Categories
ଆଜିର ଖବର ଜାତୀୟ ଖବର

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ କେଜରୀଓ୍ବାଲ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ପ୍ରଚଣ୍ଡ ବହୁମତ ପାଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ଅରବିନ୍ଦ କେଜରୀଓ୍ବାଲ। ସରକାରୀ ଅଧିସୂଚନା ଅନୁସାରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ୬ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି।  ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅରବିନ୍ଦ କେଜରୀଓ୍ବାଲ ଶପଥ ନେବେ। ଦିଲ୍ଲୀର ରାମଲୀଲା ମୈଦାନଠାରେ ଆୟୋଜିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ସହିତ ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ଗୌତମ  ପ୍ରମୁଖ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ୍‌ ପୁଲିସ୍‌ ଆଡଭରଜାରୀ ଜାରି କରିଛି। ଏଥିରେ ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି। ସେହିପରି ରାମଲୀଲା ମୈଦାନ ନିକଟସ୍ଥ କିଛି ରାସ୍ତାକୁ ମଧ୍ୟ ଡାଇଭର୍ଟ କରାଯାଇଛି। ସୂଚନାଯାୟୀ ଚଳିତ ନିର୍ବାଚନରେ ଆପ୍‌ 62ଟି ଆସନ ଜିତି ବାଜିମାତ୍‌ କରିଥିବାବେଳେ ବିଜେପି 8ଟି ଆସନ  ଓ କଂଗ୍ରେସ ଶୂନ୍ୟରେ ରହିଛି।(ଏଜେନ୍ସି)