ଆନ୍ଧ୍ରପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିଜର ଦାଦା ତଥା ବରିଷ୍ଠ ଓ୍ବାଇଏସ୍ଆର ନେତା ସୁବ୍ବା ରେଡ୍ଡୀଙ୍କୁ ତିରୁପତି ଦେବସ୍ଥଳମ୍ ବୋର୍ଡର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଶୁକ୍ରବାର ସୁବ୍ବା ରେଡ୍ଡୀଙ୍କ ନିଯୁକ୍ତି ଘୋଷଣା ପରେ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ଏହି ନିଯୁ୍କ୍ତିକ ନେଇ ସୁବ୍ରମଣ୍ୟମ ସ୍ବାମୀ କୋର୍ଟରେ ଏକ ମାମଲା ମଧ୍ୟ ରୁଜୁ କରିଛନ୍ତି। ଆନ୍ଧ୍ରପ୍ରଦେଶର ସ୍ବତନ୍ତ୍ର ସଚିବ ମନମୋହନ ସିଂ ସୁବ୍ବା ରେଡ୍ଡୀଙ୍କ ନିଯୁକ୍ତି ଖବରକୁ ସ୍ପଷ୍ଟ କରିଛନ୍ତି। ସୁବ୍ବା ରେଡ୍ଡୀ ବର୍ତ୍ତମାନ ଓ୍ବାଇଏସ୍ଆରସିପିର ସାଧାରଣ ସମ୍ପାଦକ ରହିଥିବା ବେଳେ ଆଜିଠାରୁ ତିରୁପତି ଦେବୋସ୍ଥଳମ୍ର ଚେୟାରମ୍ୟାନ୍ ମଧ୍ୟ ରହିବେ। କମିଟିର ଅନ୍ୟ ସଦସ୍ୟଙ୍କୁ ଖୁବ୍ଶୀଘ୍ର ମନୋନୀତ କରାଯିବ ବୋଲି ମନମୋହନ ସିଂ ସୂଚନା ଦେଇଛନ୍ତି।
