Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

BREAKING NEWS: ବଢିଲା ପିଇଟି ଶିକ୍ଷକଙ୍କ ଦରମା, ଶିକ୍ଷା ବିଭାଗର ଘୋଷଣା

ଭୁବନେଶ୍ବର: ବହୁ ବର୍ଷ ଧରି ଦାବୀକୁ ଶେଷରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ରାଜ୍ୟର ସ୍କୁଲରେ କାର୍ଯ୍ୟରତ ପିଇଟି ଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଇଛି। ଏ ନେଇ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ବର୍ତ୍ତମାନ ରାଜ୍ୟରେ କାର୍ଯ୍ୟରତ ପିଇଟିମାନଙ୍କ ଦରମା ମାସିକ 8 ହଜାର ଟଙ୍କାରୁ  13 ହଜାର 500 ଟଙ୍କାକୁ ବୃଦ୍ଧି କରାଯାଇଛି।

ତେବେ ଏହା ଘୋଷଣା ଅନୁସାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗ୍ରାଣ୍ଟ-ଇନ-ଏଡ ଅର୍ଡର 2014 ଅନୁଯାୟୀ ଅନୁଦାନପ୍ରାପ୍ତ ସ୍କୁଲର ପିଇଟି ପାଇବେ। ତେବେ ସେମାନେ ବିପିଇଡି ବା ବିଏସିପିଇଡି ଯୋଗ୍ୟତା ହାସଲ କରିଥିବା ଶିକ୍ଷକଙ୍କୁ ଏହି ବର୍ଦ୍ଧିତ ଦରମା ପ୍ରଦାନ କରାଯିବ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନିଜ ଜୀବନକୁ ବାଜି ଲଗାଇ ପାଣିଟାଙ୍କି ଉପରେ ଅନଲାଇନରେ ପାଠପଢୁଛନ୍ତି ଛାତ୍ରଛାତ୍ରୀ

କନ୍ଦର୍ପ ବେହେରା
ରେଢାଖୋଲ: ବିଶ୍ୱରେ କରୋନା ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ସରକାର ଗତ ମାର୍ଚ୍ଚ ମାସରୁ ବିଦ୍ୟାଳୟ, ମହାବିଦ୍ୟାଳୟ ଗୁଡିକୁ ସଂପୂର୍ଣ ବନ୍ଦ କରିଥିବା ବେଳେ ଛାତ୍ରଛାତ୍ରୀମାନେ ଅନଲାଇନରେ ପାଠ ପଢିବାକୁ ସରକାର ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଗ୍ରାମାଂଚଳର ସମସ୍ତ ପିଲାମାନଙ୍କ ଠାରେ ଏସବୁର ସୁବିଧା ଉପଲବ୍ଧ ହୋଇପାରୁନାହିଁ। ସେମିତି ଏକ ଗାଁ ସମ୍ବଲପୁର ଜିଲ୍ଲାରେ ରହିଛି ଯେଉଁଠି ପିଲାମାନେ ପାଣିଟାଙ୍କି ଉପରକୁ ଚଢି ପାଠପଢୁଥିବାର ଦେଖିବାକୁ ମିଳିଛି।

ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକର ଘୋଷରାମାଳ ପଂଚାୟତର ଲାଣ୍ଡିମାଳ ଗ୍ରାମର ଛାତ୍ରଛାତ୍ରୀମାନେ ଗାଁରେ କୌଣସି ନେଟୱର୍କର ସୁବିଧା ନ ଥିବାରୁ ସେମାନେ ବାଧ୍ୟ ହୋଇ ଗ୍ରାମରେ ଥିବା ପାଣି ଟାଙ୍କି ଉପରେ ଚଢି ଜୀବନକୁ ବାଜି ଲଗାଇ ଅନଲାଇନରେ ପାଠ ପଢୁଥିବାର ଦୃଶ୍ୟ ଆମ ପ୍ରତିନିଧିଙ୍କ ନଜରକୁ ଆସିଛି।

