Categories
ଆଜିର ଖବର ରାଜ୍ୟ ଖବର

ନିଲମ୍ବିତ ହେଲେ କଙ୍କଡାହାଡ଼ ଆଇଆଇସି

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଢେଙ୍କାନାଳ କଙ୍କଡାହାଡ ଆଇଆଇସି ପ୍ରମୋଦ କୁମାର ଲେଙ୍କାଙ୍କୁ ନିଲମ୍ବନ କରାଯାଇଛି । ଅନିୟମିତା ଓ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି । ପୋଲିସ ଡିଜି ଅଭୟ ପ୍ରମୋଦ ଲେଙ୍କାଙ୍କୁ ସସ୍‌ପେଣ୍ଡ କରିଛନ୍ତି । ନବୀନ ସରକାର ଦୁର୍ନୀତି ନିବାରଣ ଦିଗରେ ଜିରୋ ଟଲୋରେନ୍ସ ନୀତି ଆପଣେଇଛନ୍ତି । କୌଣସି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଦାସ୍ତ କରାଯିବନି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୫ଟି’ ଓ ‘ମୋ ସରକାର’ ଆସିବା ପରଠାରୁ ପ୍ରତିଦିନ କେହି ନା କେହି ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି । ଚତୁର୍ଥ ଶ୍ରେଣୀ କର୍ମଚାରୀଠାରୁ ଆରମ୍ଭ କରି ଆଇଏଏସ୍ ଅଧିକାରୀ ଓ ପୂର୍ବତନ ବିଧାୟକ ସମସ୍ତଙ୍କୁ  ଭିଜିଲାନ୍ସ ଧରୁଛି ।

Categories
ଆଜିର ଖବର

ଅପହର୍ତ୍ତା ଚମ୍ପଟ : 3 ପୋଲିସ ଅଧିକାରୀ ନିଲମ୍ବିତ

ସମୀକ୍ଷା ବ୍ୟୁରୋ
ବାଲେଶ୍ବର,18/12 : ଦାୟିତ୍ବରେ ଅବହେଳା ପାଇଁ ବାଲେଶ୍ବରରେ ତିନି ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେ ଜଣେ ଏଏସ୍‌ଆଇ, ଜଣେ ହାବିଲଦାର ଏବଂ ଜଣେ କନେଷ୍ଟବଳ ରହିଛନ୍ତି । ଜମର୍ଦ୍ଦା ଥାନା ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ, ହାବିଲଦାର ଅରୁଣ ଧଳ ଏବଂ ମହିଳା କନେଷ୍ଟବଳ ମମତା ପାତ୍ରଙ୍କୁ ନିଲମ୍ବନ କରାଯାଇଛି । ଜଣେ ଅପହର୍ତ୍ତାଙ୍କୁ ଉତ୍ତର ପ୍ରଦେଶରୁ ଅଣାଯାଉଥିବା ତିନି ଜଣଙ୍କ ଅବହେଳା କାରଣରୁ ଅଭିଯୁକ୍ତ ଜଣକ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ନାବାଳିକା ଅପହରଣ ମାମଲାରେ ଉକ୍ତ ଯୁବକଙ୍କୁ ୟୁପିରୁ ଗିରଫ କରି ଆଣିବା ସମୟରେ ସେ ଖସିଯିବାରେ ସମର୍ଥ ହୋଇଥିଲେ । ଉକ୍ତ ଘଟଣାର ତଦନ୍ତ କରି ବାଲେଶ୍ବର ଏସ୍‌ପି ତିନି ଜଣଙ୍କୁ ନିଲମ୍ବନ କରିଛନ୍ତି ।

Categories
ଆଜିର ଖବର

ଦଳବିରୋଧୀ କାର୍ଯ୍ୟକଳାପ ପାଇଁ ପୂର୍ବତନ ବିଧାୟକଙ୍କୁ ନିଲମ୍ବନ କଲା ବିଏସ୍‌ପି

ଲକ୍ଷ୍ନୌ,24/11: ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର 5ଥର ବିଧାୟକ ରହିଥିବା ନେତା ରାମ ପ୍ରସାଦଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଏବଂ ଶୃଙ୍ଖଳାଗତ ଅସଙ୍ଗତି ଯୋଗୁଁ ପୂର୍ବତନ ବିଧାୟକଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି । ଏହା ସହିତ ଅନ୍ୟ 3 ପୂର୍ବତନ ବିଧାୟକଙ୍କୁ ମଧ୍ୟ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି । ବସ୍ତିର ଅନ୍ୟ ତିନି ପୂର୍ବତନ ବିଧାୟକ ରାଜେନ୍ଦ୍ର ଚୌଧୁରୀ, ଦୁଧ୍‌ରାମ ପ୍ରସାଦ ଏବଂ ଜିତେନ୍ଦ୍ର କୁମାରଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଛି । ଏହି ଚାରି ବିଧାୟକ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ନିଲମ୍ବନ କରାଯାଇଛି ବୋଲି ବସ୍ତି ଜିଲ୍ଲା ବିଏସ୍‌ପି ସଭାପତି ସଞ୍ଜୟ ଧୂସିଆ ସୂଚନା ଦେଇଛନ୍ତି । ଏହି ସମସ୍ତ ବିଧାୟକ ସମାଜବାଦୀ ପାର୍ଟିରେ ଯୋଗ ଦେବେ ବୋଲି ଜଣାପଡିଛି ।

Categories
ଆଜିର ଖବର

ନିଶା ବେପାର ଅଭିଯୋଗ : କନେଷ୍ଟବଳ ନିଲମ୍ବିତ

ରାଜଧାନୀରେ ନିଶା ବେପାର ଚଳାଇଥିବା ଅଭିଯୋଗରେ କନଷ୍ଟେବଲ ଜାନକୀ ବଲ୍ଲଭ ଭାରିମଲ୍ଲ ଚାକିରିରୁ ବିଦା ହୋଇଛନ୍ତି । ଭାରିମଲ୍ଲଙ୍କୁ କମିଶନରେଟ ପୁଲିସ୍‌ ଡିସିପି ଚାକିରିରୁ ବହିଷ୍କାର କରିଛନ୍ତି । ବ୍ରାଉନସୁଗର ବିକ୍ରି ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ ଥିବା ଭାରିମଲ୍ଲଙ୍କୁ ଶେଷରେ ଚାକିରି ହରାଇବାକୁ ପଡିଛି । ପଚରାଉଚରା ସମୟରେ ସେ ଏକାଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଥିଲା । ଅଧିକ ଖୋଳତାଡ଼ ପରେ ମୋ’ ସରକାର ଓ 5ଟି ଯୋଜନା ଅନୁଯାୟୀ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ଡିସିପି ଅନୁପ ସାହୁ ।