Categories
ଆଜିର ଖବର ରାଜ୍ୟ ଖବର

ଆଜି ପୁଣି 12 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 12 ଜଣଙ୍କ ଜୀବନ ନେଲା କରୋନା । ଗଞ୍ଜାମ, କନ୍ଧମାଳ, କେଉଁଝର ଓ ଖୋର୍ଦ୍ଧା ଜିଲ୍ଳାରୁ 2 ଲେଖାଏଁ ମୃତ୍ୟୁବରଣ କରିଥିବାବେଳେ  ବାଲେଶ୍ବର, ବରଗଡ, ଗଜପତି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି  ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି ।

ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା 259କୁ ବୃଦ୍ଧି ହୋଇଥିବାବେଳ ଗଞ୍ଜାମ ଜିଲ୍ଲାରେ ଏହା 125କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 33କୁ ବୃଦ୍ଧି ହୋଇଛି । ବାଲେଶ୍ବରରୁ ମୃତ୍ୟୁ ସଂଖ୍ୟା 4କୁ ବୃଦ୍ଧି ହୋଇଥିବାବେଳେ ଗଜପତିରେ ଏହା 16କୁ ବୃଦ୍ଧି ହୋଇଛି । ସୁନ୍ଦରଗଡରେ ଏବେସୁଦ୍ଧା 17ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବରଗଡରେ ମୃତ୍ୟୁସଂଖ୍ୟା 2କୁ ବୃଦ୍ଧି ହୋଇଛି ।

ଜିଲ୍ଲା ପଜିଟିଭ୍‌ ସୁସ୍ଥ ସକ୍ରିୟ ମୃତ ମୃତ(ଅନ୍ୟାନ୍ୟ)
ଗଞ୍ଜାମ 12633 9611 2889 125 8
ଖୋର୍ଦ୍ଧା 6103 2817 3244 33 9
କଟକ 2953 1915 1023 11 4
ସୁନ୍ଦରଗଡ 2110 1364 726 17 3
ଗଜପତି 1904 1299 588 16 1
ଯାଜପୁର 1563 1216 343 3 1
ରାୟଗଡା 1461 856 595 10 0
ବାଲେଶ୍ବର 1318 898 412 4 4
ପୁରୀ 1218 688 524 4 2
କୋରାପୁଟ 1144 524 620 0 0
କେଉଁଝର 1011 759 246 4 2
ସମ୍ବଲପୁର 987 426 559 2 0
ନୟାଗଡ 903 525 372 4 2
ମୟୂରଭଞ୍ଜ 861 594 263 1 3
ଜଗତସିଂହପୁର 858 680 176 2 0
ଭଦ୍ରକ 856 603 245 4 4
କନ୍ଧମାଳ 840 442 393 5 0
ମାଲ୍‌କାନଗିରି 836 414 417 2 3
କେନ୍ଦ୍ରାପଡା 649 467 178 3 1
ବଲାଙ୍ଗିର 631 399 232 0 0
ବରଗଡ 583 389 192 2 0
ଢେଙ୍କାନାଳ 531 317 213 1 0
କଳାହାଣ୍ଡି 463 171 290 2 0
ଅନୁଗୁଳ 427 303 122 2 0
ଝାରସୁଗୁଡା 385 309 75 1 0
ନବରଙ୍ଗପୁର 347 263 82 1 1
ବୌଦ୍ଧ 203 137 66 0 0
ନୂଆପଡା 163 125 38 0 0
ସୋନପୁର 156 93 63 0 0
ଦେବଗଡ 96 94 2 0 0
Categories
ଆଜିର ଖବର ରାଜ୍ୟ ଖବର

