Categories
ବିଶେଷ ଖବର

ଅତିକ୍-ଅଶ୍ରଫ୍ ଙ୍କ ହତ୍ୟା ପରେ ବଡ ନିଷ୍ପତ୍ତି, ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ SOP ପ୍ରସ୍ତୁତ କରିବ କେନ୍ଦ୍ର

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶ୍ରଫଙ୍କ ହତ୍ୟା ପରେ କେନ୍ଦ୍ର ସରକାର ସତର୍କ ଅବସ୍ଥାରେ ଅଛନ୍ତି। ପୋଲିସ୍ ହେପାଜତରେ ଅତିକ୍ ଅହମ୍ମଦଙ୍କୁ ଆକ୍ରମଣ କରିଥିବା ତିନିଜଣ ଯୁବକ ଗଣମାଧ୍ୟମର ବ୍ୟକ୍ତି ଭାବରେ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଗୃହ ମନ୍ତ୍ରଣାଳୟ SOP ପ୍ରସ୍ତୁତ କରିବ। ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଏହି ପଦକ୍ଷେପ ନିଆଯାଉଛି।

ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଗୃହ ମନ୍ତ୍ରଣାଳୟ ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିସର୍ (SOP) ପ୍ରସ୍ତୁତ କରିବାକୁ ଯାଉଛି। ଗଣମାଧ୍ୟମ ସହ ବାର୍ତ୍ତାଳାପ ବେଳେ ତିନିଜଣ ବ୍ୟକ୍ତି ଦୁଇ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ, ଯେତେବେଳେ ପୋଲିସ୍ ସେମାନଙ୍କୁ ପରୀକ୍ଷା ପାଇଁ ଏକ ମେଡିକାଲ କଲେଜକୁ ନେଉଥିଲେ।

ଏଫ୍ଆଇଆର୍ ଅନୁଯାୟୀ ଅଭିଯୁକ୍ତ କହିଛନ୍ତି ଯେ, ସେମାନେ ଅତିକ୍-ଅଶ୍ରଫ୍ ଗ୍ୟାଙ୍ଗକୁ ପୋଛି ଦେବାକୁ ଚାହୁଁଛନ୍ତି, ଯାହାଫଳରେ ସେମାନେ ରାଜ୍ୟରେ ନାମ ପାଇବେ। ସେହି ଲୋକମାନେ ପୋଲିସର କର୍ଡନ ଅନୁମାନ କରିପାରିନଥିଲେ ଏବଂ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଧରାପଡିଥିଲେ। ସେ ଅନେକ ଦିନ ଧରି ଅତିକ୍ ଏବଂ ଅଶ୍ରଫ୍ ଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଉପଯୁକ୍ତ ସମୟ କିମ୍ବା ସୁଯୋଗ ପାଇନଥିଲେ।

ଏହି ସମୟରେ ପ୍ରୟାଗରାଜ ରାସ୍ତାରେ ନୀରବତା ରହିଛି। ସବୁଆଡେ ପୋଲିସ ମୁତୟନ କରାଯାଇଛି ଏବଂ ଦୋକାନଗୁଡ଼ିକର ସଟର ବନ୍ଦ କରାଯାଇଛି। ପ୍ରତ୍ୟେକ କାର୍ଯ୍ୟ ଉପରେ ପୋଲିସ ନଜର ରଖିଛି। ମୁଖ୍ୟମନ୍ତ୍ରୀ ଯୋଗୀଙ୍କଠାରୁ ପୋଲିସ କଡା ନିରୀକ୍ଷଣ ନିର୍ଦ୍ଦେଶ ପାଇଛି।

Categories
ଆଜିର ଖବର ଜାତୀୟ ଖବର

ଅକ୍ଟୋବର 15ରୁ ଖୋଲିବ ସିନେମା ହଲ୍‌ : ଏନେଇ ଏସ୍‌ଓପି ଜାରି କଲେ ସରକାର

ନୂଆଦିଲ୍ଲୀ : କରୋନା ଯୋଗୁଁ ଗତ ସାତ ମାସ ଧରି ଦେଶର ସମସ୍ତ ସିନେମା ହଲ୍‌ ବନ୍ଦ ରହିଛି । ତେବେ ଅନଲକ୍‌5ରେ ସିନେମାହଲ୍‌ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ମିଳିଛି । ଅକ୍ଟୋବର 15 ତାରିଖର କଟକଣା ମଧ୍ୟରେ ସିନେମା ହଲ୍‌ ଖୋଲିବାକୁ ନେଇ ସରକାର ଏସ୍‌ଓପି ଜାରି କରିଛନ୍ତି । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡ୍‌କର ସୂଚନା ଦେଇଛନ୍ତି । 50 ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ସାମାଜିକ ଦୂରତ୍ବକୁ ବିଶେଷ ଧ୍ୟାନ ଦିଆଯିବାକୁ କୁହାଯାଇଛି ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏସ୍‌ଓପି ଅନୁଯାୟୀ –

ପଚାଶ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲାଯିବ ।

ପ୍ରବେଶ ପୂର୍ବରୁ ସାନିଟାଇଜ୍‌ ବ୍ୟବସ୍ଥା ରହିବ ।

ସିନେମା ହଲ୍‌ର ପ୍ରତି ସିଟ୍ର ପାଖ ଦୁଇଟି ସିଟ୍‌ଖାଲି ରହିବ ।

ସିନେମା ହଲ୍‌ ଭିତରେ ମାସ୍କ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।

ହଲ୍‌ ପ୍ରବେଶ ପୂର୍ବରୁ ଥର୍ମାଲ୍‌ ସ୍କ୍ରିନିଂ ଜରୁରୀ ।

କରୋନାର ଲକ୍ଷଣ ନଥିବା ଲୋକମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

ଅନଲାଇନ୍‌ ବୁକିଂକୁ ଅଗ୍ରାଧିକାର ଦିଆଯିବ

ହଲ୍‌ ଭିତରେ କେବଳ ପ୍ୟାକେଟ୍‌ ଖାଦ୍ୟ ମିଳିବ

ଇଣ୍ଟରଭାଲ୍‌ର ସମୟ ସୀମା ବୃଦ୍ଧି କରାଯିବ ।

ଓ୍ବାସ୍‌ରୁମ୍‌ଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବ ।

ଟିକେଟ କାଉଣ୍ଟର ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍‌ଟର ଖୋଲାଯିବ

ଶୋ’ ମଧ୍ୟରେ ବ୍ୟବଧାନକୁ ବୃଦ୍ଧି କରାଯିବ ।

ଶୋ’ ସରିବା ପରେ ସମ୍ପୂର୍ଣ୍ଣ ହଲ୍‌କୁ ସାନିଟାଇଜ୍‌ କରାଯିବ ।

ଉପରୋକ୍ତ ସମସ୍ତ ଗାଇଡଲାଇନ୍‌ ନ ମାନିଲେ ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଆଜି ନିଟ୍‌ ପରୀକ୍ଷା : ପରୀକ୍ଷା ପୂର୍ବରୁ ଏସ୍‌ଓପି ଜାରି କଲା ଏନ୍‌ଟିଏ

ଭୁବନେଶ୍ବର : ଆଜି ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍‌। କୋଭିଡ୍-19 କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର 15 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶାରୁ 37 ହଜାର 459 ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାର 7ଟି ସହରରେ 84ଟି ପରୀକ୍ଷା କେନ୍ଦ୍ର ହୋଇଛି। ଭୁବନେଶ୍ବରରେ ସର୍ବାଧିକ 31ଟି ପରୀକ୍ଷା କେନ୍ଦ୍ରରେ 15 ହଜାର 688 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସମସ୍ତ ଛାତ୍ରଛାତ୍ରୀଙ୍କ ହେବ ଥର୍ମାଲ ସ୍କ୍ରିନିଂ। ପଜିଟିଭ୍‌ ଛାତ୍ରଛାତ୍ରୀଙ୍କୁ ହଲ୍‌କୁ ଏଣ୍ଟି୍ ମନା । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ନୂଆ ଏସ୍‌ଓପି ଜାରି ହୋଇଛି । ପରୀକ୍ଷା ପୂର୍ବରୁ ଏସ୍‌ଓପି ଜାରି କରିଛି ଏନ୍‌ଟିଏ । ଯେଉଁ ପରୀକ୍ଷାର୍ଥୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବ ସେମାନଙ୍କୁ ଆଜି ପରୀକ୍ଷା ହଲ୍‌ରେ ପଶିବାକୁ ଅନୁମତି ଦିଆଯିବ ନାହିଁ । ପଜିଟିଭ୍‌ ଛାତ୍ରଛାତ୍ରୀ ଅନ୍ୟ ଦିନରେ ପରୀକ୍ଷା ଦେଇପାରିବେ। ଆଜି ପରୀକ୍ଷା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।

Categories
ଆଜିର ଖବର ଜାତୀୟ ଖବର

ଶ୍ରମିକଙ୍କ ପାଇଁ କେନ୍ଦ୍ରର ଏସ୍‌ଓପି : କାଲିଠୁ ରାଜ୍ୟ ଭିତରେ ସାମାଜିକ ଦୂରତ୍ବରେ ରହି କରିପାରିବେ କାମ

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ରେ ଫସିଥିବା ଶ୍ରମିକମାନେ କାଲିଠାରୁ କାମ କରିପାରିବେ । ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଏସ୍‌ଓପି । କାଲିଠୁ ରାଜ୍ୟ ଭିତରେ ସାମାଜିକ ଦୂରତ୍ବ ରଖି କାମ କରିପାରିବେ ଶ୍ରମିକ । ତେବେ ବାହାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଯାଇପାରିବେନି ଶ୍ରମିକ । ଯିଏ ଯେଉଁ ରାଜ୍ୟରେ ଅଛନ୍ତି, ସେହି ରାଜ୍ୟର କାମ କରିପାରିବେ ଶ୍ରମିକ । ଶିଳ୍ପ, ନିର୍ମାଣ, ଚାଷ ଓ ମନରେଗା କାମ ଆଦି କରିପାରିବେ ଶ୍ରମିକ । ଶ୍ରମିକଙ୍କୁ ଆଶ୍ରୟସ୍ଥଳ ଓ ରିଲିଫ୍‌ କ୍ୟାମ୍ପ୍‌ରେ ରହିବା ବ୍ୟବସ୍ଥା କରାଯିବ । ଶ୍ରମିକମାନେ ଯିବା ଆସିବା କରୁଥିବା ବସ୍‌ଗୁଡିକ ସାନିଟାଇଜ୍‌ କରାଯିବ । ସ୍ଥାନୀୟ ପ୍ରଶାସନ ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।