ସରକାର ପିଲାମାନେ ଅନଲାଇନରେ ପାଠ ପଢିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଗ୍ରାମାଂଚଳରେ ଏସବୁର ସୁବିଧା ଓ ସମସ୍ତଙ୍କ ପାଖରେ ମୋବାଇଲ ଫୋନର ସୁବିଧା ଅଛି କି ନାହିଁ ସେ ସଂପର୍କରେ ଅବଗତ ନାହାନ୍ତି। ଯାହା ପାଖରେ ଅଛି ସେଇ ଗାଁରେ ନେଟୱର୍କର ସୁବିଧା ମଧ୍ୟ ନାହିଁ। ସରକାର କେମିତି ଅନଲାଇନ ପାଠ ପଢାକୁ ଗୁରୁତ୍ୱ ଦେଲେ ତାହା ଆଦୌ ବୁଝାପଡୁନାହିଁ ବୋଲି ଲାଣ୍ଡିମାଳର ଏହି ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ସରକାର ଏ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ବୋଲି ଅଭିଭାବକ ମାନେ ମଧ୍ୟ ପ୍ରକାଶ କରିଛନ୍ତି।

ଲାଣ୍ଡିମାଳରେ କୌଣସି ଟାଓାର ମଧ୍ୟ ନାହିଁ। ପାଣିଟାଙ୍କି ଉପରକୁ ଚଢିଲେ ସେଠାରେ ନାକଟିଦେଉଳ କିମ୍ବା ରିଆମାଳ ନେଟୱର୍କ ଆସିଥାଏ। ଯା’ ଫଳରେ ପିଲାମାନେ କିଛି ସମୟ ପର୍ଯ୍ୟନ୍ତ ପଢିବାର ସୁଯୋଗ ପାଇଥାନ୍ତି। ହେଲେ ବର୍ଷା ଦିନରେ ସେ ସବୁର ସୁବିଧା ମଧ୍ୟ ହୋଇ ପାରି ନଥାଏ। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଏଣିକି ଦୂରଦର୍ଶନରେ ପିଲା ପଢିବେ ପାଠ

ଭୁବନେଶ୍ବର : ଭାରତୀୟ ପ୍ରସାର ଭାରତୀ ଦୂରଦର୍ଶନରେ ଏଣିକି ପାଠ ପଢିବେ ଛାତ୍ରଛାତ୍ରୀ।ଲକ୍‌ଡାଉନ୍‌ କାରଣରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିଥିବା କାରଣରୁ ଦୂରଦର୍ଶନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାଯିବ।ପ୍ରତ୍ୟେକ ସୋମବାରରୁ ଶୁକ୍ରବାର ଦୈନିକ ଦୁଇ ଥର ଏହି ଭିଡିଓ ପ୍ରସାରଣ କରାଯିବ। ଦିନ 11ଟାରୁ 12ଟା ଏବଂ ଅପରାହ୍ନ 3.30ରୁ 4.30 ପର୍ଯ୍ୟନ୍ତ ଏହି ଭିଡିଓ ପ୍ରସାରିତ ହେବ। ଏଜୁସାଟ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା 34ଟି ଭିଡିଓକୁ ଏପ୍ରିଲ୍‌ 20ରୁ ମେ 12 ତାରିଖ ପର୍ଯ୍ୟନ୍ତ ପୁନଃପ୍ରସାରଣ କରାଯିବ। ଏହି ପାଠ୍ୟକ୍ରମରେ ଗଣିତ, ଭୂଗୋଳ, ଇଂରାଜୀ ଏବଂ ବିଜ୍ଞାନକୁ ସାମିଲ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ତାଲକୋଟରା ଷ୍ଟାଡିୟମରେ ପରୀକ୍ଷା ପେ ଚର୍ଚ୍ଚା : ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ : ପରୀକ୍ଷା ଋତୁ ନିକଟତର ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧୀୟ ଟିପ୍ସ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ତଲାକୋଟରା ଷ୍ଟାଡିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଅନେକ ଛାତ୍ରଛାତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ବିଫଳତା ଜୀବନର ଏକ ଅଂଶବିଶେଷ, ଏହା ଦ୍ବାରା ଭାଙ୍ଗିନପଡି ସଫଳତା ପାଇଁ ପ୍ରେରଣା ହାସଲ କରିବା ଉଚିତ୍‌ ବୋଲି ମୋଦି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇଥିଲେ ।

