Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଅଲ୍ଟିମେଟକୁ ମିଳିଲା ଜେସିଆଇ ପ୍ରାଇମ୍ ସ୍ୱୀକୃତି 

ଭୁବନେଶ୍ୱର: ଉତ୍ତମ ସ୍ୱାସ୍ଥ୍ୟସେବା ଓ ରୋଗୀଙ୍କ ସୁରକ୍ଷା ଉପରେ ଗୁରୁତ୍ବ ଦେଉଥିବା ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ସଫଳତାର ଆଉ ଏକ ପାହାଚରେ ପାଦ ଦେଇଛି। ବୁଧବାର ହସ୍ପିଟାଲକୁ ଜଏଂଟ କମିଶନ ଇଂଟରନ୍ୟାସନାଲ୍ (ଜେସିଆଇ) ପ୍ରାଇମ୍ ମାନ୍ୟତା ପ୍ରାପ୍ତ ହୋଇଛି।

ହସ୍ପିଟାଲ ପରିସରରେ ପ୍ରମୁଖ ମେଡିକାଲ୍ ଟେକ୍‌ନୋଲୋଜି କମ୍ଫାନୀ ବେକ୍ଟନ୍‌, ଡିକିନ୍ସନ୍ ଆଣ୍ଡ କୋ (ବିଡିଏ)ର ସହଯୋଗ ରେ ଏହି ମାନ୍ୟତା ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଓଡିଶାର ପ୍ରଥମ ହସ୍ପିଟାଲ ଭାବେ ସମ୍ମମ୍ ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ପୂରଣ କରିବା ସହ ୯୮.୪ ପ୍ରତିଶତ ଅନୁପାଳନ ରାଶି ହାସଲ କରି ଏହି ମାନ୍ୟତା ପ୍ରାପ୍ତ କରିଛି।

ସମ୍ମମ୍ ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ହସ୍ପିଟାଲ ପକ୍ଷରୁ ଏହି ସାର୍ଟିପିକେଟ୍ ଗ୍ରହଣ କରିଥିଲେ। ଏହି ଅବସରରେ ହସ୍ପିଟାଲର ନର୍ସିଂ ଟିମ୍, ଫାର୍ମାସୀ ଟିମ୍, ବିଭିନ୍ନ ବିଭାଗର ମୁଖ୍ୟ ଙ୍କ ସମେତ ବିଡି ର ଇଣ୍ଡିଆ ଓ ଦକ୍ଷିଣ ଏସିଆର ମେଡିକାଲ ଆଫେୟାରସ୍ ଲିଡର୍ ଡକ୍ଟର ପଙ୍କଜ ରାଇନା ଓ ଅନ୍ୟାନ୍ୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

୨୦୨୨ ମସିହାରେ ହସ୍ପିଟାଲରେ ଜେସିଆଇ ପ୍ରାଇମ୍ ପ୍ରୋଗ୍ରାମ୍ ଆରମ୍ଭ ହୋଇଥିବା ବେଳେ ହସ୍ପିଟାଲର ଉପରିସ୍ଥ ଅଧିକାରୀମାନଙ୍କ ସହଯୋଗ ଓ ତତ୍ୱାବଧାନରେ ଇନ୍ଫେକ୍ସନ କଣ୍ଟ୍ରୋଲ ବିଭାଗ, ନର୍ସିଂ ଟିମ୍‌, ଫାର୍ମାସୀ ଟିମ୍‌, ଇନ୍ –ପେସେଂଟ ସର୍ଭିସେସ୍ ଟିମ୍ ଓ କ୍ୱାଲିଟି ମ୍ୟାନେଜମେଂଟ ଟିମ୍ ମିଳିତ ଭାବେ କାର୍ଯ୍ୟକରିଥିଲେ।

ଏହି ସାର୍ଟିପିକେଟ୍ ପ୍ରୋଗ୍ରାମ୍ ସହିତ ‘ଇନଭ୍ସିଭ ଫଙ୍ଗ।ଲ୍ ଇନ୍ଫେକ୍ସନ ଆଇସିୟୁ’ ଏବଂ ‘ଇନଫେକ୍ସନ୍ କନ୍‌ଟ୍ରୋଲ କେୟାର୍ ବଣ୍ଡଲ୍’ ଭଳି ଦୁଇଟି ପ୍ରସଙ୍ଗରେ ଏକାଡେମୀକ ସେସନ୍ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏହି ଦୁଇଟି ସେସନ୍‌ରେ ସମ୍ମମ୍ ର କ୍ରିଟିକାଲ୍ କେୟାର ମେଡିସନ୍ ବିଭାଗର ସିନିୟର କନ୍‌ସଲତାଣ୍ଟ ଡାକ୍ତର ଆନନ୍ଦ ମିଶ୍ର ଓ ଡାକ୍ତର ଅରୁଣ ରଥ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

Categories
ଆଜିର ଖବର

ସମ୍ମମରେ ଜାତୀୟ ସ୍ତରୀୟ ଫିଜିଓଥେରାପିଷ୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ସପୋର୍ଟ’ ଆୟୋଜିତ

ଭୁବନେଶ୍ୱର: ଅସୁସ୍ଥ ହୋଇ ଶୋଇ ରହିଥିବା ଅବସ୍ଥାରେ ହସ୍ପିଟାଲ୍‌କୁ ଆସୁଥିôବା ରୋଗୀଟି କିଭଳି ସୁସ୍ଥ ହୋଇ ନିଜ ଗୋଡ଼ରେ ଚାଲି ଡିସ୍‌ଚାର୍ଜ ହୋଇପାରିବ ସେ କ୍ଷେତ୍ରରେ ଫିଜିଓଥେରାପିଷ୍ଟ ମାନଙ୍କର ଅନେକ ଭୂମିକା ରହିଛି। ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକୁ ଫିଜିଓଥେରାପିଷ୍ଟ ମାନେ କିଭଳି ସୁଚାରୁ ରୂପେ ସଂପାଦନ କରିପାରିବେ ସେ ନିମନ୍ତେ ପ୍ରଶିକ୍ଷଣ ଦେବାର ଲକ୍ଷ୍ୟ ନେଇ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ପ୍ରଥମ କରି ‘ସମ୍ମମ୍ ଫିଜିଓଥେରାପି ଓରିଏଂଟେସନ୍‌, ରିହାବିଲିଟେସନ୍ ଆଣ୍ଡ ଟ୍ରେନିଂ’ (ସପୋର୍ଟ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ସମ୍ ଅଲ୍ଟିମେଟ ମେଡିକେୟାର ଓ କଟକ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ନିର୍ତାର)ର ମିଳିତ ସହଯୋଗରେ ଶନିବାର ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, ଏସ୍‌ଭି ନିର୍ତାରର ନିର୍ଦ୍ଦେଶକ ଡକ୍ଟର ପତିତପାବନ ମହାନ୍ତି, ଉପ ନିର୍ଦ୍ଦେଶକ (ବୈଷୟିକ) ଡକ୍ଟର କିଶୋର ଚନ୍ଦ୍ର ମହାପାତ୍ର, ସମ୍ମମ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଏବଂ ଫିଜିଓଥେରାପି ବିଭାଗର ମୁଖ୍ୟ ଡକ୍ଟର ପି. ବାଲାକିଶୋର ଯୋଗ ଦେଇଥିଲେ।

ଏହି ଅବସରରେ ସିଇଓ ଡକ୍ଟର ଦାଶ ଫିଜିଓଥେରାପିଷ୍ଟମାନଙ୍କ କ୍ଷେତ୍ରରେ ଆଇସିୟୁ ମ୍ୟାନେଜମେଂଟ ଓ ବେସିକ୍ ଲାଇଫ୍ ସପୋର୍ଟ କ୍ଷେତ୍ରରେ ପୂର୍ଣର୍ମାତ୍ରାରେ ପ୍ରଶିକ୍ଷିତ ହେବା ଏହି ସପୋର୍ଟ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ବୋଲି କହିଥିଲେ। ଡକ୍ଟର ଦାଶ କହିଥିଲେ ଯେ ସମାଜରେ ଶାରୀରିକ ଓ ମାନସିକ ସ୍ତରରେ ଆଶ୍ୱସ୍ତି ପାଇବା ନିମନ୍ତେ ଫିଜିଓଥେରାପିମାନଙ୍କର ଏକ ପ୍ରମୁଖ ଭୂମିକା ରହିଛି। କ୍ରିଟିକାଲ୍ କେୟାର ଓ ବେସିକ୍ ଲାଇଫ୍ ସପୋର୍ଟ କ୍ଷେତ୍ରରେ ଫିଜିଓଥେରାପିର ଅନେକ ପ୍ରଭାବ ରହିଥିବା ସେ କହିଛନ୍ତି।
ଫିଜିଓଥେରାପି ଦ୍ୱାରା ହିଁ ରୋଗୀର ସ୍ୱାସ୍ଥ୍ୟରେ ତ୍ୱରିତ ଉନ୍ନତି ଘଟିବା ସହ ଉତମମାନର ଜୀବନ ଉପଲବ୍ଧ ହୋଇପାରୁଛି ବୋଲି ଡକ୍ଟର ଦାଶ କହିଛନ୍ତି।

କେବଳ ଓପିଡିକୁ ଆସୁଥିବା ରୋଗୀ ନୁହେଁ ଆଇସିୟୁରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ରୋଗୀଙ୍କର ଫିଜିଓଥେରାପି ଓ ଖାଦ୍ୟ ପୋଷଣ ଉପରେ ଧ୍ୟାନ ଦେବା ମଧ୍ୟ ଅନେକ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି କାର୍ଯ୍ୟକ୍ରମରେ ଏ ସମସ୍ତ ପ୍ରସଙ୍ଗରେ ଆଲୋଚନା କରାଯାଇଛି ବୋଲି କହିଛନ୍ତି ସମ୍ମମ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ବାଲାକିଶୋର।

ଏହି ପ୍ରଶିକ୍ଷଣ ଶିବିରରେ ସମ୍ମମ୍‌ର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ସିନିୟର କନ୍‌ସଲଟାଂଟ ଡାକ୍ତର ଆନନ୍ଦ ମିଶ୍ର, ଏମର୍ଜେନ୍ସି ମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ସୁସ୍ମିତ ମିଶ୍ର, କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ବିଭାଗର ମୁଖ୍ୟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା, ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ପି. ବାଲାକିଶୋର ଓ ନିର୍ତାରର ପ୍ରଫେସର ଡାକ୍ତର ବସନ୍ତ କୁମାର ନନ୍ଦ ବିଶେଷଜ୍ଞ ଭାବେ ଯୋଗ ଦେଇ କାର୍ଯ୍ୟକ୍ରମରେ ସାରା ଦେଶର ବିଭିନ୍ନ ଅନୁଷ୍ଠାନରୁ ଭାଗ ନେଇଥିବା ପ୍ରାୟ ୧୩୦ ଜଣ ଫିଜିଓଥେରାପିଷ୍ଟଙ୍କୁ ଆଇସିୟୁ ମ୍ୟାନେଜମେଂଟ କ୍ଷେତ୍ରରେ ଫିଜିଓଥେରାପିଷ୍ଟମାନଙ୍କ ଭୂମିକା ଓ ବେସିକ୍ ଲାଇଫ୍ ସପୋର୍ଟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ କୁଆଲା ଲୁମ୍ପୁର ଠାରେ ସମ୍ମମ୍ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଓଡ଼ିଶାରେ ଉତମ ମାନର ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ନୂତନତମ କ୍ୱାଟରନାରି କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌)କୁ ଗତ ମାର୍ଚ୍ଚ ୨୨ ତାରିଖରେ କୁଆଲା ଲୁମ୍ପୁର ଠାରେ ‘ଏକ୍ସିଲେନ୍ସ ଇନ୍ ହସ୍ପିଟାଲିଟି ଆଣ୍ଡ ହେଲ୍‌ଥ କେୟାର ସର୍ଭିସ୍ ଆୱାର୍ଡ’ରେ ସମ୍ମାନିତ କରାଯାଇଛି।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ନେଇ ପୂର୍ବ ଭାରତର ଶ୍ରେଷ୍ଠ ହସ୍ପିଟାଲ୍ ଭାବେ ସମ୍ମମ୍‌କୁ ‘ମିର୍ଚି’ ପକ୍ଷରୁ ଦିଆଯାଇଥିବା ଏହି ସମ୍ମାନକୁ ହସ୍ପିଟାଲ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଗ୍ରହଣ କରିଥିଲେ।

‘ଏହି ସମ୍ମାନ ଆମ ପାଇଁ ଗର୍ବ ଓ ଗୌରବ ଭରି ଦେଇଥିବା ବେଳେ ମୁଁ ଅତି ବିନମ୍ରତାର ସହ ଏହାକୁ ଗ୍ରହଣ କରୁଛି’ ବୋଲି ଡକ୍ଟର ଦାଶ କହିଛନ୍ତି।

ମାତ୍ର ୪ ବର୍ଷ ମଧ୍ୟରେ ଏହି ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲଟି ସାଧାରଣରେ ଆଦୃତ ହେବା ସହ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁଠାରୁ ପସନ୍ଦ ଯୋଗ୍ୟ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ଉଭା ହୋଇପାରିଛି। ଏହି ସମ୍ମାନ ହସ୍ପିଟାଲର ପ୍ରତ୍ୟେକ ସଦସ୍ୟଙ୍କର କଠିନ ପରିଶ୍ରମ ଓ ଏକାଗ୍ରତାକୁ ଇଙ୍ଗିତ କରେ ବୋଲି ସେ କହିଛନ୍ତି।

“ମିଳିତ ଭାବେ ଆମେ ଇତିହାସ ରଚିଛୁ ଏବଂ ସ୍ୱାସ୍ଥ୍ୟସେବା ଶିଳ୍ପରେ ନୂତନ ମାନର ଉତ୍କର୍ଷ ସୃଷ୍ଟି କରିଛୁ। ଏ ନେଇ ମୁଁ ଆମ ରୋଗୀ, ସେମାନଙ୍କର ପରିବାରବର୍ଗ ଓ ସମାଜକୁ ସେମାନଙ୍କର ଆକୁଣ୍ଠ ସହଯୋଗ ପାଇଁ ମୋର ଆନ୍ତରିକ କୃତଜ୍ଞତା ଜଣାଉଛି। ଏହି ସମ୍ମାନରେ ଆମ ଠାରୁ ସେମାନଙ୍କର ଅଧିକ ଅଧିକାର ଅଛି” ବୋଲି ଡକ୍ଟର ଦାଶ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ୪ ବର୍ଷ ପୂରଣ କଲା ସମ୍ ଅଲ୍ଟିମେଟ ମେଡିକେୟାର

ଭୁବନେଶ୍ୱର: ଜନସାଧାରଣଙ୍କୁ ଉତମ ମାନର ତଥା ଗୁଣବତାଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ରାଜଧାନୀର ନୂତନ ମଲ୍ଟି ସୁପର ସ୍ପେଶିଆଲିଟି କ୍ୱାଟରନାରୀ କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ୍‌) ଗୁରୁବାର ସଫଳତାର ୪ ବର୍ଷ ପୂରଣ କରିଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଏହି ହସ୍ପିଟାଲଟି ଫେବୃଆରୀ ୨୯ ତାରିଖ ୨୦୨୦ ମସିହାରେ ଉଦ୍‌ଘାଟିତ ହୋଇଥିଲା। ୩୫୦ ଶଯ୍ୟା ବିଶିଷ୍ଟ ଏହି ଲୋକପ୍ରିୟ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ହସ୍ପିଟାଲ ଆଜି ପୂର୍ବ ଭାରତରେ ଏକ ଅଗ୍ରଣୀ ମଲ୍ଟି ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ଭାବେ ଉଭା ହୋଇଛି।

ସମ୍ମମ୍‌ର ପ୍ରତିଷ୍ଠା ଦିବସ ଅବସରରେ ହସ୍ପିଟାଲ ପକ୍ଷରୁ ଏଠାରେ ଗୁରୁବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ, ଚିଫ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର୍ (ଡାକ୍ତର) ବିରାଜ ମୋହନ ମିଶ୍ର ଓ ମେଡିକାଲ ସୁପରିଟେଣ୍ଡେଂଟ ଡାକ୍ତର ପି.କେ. ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ବ୍ରିଗେଡିୟର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସିଇଓ ଡକ୍ଟର ଦାଶ ନିଜ ଭାଷଣରେ ସମ୍ମମ୍‌ର ସମସ୍ତ ଡାକ୍ତର, ନର୍ସ, ପାରାମେଡିକ୍ସ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଦୀର୍ଘ ୪ ବର୍ଷ ମଧ୍ୟରେ ସେମାନଙ୍କର କର୍ତବ୍ୟନିଷ୍ଠା, ସେବା ମନୋଭାବ ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ମମ୍‌କୁ ଜନସାଧାରଣଙ୍କ ହସ୍ପିଟାଲ ବୋଲି ଅଭିହିତ କରିବା ସହ ୪ ବର୍ଷ ମଧ୍ୟରେ ଉତମ ସ୍ୱାସ୍ଥ୍ୟସେବା ପ୍ରଦାନ କରିପାରିଥିବାରୁ ‘ଆମେ ନିଜକୁ ଧନ୍ୟ ମନେ କରୁଛୁ’ ବୋଲି ସେ କହିଥିଲେ। ପ୍ରତିଷ୍ଠା ଦିବସର ଏହି ସମୟ ଉତ୍ସବର ମୁହୁର୍ତ ବୋଲି କହିବା ସହ ସବୁ ପ୍ରତିକୁଳ ପରିସ୍ଥିତିର ସାମ୍ନା କରି ସମ୍ମମ୍ ସଫଳତା ସାଉଁଟିଛି ବୋଲି ଡକ୍ଟର ଦାଶ କହିଥିଲେ।

ଏହି ଉତ୍ସବକୁ ‘ସମମ ବୋନମ’- ଲାଟିନ୍ ଭାଷାରେ ଏହାର ଅର୍ଥ ସର୍ବୋତମ- ନାମରେ ନାମିତ କରାଯାଇଥିଲା। ଏହି ଅବସରରେ ସମ୍ମମ୍‌ର ପତାକା ଓ ସଂଗୀତ ମଧ୍ୟ ଉନ୍ମୋଚିତ ହୋଇଥିଲା।

ଏହି ପରିପ୍ରେକ୍ଷୀରେ ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ କେୟାର ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ବାନାମ୍ବର ରାୟଙ୍କୁ ‘ଲାଇଫଟାଇମ୍ ସର୍ଭିସ ଆଣ୍ଡ ହେଲ୍‌ଥକେୟାର ଏକ୍ସିଲେନ୍ସ ଆୱାର୍ଡ’, ଜେନେରାଲ ମେଡିସିନ୍ ବିଭାଗର ସିନିୟର କନସଲ୍‌ଟାଂଟ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ କୁମାର ଧର ଓ ଡାକ୍ତର ପ୍ରମୋଦ କୁମାର ଟୁଡୁ, କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ସିନିୟର କନସଲ୍‌ଟାଂଟ ଡାକ୍ତର ଆନନ୍ଦ ମିଶ୍ର ଓ ଡାକ୍ତର ଆଲୋକ କୁମାର ପାଣିଗ୍ରାହୀଙ୍କୁ ‘ହେଲ୍‌ଥ କେୟାର ହିରୋଇକ୍‌ସ ଆଣ୍ଡ ଏକ୍ସିଲେନ୍ସ ଆୱାର୍ଡ’, ନ୍ୟୁରୋ ସର୍ଜରୀ ବିଭାଗର ସିନିୟର କନସଲ୍‌ଟାଂଟ ଡାକ୍ତର ସୋମନାଥ ପ୍ରସାଦ ଜେନା ଓ ଡାକ୍ତର ବିକାଶ ରଞ୍ଜନ ବେହେରା, ମେଡିକାଲ୍ ଅଙ୍କୋଲୋଜି ବିଭାଗର ସିନିୟର କନସଲ୍‌ଟାଂଟ ଡାକ୍ତର ପ୍ରିୟା ପ୍ରିୟଦର୍ଶିନୀ ନାୟକ ତଥା ନ୍ୟୁକ୍ଲିୟର ମେଡିସିନ୍ ବିଭାଗର ସିନିୟର କନସଲ୍‌ଟାଂଟ ଡାକ୍ତର ସୁଦତା ରାୟଙ୍କୁ ‘ଆଉଟ୍ ଷ୍ଟାଣ୍ଡିଂ ପରଫରମାନ୍ସ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଚିଫ ସିକ୍ୟୁରିଟି ଅଫିସର ତଥା ମ୍ୟାନେଜର ଶ୍ରୀ ପବିତ୍ର ମୋହନ ଦାସଙ୍କୁ ‘ଗାର୍ଡିଆନ୍ ଅଫ ସେଫଟି ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଏଫ ଆଣ୍ଡ ବି ବିଭାଗର ଡ଼ିଜିଏମ ସରୋଜ କୁମାର ସାହାଣୀଙ୍କୁ ‘କମ୍ପାସନେଟ୍ କେୟାର ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ୟୁଏଚ ବିଭାଗର ଆସିଷ୍ଟାଂଟ ଜେନେରାଲ ମ୍ୟାନେଜର ଶୁଭ୍ରାଶିଷ ମହାପାତ୍ରଙ୍କୁ ‘କେୟାର ଆଣ୍ଡ କ୍ଲିନଲିନେସ-ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, କଂଟେଂଟ ଷ୍ଟ୍ରାଟେଜିଷ୍ଟ ଆଣ୍ଡ ଏଡିଟୋରିଆଲ୍‌, ହସ୍ପିଟାଲ ପବ୍ଲିକେସନ ଆଣ୍ଡ ରିସର୍ଚ୍ଚ ବିଭାଗର ଚିଫ କନସଲ୍‌ଟାଂଟ ପ୍ରେମଜିତ୍ ମହାପାତ୍ରଙ୍କୁ ‘ମିଷ୍ଟର ଇନଭିଜିବୁଲ୍ ଷ୍ଟ୍ରେଂଥ – ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଏଫ ଆଣ୍ଡ ଏ ବିଭାଗର ଡେପୁଟି ମ୍ୟାନେଜର ଏନ. ଶ୍ରୀରାମ ପାତ୍ରଙ୍କୁ ‘ଫାଇନାନ୍ସିଆଲ ଷ୍ଟିୱାର୍ଡସିପ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ଡାଇଟେଟିକ୍ସ ବିଭାଗର ଆସିଷ୍ଟାଂଟ ମ୍ୟାନେଜର ସୁଶ୍ରୀ ସଙ୍ଗୀତା ଜେନାଙ୍କୁ ‘କମ୍ପାସନେଟ୍ କେୟାର ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ନ୍ୟୁକ୍ଲିୟର ମେଡିସିନ ଫିଜିସିଷ୍ଟ ନୀଳେନ୍ଦ୍ର ପାଠକଙ୍କୁ ‘ମେଡିକାଲ ଏକ୍ସିଲେନ୍ସ ଆୱାର୍ଡ, ମେଂଟେନାନ୍ସ ଇଞ୍ଜିନିୟରିଂ ବିଭାଗର ଡେପୁଟି ମ୍ୟାନେଜର ଶୁଭ୍ରଜ୍ୟୋତି ବିଶ୍ୱାଳଙ୍କୁ ଆଉଟ୍ ଷ୍ଟାଣ୍ଡିଂ ପରଫରମାନ୍ସ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ପେସେଂଟ ଡିସଚାର୍ଜ ସେଲ ଆଣ୍ଡ ଇନଚାର୍ଜ ହସ୍ପିଟାଲ ଷ୍ଟ୍ରାଟେଜିକ ଇନିସିଏଟିଭସ, ବ୍ଲଡ ବ୍ୟାଙ୍କ, ଅଦର ଆଉଟସାଇଡ ହସ୍ପିଟାଲ୍ କୋର୍ଡିନେସନର ଆସିଷ୍ଟାଂଟ ମ୍ୟାନେଜର ବିଶ୍ୱଜିତ୍ ଶତପଥିଙ୍କୁ ଲାଇଫ ସେଭିଂ ସର୍ଭିସ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ଜୁନିୟର ଡକ୍ଟର ଡାକ୍ତର ହିମାଂଶୁ ଶେଖର ସେଠୀ ଓ ଡାକ୍ତର ଦିବ୍ୟଶ୍ରୀ ସ୍ୱାଇଁଙ୍କୁ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ନର୍ସିଂ ଇନଚାର୍ଜ ସବିତା ମିଶାଲଙ୍କୁ ‘ହିଲିଂ ହ୍ୟାଣ୍ଡସ୍ ସର୍ଭିସ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ରେଡିଓଲୋଜି, ରେଡ଼ିଏସନ ଥେରାପି ଓ ନ୍ୟୁକ୍ଲିୟର ମେଡିସିନ ୟୁନିଟ୍‌ର ସିନିଅର ଏଗଜିକ୍ୟୁଟିଭ ସୌରଭ କୁମାର ଦାସଙ୍କୁ ରାଡିଆଂଟ କେୟାର ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ମେଡିକାଲ ରେକର୍ଡସ୍ ବିଭାଗର ଏଗଜିକ୍ୟୁଟିଭ ରତିକାନ୍ତ ବାରିକଙ୍କୁ ହେଲଥ ରେକର୍ଡ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’, ନର୍ସିଂ, କ୍ୟାଥ ଲ୍ୟାବର ଇନଚାର୍ଜ ରିୟଙ୍କା ମହାନ୍ତି, ସିନିଅର ଷ୍ଟାଫ ନର୍ସ ସିଫ୍ଟ ଇନ୍‌ଚାର୍ଜ ମୋକ୍ଷଦା ବେହେରା, ନର୍ସିଂ ଜୁନିୟର ଇନଚାର୍ଜ ପ୍ରଣୟିନୀ ରାଉତ ଓ ଷ୍ଟାଫ ନର୍ସ ସୋନାଲି ଖଣ୍ଡୁଆଳ, ୟୁଏଚ – ଷ୍ଟାଫ ଦୁଲେଶ୍ୱରୀ ଦେହୁରୀ ଓ କାଳୁ ଚରଣ ସ୍ୱାଇଁଙ୍କୁ ହିଲିଂ ହ୍ୟାଣ୍ଡସ ସର୍ଭିସ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ, ସିଇଓ ଅଫିସ ଆଣ୍ଡ କ୍ୟୁଏମଏସର ଏଗ୍‌ଜିକ୍ୟୁଟିଭ ଭାସ୍କର ଚନ୍ଦ୍ର ପୃଷ୍ଟି, ସିଇଓ ଅଫିସର ସିନିଅର ଡ୍ରାଇଭର ପବିତ୍ର ମୋହନ ସାହୁ ଓ ଏଫଆଣ୍ଡବି ବିଭାଗର ଜୁନିଅର ଷ୍ଟିୱାର୍ଡ ବିଶ୍ୱଜିତ୍ ବାରିକଙ୍କୁ ଅନସଙ୍ଗ ହିରୋ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’ ତଥା ସିକ୍ୟୁରିଟି ଗାର୍ଡ ଅରୁଣ କୁମାର ସେଠୀଙ୍କୁ ସେଫ୍ଟି ସେନ୍‌ଟିନେଲ୍ ଆଣ୍ଡ ହେଲ୍‌ଥ କେୟାର ଏକ୍ସିଲେନ୍ସ ଆୱାର୍ଡ’ ଉପାଧିରେ ସମ୍ମାନିତ କରାଯାଇଥିଲା।

ଏହି ଉତ୍ସବରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାରଙ୍କୁ ‘ମିଷ୍ଟର ହ୍ୟୁମାନ୍ ପାରାଗନ୍‌’ ଉପାଧି ଦିଆଯାଇଥିବା ବେଳେ ହସ୍ପିଟାଲ୍‌ର ଅପରେସନ୍ ମୁଖ୍ୟ ଡକ୍ଟର ରାଜେଶ ଲେଙ୍କାଙ୍କୁ ‘ମିଷ୍ଟର ସୁପ୍ରିମ୍ ସ୍କଲାର୍‌’, ହସ୍ପିଟାଲ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଗିରିଜାନନ୍ଦିନୀ କାନୁନ୍‌ଗୋଙ୍କୁ ‘ମିସେସ୍ ଲାଇଫ୍ ବ୍ଲଡ୍‌’, ସୋଆର ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ପରେଶ ଦାସଙ୍କୁ ‘ମିଷ୍ଟର ମାଷ୍ଟର ସ୍କ୍ରାଇବ୍‌’, ସୋଆର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ରଙ୍କୁ ‘ମିସ୍ ସିମରିଙ୍ଗ୍ ସ୍ପାର୍କଲ୍‌’, ପ୍ରମେୟ (ଭୁବନେଶ୍ୱର)ର ବ୍ୟୁରୋ ଚିଫ୍ ଦେବେନ୍ଦ୍ର ସୁଆରଙ୍କୁ ‘ମିଷ୍ଟର ଅଲ୍ ୱେଦର ଫ୍ରେଣ୍ଡ’, ନ୍ୟୁଜ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀଙ୍କୁ ‘ମିଷ୍ଟର ବ୍ରାଣ୍ଡ ବୁଷ୍ଟର’, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସଙ୍କୁ ‘ମିଷ୍ଟର ରେଡୀ ରେକନର’, କନ୍‌ସେପ୍ଟ ଆର୍କିଡିଜାଇନ କନ୍‌ସଲଟାଂଟ୍‌ସ ପ୍ରାଇଭେଟ ଲିମିଟେଡ୍‌ର ପ୍ରିନସିପାଲ୍ ଆର୍କିଟେକ୍ଟ ତଥା ପ୍ରତିଷ୍ଠାତା ସୌମ୍ୟଜିତ ମିଶ୍ରଙ୍କୁ ‘ମିଷ୍ଟର କ୍ରିଏଟିଭ୍ ଡାଇନେମୋ’, ସୋଆ ବିଶ୍ୱବିଦ୍ୟାଳୟର ଜଏଂଟ ରେଜିଷ୍ଟ୍ରାର ଡକ୍ଟର ଶଶାଙ୍କ ଶେଖର ମିଶ୍ରଙ୍କୁ ‘ମିଷ୍ଟର ଷ୍ଟେଲାର ପାଲ’, ସୋଆ ବିଶ୍ୱବିଦ୍ୟାଳୟର ଅଡିଟର୍ ଶେଖ୍ ଅରିଫ୍‌ଙ୍କୁ ‘ମିଷ୍ଟର ଫାଇନାନ୍ସିଆଲ୍ ସେଂଟିନେଲ୍‌’, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୱାଲିଟି ମ୍ୟାନେଜମେଂଟ ସିଷ୍ଟମ୍‌ର ମୁଖ୍ୟ ଡକ୍ଟର ଅରୋଲିପି ଦାସଙ୍କୁ ‘ମିସେସ୍ ରିଲେଂଟଲେସ୍ ଡାଇନେମୋ’, ହସ୍ପିଟାଲ୍‌ର ବାୟୋମେଡିକାଲ୍ ଇଞ୍ଜିନିୟରିଂର ମୁଖ୍ୟ ମନୋରମା ପରିଡାଙ୍କୁ ‘ମିସେସ୍ ଅନ୍‌ଷ୍ଟପେବୁଲ୍‌’, ସୋଆ ପ୍ରେସ୍‌ର ସିନିୟର ମ୍ୟାନେଜର ସଞ୍ଜୀବ୍ କୁମାର ପଟ୍ଟନାୟକଙ୍କୁ ‘ମିଷ୍ଟର ଇଙ୍କ୍ ମାଏଷ୍ଟ୍ରୋ’, ସୋଆ ବିଶ୍ୱବିଦ୍ୟାଳୟର ଉପନିର୍ଦ୍ଦେଶକ ପ୍ରିୟବ୍ରତ ଦାଶଙ୍କୁ ‘ମିଷ୍ଟର ଫାଂଟାଷ୍ଟିକ୍ ବଡି’, ଇଲେକ୍ଟ୍ରିକାଲ୍ ଡେପୁଟି ଜେନେରାଲ୍ ମ୍ୟାନେଜର ବିବେକ ପ୍ରଧାନଙ୍କୁ ‘ମିଷ୍ଟର ସିଭିଲ୍ ଆଲି’, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ କମଳିନୀ ମଲ୍ଲିକ୍‌ଙ୍କୁ ‘ଶ୍ରୀମତି ଇନ୍‌କ୍ରେଡିବଲ୍‌’ ଓ ଡିଏସ୍ ଇନ୍‌ଫ୍ରା ପ୍ରାଇଭେଟ ଲିମିଟେଡ୍‌ର ସିନିୟର ଇଞ୍ଜିନିୟର ମନୋରଞ୍ଜନ ଶାଙ୍କୁ ‘ମିଷ୍ଟର ଜେନେସିସ୍ କମ୍ପାନିୟନ୍‌’ ଉପାଧିରେ ସମ୍ମାନିତ କରାଯାଇଥିଲା।

