Categories
ଆଜିର ଖବର

ସୁଦାନ ଟାଇଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ , 23 ମୃତ

ସୁଦାନ,4/12: ସୁଦାନର ଏକ ଟାଇଲ ଫ୍ୟାକ୍ଟ୍ରୀରେ ବିସ୍ଫୋରଣ ଘଟି 23 ଜଣଙ୍କ ପ୍ରାଣହାନି ଘଟିଛି । ମଙ୍ଗଳବାର ଘଟିଥିବା ଏହି ବିସ୍ଫୋରଣରେ ଅନ୍ୟ 130 ଜଣ ଆହତ ହୋଇଛନ୍ତି । ଏକ ତୈଳବାହୀ ଟ୍ୟାଙ୍କର ଫ୍ୟାକ୍ଟ୍ରିକୁ ଧକ୍କା ଦେବାରୁ ଏହି ବିସ୍ଫୋରଣ ଘଟିଥିଲା । ସୁଦାନର ରାଜଧାନୀ ଖାରତୌମ୍‌ରେ ମଙ୍ଗଳବାର ଏହି ଘଟଣା ଘଟିଥିଲା । ଗ୍ୟାସ୍‌ ଟ୍ୟାଙ୍କରଟି ଗ୍ୟାସ୍‌ ଅନଲୋଡ୍‌ କରୁ୍ଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଖରତୌମ୍‌ରେ ରହିଥିବା 5ଟି ଡାକ୍ତରଖାନାରେ ସମସ୍ତ ଆହତ ମାନଙ୍କୁ ଭର୍ତ୍ତି କରାଯାଇଛି । ବିସ୍ଫୋରଣର କାରଣ ଜାଣିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି । (ଏଜେନ୍ସୀ)

Categories
ଆଜିର ଖବର

ସୁଦାନରେ ସରକାର ପରିବର୍ତ୍ତନ ପାଇଁ ଆନ୍ଦୋଳନ : ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି

ସୁଦାନରେ ସରକାର ପରିବର୍ତ୍ତନ ପାଇଁ ଚାଲିଥିବା ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। କ୍ଷମତା ପରିବର୍ତ୍ତନ ପାଇଁ ଚାଲିଥିବା ଏହି ଆନ୍ଦୋଳନରେ ସେନାବାହିନୀର ଗୁଳିରେ ମୃତ୍ୟୁ ସଂଖ୍ୟା ୬୦କୁ ବୃଦ୍ଧି ପାଇଥିବା ନେଇ ସୁଦାନର ଡାକ୍ତରଙ୍କ କେନ୍ଦ୍ରୀୟ କମିଟି (ସିସିଏସ୍‌ଡି) ସୂଚନା ଦେଇଛି। ବିଗତ ତିନି ଦିନ ଧରି ଚାଲିଥିବା ଏହି ଆନ୍ଦୋଳନରେ ସୋମବାର ମୃତ୍ୟୁ ସଂଖ୍ୟା ୩୫ ରହିଥିବା ବେଳେ ମଙ୍ଗଳାବର ଏହା ୫୦କୁ ବୃଦ୍ଧି ପାଇଥିଲା। ବୁଧବାର ସେନାର ଗୁଳିରେ ଆଉ ୧୦ ଜଣ ପ୍ରାଣ ହରାଇବା ପରେ ଏହି ସଂଖ୍ୟା ୬୦କୁ ବୃଦ୍ଧି ପାଇଥିବା ନେଇ ସିସିଏସ୍‌ଡି ପକ୍ଷରୁ ସୂଚନା ମିଳିଛି। ସିସିଏସ୍‌ଡି ପକ୍ଷରୁ ଏନେଇ ଏକ ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ସୂଚନା ଦେଇଛି। ସୋମବାର ଠାରୁ ସେନା କାର୍ଯ୍ୟାଳୟ ବାହାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବସିଥିବା ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ଚାଳନା କରିଥିଲା ପୋଲିସ୍‌।