Categories
ଆଜିର ଖବର ରାଜ୍ୟ ଖବର

ଖରାଛୁଟିରେ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ୍‌

ସମୀକ୍ଷା ବ୍ୟୁରୋ

ଭୁବେନଶ୍ବର :  ଖରାଛୁଟିରେ ସ୍କୁଲ ପିଲାଙ୍କ ପାଇଁ ହେବ ଏକ୍ସଟ୍ରା କ୍ଲାସ୍‌। ପାଠପଢାରେ ଦୁବର୍ଳ ଥିବା ପିଲାମାନଙ୍କୁ ଏକ୍ସଟ୍ରା କ୍ଲାସ ଦିଆଯିବ । ଏନେଇ ସୂଚନା ଦେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ତେବେ ଶିକ୍ଷକମାନଙ୍କୁ ଖରାଛୁଟି ମିଳିବ କି ନାହିଁ ବୋଲି ପଚାରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷକମାନଙ୍କର ଛୁଟି ସମୟରେ ରୋଟେସନ୍‌ ଡ୍ୟୁଟି ଥାଏ। ସେହି ସମୟରେ ଶିକ୍ଷକମାନେ ଏହି କ୍ଲାସ୍‌ ନେଇପାରିବେ । ରାଜ୍ୟରେ ଏବେ ଆକ୍ସନ ମୋଡରେ ରହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ । ଅଚାନକ ସ୍କୁଲ ପରିଦର୍ଶନ କରିବା ସହିତ ପିଲାଙ୍କ ଶିକ୍ଷା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି । ଦିଲ୍ଲୀର ସ୍କୁଲ ପରିଦର୍ଶନ କରି ସେଠାରେ ଦିଆଯାଉଥିବା ଉନ୍ନତ ଶିକ୍ଷା ପ୍ରଣାଳୀକୁ ଦେଖିବା ସହିତ ରାଜ୍ୟରେ ସ୍କୁଲ ଶିକ୍ଷାର ଉନ୍ନତି ପାଇଁ ବିଶେଷ ପଦକ୍ଷେପ ନିଆଯାଉଛି ।

Categories
ଆଜିର ଖବର

ଏପ୍ରିଲ୍‌ ୧୮ରୁ ଖରାଛୁଟି, ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ଆଗୁଆ ଛୁଟି ଘୋଷଣା

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ଏ ବିଷୟରେ ସୂଚନା ଦେଇଛନ୍ତି। ପୂର୍ବରୁ ମେ ୬ ତାରିଖର ହେବ ବୋଲି ସୂଚନା ରହିଥିଲା। ତେବେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।  ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। କେବେ ସ୍କୁଲ ଖୋଲିବ ସେ​‌ ନେଇ​‌ କୌଣସି ସୂଚନା ଦିଆଯାଇ ନାହିଁ। ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରାରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟରେ ଉପରମୁହାଁ ହେଲାଣି ପାରା। ପ୍ରାୟ ଜିଲ୍ଲାରେ ୪୦ ଡିଗ୍ରୀ ତଥା ତା’ ଉପରେ ତାପମାତ୍ରାର ରେକର୍ଡ କରାଯାଉଛି।