Categories
ଆଜିର ଖବର ରାଜ୍ୟ ଖବର

ବଡି ଭୋରରୁ କୋଣାର୍କରେ ପହଁଚିଲେ 5ଟି ସଚିବ ଭି.କେ ପାଣ୍ଡିୟାନ, ବଦଳିବ କୋଣାର୍କର ରୂପରେଖ

କୋଣାର୍କ- ଆଜି ବଡି ଭୋରରୁ 5ଟି ସଚିବ ଭି.କେ ପାଣ୍ଡିୟାନ କୋଣାର୍କ ଗସ୍ତରେ ଯାଇ ସେଠାକାର ସୌନ୍ଦର୍ଯ୍ୟ କରଣ ଉପରେ ଅନୁଧ୍ୟାନ କରିଥିଲେ। ପାଣ୍ଡିୟାନଙ୍କ ସହ ପୁର୍ତ୍ତ ସଚିବ କିଶନ କୁମାର ଏବଂ ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ ମଧ୍ୟ ଉପସ୍ଥିତ ଥିଲେ। ପାଣ୍ଡିୟାନ ଭୋର 4ଟାରେ ଯାଇ କୋଣାର୍କରେ ପହଁଚିଥିଲେ।

ତା ପୂର୍ବରୁ ସେଠାକାର ଅଧିକାରୀ ଓ ଜିଲ୍ଲାପାଳ ମଧ୍ୟ ଅପେକ୍ଷା କରିଥିଲେ। ପାଣ୍ଡିୟାନ ପହଁଚିବା ପରେ ସମସ୍ତେ କୋଣାର୍କର ଚତୁପାର୍ଶ ତଦାରଖ କରି ଏହା ସୌନ୍ଦଯ୍ୟକରଣ ଉପରେ ଆଲୋଚନା କରିଥିଲେ। କୋଣାର୍କ ମନ୍ଦିର ଚାରିପଟେ ଥିବା ଦୋକାନ ଏବଂ ଘରକୁ ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟ କରଣ କରାଯିବ।

କ୍ଷୁଦ୍ର ବ୍ୟବସାୟୀଙ୍କୁ ଅନ୍ୟତ୍ର ଥଇଥାନ କରାଯିବ ବୋଲି ନିଷ୍ପତି ନିଆଯାଇଛି। ପୂର୍ବରୁ 5ଟି ସଚିବ ଭି.କେ ପାଣ୍ଡିୟାନ ପୁରୀ ଓ ଲିଙ୍ଗରାଜ ମନ୍ଦିରର ସୈନ୍ଦର୍ଯ୍ୟକରଣ କରି ବେଶ୍ ପ୍ରଶଂସିତ ହୋଇଛନ୍ତି। ସେଗୁଡିକ ମଧ୍ୟ ଭୋରରୁ ଗସ୍ତ କରି ଅଧିକାରୀମାନଙ୍କ ସହିତ ଆଲୋଚନା କରି ଫେରିବା ପରେ କାମ ଆରମ୍ଭ କରାଯାଇଥାଏ। ପୁରୀକୁ ମଧ୍ୟ ପାଣ୍ଡିୟାନ ବାରମ୍ବାର ଗସ୍ତ କରି ଶେଷରେ ତାହାର ରୂପରେଖ ବଦଳାଇ ଦେଲେ। ସେହିପରି ଲିଙ୍ଗରାଜ ମନ୍ଦିରକୁ ଭୋରରୁ ଗସ୍ତ କରି ତାହାର କାର୍ଯ୍ୟ ମଧ୍ୟ ଆରମ୍ଭ କରି ଖୁବ କମ ଦିନରେ ମନ୍ଦିରର ଚତୁପାର୍ଶ ବଦଳାଇ ଦେଲେ। ବର୍ତ୍ତମାନ ଉଭୟ ପୁରୀ ଓ ଲିଙ୍ଗରାଜ ମନ୍ଦିର ବେଶ ଆକର୍ଷଣୀୟ ପରିଲକ୍ଷିତ ହୋଇଛି।