ଯୁବପିଢିଙ୍କ ସହିତ ଆଲୋଚନା ଦ୍ବାରା ତାଙ୍କୁ ଅନେକ ନୂତନ ଅଭିଜ୍ଞତା ମିଳିଥାଏ ଏବଂ ସେ ପିଲାମାନଙ୍କ ବନ୍ଧୁ ଭାବରେ ଏହି କାର୍ଯ୍ୟକ୍ରମକୁ ଆସିଛନ୍ତି ବୋଲି ପ୍ରାରମ୍ଭରୁ ପ୍ରକାଶ କରିଥିଲେ ମୋଦି । ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ପରୀକ୍ଷାକୁ ନେଇ ଅଭିଭାବକଙ୍କ ଚାପକୁ ନାପସନ୍ଦ କରିଥିଲେ ମୋଦି । ଏହା ସଠିକ୍‌ ନୁହେଁ । ଅଭିଭାବକ ମାନେ ପିଲାମାନଙ୍କ ଉପରେ ପରୀକ୍ଷା ଫଳକୁ ନେଇ ଚାପ ପକାଇବା ବନ୍ଦ କରିବା ଉଚିତ ବୋଲି ମୋଦି କହିଥିଲେ । ଆଗକୁ ବଢିବା ପାଇଁ ପରୀକ୍ଷା ଫଳ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚ, ମାତ୍ର ଏହା ସବୁକିଛି ନୁହେଁ ତେଣୁ ପାଠ ବ୍ୟତୀତ ଖେଳକୁଦ, ସଙ୍ଗୀତ ଇତ୍ୟାଦିକୁ ମଧ୍ୟ ଗୁରୁତ୍ବ ପ୍ରଦାନ କରିବା ଉଚିତ୍‌ ବୋଲି ମୋଦି ମତ ଦେଇଥିଲେ । (ଏଜେନ୍ସୀ)

Categories
ଫଟୋ ଖବର

ଧାନ କଟନୀ ମହୋତ୍ସବ ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଶସ୍ୟ କାଟୁଛନ୍ତି

PATNA, DEC 4 (UNI):- School students cut the paddy during inaugurates the Dhan Katni Mahotsav at Tarumitra Ashram, in Patna on Wednesday. UNI PHOTO-61U

Categories
ଫଟୋ ଖବର

ବିଶ୍ଵ ଏଡ୍ସ ଦିବସ ପୂର୍ବରୁ ସଚେତନତା ବାର୍ତ୍ତା ସହ ଛାତ୍ରୀମାନେ

CHENNAI, NOV 30 (UNI):-Students painted their face with AIDS awarness message on the occasion of ‘World Aids Day’, in Chennai on Saturday. UNI PHOTO TK 5 U

Categories
ବିଶେଷ ଖବର ମତାମତ

ସାରା ଦେଶରେ ମମତା ବାନାର୍ଜୀଙ୍କ ବିରୋଧରେ ଘୃଣା ଏବଂ ବିରୋଧର ସ୍ଵର ସୃଷ୍ଟି କରୁଛି କିଏ ଓ କାହିଁକି?

