ତେହେରାନ୍ : ଇରାନ୍ର ପୂର୍ବତନ ସେନାମୁଖ୍ୟ କାସିମ୍ ସୁଲେମାନୀଙ୍କ ଅନ୍ତିମ ଦର୍ଶନରେ ଦଳାଚକଟା ଘଟିଛି । ଏହି ଦଳାଚକଟାରେ 35 ଜଣଙ୍କର ପ୍ରାଣହାନି ଘଟିଛି । ଇରାନର କାର୍ମାନ୍ରେ ସୁଲେମାନୀଙ୍କ ଅନ୍ତିମ ଦର୍ଶନ ସମୟରେ ଏହି ଘଟଣା ଘଟିଥିଲା । ଇରାନର ଜାତୀୟ ଟେଲିଭିଜନ୍ ଅନୁଯାୟୀ ଏହି ଘଟଣାରେ ଅନ୍ୟ 48 ଜଣ ଆହତ ହୋଇଛନ୍ତି । ଉଲ୍ଳେଖଯୋଗ୍ୟ ଯେ, ଜାନୁୟାରୀ 3 ତାରିଖରେ ଆମେରିକା ଆକ୍ରମଣରେ ସୁଲେମାନୀ ପ୍ରାଣ ହରାଇବା ପରେ ସୋମବାର ଅନୁଷ୍ଠିତ ଅନ୍ତିମ ଦର୍ଶନରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । (ଏଜେନ୍ସୀ)
