Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ୨୦୨୪: ମୁମ୍ବାଇ ଖେଳାଳିଙ୍କ ବିସ୍ଫୋରକ ବ୍ୟାଟିଂ, ବାଙ୍ଗାଲୋର ୭ ୱିକେଟ୍ ରେ ପରାସ୍ତ

ନୂଆଦିଲ୍ଲୀ: ନିଜ ପଡ଼ିଆରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ୍ ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ୧୯୬ ରନ୍ ସ୍କୋର କରିଥିଲା। ଜବାବରେ ରୋହିତ ଶର୍ମା ଏବଂ ଇଶାନ କିଶନ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ରୋହିତ ଏବଂ କିଶନଙ୍କ ମଧ୍ୟରେ ୧୦୧ ରନ୍ ର ଏକ ବିସ୍ଫୋରକ ଭାଗିଦାରୀ ଥିଲା। ୨୩ ଟି ବଲରେ ଇଶାନ କିଶନ ନିଜର ପଚାଶ ପୂରଣ କରିଥିଲେ ଏବଂ ସେ ୩୪ ବଲରେ ୬୯ ରନ କରି ଆଉଟ ହୋଇଥିଲେ।

ମୁମ୍ବାଇ ପ୍ରଥମ ୬ ଓଭରରେ ୭୨ ରନ୍ ସଂଗ୍ରହ କରିଥିଲା। ଏହି ସମୟରେ ରୋହିତ ୩ ଚୌକା ଓ ୩ ଛକା ସହାୟତାରେ ୨୪ ବଲରେ ୩୮ ରନ କରିଥିଲେ। ମାତ୍ର ୧୭ ଟି ବଲରେ ଅର୍ଦ୍ଧଶତକ ପୂରଣ କରି ସୂର୍ଯ୍ୟକୁମାର ପ୍ୟାଭିଲିଅନ ଫେରିଥିଲେ। ସୂର୍ଯ୍ୟକୁମାର ଯାଦବ ତାଙ୍କ ଇନିଂସରେ ୫୨ ରନ୍ ସଂଗ୍ରହ କରିଥିଲେ ଏବଂ ଇନିଂସ ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୬ ଟି ବଲରେ ୨୧ ରନ୍ ସଂଗ୍ରହ କରିଥିଲେ।