Categories
ଆଜିର ଖବର ଜାତୀୟ ଖବର

ସ୍ବାଇନ୍‌ ଫ୍ଲୁରେ ପୀଡିତ 6 ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ : ସ୍ବାଇନ୍‌ ଫ୍ଲୁରେ ପୀଡିତ ହୋଇଛନ୍ତି ସୁପ୍ରିମକୋର୍ଟର 6 ବିଚାରପତି । ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ସ୍ବାଇନ୍‌ ଫ୍ଲୁରେ ପୀଡିତ ହୋଇ 6 ଜଣ ବିଚାରପତି କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି । ଏହି ଘଟଣାକୁ ନେଇ ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ ମୁଖ୍ୟ ବିଚାରପତି ଏସ୍‌ ଏ ବୋବଡେଙ୍କ ସହିତ ଏକ ବୈଠକ କରିଛନ୍ତି । ମଙ୍ଗଳବାର ଅନ୍ୟତମ ବରିଷ୍ଠ ବିଚାରପତି ସଞ୍ଜୀବ ଖନ୍ନା ମାସ୍କ ପିନ୍ଧି କୋର୍ଟ ଆସିଥିଲେ । ଅପର ପକ୍ଷରେ କୋର୍ଟରେ ସ୍ବାଇନ୍‌ ଫ୍ଲୁର ଟୀକା ମହଜୁଦ ରଖିବା ପାଇଁ ସର୍ବୋଚ୍ଚ କୋର୍ଟ ନିଷ୍ପତ୍ତି ନେଇଛନ୍ତି । ସମସ୍ତ ଓକିଲ ଏବଂ ବିଚାରପତିଙ୍କ ପାଇଁ ଟୀକାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ବିଚାରପତି ପ୍ରକାଶ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ରାଜ୍ୟ ଖବର

ଏସ୍‌ସିବିରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ସମଗ୍ର ବିଶ୍ବରେ କରୋନା ଭାଇରସ୍‌ ଏହାର ତାଣ୍ଡବ ମଚାଇଥିବା ବେଳେ ଓଡିଶାରେ ପ୍ରଥମ ସ୍ବାଇନ୍‌ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି । କଟକର ଏସ୍‌ସିବି ମେଡିକାଲ କଲେଜରେ ରାଜ୍ୟର ପ୍ରଥମ ସ୍ବାଇନ ଫ୍ଲୁ ରୋଗୀ ବୁଧବାର ଦିନ ଚିହ୍ନଟ କରାଯାଇଛି । ଏସ୍‌ସିବି କର୍ତ୍ତୃପକ୍ଷ ଉକ୍ତ ରୋଗୀଙ୍କୁ ସ୍ବତନ୍ତ୍ର ଓ୍ବାର୍ଡରେ ରଖି ଚିକିତ୍ସା କରାଯାଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି । ଏହା ସହିତ ଚୀନ୍‌ରୁ ଫେରିଥିବା ଛାତ୍ରଙ୍କ କୋରୋନା ସଙ୍କ୍ରମଣ ଆଶଙ୍କାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖାରଜ କରିଛନ୍ତି ।