Categories
ଆଜିର ଖବର ଜାତୀୟ ଖବର

14 ବର୍ଷ ଜେଲ୍‌ରେ ରହି ବନିଲେ ଡାକ୍ତର

ବେଙ୍ଗାଲୁରୁ : 14 ବର୍ଷ ଜେଲ୍‌ରେ ରହି ଡାକ୍ତର ବନିବାର କୃତିତ୍ବ ହାସଲ କରିଛନ୍ତି କର୍ଣ୍ଣାଟକର ଜଣେ ବ୍ୟକ୍ତି । କର୍ଣ୍ଣାଟକର କାଲାବୁରାଗୀ ଅଞ୍ଚଳର ଅଫଜଲପୁରା ଅଞ୍ଚଳର 40 ବର୍ଷୀୟ ସୁଭାଷ ପାଟିଲ ଏହି କୃତିତ୍ବ ହାସଲ କରିଛନ୍ତି । ପାଟିଲ 1997ରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ଆଡମିଶନ କରିଥିଲେ । ତୃତୀୟ ବର୍ଷର ଛାତ୍ର ଥିବା ସମୟରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ପାଟିଲଙ୍କୁ 14 ବର୍ଷର କାରାଦଣ୍ଡ ପ୍ରଦାନ କରାଯାଇଥିଲା । ଜେଲ୍‌ରେ ରହିଥିଲେ ମଧ୍ୟ ପାଟିଲ୍‌ ଜାଲ୍‌ର ଓପିଡିରେ କାମ କରୁଥିଲେ । ଏହାପରେ ଭଲ ବ୍ୟବହାର କାରଣରୁ ତାଙ୍କୁ 2016ରେ ଜେଲ୍‌ରୁ ମୁକ୍ତ କରାଯାଇଥିଲା । ଜେଲ୍‌ରୁ ମୁକ୍ତ ହେବା ପରେ ସୁଭାଷ 2019ରେ ନିଜର ଏମ୍‌ବିବିଏସ୍‌ ଶେଷ କରିଥିଲେ । ଏକ ବର୍ଷିଆ ଇଣ୍ଟର୍ନସିପ୍‌ ପାଠ୍ୟକ୍ରମ ଶେଷ କରିବା ପରେ ବର୍ତ୍ତମାନ ସୁଭାଷ ଡାକ୍ତର ହୋଇଛନ୍ତି । (ଏଜେନ୍ସି)