Categories
ଆଜିର ଖବର ବ୍ୟବସାୟ

200 ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ : ନିଫ୍‌ଟୀ ସ୍ଥିର

ନୂଆଦିଲ୍ଲୀ : କରୋନା ଭାଇରସ୍‌ ପ୍ରଭାବରେ ଅର୍ଥନୀତି ସମ୍ପୂର୍ଣ୍ଣ ତଳକୁ ଖସିଥିବା ବେଳେ ସେନସେକ୍ସ ମଧ୍ୟ ତଳୁଆ ରହିଥିଲା । ମାତ୍ର ବୁଧବାର ନିବେଶକଙ୍କ ପାଇଁ ଖୁସି ଖବର । ବୁଧବାର ସେନସେକ୍ସ 200 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟୀ 69 ପଏଣ୍ଟ ଉପରକୁ ଉଠିଛି । ସେନସେକ୍ସ 285 ପଏଣ୍ଟ ଉପରକୁ ଉଠିଥିବା ବେଳେ ଏହା 34142 ପଏଣ୍ଟରେ ପହଞ୍ଚିଛି । ନିଫ୍‌ଟୀ ଏହି ସମୟରେ ସ୍ଥିର ରହିଥିବା ବେଳେ 69 ପଏଣ୍ଟ ଉପରକୁ ଉଠିବା ସହିତ ଏହା 10115.70 ପଏଣ୍ଟରେ ପହଞ୍ଚିଛି । ଭାରତୀ ଇନ୍‌ଫ୍ରାଟେଲ୍‌ ଅଂଶଧନ ମୂଲ୍ୟରେ 2.23 ପ୍ରତିଶତ ଉପରକୁ ଉଠିଥିବା ବେଳେ ଶ୍ରୀ ସିମେଣ୍ଟର ଅଂଶଧନ ମୂଲ୍ୟରେ 1.92 ପ୍ରତିଶତ ଏବଂ ଏଚ୍‌ଡିଏଫ୍‌ସି ଅଂଶଧନ ମୂଲ୍ୟରେ 1.83 ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଟାଟା ଷ୍ଟିଲ୍‌, ଟାଟା ମୋଟର୍ସ ଏବଂ ଜେଏସ୍‌ଡବ୍ଲ୍ୟୁର ଅଂଶଧନ ମୂଲ୍ୟରେ ହ୍ରାସ ଘଟିଛି ।

ଏହି ସମୟରେ ଏସିଆନ୍‌ ସେୟାର ବଜାର ଗ୍ରୀନ୍‌ରେ ରହିଛି । ଜାପାନର ନିକ୍କି 0.14 ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ତାଇଓ୍ବାନର 0.54 ଏବଂ ହଂକଂର 0.55 ପ୍ରତିଶତ ଉପରକୁ ଉଠିଛି । କୋସ୍ପି 0.19 ପ୍ରତିଶତ ଉପରକୁ ଉଠିଥିବା ବେଳେ ନାସ୍‌ଡାକ୍‌ 0.29 ପ୍ରତିଶତ ଉପରକୁ ଉଠିଛି । ଡିଓଡବ୍ଲ୍ୟୁ ଏହି ସମୟରେ 1.09 ପ୍ରତିଶତ ତଳକୁ ଖସିଥିବା ବେଳେ ଏସ୍‌ ଆଣ୍ଡ ପି 500 0.78 ପ୍ରତିଶତ ତଳକୁ ଖସିଛି । ଏହି ସମୟରେ ଅଶୋଧିତ ତୈଳର ମୂଲ୍ୟ 40.55 ଡଲାର ରହିଛି । (ଏଜେନ୍ସି)

Categories
ଆଜିର ଖବର ବ୍ୟବସାୟ

100 ପଏଣ୍ଟ ଉପରକୁ ଉଠିଲା ସେନସେକ୍ସ : ହିଣ୍ଡାଲକୋ ଅଂଶଧନ ମୂଲ୍ୟରେ 3 ପ୍ରତିଶତର ଅଭିବୃଦ୍ଧି

ମୁମ୍ବାଇ : ବୁଧବାର 100 ପଏଣ୍ଟ ଉପରକୁ ଉଠିଛି ସେନସେକ୍ସ । 100 ପଏଣ୍ଟର ଅଭିବୃଦ୍ଧି ସହିତ ସେନସେକ୍ସ 30671.28 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫ୍‌ଟି 20.25 ପଏଣ୍ଟର ଅଭିବୃଦ୍ଧି ସହିତ 9049.30 ପଏଣ୍ଟରେ ପହଞ୍ଚିଛି । ହିଣ୍ଡାଲକୋ ଅଂଶଧନ ମୂଲ୍ୟରେ 3.21 ପ୍ରତିଶତର ଅଭିବୃଦ୍ଧି ଘଟିଥିବା ବେଳେ କୋଟାକ ମହିନ୍ଦ୍ରା 2.37 ପ୍ରତିଶତ ଏବଂ ୟୁପିଏଲ୍‌ 1.90 ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏହି ସମୟରେ ବଜାଜକ ଫିନସର୍ଭ ସବୁଠାରୁ ଅଧିକ କ୍ଷତି ସହିଛି । ବଜାଜ୍‌ ଫିନସର୍ଭ 2.08 ପ୍ରତିଶତର ହ୍ରାସ ଘଟିଥିବା ବେଳେ ଏମ୍‌ ଆଣ୍ଡ ଏମ୍‌ 1.82 ପ୍ରତିଶତ ଏବଂ ଟାଇଟାନ 1.56 ପ୍ରତିଶତର କ୍ଷତି ସହିଛି ।

ଏସିଆନ୍‌ ସେୟାର ବଜାର ଏହି ସମୟରେ ମିଶ୍ରିତ ପ୍ରଦର୍ଶନ କରିଛି । ଜାପାନ୍‌ର ନିକ୍କି 0.84 ପ୍ରତିଶତ ଉପରକୁ ଉଠିଥିବା ବେଳେ ସାଙ୍ଘାଇ କମ୍ପୋଜିଟ୍‌ 0.05 ତଳକୁ ଖସିଛି । ତାଇଓ୍ବାନ ସେୟାର ବଜାର 0.27 ପ୍ରତିଶତ ଉପରକୁ ଉଠିଥିବା ବେଳେ ହଂକଂର ହାଙ୍ଗସେଙ୍ଗ 0.39 ପ୍ରତିଶତ ତଳକୁ ଖସିଛି । ଦକ୍ଷିଣ କୋରିଆର କୋସ୍ପି ଆଡଭାନ୍ସଡ୍‌ 0.18 ପ୍ରତିଶତ ଉପରକୁ ଉଠିଛି । ଏହି ସମୟରେ ଅଶୋଧିତ ତୈଳର ମୂଲ୍ୟ 0.33 ପ୍ରତିଶତ ତଳକୁ ଖସିଛି । ଅଶୋଧିତ ତୈଳର ମୂଲ୍ୟ 34.18 ଡଲାର ରହିଛି । (

Categories
ଆଜିର ଖବର ବ୍ୟବସାୟ

କୋରୋନା ପ୍ରଭାବରେ ଡୁବିଲା ସେୟାର ବଜାର

ମୁମ୍ବାଇ : ଭାରତୀୟ ସେୟାର ବଜାର କୋରୋନା ଭାଇରସ୍‌ ଦ୍ବାରା ପୁନର୍ବାର ପ୍ରଭାବିତ ହୋଇଛି । କ୍ରମାଗତ ଚତୁର୍ଥ ଦିନ ପାଇଁ ତଳୁଆ ରହିବା ସହିତ ଶୁକ୍ରବାର 1300 ପଏଣ୍ଟ ତଳକୁ ଖସିଛି । 13 ଶହ ପଏଣ୍ଟ ତଳକୁ ଖସିବା ସହିତ ସେନସେକ୍ସ 38590.50 ପଏଣ୍ଟରେ ପହଞ୍ଚିଥିବା ବେଳେ ନିଫଟୀ 346.5 ପଏଣ୍ଟ ତଳକୁ ଖସି 11286.50 ପଏଣ୍ଟରେ ପହଞ୍ଚିଛି । କୋରୋନା ଭାଇରସ୍‌ ପ୍ରଭାବରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ବର ଅର୍ଥନୀତିରେ ଶୀଥିଳତା ଦେଖାଦେଇଛି । ଗତକାଲି ଆମେରିକୀୟ ସେୟାର ବଜାର ମଧ୍ୟ 1000 ପଏଣ୍ଟରୁ ତଳକୁ ଖସିଥିଲା । (ଏଜେନ୍ସି)