ଡାକ୍ତରମାନଙ୍କ ଦ୍ୱାରା ପରିବେଷିତ ଚିତାକର୍ଷକ ସଂଗୀତ କାର୍ଯ୍ୟକ୍ରମ ସମସ୍ତଙ୍କର ମନ ମୋହିଥିଲା। ସେହିପରି କର୍ମଚାରୀ ଓ ପ୍ରିନ୍ସ ଡ୍ୟାନ୍ସଗ୍ରୁପ୍ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ସମ୍ମମ୍‌ର କର୍ମଚାରୀଙ୍କ ଦ୍ୱାରା କ୍ୟାଟ ୱାକ୍ ଓ ସ୍ପଟ୍ ଲାଇଟ୍ ଡ୍ରାମା ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ଥାସ୍ଥ୍ୟସେବା ଯୋଗାଇଦେବାର ଚାରି ବର୍ଷ ପୂରଣ କଲା ସମ୍ମମ

ଭୁବନେଶ୍ୱର: ରାଜଧାନୀରେ ନୂତନ କରି ଆରମ୍ଭ ହୋଇଥିବା ମଲ୍ଟି ସୁପର୍ ସ୍ପେଶାଲିଟି କ୍ୱାର୍ଟରନାରୀ କେୟାର ହସ୍ପିଟାଲ ସମ୍ ଅଲ୍ଟିମେଟ୍ ମେଡିକେୟାର ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଫେବୃଆରୀ ୨୯, ୨୦୨୪ ଦିନ ଚାରି ବର୍ଷ ପୂରଣ କରିଛି। ବୈଷୟିକ ଜ୍ଞାନକୌଶଳ, କୁଶଳୀ ମାନବ ସମ୍ବଳ, ଅତ୍ୟାଧୁନିକ ସରଞ୍ଜାମ ଓ ସମର୍ପିତ ସ୍ୱାସ୍ଥ୍ୟସେବା ଯୋଗୁ ଏହି ମଲ୍ଟି ସୁପର୍ ସ୍ପେଶାଲିଟି ହସ୍ପିଟାଲ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି।

ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଫେବୃଆରୀ ୨୯, ୨୦୨୦ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଥିଲା। ଇମର୍ଜେନ୍ସି ଓ ଟ୍ରମା କେୟାର, କାର୍ଡିଆକ କେୟାର, ଆଡଭାନ୍ସଡ୍ ସର୍ଜିକାଲ୍ ପ୍ରକ୍ରିୟା, ଡାଇଗ୍ନୋଷ୍ଟିକ୍ସ ଆଣ୍ଡ ଇମେଜିଂ, ମାଟରନିଟି କେୟାର, ଫିଜିଓଥେରାପି, ପ୍ରୋସ୍ଥେଟିକ୍ସ ଆଣ୍ଡ ଅର୍ଥୋଟିକ୍ସ, ସ୍ମୋକିଂ ସେସେସନ୍‌, ସ୍ଲିପ ଲ୍ୟାବ ଓ ରିହାବିଲେଟେସନ ସର୍ଭିସ୍ ଭଳି ଉନ୍ନତ ଧରଣର ପ୍ରାୟ ୩୦ ରୁ ଅଧିକ ବିଶେଷଜ୍ଞ ବିଭାଗ ଏଠାରେ ଉପଲବ୍ଧ।

ସମ୍ମମ ରେ କାର୍ଡିଆକ ସାଇନ୍‌ସେସ୍‌, ନ୍ୟୁରୋ ସାଇନ୍ସେସ୍‌, ପ୍ଲାଷ୍ଟିକ, କସମେଟିକ୍ ଆଣ୍ଡ ରିକନଷ୍ଟ୍ରକ୍ଟିଭ ସର୍ଜରୀ, କ୍ରିଟିକାଲ କେୟାର, ପଲମୋନୋଲୋଜି, ଗ୍ୟାଷ୍ଟ୍ରୋସାଇନ୍ସେସ୍‌, ଜଏଂଟ ରିପ୍ଲେସମେଂଟ ଆଣ୍ଡ ଅର୍ଥୋପେଡିକ୍ସ, ରେନାଲ ସାଇନ୍ସେସ୍‌, ଅଙ୍କୋ ସାଇନ୍ସେସ୍ ଓ ନ୍ୟୁକ୍ଲିଅର ମେଡିସିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ କାର୍ଯ୍ୟ କରୁଛି।

ସମ୍ମମରେ ପ୍ରତ୍ୟେକ ବିଭାଗ ଓ ସେଂଟର ଅଫ ଏକ୍ସିଲେନ୍ସ ରୋଗୀ ମାନଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ ଉତ୍କୃଷ୍ଟ ସ୍ୱାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ଅତ୍ୟାଧୁନିକ ଚିକିତ୍ସା ଓ ପ୍ରକ୍ରିୟାରେ ରୋଗୀ ମାନଙ୍କୁ ସୁଫଳ ମିଳିପାରୁଛି। କୌଣସି ଜଟିଳ ଅସ୍ତ୍ରୋପଚାର ହେଉ ଅଥବା ଦୈନନ୍ଦିନ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ମମର ବିଶେଷଜ୍ଞ ଡାକ୍ତରୀ ଦଳ ଅବିରତ ଭାବେ କାର୍ଯ୍ୟ କରିବା ସହ ରୋଗୀମାନଙ୍କୁ ସର୍ବୋତମ ମାନର ସେବା ଯୋଗାଇ ଦେଉଛନ୍ତି।

ଏହି ୩୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ରେ ସ୍ପେକ୍ଟ ଗାମା କ୍ୟାମେରା, ଲିନାକ (ଟ୍ରୁ ବିମ) ଡେଡିକେଟେଡ୍ ଟ୍ରମା ଆଇସିୟୁ, ପେଟ ସିଟି ସ୍କାନ, ଥ୍ରି ଟେସଲା ଏମଆରଆଇ, ୧୪ ଟି ମୋଡୁଲାର ଅସ୍ତ୍ରୋପଚାର ଗୃହ, ୧୨୮ ସ୍ଲାଇସେସ୍ ସିଟି ସ୍କାନ ଓ ଏଚଡିଆର ବ୍ରାଭୋଜ୍ ବ୍ରାକି ଥେରାପି ସେବା ଉପଲବ୍ଧ।

କୋଭିଡ୍ ୧୯ ଭଳି ଜଟିଳ ପରିସ୍ଥିତିରେ ମଧ୍ୟ ମାତ୍ର ୨ ବର୍ଷ ସମୟ ସୀମା ମଧ୍ୟରେ ସମ୍ମମ ଏନଏବିଏଲ ଓ ଏଚଏସିସିପି ସ୍ୱୀକୃତି ଲାଭ କରିଥିବା ବେଳେ ୩୬୫ ଦିନ ମଧ୍ୟରେ ଏନଏବିଏଚ ସ୍ୱୀକୃତି ଲାଭ କରିଛିି। ଭାରତର ପ୍ରଥମ ହସ୍ପିଟାଲ୍ ଭାବେ ଏନଏବିଏଚ ପଂଚମ ସଂସ୍କରଣର ମାନ୍ୟତା ପାଇଛି ସମ୍ମମ।

ଗତ ଚାରି ବର୍ଷ ମଧ୍ୟରେ ସମ୍ମମ ୧,୬୫,୦୦୦ ରୁ ଉର୍ଦ୍ଧ୍ୱ ରୋଗୀଙ୍କର ଚିକିତ୍ସା କରିଥିବା ବେଳେ ୧୭,୫୦.୦୦୦ ରୁ ଅଧିକ ପରୀକ୍ଷା ନିରୀକ୍ଷା କରିଛି। ସେହିପରି ୨୫,୦୦୦ ରୁ ଉର୍ଦ୍ଧ୍ୱ ଅସ୍ତ୍ରୋପଚାର କରାଯାଇଥିବା ବେଳେ ୩୯,୦୦୦ରୁ ଉର୍ଦ୍ଧ୍ୱ ଥେରାପି ଓ ୧୫,୦୦୦ ରୁ ଅଧିକ ପେଟ୍ ସିଟି ଓ ଗାମା ସ୍କାନ୍ କରାଯାଇଅଛି। କ୍ୟାନସର ପୀଡିତଙ୍କ ପାଇଁ ଆଶାର ସଂଚାର ପାଲଟିଛି ସମ୍ମମର ହୋପ ସ୍ପ୍ରିଂଙ୍ଗସ୍ ବ୍ଲକ ଯେଉଁଠାରେ କି ଏପର୍ଯ୍ୟନ୍ତ ୫,୦୦,୦୦୦ରୁ ଅଧିକ କ୍ୟାନସର ରୋଗୀଙ୍କୁ ଉତ୍କୃଷ୍ଟ ଧରଣର ଚିକିତ୍ସା ପ୍ରଦାନ କରାଯାଇଅଛି। ଏହି ହୋପ ସ୍ପ୍ରିଂଙ୍ଗସ୍ ବ୍ଲକ ହେଉଛି ଓଡ଼ିଶାର ଏକ ପୂର୍ଣ୍ଣାଙ୍ଗ କ୍ୟାନସର କେୟାର ସେଂଟର, ଯେଉଁଠାରେ କି ଗୋଟିଏ ଛାତ ତଳେ ରେଡିଏସନ୍ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି, ପେଡ଼ିଆଟ୍ରିକ୍ ଅଙ୍କୋଲୋଜି, ହେମାଟୋ ଅଙ୍କୋଲୋଜି, ପାଲିଏଟିଭ ଅଙ୍କୋଲୋଜି, ଅଙ୍କୋ ପାଥୋଲୋଜି ଓ ନିଉକ୍ଲିୟର ମେଡିସିନ୍ ଭଳି ଓ ଚିକିତ୍ସା ପ୍ରଦାନ କରାଯାଇଥାଏ।

ଗତବର୍ଷ ଓଡ଼ିଶାର ଚିକିତ୍ସା ଇତିହାସରେ ସମ୍ମମ ଏକ ନୂତନ ପୃଷ୍ଠା ଯୋଡ଼ିଥିଲା ଯେତେବେଳେ କି ହସ୍ପିଟାଲରେ ଜଣେ ବ୍ରେନ ଡେଡ୍ ରୋଗୀଙ୍କର ଶରୀରର ଏକାଧିକ ଅଙ୍ଗକୁ ବାହାର କରାଯାଇ ତିନୋଟି ସହରର ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇ ପାରିଥିଲା।

ପୁଲିସ ଏବଂ ପ୍ରଶାସନର ସମ୍ପୂର୍ଣ୍ଣ ସହଯୋଗରେ ଓ ବିଶେଷଜ୍ଞ ଡାକ୍ତରଙ୍କ ସହାୟତାରେ ଏହି ପ୍ରକ୍ରିୟା କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ଶରୀରରୁ ଅଙ୍ଗଗୁଡିକୁ କଢ଼ାଯାଇଥିଲା। ହସ୍ପିଟାଲ୍‌ର ଅପରେସନ ଥିଏଟର ଟିମ୍‌, ଆଇସିୟୁ ଟିମ ଓ ଅନ୍ୟ ଟେକ୍ନିକାଲ ଟିମ୍‌ଙ୍କ ସହାୟତାରେ ଏହି ପ୍ରକ୍ରିୟା ସମ୍ପାଦିତ ହୋଇଥିଲା।

ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସମ୍ମମର ପ୍ରଚେଷ୍ଟାକୁ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଏହା କେବଳ ସ୍ଥାନୀୟ ଅଂଚଳ ନୁହେଁ ବରଂ ରାଜ୍ୟର ଚିକିତ୍ସା ପର୍ଯ୍ୟଟନକୁ ମଧ୍ୟ ବୃଦ୍ଧି କରିଛି। ସମ୍ମମର ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ପ୍ରଦାନ ଯୋଗୁ ଓଡ଼ିଶା ବିଶ୍ୱର ସ୍ୱାସ୍ଥ୍ୟସେବା ମାନଚିତ୍ରରେ ନିଜକୁ ସ୍ଥାନୀତ କରିପାରିଛି। ଓଡ଼ିଶାକୁ ଚିକିତ୍ସା ପର୍ଯ୍ୟଟନର ହବ୍ ଭାବେ ପରିଣତ କରିବା ଆମର ସ୍ୱପ୍ନ। ସମ୍ମମର ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ଦ୍ୱାରା ଏହା ପୂରଣ ହୋଇପାରୁଥିବା ଦେଖି ମୁଁ ଗର୍ବ ଅନୁଭବ କରୁଛି ବୋଲି ପ୍ରଫେସର ନାୟକ କହିଛନ୍ତି।

ସମ୍ମମର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସ୍ୱାସ୍ଥ୍ୟସେବାର ପରିଧିକୁ ବୃଦ୍ଧି କରି ଆମେ ସମ୍ମମରେ ଅବିରତ ଭାବରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଚାଲିଛୁ। ଆମେ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରି ସମାଜର ବିଶ୍ୱାସଭାଜନ ହେବା ନିମନ୍ତେ ପ୍ରତିଶୃତିବଦ୍ଧ। ଆମ ରୋଗୀ ଓ ସେମାନଙ୍କର ପରିବାର ଆମ ଉପରେ ବିଶ୍ୱାସ ରଖିଥିବାରୁ ଆମେ କୃତଜ୍ଞ। ଆମେ ସେମାନଙ୍କ ବିଶ୍ୱାସକୁ ଏହିଭଳି ଭାବେ ବଜାୟ ରଖିବୁ ବୋଲି ଡକ୍ଟର ଦାଶ କହିଛନ୍ତି।

ଆମେ ଆମ ରୋଗୀଙ୍କୁ ଗୁଣାତ୍ମକ ଓ ସୁଲଭ ମୂଲ୍ୟର ଚିକିତ୍ସା ଯୋଗାଇବା ଏବଂ ସେମାନଙ୍କ ଜୀବନରେ ଏକ ସକାରାତ୍ମକ ପ୍ରଭାବ ପକାଇବାପାଇଁ ପ୍ରତିଶୃତିବଦ୍ଧ। ଏହି ପ୍ରତିବଦ୍ଧତା ଆମର ମିଶନ୍ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହାକୁ ଆମେ ଜାରି ରଖିବୁ ବୋଲି କହିଛନ୍ତି ସମ୍ମମର ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡ଼ାକ୍ତର) ବିରାଜ ମୋହନ ମିଶ୍ର। ଶ୍ରେଷ୍ଠ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ନିମନ୍ତେ ଆମେ ସଂକଳ୍ପବଦ୍ଧ ଏବଂ ଟ୍ରାନ୍ସପ୍ଲାଂଟ ସର୍ଜରୀ ସମେତ ଆମେ ଅନେକ ସେବାକୁ ପ୍ରସାରିତ କରୁଛୁ।