Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସରକାରୀ କର୍ମଚାରୀଙ୍କ ଆତ୍ମହତ୍ୟା: ହତ୍ୟା ଅଭିଯୋଗ ଆଣିଲେ ପୁଅ

ଭୁବନେଶ୍ଵର: କୃଷି ଉଦ୍ୟାନ ବିଭାଗର କର୍ମଚାରୀ ବିଜୟ କୁମାର ନାୟକ ସରକାରୀ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ଫୁଲବାଣୀ ଟାଉନ୍ ଥାନା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ ‌କରିଛି। ବିଜୟଙ୍କ ଆତ୍ମହତ୍ୟା ଘଟଣାକୁ ତାଙ୍କ ପୁଅ ହତ୍ୟା ଅଭିଯୋଗ କରିଛନ୍ତି।

ଗତକାଲି ଅପରାହ୍ନରେ ବିଜୟ, ଝିଅ ଓ ସ୍ତ୍ରୀଙ୍କ ସହ ଫୋନରେ କଥା ହେବା ସହିତ ରାତିରେ ବସରେ ଭୁବନେଶ୍ୱର ଯିବେ ଏବଂ ସେଠାରୁ ଭଦ୍ରକ ନିଜ ଗାଁକୁ ଯିବେ ବୋଲି ସ୍ତ୍ରୀଙ୍କୁ କହିଥିଲେ। କିନ୍ତୁ ଅପରାହ୍ନ ୪ଟା ୧୫ ମିନିଟ୍ ସମୟରେ ବିଜୟ ନିଜ ସରକାରୀ ବାସ ଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ସ୍ତ୍ରୀ ବାସନ୍ତୀ ନାୟକଙ୍କୁ ଜଣାଇଥିଲେ ଉଦ୍ୟାନ କୃଷି ନିର୍ଦ୍ଦେଶକ।

ଆଜି ପରିବାର ଲୋକେ ଫୁଲବାଣୀ ପହଁଚିବା ପରେ ପୋଲିସ୍ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଅନ୍ୟପଟେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଅଧିକ ତଦନ୍ତ ଚଳାଇଛି ଟାଉନ୍ ପୋଲିସ୍।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଝୁଲୁଥିବା ଅବସ୍ଥାରେ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦସ୍ଥିତ ନିଜ ଘରେ ସନ୍ଦେହଜନକ ଅବସ୍ଥାରେ କନ୍ନଡ ଟିଭି ଅଭିନେତ୍ରୀ ଶୋଭିତା ଶିବନାଙ୍କ ମୃତଦେହ ମିଳିଛି। ୨୯ ବର୍ଷ ବୟସ୍କା ଶୋଭିତାଙ୍କ ମୃତଦେହ ଗାଚିବୋଲିର ଶ୍ରୀରାମ ନଗର କଲୋନୀରେ ଥିବା ତାଙ୍କ ଆପାର୍ଟମେଣ୍ଟର ଛାତରୁ ଝୁଲୁଥିବା ଦେଖିବାକୁ ମିଳିଥିଲା।

ଅଭିନେତ୍ରୀ ଶୋଭିତା ଶିବନାଙ୍କ ସହିତ କ’ଣ ହେଲା, ତାଙ୍କ ସ୍ୱାମୀ ତାଙ୍କ ସହ ରହୁ ନଥିଲେ କି? ସର୍ବଶେଷରେ, ଶୋଭିତାଙ୍କ ଫ୍ଲାଟରେ କିଛି ଅଘଟଣ ଘଟିଥିବା ପଡୋଶୀମାନେ କିପରି ଜାଣିଲେ? ଶୋଭିତାଙ୍କ ମୃତ୍ୟୁ ପରେ ଏଗୁଡ଼ିକ ହେଉଛି କିଛି ପ୍ରଶ୍ନ। କିନ୍ତୁ ଏହା ମଧ୍ୟରୁ କୌଣସି ପ୍ରଶ୍ନ ଏପର୍ଯ୍ୟନ୍ତ ଆସିନାହିଁ।

ପଡୋଶୀମାନଙ୍କଠାରୁ ସୂଚନା ପାଇବା ପରେ ପୋଲିସ ଆପାର୍ଟମେଣ୍ଟରେ ପହଞ୍ଚିବା ଥିଲା। ଶୋଭିତାଙ୍କ ମୃତଦେହ ଝୁଲୁଲୁଥିବାର ପୋଲିସ ଦେଖିବାକୁ ପାଇଥିଲା। ବ୍ୟବଚ୍ଛେଦ ପାଇଁ ପୋଲିସ ମୃତଦେହକୁ ସରକାରୀ ଓସମାନିଆ ଜେନେରାଲ ହସ୍ପିଟାଲକୁ ପଠାଇଛି।

ଯେତେବେଳେ ଶୋଭିତା ଶିବନା ଆତ୍ମହତ୍ୟା କରିଥିଲେ, ତାଙ୍କ ସ୍ୱାମୀ ସୁଧୀର କେଉଁଠାରେ ଥିଲେ? ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଏପର୍ଯ୍ୟନ୍ତ ସୁଧୀରଙ୍କ କୌଣସି ବିବୃତ୍ତି ଆସି ନାହିଁ। ବିବାହ ପରେ ସେ ମନୋରଞ୍ଜନ ଶିଳ୍ପଠାରୁ ଦୂରରେ ରହି ସ୍ୱାମୀ ସୁଧୀରଙ୍କ ସହ ହାଇଦ୍ରାବାଦରେ ରହୁଥିଲେ। ଶୋଭିତାଙ୍କ ଆତ୍ମହତ୍ୟାର କାରଣ ଜଣା ପଡିନାହିଁ।

ହାଇଦ୍ରାବାଦର ଗାଚିବୋଭଲି ପୋଲିସ ଏହି ମାମଲା ରୁଜୁ କରି ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ତାଙ୍କ ପରିବାର, ବନ୍ଧୁ ଏବଂ ପଡ଼ୋଶୀଙ୍କ ବିବୃତ୍ତି ରେକର୍ଡ କରୁଛି।

Categories
ଆଞ୍ଚଳିକ

ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ରାଳବ ଦେଉଳ ସାହିର ପୁର୍ଣ୍ଣବାସୀ ପ୍ରଧାନ ନାମ୍ନୀ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ଖବରରୁ ଜଣାପଡ଼ିଛି ଯେ, ଦୁଇ ପୁଅଙ୍କ ସହ ଉକ୍ତ ମହିଳା ମିଶି ରହୁଥିଲେ। ଘଟଣା ସମୟରେ ଦୁଇ ପୁଅ ସ୍କୁଲକୁ ଚାଲିଯାଇ ଥିଲେ। ସ୍କୁଲରୁ ଆସି ମାଁ କୁ ଝୁଲୁଥିବା ଅବସ୍ଥାରେ ଦେଖି ସାହି ଲୋକଙ୍କୁ ଜଣାଇଥିଲେ। ଅଞ୍ଚଳ ବାସୀଙ୍କ ଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।