ।
ଭାରତରେ ପ୍ରଥମ ଥର ପାଇଁ ନିର୍ମିତ ଏହି ଟ୍ରେନ୍ ସେଟ୍ କୁ ସୁନ୍ଦର ଆକର୍ଷଣ ସହ କାର୍ୟ୍ୟକ୍ଷମ ଉତ୍କର୍ଷତା ସହ ପ୍ରସ୍ତୁତ କରାଯାଇଛି। ଟ୍ରେନ୍ ସେଟ୍ ରେ ବ୍ୟବହୃତ ସମସ୍ତ ସାମଗ୍ରୀ ଏବଂ ଯନ୍ତ୍ରାଂଶ ସର୍ବୋଚ୍ଚ ଅଗ୍ନି ନିରାପତ୍ତା ମାନଦଣ୍ଡ ଅନୁସରଣ କରି ନିର୍ମାଣ କରା ଯାଇଛି। ବିଶ୍ୱସ୍ତରୀୟ ସୁବିଧା ଏବଂ ଉନ୍ନତ ଆଭ୍ୟନ୍ତରୀଣ ବ୍ୟବସ୍ଥାରେ ନିର୍ମିତ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଭାରତର ରେଳ ସାମର୍ଥ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲିଖୁଣ୍ଟ ଅତିକ୍ରମ କରିଛି, ଯାହା ୟୁରୋପୀୟ ମାନଦଣ୍ଡ ସହିତ ସମାନ ଯାତ୍ରୀ ଅନୁଭୂତି ପ୍ରଦାନ କରୁଛି । ଭାରତରେ ଦୂରଗାମୀ ରେଳ ଯାତ୍ରାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ ଏହି ଟ୍ରେନ ଆରାମ, ନିରାପତ୍ତା ଏବଂ ଦକ୍ଷତା ପାଇଁ ନୂତନ ମାନଦଣ୍ଡ ପୂରଣ କରୁଛି। ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ରେ ଅନେକ ବିଶ୍ୱସ୍ତରୀୟ ବୈଶିଷ୍ଟ୍ୟ ରହିଛି, ସେ ଗୁଡିକ ହେଲା:
ଅଷ୍ଟେନିଟିକ୍ ଷ୍ଟେନଲେସ୍ ଷ୍ଟିଲ ଟ୍ରେନ୍ ସେଟ୍
ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନ୍ ସେଟ୍ ରେ ଦୁର୍ଘଟଣା ଯୋଗ୍ୟ ବୈଶିଷ୍ଟ୍ୟ
ଜିଏଫ୍ ଆର୍ ପି ପ୍ୟାନେଲ୍ ସହ ଶ୍ରେଷ୍ଠ ଆଭ୍ୟନ୍ତରୀଣ
ଏରୋଡାଇନାମିକ ବାହ୍ୟ ଲୁକ୍
ମଡ୍ୟୁଲାର ପ୍ୟାଣ୍ଟ୍ରି
ଇଏନ୍ ୪୫୫୪୫ ଅନୁଯାୟୀ ଅଗ୍ନି ନିରାପତ୍ତା, ବିପଦ ସ୍ତର: ୦୩
ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବର୍ଥ ଓ ଶୌଚାଳୟ
ସ୍ୱୟଂଚାଳିତ ବାହ୍ୟ ଯାତ୍ରୀ ଦ୍ୱାର
ସେନ୍ସର ଆଧାରିତ ଇଣ୍ଟରକମ୍ୟୁନିକେସନ୍ ଦ୍ୱାର
ଶେଷରେ ରିମୋଟ୍ ଭାବେ ପରିଚାଳିତ ଫାୟାର ବ୍ୟାରିୟର କବାଟ
ଏର୍ଗୋନୋମିକ ଭାବରେ ଡିଜାଇନ୍ କରାଯାଇଥିବା ଦୁର୍ଗନ୍ଧ ମୁକ୍ତ ଶୌଚାଳୟ ବ୍ୟବସ୍ଥା
ଡ୍ରାଇଭିଂ କ୍ରୁଙ୍କ ପାଇଁ ଶୌଚାଳୟ
ପ୍ରଥମ ଏସି କାର୍ ରେ ଗରମ ପାଣିରେ ସ୍ନାନ ବ୍ୟବସ୍ଥା
ୟୁଏସବି ଚାର୍ଜିଂ ବ୍ୟବସ୍ଥା ସହିତ ସମନ୍ୱିତ ପଠନ ଆଲୋକ
ସାର୍ବଜନୀନ ଘୋଷଣା ଏବଂ ଦୃଶ୍ୟ ସୂଚନା ବ୍ୟବସ୍ଥା
ଅତ୍ୟାଧୁନିକ ଯାତ୍ରୀ ସୁବିଧା
ବିଶାଳ ଲଗେଜ୍ ରୁମ୍
ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ଯକ୍ରମରେ ମାନ୍ୟବର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର ରେଲ ରାଷ୍ଟ୍ରମନ୍ତ୍ରୀ ଭି ସୋମାନ୍ନା ବିଇଏମଏଲ ବେଙ୍ଗାଲୁରୁରେ ବନ୍ଦେ ଭାରତ ସ୍ଲିପର ସଂସ୍କରଣ ଟ୍ରେନ୍ ସେଟ୍ ର ଉତ୍ପାଦନକୁ ପରିଦର୍ଶନ କରିଥିଲେ।