କେଦାର ମିଶ୍ର

ହଠାତ ସାରାଦେଶକୁ ଜଣେ ଖଳନାୟିକା ମିଳିଯାଇଛନ୍ତି। ସାହିତ୍ୟରେ ଗୋଟେ ଅଘୋଷିତ ନିୟମ ରହିଛି। ଯଦି ଆପଣ ଜଣେ ମହାନାୟକକୁ ତିଆରି କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ଜଣେ ଖଳ ନାୟକ ତିଆରି କରିବାକୁ ପଡିବ। ଯେମିତି ରାମଙ୍କ ପାଇଁ ରାବଣ, କୃଷ୍ଣଙ୍କ ପାଇଁ କଂସ ବା ପ୍ରହଲ୍ଲାଦ ପାଇଁ ହିରଣ୍ୟ କଶିପୁ। ନାୟକ ନିର୍ମାଣର ରାଜନୈତିକ ପରମ୍ପରାରେ ଯିଏ ମହାନାୟକ ବା ସୁପର ହିରୋ ହେବ, ତାର ଭକ୍ତମାନେ ତାର ପ୍ରତିପକ୍ଷକୁ ଖଳନାୟକ ଭାବରେ ବେଶୀ ବେଶୀ ଉପସ୍ଥାପନ କରିବେ। ୨୦୧୪ ନିର୍ବାଚନ ପୂର୍ବରୁ ଭାରତର ରାଜନୀତିରେ ନରେନ୍ଦ୍ର ମୋଦୀଙ୍କୁ ସୁପର ହିରୋ କରିବାକୁ ଯାଇ ବିଭିନ୍ନ ସମୟରେ ତାଙ୍କର ବିରୋଧୀଙ୍କୁ ଖଳନାୟକ ଭାବରେ ଯୋଜନାବଦ୍ଧ ଭାବରେ ନୀଚା ଦେଖାଇବାର ଉଦ୍ୟମ ହୋଇଛି। ଏହି ଉଦ୍ୟମରେ ଭାରତର ତଥାକଥିତ ମୁଖ୍ୟଧାରାର ଗଣମାଧ୍ୟମ ସରକାରୀ ଦଳର ବଚସ୍କର ହୋଇ କାମ କରିଛନ୍ତି। ପ୍ରଥମେ ଗାନ୍ଧୀ ପରିବାର, ତା ପରେ ଅରବିନ୍ଦ କେଜ୍ରିୱାଲ, ଲାଲୁ ଯାଦବ, ମାୟାବତୀ, ଅଖିଲେଶ ଯାଦବ ଇତ୍ୟାଦି ସେଇ ତାଲିକାରେ ଆସିଛନ୍ତି। ମଝିରେ ନୀତିଶ କୁମାର ମୋଦୀ ବିରୋଧୀ ବଡ ଖଳନାୟକ ଥିଲେ। ସେ ଗୋଷ୍ଠୀ ବଦଳାଇ ମୋଦୀ ସମର୍ଥକ ହେବା ପରେ ଏବେ ହଠାତ ଧର୍ମରାଜ ଯୁଧିଷ୍ଠିର ପାଲଟି ଯାଇଛନ୍ତି। ନିର୍ବାଚନ ସମୟରେ ମୋଦୀ ଭକ୍ତଙ୍କ ଲାଗି ନବୀନ ପଟ୍ଟନାୟକ ମଧ୍ୟ କିଛି କମ ଖଳନାୟକ ନଥିଲେ,  ଏବେ ସେ ଟିକେ ଟିକେ ନାୟକ ମନେ ହେଲେଣି।

ଏଇ ସବୁ ଖଳନାୟକ ପରିବର୍ତ୍ତନ ଭିତରେ ହଠାତ ସାରା ଦେଶର ଘୃଣା, ବିତୃଷ୍ଣା ଓ ଗାଳି ର କେନ୍ଦ୍ରରେ ରହିଛନ୍ତି ପଶ୍ଚିମ ବଂଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏବେ ପ୍ରତିଦିନ ଜାତୀୟ ଗଣମାଧ୍ୟମରେ ମମତା ବାନାର୍ଜୀଙ୍କ ବିରୋଧରେ ମାଳ ମାଳ ଲେଖା ଓ ଦୃଶ୍ୟ। କୋଲକାତାର ଏକ ଡାକ୍ତରଖାନାରେ ଘଟିଥିବା ମାଡପିଟ ଘଟଣାକୁ ନେଇ ସାରା ଦେଶର ଡାକ୍ତର ଏବେ ମମତା ବାନାର୍ଜୀଙ୍କୁ ଗାଳି କରୁଛନ୍ତି। ଏହା ପୂର୍ବରୁ କେଉଁ ରାଜ୍ୟରେ ଘଟିଥିବା ଏମିତି ଘଟଣାର ପ୍ରତିବାଦ ଜାତୀୟ ସ୍ତରରେ ଘଟିଥିଲା କି? ମମତାଙ୍କୁ ବଦରାଗୀ, ବାଦାମିଜାଜି, ହିଂସ୍ର ଓ ପ୍ରତିଶୋଧ ପରାୟଣ ବୋଲି କୁହା ଯାଉଛି। ଅବଶ୍ୟ ସେଥିଲାଗି ମମତା ନିଜେ ମଧ୍ୟ କିଛିଟା ଦାୟୀ। ମମତା ଯେଉଁ ରାଜନୈତିକ ପୃଷ୍ଠଭୂମିରୁ ଆସିଛନ୍ତି,ସେଥିରେ କୋଳାହଳ ଓ ହୋ ହଲ୍ଲା ର ଭୂମିକା ବେଶୀ। ବାମପନ୍ଥୀ ସରକାରକୁ ହଟାଇବା ଲାଗି ମମତା ଗୋଟେ ସମୟରେ ଉଗ୍ର ଭାବପ୍ରବଣତାର ରାଜନୀତି ଆରମ୍ଭ କରିଥିଲେ। ସେଇ ଉଗ୍ର ରାଜନୀତି ରେ ହିଂସା ଓ ଗୁଣ୍ଡାମି ସ୍ଵାଭାବିକ ଭାବରେ ଅନୁପ୍ରବେଶ କରିଛି।

ପଶ୍ଚିମ ବଙ୍ଗ ରାଜନୀତିରେ ବାମପନ୍ଥୀଙ୍କର ମୂଳପୋଛ ହେବାର ସ୍ଥିତି ଆଜି ଆସିଛି ଓ ତାହାର ସିଧା ଲାଭ ଉଠାଉଛି ବିଜେପି। ଏବେ ପଶ୍ଚିମବଙ୍ଗରେ ବିଜେପି ଉଗ୍ର ଭାବ ପ୍ରବଣତା ଓ ଗୁଜବ ରଟନାର ଭୟଙ୍କର ଜାଲ ବିଛାଇଛି। ସବୁ ତୃଣମୂଳ ବିରୋଧୀ ଭୋଟକୁ ଏକାଠି କରିବାକୁ ଯାଇ ଏବେ ମମତାଙ୍କ ବିରୋଧରେ ତୀବ୍ର ଘୃଣା ଓ ବିଦ୍ଵେଷର ବାତାବରଣ ତିଆରି କରାଯାଉଛି। ଅତ୍ୟନ୍ତ ଚତୁରତାର ସହିତ ମମତା ବାନାର୍ଜୀଙ୍କ ବ୍ୟକ୍ତିତ୍ବକୁ ଖର୍ବ କରାଯାଉଛି। ତାଙ୍କୁ ହିନ୍ଦୁ ବିରୋଧୀ, ପାକିସ୍ତାନ ସମର୍ଥକ, ଧର୍ମଦ୍ରୋହୀ, ଦେଶଦ୍ରୋହୀ ଭଳି ବିଭିନ୍ନ ବିଶେଷଣରେ ସମ୍ବୋଧିତ କରାଯାଉଛି। ଉତ୍ତର ପ୍ରଦେଶରେ ଯେଉଁ ପ୍ରକାର ଜଙ୍ଗଲ ରାଜ ଚାଲିଛି, ସେ ବିଷୟରେ ଜାତୀୟ ଗଣମାଧ୍ୟମରେ କୌଣସି ଚର୍ଚ୍ଚା ନାହିଁ, ଅଥଚ ପଶ୍ଚିମ ବଂଗର ଛୋଟ ରୁ ଛୋଟ ଘଟନା ମଧ୍ୟ ଏବେ ଜାତୀୟ ପ୍ରସଙ୍ଗ ପାଲଟି ଯାଉଛି। କୋଲକାତା ସହରର କେହି ୱାର୍ଡ ମେମ୍ବର ବିଜେପିରେ ଯୋଗ ଦେଲେ ତାକୁ ଜାତୀୟ ଖବର ବୋଲି କୁହାଯାଉଛି। ସବୁ ରାଜନୈତିକ ହିଂସାକାଣ୍ଡକୁ ବଢେଇ ଚଢେଇ ଏମିତି କୁହାଯାଉଛି, ସତେକି ପଶ୍ଚିମବଙ୍ଗରେ ଏବେ ଜମିଦାରୀ ଶାସନ ଚାଲିଛି!!

