Categories
ଆଜିର ଖବର ରାଜ୍ୟ ଖବର

ସୁଶାନ୍ତ ହେଲେ ଭୁବନେଶ୍ବର ବିଜେଡି ସାଂଗଠନିକ ଜିଲ୍ଲା ସଭାପତି, ବିରଞ୍ଚି ନାରାୟଣ କାର୍ଯ୍ୟକାରୀ ସଭାପତି

ଭୁବନେଶ୍ବର, ଆଜି ବିଜୁ ଜନତା ଦଳ ତରଫରୁ ସାଂଗଠନିକ କ୍ଷେତ୍ରରେ ଏକ ବଡ ଅଦଳ ବଦଳ କରିଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ଭାବେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି କାର୍ଯ୍ୟକାରୀ ସଭାପତି ଭାବେ ବିରଞ୍ଚି ନାରାୟଣ ସୂପକାରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।

ଚଳିତ ବର୍ଷ ଫେବୃୟାରୀ ମାସରେ ଦଳର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରେ ଅନନ୍ତ ନାରାୟଣ ଜେନା ଭୁବନେଶ୍ବରର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଅନନ୍ତ ବର୍ତ୍ତମାନ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି।