Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସମ୍ବଲପୁର ଓକିଲଙ୍କୁ ଝଟକ୍କା, ହାଇକୋର୍ଟ ବେଞ୍ଚ ହୋଇପାରିବ ନାହିଁ ବୋଲି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବୀରେ ଦୀର୍ଘଦିନ ଧରି ଚାଲିଥିବା ଓକିଲଙ୍କ ଆନ୍ଦୋଳନକୁ ଲାଗିଛି ବଡ ଝଟକ୍କା। ଆଜି ସୁପ୍ରିମକୋର୍ଟ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାକୁ ମନା କରି ଦେଇଛନ୍ତି। ଫଳରେ ସମ୍ବଲପୁର ଓକିଲଙ୍କ ଯେଉଁ ସ୍ବପ୍ନ ଥିଲା ସେଥିରେ ପୂର୍ଣ୍ଣଛେଦ ପଡିଯାଇଛି।

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ଥିଲା। ଶୁଣାଣି ପରେ କୋର୍ଟ ରାୟ ପ୍ରକାଶ କରି କହିଛନ୍ତି ଯେ, ବର୍ତ୍ତମାନ ଭୌଗଳିକ ତଥା ବୈଷୟିକ ଦୃଷ୍ଟି କୋଣରୁ ଆଉ ବେଞ୍ଚ କରିବାର ଆବଶ୍ୟକତା ନାହିଁ। ଫଳରେ ମାମଲାକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ସମ୍ବଲପୁର ଓକିଲଙ୍କ ଦୀର୍ଘଦିନର ଯେଉଁ ଦାବୀ ଥିଲା ସେଥିରେ ଭଟ୍ଟା ପଡିଛି।

ସେତିକି ନୁହେଁ ସୁପ୍ରିମ କୋର୍ଟ ଓକିଲଙ୍କ ଏହି ଆନ୍ଦୋଳନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପରିକି ଓକିଲଙ୍କ ବିଶୃଙ୍ଖଳ ଆଚରଣକୁ ଦମନ କରିବାରେ ପୋଲିସର ବିଫଳତାକୁ ମଧ୍ୟ ନିନ୍ଦା କରିଛନ୍ତି। ଏ ନେଇ କୋର୍ଟ ଡିଜିପି ଏବଂ ଡିଆଇଜି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି।