Categories
ଆଜିର ଖବର ଖେଳ ଜାତୀୟ ଖବର

ସନରାଇଜର୍ସ ହାଇଦ୍ରାବାଦର ନୂତନ ଅଧିନାୟକ ହେଲେ ପ୍ୟାଟ୍ କମିନ୍ସ, ଏଡେନ ମାର୍କ୍ରାମଙ୍କୁ ଛୁଟି

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ୍ ପୂର୍ବରୁ, ସନରାଇଜର୍ସ ହାଇଦ୍ରାବାଦ ଏକ ବଡ ପରିବର୍ତ୍ତନ କରିଛି ଏବଂ ପ୍ୟାଟ୍ କମିନ୍ସଙ୍କୁ ନୂତନ ଅଧିନାୟକ କରିଛି। ଗତ ସଂସ୍କରଣରେ ଅର୍ଥାତ୍ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିଥିବା ଏଡେନ ମାର୍କ୍ରାମଙ୍କୁ ଫ୍ରାଞ୍ଚାଇଜ୍ ଛୁଟି କରିଛି। ୨୦୨୪ ଆଇପିଏଲ୍ ପାଇଁ ଆୟୋଜିତ ମିନି ନିଲାମରେ କମିନ୍ସଙ୍କୁ ହାଇଦ୍ରାବାଦ ୨୦.୫୦କୋଟି ଟଙ୍କାରେ କିଣିଥିଲା। ଏହାପରେ କମିନ୍ସ ଆଇପିଏଲ୍ ଇତିହାସରେ ବିକ୍ରି ହୋଇଥିବା ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଥିଲେ।

ବିପୁଳ ପରିମାଣରେ କମିନ୍ସଙ୍କୁ କିଣିଥିବା ସନରାଇଜର୍ସ ହାଇଦ୍ରାବାଦ ବର୍ତ୍ତମାନ ତାଙ୍କୁ ଏକ ନୂତନ ଦାୟିତ୍ଵ ଦେଇଛି ଏବଂ ତାଙ୍କୁ ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେଉଥିବା ୨୦୨୪ ଆଇପିଏଲ୍ ପାଇଁ ଅଧିନାୟକ କରିଛି। ସୋସିଆଲ ମିଡିଆ ଜରିଆରେ ସନରାଇଜର୍ସ ହାଇଦ୍ରାବାଦ ନୂତନ ଅଧିନାୟକ ଘୋଷଣା କରିଛି। ହାଇଦ୍ରାବାଦ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛି ଯେ ଆମର ନୂତନ ଅଧିନାୟକ ପାଟ କମିନ୍ସ।

ଗତ ସିଜନରେ ହାଇଦ୍ରାବାଦର ପ୍ରଦର୍ଶନ ସବୁଠାରୁ ଖରାପ ଥିଲା:

ପ୍ରକାଶ ଯେ, ଏଡେନ ମାର୍କ୍ରାମଙ୍କ ଅଧିନାୟକତ୍ୱରେ ଖେଳିବାବେଳେ ୨୦୨୩ ଆଇପିଏଲ୍ ରେ ସନରାଇଜର୍ସ ହାଇଦ୍ରାବାଦ ବହୁତ ଖରାପ ପ୍ରଦର୍ଶନ କରିଥିଲା। ମାର୍କ୍ରାମଙ୍କ ଅଧିନାୟକତ୍ୱରେ ଦଳ ୧୪ ଟି ଲିଗ୍ ମ୍ୟାଚ୍ ମଧ୍ୟରୁ ୪ ଟି ଜିତିପାରିଥିଲା। ଦଳ ପଏଣ୍ଟ ଟେବୁଲରେ ଦଶମ ଅର୍ଥାତ୍ ନିମ୍ନରେ ଥିଲା। ଗତ ସିଜିନର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦଳ ପରିଚାଳନା ଏହି ପରିବର୍ତ୍ତନ କରିଛି। କମିନ୍ସ ବର୍ତ୍ତମାନର ଅନ୍ୟତମ ସଫଳ ଅଧିନାୟକ। ତାଙ୍କ ଅଧିନାୟକତ୍ୱରେ କମିନ୍ସ ଅଷ୍ଟ୍ରେଲିଆକୁ ୨୦୨୩ ବିଶ୍ୱକପରେ ଚାମ୍ପିୟନ କରିଥିଲେ।

Categories
ଆଜିର ଖବର ଖେଳ ଜାତୀୟ ଖବର

ରୋଚକ ମୋଡରେ ଆଇପିଏଲ୍‌ ୨୦୨୦: ପ୍ଲେ ଅଫ୍‌ ପାଇଁ ଏବେ ବି ରହିଛି ସସ୍‌ପେନ୍ସ

ଦୁବାଇ: ଆଇପିଏଲ୍ ୧୩ତମ ସଂସ୍କରଣର ଲିଗ ପର୍ଯ୍ୟାୟ ଅନ୍ତିମ ଚରଣରେ ପହଞ୍ଚି ସାରିଛି। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟ ତଥା ପ୍ଲେ ଅଫ୍ ରେ ଖେଳିବା ପାଇଁ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଯୋଗ୍ୟତା ଅର୍ଜ୍ଜନ କରିଥିବା ବେଳେ ଆଉ ତିନୋଟି ଦଳ ସ୍ଥାନ ପାଇବା ବାକି ରହିଛି। ଲିଗ ପର୍ଯ୍ୟାୟରେ ଆଉ ମାତ୍ର ଦୁଇଟି ମ୍ୟାଚ ଖେଳାଯିବାକୁ ବାକି ଥିଲା ବେଳେ କେଉଁ ତିନୋଟି ଦଳ ପ୍ଲେ ଅଫରେ ସ୍ଥାନ ପାଇବେ ଏନେଇ ଅନିଶ୍ଚିତତା ଜାରି ରହିଛି।

ଆଜି ଖେଳାଯିବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରୁ ଯେଉଁ ଦଳ ବିଜୟ ଲାଭ କରିବ, ସେହି ଦଳ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହେବ। ଏବଂ ଯେଉଁ ଦଳ ପରାଜିତ ହେବ, ସେହି ଦଳକୁ ଆସନ୍ତାକାଲି ହେବାକୁ ଥିବା ମୁମ୍ବାଇ ଇଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।

ଯଦି ଏହି ଶେଷ ଲିଗ ମ୍ୟାଚରେ ମୁମ୍ବାଇ ବିଜୟୀ ହୁଏ, ତେବେ ଆଜି ମ୍ୟାଚର ପରାଜିତ ଦଳ ଏବଂ କୋଲକୋତା ନାଇଟରାଇଡ଼ର୍ସ ସିଧା ସଳଖ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିପାରିବେ। ହାଇଦ୍ରାବାଦ ବିଜୟୀ ହେଲେ ଦଳ ଭଲ ରନ ରେଟ ଯୋଗୁଁ ସିଧାସଳଖ ପ୍ଲେ ଅଫ ପାଇଁ ଯୋଗ୍ୟତା ଅର୍ଜ୍ଜନ କରିବ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ମ୍ୟାଚର ପରାଜିତ ଦଳ ଏବଂ କୋଲକୋତା ନାଇଟରାଇଡ଼ର୍ସ ମଧ୍ୟରେ ଯେଉଁ ଦଳ ରନ ରେଟରେ ଆଗୁଆ ରହିବ, ସେହି ଦଳ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଉନ୍ନୀତ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଗତକାଲି ପର୍ଯ୍ୟନ୍ତ ୬ ଟି ଦଳ ପ୍ଲେ ଅଫରେ ପହଞ୍ଚିବା ପାଇଁ ଆଶା ରଖିଥିବା ବେଳେ ଚେନ୍ନାଇ ଠାରୁ ପଞ୍ଜାବ ପରାଜିତ ହୋଇ ଟୁର୍ଣ୍ଣାମେଣ୍ଟ ରୁ ବାଦ ପଡିଛି। ସେହିପରି ରାଜସ୍ଥାନ ଦଳର କୋଲକୋତା ଠାରୁ ପରାସ୍ତ ହୋଇ ଚଳିତ ଟୁର୍ଣ୍ଣାମେଣ୍ଟରେ ପରବର୍ତ୍ତୀ ମ୍ୟାଚ ଖେଳିବାର ଆଶା ମଉଳି ଯାଇଛି। ତେବେ ଏହି ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ବାଙ୍ଗାଲୋର, ଦିଲ୍ଲୀ, କୋଲକୋତା ଏବଂ ହାଇଦ୍ରାବାଦ ମଧ୍ୟରୁ କେଉଁ ତିନୋଟି ଦଳ ସଫଳ ହେଉଛନ୍ତି ତାହା ଦେଖିବା ବାକି ରହିଲା।