Categories
ଆଜିର ଖବର ଜାତୀୟ ଖବର

ଛାତ୍ରଛାତ୍ରୀଙ୍କ ପାଇଁ 2500 ଟଙ୍କାର ଭତ୍ତା ଘୋଷଣା କଲେ ଯୋଗୀ

ଲକ୍ଷ୍ନୌ : ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଭତ୍ତାର ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର । ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଛାତ୍ରଛାତ୍ରୀଙ୍କ ପାଇଁ ଭତ୍ତା ନିମନ୍ତେ ଘୋଷଣା କରିଛନ୍ତି । ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଗୋରଖପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଯୋଗୀ ଏହି ଘୋଷଣା କରିଛନ୍ତି । ରାଜ୍ୟରେ ରହିଥିବା ବିଭିନ୍ନ ବୈଷୟିକ କଲେଜରେ ଇଣ୍ଟର୍ନସିପ୍‌ ପାଇଁ ଛାତ୍ରଛାତ୍ରୀଙ୍କୁ ମାସିକ ଏହି ବେତନ ପ୍ରଦାନ କରାଯିବ । ଏହି ଭତ୍ତାରୁ 1000 ଟଙ୍କା ରାଜ୍ୟ ସରକାର ଏବଂ 1500 ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିବେ । ଏହା ସହିତ ଆଗାମୀ ଦିନରେ ଉତ୍ତର ପ୍ରଦେଶ ପୋଲିସ୍‌ରେ 20 ପ୍ରତିଶତ ମହିଳାଙ୍କୁ ସାମିଲ କରାଯିବ ବୋଲି ଯୋଗୀ ସୂଚନା ଦେଇଛନ୍ତି । (ଏଜେନ୍ସି)