ମୁମ୍ବାଇ : ବିଶ୍ବର 50 ଏସୀୟ ସେଲିବ୍ରିଟିଙ୍କ ତାଲିକାର ଶୀର୍ଷସ୍ଥାନ ଅଳଙ୍କୃତ କରିଛନ୍ତି ଅଭିନେତା ସୋନୁ ସୁଦ୍ । କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ସୋନୁ ସୁଦଙ୍କୁ ଦକ୍ଷିଣ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି। ବ୍ରିଟେନ୍ର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ବାରା ପ୍ରକାଶିତ ‘ବିଶ୍ବର 50 ଏସୀୟ ସେଲିବ୍ରିଟି୍ ସୂଚୀରେ 47 ବର୍ଷୀୟ ସୋନୁ ଶୀର୍ଷ ସ୍ଥାନରେ ରହି ଚର୍ଚ୍ଚା ସୃଷ୍ଟି କରିଛନ୍ତି । ନିଜ କାର୍ଯ୍ୟ ଦ୍ବାରା ସମାଜରେ ସାକାରତ୍ମକ ପ୍ରଭାବ ପକାଇବା ସହିତ ଅନ୍ୟମାନଙ୍କୁ ପ୍ରେରିତ କରିଥିବା କଳାକାରମାନେ ଏହି ତାଲିକାରେ ସାମିଲ୍ ହୋଇଛନ୍ତି। ଲକଡାଉନ୍ ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଯେଉଁଭଳି ଭାବରେ ଅସହାୟମାନଙ୍କୁ ସାହାଯ୍ୟର ହାତବଢାଇଥିଲେ ସେଥିପାଇଁ ଲୋକମାନେ ତାଙ୍କୁ ରିୟଲ ହିରୋ ମାନୁଛନ୍ତି । ସୋନୁ 2020 ମସିହା ପାଇଁ ଏକ ନମ୍ବର ଏସୀୟ ସେଲିବ୍ରିଟି ଭାବରେ ମନୋନୀତ ହୋଇଛନ୍ତି । ସେ ଅନେକ ବଲିଉଡ ସେଲିବ୍ରେଟଙ୍କୁ ପଛରେ ପକାଇ ଏହି ଟାଇଟଲ ଜିତିଛନ୍ତି । (ଏଜେନ୍ସି)
Tag: sonusood
ମୁମ୍ବାଇ : ପ୍ରବାସୀ ଶ୍ରମିକଙ୍କ ଘରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ବଲିଉଡ୍ ଅଭିନେତା ସୋନୁ ସୁଦ୍ଙ୍କୁ ଶିବସେନା ପକ୍ଷରୁ ସମାଲୋଚନା କରାଯାଇଛି । ଶିବସେନାର ମୁଖପତ୍ର ସାମ୍ନାରେ ସଞ୍ଜୟ ରାଉତ ସୋନୁଙ୍କୁ ସମାଲୋଚନା କରିଛନ୍ତି । ସୋନୁ ଜଣେ ଭଲ ଅଭିନେତା ଏବଂ ବର୍ତ୍ତମାନ ସେ କରୁଥିବା କାମ ମଧ୍ୟ ପ୍ରଶଂସନୀୟ ମାତ୍ର ଏହା ପଛରେ ଏକ ରାଜନୈତିକ ଅଭିସନ୍ଧି ରହିଥିବା ନଜର ଆସୁଛି ବୋଲି ସଞ୍ଜୟ ଲେଖିଛନ୍ତି । ଲକ୍ଡାଉନ୍ ସମୟରେ ସୋନୁ ମହାତ୍ମା ନାମକ ଜନୈକ ମହାନ ବ୍ୟକ୍ତି ସାଧାରଣ ଜନତାଙ୍କ ସହାୟତା ପାଇଁ ଆସିଗଲେ ବୋଲି କଟାକ୍ଷ କରିଛନ୍ତି ସଞ୍ଜୟ । ତେବେ ଶିବସେନାର ଏହି ପ୍ରୟାସକୁ ସୋସିଆଲ୍ ମିଡିଆରେ ସମାଲୋଚନା କରାଯାଇଛି । (ଏଜେନ୍ସି)