ଏସବୁ ପ୍ରଚାରସର୍ବସ୍ଵ ରାଜନୀତିର ଏକମାତ୍ର ଲକ୍ଷ୍ୟ ହେଲା ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ସେଠାରେ ବିଜେପି ଶାସନର ପ୍ରତିଷ୍ଠା। ଲୋକସଭା ନିର୍ବାଚନରେ ବିଜେପି ଯେଉଁ ସଫଳତା ପାଇଛି, ତାକୁ ୨୦୨୧ ଯାଏଁ ପ୍ରଲମ୍ବିତ କରି ରଖିବାକୁ ହେଲେ ମମତାଙ୍କ ଉପରେ ରାଜନୈତିକ ଚାପ ବଜାୟ ରଖିବାକୁ ପଡିବ। ମମତାଙ୍କ ସ୍ଵଭାବରେ ଯେହେତୁ ପ୍ରତିକ୍ରିୟାଶୀଳତା ରହିଛି, ତାଙ୍କୁ ଉତ୍ତେଜିତ ବା ଭାବ ପ୍ରବନା କରାଇବା ସହଜ। ତୃଣମୂଳ ଭିତରେ ଯେଉଁ ହିଂସ୍ର ଶକ୍ତି ରହିଛନ୍ତି, ତାଙ୍କ ଉପରେ ମମତାଙ୍କର ନିୟନ୍ତ୍ରଣ ମଧ୍ୟ କମି ଆସୁଛି। ତେଣୁ ଆସନ୍ତା ବର୍ଷେ ଭିତରେ ମମତାଙ୍କ ଉପରେ ବିଜେପି ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରିବ।  ଏହାର ମୁକାବିଲା କରିବାକୁ ମମତା ଯଦି ମୁହାଁମୁହିଁ ହୁଅନ୍ତି, ତାହେଲେ ବିଜେପି ତାଙ୍କୁ ବାରମ୍ବାର ଅଡୁଆରେ ପକାଇବ। ବିଜେପିର ରଣନୀତିକୁ ସାମ୍ନା କରିବାକୁ ଥଣ୍ଡା ମୁଣ୍ଡ ଓ ଚତୁର ରଣନୀତିର ଆବଶ୍ୟକତା ରହିଛି।

Categories
ଆଜିର ଖବର

ପୁନେରେ ଛାତ୍ରଙ୍କ ସହ ଆଲୋଚନା କଲେ ରାହୁଲ୍‌

ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି  ପୁନେଠାରେ ଛାତ୍ରମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ବାର୍ତ୍ତାଳାପରେ  ସମ୍ପ୍ରତି ଦେଶର ରାଜନୈତିକ ମାହୋଲକୁ ଦେଖି ନିର୍ମାଣ ହେଉଥିବା ରାଜନୈତିକ ବ୍ୟକ୍ତିବିଶେଷଙ୍କ ଫିଲ୍ମକୁ ନେଇ ଆଲୋଚନା କରାଯାଇଥିଲା। ଏହି ସମୟରେ ରାହୁଲ୍‌ଙ୍କ ଜୀବନୀ ଫିଲ୍ମରେ ହିରୋଇନ୍‌ କିଏ ହେବ ନେଇ କିଛି ଛାତ୍ର ପ୍ରଶ୍ନ କରିଥିଲେ, ତେବେ ଏହି ପ୍ରଶ୍ନର ଉତ୍ତରରେ ରାହୁଲ୍‌ କହିଥିଲେ ଯେ, ସେ ତାଙ୍କ କାମକୁ ବିବାହ କରିସାରିଛନ୍ତି। ସେହିପରି ସୋସିଆଲ୍‌ ମିଡିଆାରେ ଆଲୋଚନା କରିବା ସମୟରେ ସେ କହିଛନ୍ତି ଯେ  ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ଭଲ ପା‘’ନ୍ତି। ମୋଦିଙ୍କ ପାଇଁ ତାଙ୍କ ହୃଦୟରେ ଘୃଣା କି ରାଗ ନାହିଁ ବୋଲି ସେ କହିଛନ୍ତି। ଏହି ଅବସରରେ କଂଗ୍ରେସ ତରଫରୁ ଘୋଷଣା କରା ଯାଇଥିବା ନ୍ୟାୟ ଯୋଜନା ବିଷୟରେ କହିବା ସହିତ ଗରିବଙ୍କ ପାଇଁ  ସେ ଦୃଢ ଭାବରେ ଠିଆ ହୋଇଛନ୍ତି ବୋଲି କହିଥିଲେ। ସେହିପରି ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ବ ବଢାଇବା ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ପ୍ରତିବଦ୍ଧ ରହିଛନ୍ତି ବୋଲି କହିଥିଲେ କଂଗ୍ରେସ। ସେହିପରି ମୋଦି ସରକାରଙ୍କ ବିମୁଦ୍ରାକରଣକୁ ବିଧ୍ବଂସକାରୀ ବିଚାର ବୋଲି ଅଭିହିତ କରିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )