Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବ୍ରିଟେନ୍‌କୁ ଟପିଲା ଭାରତ : କରୋନା ପ୍ରଭାବିତ ଦେଶ ତାଲିକାର ଚତୁର୍ଥ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ବିଶ୍ବର କରୋନା ପ୍ରଭାବିତ ଦେଶ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିଛି । ଭାରତରେ ଦିନକରେ 10 ହଜାର 956 ଆକ୍ରାନ୍ତ ହୋଇଛନ୍ତି । ଫଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା 2 ଲକ୍ଷ 97 ହଜାର 535 କୁ ବୃଦ୍ଧି ହୋଇଛି । ଏହି ଆଧାରରେ ସ୍ପେନ ଓ ବ୍ରିଟେନକୁ ଭାରତ ଅତିକ୍ରମ କରିଛି । ସ୍ପେନରେ ଏଯାଏଁ କରୋନା ସଂକ୍ରମିତ ସଂଖ୍ୟା 2 ଲକ୍ଷ 89 ହଜାର 787 ହୋଇଥିବା ବେଳେ ବ୍ରିଟେନରେ ଏହି ସଂଖ୍ୟା 2 ଲକ୍ଷ 91 ହଜାର 409 ଜଣ । କରୋନା ପ୍ରଭାବିତ ଦେଶ  ତାଲିକାର ପ୍ରଥମ ସ୍ଥାନରେ ଆମେରିକା ରହିଥିବାବେଳେ ଦ୍ବିତୀୟ ସ୍ଥାନରେ ବ୍ରାଜିଲ୍‌ ରହିଥିବାବେଳେ ତୃତୀୟ ସ୍ଥାନରେ ରହିଛି ଋଷିଆ ।

ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷ ୮୯ ହଜାର 701 ଥିବାବେଳେ ମୃତ୍ୟୁ ସଂଖ୍ୟା 1,16ହଜାର 034ରେ ପହଞ୍ଚିଛି । ସେହିପରି ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 5 ହଜାର 649କୁ ବୃଦ୍ଧି ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 41 ହଜାର 58ରେ ପହଞ୍ଚିଛି  ଓ ଋଷିଆରେ ମୃତ୍ୟୁ ସଂଖ୍ୟା 6,532କୁ ବୃଦ୍ଧି ହୋଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା 5 ଲକ୍ଷ 2 ହଜାର 436କୁ ବୃଦ୍ଧି ହୋଇଛି । ସେହିପରି ଭାରତରେ ମୋଟ୍‌ ମୃତ୍ୟୁ ସଂଖ୍ୟା 8 ହଜାର 498କୁ ବୃଦ୍ଧି ହୋଇଛି । ସେହିପରି ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଲକ୍ଷ 89 ହଜାର 787 ଥିବାବେଳେ ମୃତ୍ୟୁ ସଂଖ୍ୟା 27 ହଜାର 136 ରହିଛି । ବ୍ରିଟେନ୍‌ରେ 2 ଲକ୍ଷ 91 ହଜାର 409 ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 41 ହଜାର 279କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଋଷରେ ବିଶ୍ବର ଦ୍ବିତୀୟ ସର୍ବାଧିକ କରୋନା ସଂକ୍ରମିତ : ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ ଅତିକ୍ରମ କଲା

ମସ୍କୋ : ସମଗ୍ର ବିଶ୍ବରେ ବ୍ୟାପିଥିବା କରୋନା ଭାଇରସ୍‌ ଦ୍ବାରା ଆମେରିକାରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବେଳେ ଋଷ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । ଋଷରେ ସମୁଦାୟ ଆକ୍ରାନ୍ତଙ୍କ 308705 ରହିଥିବା ବେଳେ ଏହା ମଧ୍ୟରୁ 85 ହଜାର 392 ଜଣ ସୁସ୍ଥ ହୋଇଛନ୍ତି । ଏହା ମଧ୍ୟରୁ 2792 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 220341 ରହିଛି । ସେହିପରି ଆକ୍ରାନ୍ତଙ୍କ ସଂଖ୍ୟାରେ ସ୍ପେନ୍‌କୁ ଅତିକ୍ରମ କରିଛି ବ୍ରାଜିଲ । ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 279000 ରହିଥିବା ବ୍ରାଜିଲ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା 293357ରେ ପହଞ୍ଚିଛି । ଗୋଟିଏ ଦିନରେ 17151 ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସ୍ପେନ୍‌କୁ ପଛରେ ପକାଇଛି ବ୍ରାଜିଲ୍‌ । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ବିଶ୍ବରେ ପଚାଶ ଲକ୍ଷ ଡେଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ : ଚୀନ୍‌ରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ କବଳରେ ଏବେ ସାରା ବିଶ୍ବ । ବିଶ୍ବର 213ଟି ଦେଶ ଏବେ ଏହି ମହାମାରୀ କବଳରେ ପଡିଛନ୍ତି । ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ଲକ୍ଷ ପାର୍‌ କରିସାରିଥିବାବେଳେ ମୃତ୍ୟୁ ସଂଖ୍ୟା 3, 29, 731ରେ ପହଞ୍ଚିଛି ।

ବିଶ୍ବର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଓ ରୁଷ୍‌ ଏହି ମହାମାରୀ ଦ୍ବାରା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା 15,91,991 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 94 ହଜାର 994ରେ ପହଞ୍ଚିଛି । ସେହିପରି ରୁଷ୍‌ରେ 3,08,705 ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 2,972ରେ ପହଞ୍ଚିଛି ।

କରୋନା ମୃତ୍ୟୁ ସଂଖ୍ୟାରେ ଆମେରିକା ପ୍ରଥମ ଥିବାବେଳେ ଦ୍ବିତୀୟରେ ୟୁକେ ରହିଛି । ଏଠାରେ 2,48, 293 ଜଣ ସଂକ୍ରମିତ ହୋଇଥିବାବେଳେ 35,704 ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଏହା ତଳକୁ ରହିଛି ଇଟାଲୀ । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା 2,27,364 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 32, 330ରେ ପହଞ୍ଚିଛି । ସେହିପରି ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା 28,132 ରହିଥିବାବେଳେ ସ୍ପେନ୍‌ରେ ମୃତ୍ୟୁ ସଂଖ୍ୟା 27,888 ରହିଛି ।  ଜର୍ମାନୀରେ 8.270 ଜଣ ପ୍ରାଣ ହରାଇଥିବାବେଳେ ଇରାନ୍‌ରେ 7,183 ଜଣ ପ୍ରାଣ ହରାଇଛନ୍ତି । ସେହିପରି ଭାରତରେ ଏକ ଲକ୍ଷରୁ ଉର୍ଦ୍ଧ୍ବ କରୋନାରେ ସଂକ୍ରମିତ ହୋଇଥିବାସ୍ଥଳେ 3434ଜଣ ପ୍ରାଣ ହରାଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ବିଶ୍ବରେ କରୋନା ସଂକ୍ରମିତଙ୍କ ସଂଖ୍ୟା 38 ଲକ୍ଷ ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା ଅଢେଇ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଚୀନ୍‌ର ବୁହାନ ସହରରୁ ଆରମ୍ଭ ହୋଇଥିବା ଏହି କରୋନା ଏବେ 212ଟି ଦେଶରେ ବ୍ୟାପିସାରିଛି। ଗତ 24 ଘଣ୍ଟା ମଧ୍ୟରେ ସାରା ବିଶ୍ବରେ 94,261ଟି ନୂଆ ମାମଲା ସାମ୍ନାକୁ ଆସିଛି। ଆମେରିକା, ଫ୍ରାନ୍ସ, ସ୍ପେନ, ଜର୍ମାନୀ, ଇଟାଲୀ ଓ ବ୍ରିଟେନ ଭଳି ଶକ୍ତିଶାଳୀ ଦେଶ କରୋନା ଭାଇରସ ଆଗରେ ପରାସ୍ତ ହୋଇଛନ୍ତି। ଏହି ମାରାତ୍ମକ ଭାଇରସ ଯୋଗୁଁ ଗୁରୁବାର ସକାଳ ସୁଦ୍ଧା  କରୋନା ଭାଇରସ 2 ଲକ୍ଷ 65 ହଜାର 84 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି 38 ଲକ୍ଷ 21 ହଜାର 668ଜଣ ଲୋକ ସଂକ୍ରମିତ ଅଛନ୍ତି। 12 ଲକ୍ଷ 99 ହଜାର 361 ଜଣ ସୁସ୍ଥ ହୋଇଥିବା ବେଳେ 22 ଲକ୍ଷ 57 ହଜାର 265 ଜଣ ସକ୍ରିୟ ଅଛନ୍ତି।

ଆମେରିକାରେ 12 ଲକ୍ଷ 63 ହଜାର 183 ଜଣ ସଂକ୍ରମିତ ଥିବା ବେଳେ 74 ହଜାର 807 ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ସ୍ପେନରେ 2 ଲକ୍ଷ 53 ହଜାର 682ଜଣ ସଂକ୍ରମିତ ହୋଇଥିବାବେଳେ 25 ହଜାର 857ଜଣଙ୍କ ମୃତ୍ୟୁ ହୋଇଛି। ଇଟାଲୀରେ 29 ହଜାର 684 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 2 ଲକ୍ଷ 14 ହଜାର 457ଜଣ। ବ୍ରିଟେନ୍‌ରେ 2 ଲକ୍ଷ 1 ହଜାର ଶହେ ଏକ ଜଣ ସଂକ୍ରମିତ ହୋଇଥିବାବେଳେ 30 ହଜାରରୁ ଉର୍ଦ୍ଧ୍ବରଙ୍କ ମୃତ୍ୟୁ ହୋଇଛି। ଫ୍ରାନ୍ସରେ ଏକ ଲକ୍ଷ 74 ହଜାର 191 ଜଣ ସଂକ୍ରମିତ ହୋଇଥିବାବେଳେ 25 ହଜାର 809ଜଣଙ୍କର ମୃତ୍ୟୁ ହୋଇଛି। ଜର୍ମାନୀରେ 7275ଜଣଙ୍କ ମୃତ୍ୟୁ ହୋଇଥିବାବେଳ 1 ଲକ୍ଷ 68 ହଜାର 162ଜଣ ସଂକ୍ରମିତ ହୋଇଛନ୍ତି। ଋଷିଆରେ 1537ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଂକ୍ରମିତ ହୋଇଛନ୍ତି 1 ଲକ୍ଷ 65 ହଜାର 929ଜଣ। ତୁର୍କୀରେ 3584ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1 ଲକ୍ଷ 31 ହଜାର 744 ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ବ୍ରାଜିଲ୍‌ ଓ ଇରାନ୍‌ରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ସଂକ୍ରମିତ ହୋଇଥିବାବେଳେ ବ୍ରାଜିଲ୍‌ରେ 8 ହାଜର 588 ଜଣଙ୍କର ମୃତ୍ୟୁ ହୋଇଛି ସେହିପରି ଇରାନ୍‌ରେ 6418ଜଣଙ୍କ ମୃତ୍ୟୁ ହୋଇଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ମହାମାରୀ କରୋନା: ଇଟାଲୀ ଓ ଆମେରିକା ପରେ ଏବେ ଚୀନ୍‌କୁ ଟପିଲା ସ୍ପେନ୍‌

ଚୀନ୍ ସହରରୁ ଆରମ୍ଭ ହୋଇଥିବା ମହମାରୀ କରୋନା ଯୋଗୁଁ ସ୍ପେନର ସ୍ଥିତି ଏବେ ବେଶ୍‌ ଜଟିଳ ହୋଇପଡିଛି। ଏହାପୂର୍ବରୁ ଆମେରିକା ଓ ଇଟାଲୀ ସ୍ଥିତି ମଧ୍ୟ ଚୀନ୍ ଠାରୁ ବଳି ଯାଇଥିଲା। ଏବେ ସ୍ପେନ ମଧ୍ୟ ଚାଇନାକୁ ଅତିକ୍ରମ କରିଯାଇଛି। ବର୍ତ୍ତମାନ ବିଶ୍ୱର ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ସ୍ପେନରେ ଚିହ୍ନଟ ହୋଇଛନ୍ତି। ସ୍ପେନରେ ଗତ 24ଘଣ୍ଟାରେ 800 ଜଣ ପ୍ରାଣ ହରାଇଛି। ଏଯାଏ ସ୍ପେନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 87,956 ଜଣ ରୋଗୀ ରହିଥିବା ବେଳେ ମୃତକଙ୍କ ସଂଖ୍ୟା 7,716 ଛୁଇଁଛି। ସେହିପରି ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା 101,739 ରହିଥିବାବେଳେ ମୃତ୍ୟୁ ସଂଖ୍ୟା ଏଗାର ହଜାର ଟପି ସାରିଛି। ସେହିପରି ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ଟପିଥିବାବେଳେ ମୃତ୍ୟୁ ସଂଖ୍ୟା ତିନି ହଜାର ଟପି ସାରିଛି। ସେହିପରି ବିଶ୍ବରେ ଏହି ରୋଗରେ ସର୍ବମୋଟ ମୃତ୍ୟୁ ସଂଖ୍ୟା 37,814ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 785, 712 ରହିଛି। ସେହିପରି ଏହି ରୋଗରୁ ସୁସ୍ଥ ହୋଇଛନ୍ତି 165,606 ଜଣ।

ସମୀକ୍ଷା ତରଫରୁ ପ୍ରସ୍ତୁତ କରୋନା ଅପଡେଟ୍‌:

 

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ସ୍ପେନ୍‌ରେ ଗୋଟିଏ ଦିନରେ ପ୍ରାଣ ହରାଇଲେ 769 : ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର

ମାଦ୍ରିଦ୍‌ : କରୋନା ଭାଇରସ୍‌ ପ୍ରଭାବରେ ସମଗ୍ର ବିଶ୍ବରେ ଆତଙ୍କ ଖେଳି ଯାଇଥିବା ବେଳେ ସ୍ପେନ୍‌ରେ ଏହି ଭାଇରସ୍‌ ତାଣ୍ଡବ ମଚାଇଛି । ସ୍ପେନ୍‌ରେ ଏହି ଭାଇରସ୍‌ ପ୍ରଭାବରେ ଗୋଟିଏ ଦିନରେ 769 ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 64 ହଜାର ଅତିକ୍ରମ କରିଛି । ଶୁକ୍ରବାର ନୂତନ ଭାବରେ 769 ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା 4800ରେ ପହଞ୍ଚିଛି । ଇଟାଲୀର 4858 ମୃତ୍ୟୁ ପଛକୁ ଏହା ଦ୍ବିତୀୟ ସ୍ଥାନରେ ରହିଛି । ଗୁରୁବାର ଅପେକ୍ଷା ଶୁକ୍ରବାର ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟାରେ 18 ପ୍ରତିଶତର ଅଭିବୃଦ୍ଧି ଘଟିଛି । ସେହିପରି ଏକ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ 8 ହଜାର ବୃଦ୍ଧି ଘଟିବା ଚିନ୍ତାଜନକ ବୋଲି ସ୍ପେନ୍‌ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ବିଗତ 24 ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ସ୍ପେନରେ ସର୍ବାଧିକ ମୃତ୍ୟୁ

ନୂଆଦିଲ୍ଲୀ : ବିଶ୍ବରେ କରୋନାର ଆକ୍ରାନ୍ତଙ୍କ ସଂଖ୍ୟା 5ଲକ୍ଷ ଟପିଲାଣି । ଦୁନିଆରେ ମୋଟ୍‌ 5,36,617 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି କରୋନା ଯୋଗୁଁ ମୋଟ୍‌ 24,118 ଜଣଙ୍କର ମୃତ୍ୟୁ ଘଟିଲାଣି। ସେହିପରି ସୁସ୍ଥ ହୋଇଛନ୍ତି 1,24,408ଜଣ । ଚୀନ୍‌ ପରେ ୟୁରୋପରେ ଏହା ବେଶ୍‌ ଭୟଙ୍କର ରହିଛି । ସ୍ପେନ୍‌ରେ ଗତ 24 ଘଣ୍ଟାରେ 718ଜଣଙ୍କର ମୃତ୍ୟୁ ହୋଇଛି । ସ୍ପେନ୍‌ରେ ସର୍ବମୋଟ୍‌ ମୃତ୍ୟୁ ସଂଖ୍ୟା 4,365ରେ ପହଞ୍ଚିଛି । ଗୁରୁବାର ଦିନ ସ୍ପେନ୍‌ରେ 718ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆମେରିକାରେ ବିଗତ 24 ଘଣ୍ଟା ମଧ୍ୟରେ 16,000 ଲୋକ କରୋନା କବଳରେ ଆସିଥିବାବେଳେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 85ହଜାରକୁ ଟପିଛି । ସେହିପରି ଇଟାଲୀରେ କରୋନା ଯୋଗୁଁ ମୃତ୍ୟସଂଖ୍ୟା ଆଠ ହଜାର ପାର୍‌ କରିଛି । ଓ୍ବାଲ୍ଡୋମିଟରର ପରିସଂଖ୍ୟାନ ଅନୁସାର ଗତ 24 ଘଣ୍ଟା ଧ୍ୟରେ ଇଟାଲୀରେ 683ଜଣଙ୍କର ମୃତ୍ୟୁ ହୋଇଛି ।

ସମୀକ୍ଷା ତରଫରୁ କରୋନା ଅପଡେଟ୍‌ :