ସୁନ୍ଦରଗଡରୁ ଚିହ୍ନଟ 83 ପଜିଟିଭ୍‌ ମଧ୍ୟରେ 7 କରୋନା ଯୋଦ୍ଧା

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର 83 ଆକ୍ରାନ୍ତଙ୍କ ମଧ୍ୟରୁ 7 କରୋନା ଯୋଦ୍ଧା ରହିଥିବାର ସୂଚନା ରହିଛି । ଏହି 7 କରୋନା ଯୋଦ୍ଧା ମଧ୍ୟରୁ ବିପିୟୁଟିରୁ 4 ଆକ୍ରାନ୍ତ ଚିହ୍ନଟ ହାେଇଥିବାବେଳେ ଅନ୍ୟ ତିନିଜଣ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି ।  ସେହିପରି ବାହାର ରାଜ୍ୟ ଫେରନ୍ତା ରାଉରକେଲାର 23 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପୂର୍ବ ଆକ୍ରାନ୍ତଙ୍କସଂସ୍ପର୍ଶରେ ଆସି 22 ଜଣ ସଂକ୍ରମିତ ହୋଇଥିବାର ସୂଚନା ରହିଛି ।  ସେହିପରି ସୁନ୍ଦରଗଡ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ 14 ପଜିଟିଭ୍‌ ଚିହ୍ନଟ ହୋଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ଗର୍ଭବତୀ ମହିଳା ରହିଛନ୍ତି । ସେହିପରି 2 ଜଣ ଲୋକାଲ୍‌ କେସ୍‌ ରହିଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୁନ୍ଦରଗଡରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ସୁନ୍ଦରଗଡରୁ ଆଉ 5 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାପାଳ ନିଖିଲ୍‌ ପଓ୍ବନ୍‌ କଲ୍ୟାଣ ଏହି ସୂଚନା ପ୍ରଦାନ କରିଛନ୍ତି । ପାଞ୍ଚ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ତିନି ଜଣ ମହିଳା ରହିଛନ୍ତି । ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଏବଂ କ୍ବାରେଣ୍ଟିନ୍‌ରେ ରହିଥିଲେ । ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ରାଉରକେଲା ସ୍ଥିତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଲାଞ୍ଚ ମାଗି ଚାକିରିରୁ ନିଲମ୍ବିତ ହେଲେ ଦୁଇ ଶିକ୍ଷକ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଲାଞ୍ଚ ମାଗି ଚାକିରିରୁ ନିଲମ୍ବିତ ହୋଇଛନ୍ତି ଦୁଇ ଶିକ୍ଷକ । ଘଟଣାଟି ଘଟିଛି ସୁନ୍ଦରଗଡର ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ । ଚାକିରି ପାଇଁ ଲାଞ୍ଚ ଦାବି କରି ସ୍କୁଲ ଅଧ୍ୟକ୍ଷ ବିଜୟ ବଡାଇକ ଏବଂ କ୍ରୀଡା ଶିକ୍ଷକ ଅମର ଅନନ୍ତ ପଟ୍ଟନାୟକ ନିଲମ୍ବିତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିଦ୍ୟାଳୟରେ ପାଚିକା ଭାବରେ କାମ କରୁଥିବା ମହିଳାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଉକ୍ତ ଚାକିରି ଦାବି କରିଥିଲେ ତାଙ୍କ ଝିଅ । ଏହାର ସୁଯୋଗ ନେଇ ଅଧ୍ୟକ୍ଷ ଏବଂ କ୍ରୀଡା ଶିକ୍ଷକ ଯୁବତୀଙ୍କୁ ଲାଞ୍ଚ ମାଗିଥିଲେ । ଏହାର ଭିଡିଓ ଏବଂ ଅଡିଓ ମିଳିବା ପରେ ଉଭୟ ଶିକ୍ଷକଙ୍କୁ ବହିଷ୍କାର କରାଯାଇଛି । ଓଡିଶା ଆଦର୍ଶ ଜନଜାତି ଶିକ୍ଷା ସମିତି ପକ୍ଷରୁ ଉଭୟଙ୍କୁ ବୁଧବାର ବହିଷ୍କାର କରାଯାଇଛି ।

Categories
ଆଜିର ଖବର

ସୁନ୍ଦରଗଡରେ ଟ୍ରକ୍‌-ବାଇକ୍ ଦୁର୍ଘଟଣା : 3 ମୃତ

ସମୀକ୍ଷା ବ୍ୟୁରୋ
ସୁନ୍ଦରଗଡ,13/12 : ସୁନ୍ଦରଗଡରେ ଏକ ଟ୍ରକ୍‌ ଏବଂ ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି 3 ଜଣଙ୍କର ପ୍ରାଣହାନି ଘଟିଛି । ଏକ ଟ୍ରକ୍‌କୁ ପଛପଟୁ ପିଟିବାରୁ ତିନି ବାଇକ୍‌ ଆରୋହୀଙ୍କ ପ୍ରାଣହାନି ଘଟିଛି । ତଳସରା ଥାନା ଅନ୍ତର୍ଗତ କୁହ୍ଲିଆଜ ପାଖରେ ଗତକାଲି ବିଳମ୍ବିତ ରାତ୍ରରେ ଏହି ଦୁର୍ଘଟଣା ଘଟିଥିଲା । ନିକଟସ୍ଥ ଗାଁରୁ ଭୋଜି ଖାଇ ଫେରୁଥିବା 3 ଜଣ ବ୍ୟକ୍ତିଙ୍କ ବାଇକ୍‌ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍‌କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା ।