Categories
ବିଶେଷ ଖବର ବ୍ୟବସାୟ

ଭାରତରେ ଲଞ୍ଚ ହେଉଛି Vivo V23 ସିରିଜ୍ ସ୍ମାର୍ଟଫୋନ, ରହିଛି ଆଶ୍ଚର୍ଯ୍ୟଜନକ ଫିଚର

ନୂଆଦିଲ୍ଲୀ : ଆଜି ମଧ୍ୟାହ୍ନ 12 ଟାରେ ଭାରତରେ ଲଞ୍ଚ ହେବ ଭିଭୋ V23 ସିରିଜ୍। କମ୍ପାନୀ ଦାବି କରିଛି ଯେ ଏହା ଭାରତର ପ୍ରଥମ ସ୍ମାର୍ଟଫୋନ୍ ହେବ, ଯାହା ରଙ୍ଗ ବଦଳାଇବ। ଅର୍ଥାତ୍ ସ୍ମାର୍ଟଫୋନର ରଙ୍ଗ ବିଭିନ୍ନ ଆଲୋକ ପରିସ୍ଥିତିରେ ଭିନ୍ନ ହେବ।

ଏହାସହ ଏହା ଭାରତର ପ୍ରଥମ 50 ମେଗାପିକ୍ସେଲ ଆଇ ଏଫ୍ ଡୁଆଲ୍ ସେଲଫି କ୍ୟାମେରା ଫୋନ୍ ହେବ। ବର୍ତ୍ତମାନ ବଜାରରେ ଦୁଇଟି ମଡେଲ ପ୍ରବେଶ କରିବ। ତାହା ହେଲା ସ୍ମାର୍ଟଫୋନ୍ ଭିଭୋ V23 5G ଏବଂ ଭିଭୋ V23 ପ୍ରୋ 5G । ଏହି ଦୁଇଟି ଭିଭୋ V23 ସିରିଜ୍ ଅଧୀନରେ ବଜାର ପ୍ରବେଶ କରିବ। ରଙ୍ଗ ପରିବର୍ତ୍ତନ ଟେକ୍ନୋଲୋଜି କେବଳ ସନ ସାଇନ୍ ଗୋଲ୍ଡ ରଙ୍ଗ ସ୍ମାର୍ଟଫୋନରେ ଉପଲବ୍ଧ ହେବ।

ଭିଭୋ V23 ସ୍ମାର୍ଟଫୋନ୍ 3D ବକ୍ର ପରଦା ରହିଛି। ଏହି ସ୍ମାର୍ଟଫୋନର ମୋଟା 7.36 ମିମିରୁ କମ୍ ହେବ। ଏହି ସ୍ମାର୍ଟଫୋନ୍ ସାମ୍ନାରେ ଡୁଆଲ୍ ସେଲଫି କ୍ୟାମେରା ରହିଛି।  ଫୋନ୍ ଏକ ସୁପର ୱାଇଡ୍ ଆଙ୍ଗଲ୍ ନାଇଟ୍ କ୍ୟାମେରା ମଧ୍ୟ ରହିଛି।

ଫୋନରେ ପ୍ରୋସେସର୍ ଭାବରେ ମେଡିଏଟେକ୍ ଡାଇମେନସିଟି 1200 ବ୍ୟବହୃତ ହୋଇଛି। ଯାହା 6nm ପ୍ରକ୍ରିୟା ଆଧାରିତ। କଂପାନୀ ତରଫରୁ ଏହାର ମୂଲ୍ୟ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଭିଭୋ V23 5G – 26,000 ରୁ 29,000 ଟଙ୍କା ମଧ୍ୟରେ ରହିବ ବୋଲି ଅନୁମାନ କରାଯାଇଛି। ଏହି ନୂଆ ଫୋନ ଫ୍ଲିଫକାର୍ଟରେ ଉପଲବ୍ଧ ହେବ।

Categories
ଆଜିର ଖବର ଜାତୀୟ ଖବର

ନୌସେନା ଅଧିକାରୀଙ୍କ ଫେସ୍‌ବୁକ୍‌ ଓ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା

ନୂଆଦିଲ୍ଲୀ,30/12 : ଭାରତୀୟ ନୌସେନା ପକ୍ଷରୁ ଫେସ୍‌ବୁକ୍‌ ଏବଂ ସ୍ମାର୍ଟଫୋନ୍‌ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍‌ ହେଉଥିବାରୁ ସୋମବାର ନୌସେନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଅଧିକାରୀଙ୍କ ମେସେଜିଂ ଆପ୍‌ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ଏହା ସହିତ ସମସ୍ତ ନୌସେନା ବେସ୍‌ରେ ସ୍ମାର୍ଟଫୋନ୍‌ ଏପରିକି ଇ କମର୍ସ ସାଇଟ୍‌ ଉପରେ ମଧ୍ୟ ରୋକ୍‌ ଲଗାଯାଇଛି । ସୋସିଆଲ ମିଡିଆରେ ନୌସେନା ସମ୍ବନ୍ଧୀୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍‌ ତଥା ନିକଟରେ ଆନ୍ଧ୍ରପ୍ରଦେଶରୁ 7 ନୌସେନା ଅଧିକାରୀ ଗିରଫ ହେବା ପରେ ନୌସେନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । (ଏଜେନ୍ସୀ)