Categories
ଆଜିର ଖବର ଖେଳ

କ୍ରମାଗତ ୧୦ ଟି ମ୍ୟାଚ ଜିତିବା ରେକର୍ଡରେ ଲାଗିଲା ବ୍ରେକ: ଅଷ୍ଟ୍ରେଲିଆ ଠାରୁ ୧୨ ରନରେ ପରାସ୍ତ ହେଲା ଭାରତ

ସିଡ୍‌ନୀ: କ୍ରମାଗତ ୧୦ ଟି ମ୍ୟାଚ ଜିତିବା ରେକର୍ଡରେ ଭାରତକୁ ବ୍ରେକ ଲାଗିଛି। ଅନ୍ତିମ ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ୧୨ ରନରେ ପରାସ୍ତ ହୋଇ ସିରିଜ ୨-୧ ରେ ଜିତି ସନ୍ତୁଷ୍ଟ ହୋଇଛି ଭାରତୀୟ ଦଳ।

ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୧୮୬ ରନ୍ ସଂଗ୍ରହ କରିଥିଲା। ଏହାସହ ଭାରତକୁ ୧୮୭ ରନର ଟାର୍ଗେଟ୍ ଦେଇଥିଲା। ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଟି ୱିକେଟ ହରାଇ ମାତ୍ର ୧୭୪ ରନ କରିବାରେ ସକ୍ଷମ ହୋଇଥିଲା।

ଅଧିନାୟକ ବିରାଟ କୋହଲୀଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଅଷ୍ଟ୍ରେଲିଆକୁ କ୍ଳିନ ସୁଇପ କରିବାର ଆଶା ପୂରଣ ହୋଇପାରି ନାହିଁ। ଅଧିନାୟକ କୋହଲୀ ୬୧ ବଲରେ ୮୫ ରନ କରିଥିବା ବେଳେ ଶିଖର ଧାବନ ୨୧ ବଲରେ ୨୮ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ଟି ବଲରେ ୨୦ ରନ ସଂଗ୍ରହ କରିପାରିଥିଲେ।

ଭାରତୀୟ ଦଳର ସଫଳ ବୋଲର ଭାବେ ୱାଶିଂଟନ ସୁନ୍ଦର ୪ ଓଭର ବିନିମୟରେ ୩୪ ରନ ଦେଇ ୨ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଏନ. ନଟରାଜନ ୪ ଓଭର ବିନିମୟରେ ୩୩ ରନ ଦେଇ ୧ଟି ୱିକେଟ ଏବଂ ଶ୍ରାଦ୍ଧୁଳ ଠାକୁର ୪୩ ରନ ଦେଇ ୧ ଟି ୱିକେଟ ଅକ୍ତିଆର କରିଥିଲେ।।

ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ୱାଡେ ୫୩ ଟି ବଲରୁ ୮୦ ରନ ସଂଗ୍ରହ କରିଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୩୬ ବଲରୁ ୫୪ ରନ ସଂଗ୍ରହ କରିଥିଲେ। ସେହିପରି ମିଚେଲ ସ୍ଵେପ୍ସନ ୪ ଓଭର ବିନିମୟରେ ୨୩ ରନ ଦେଇ ୩ ଟି ୱିକେଟ ନେଇଥିବା ବେଳେ ଗ୍ଲେନ ମ୍ୟାକ୍ସୱେଲ ୩ ଓଭର ବିନିମୟରେ ୨୦ ରନ ଦେଇ ୧ଟି ୱିକେଟ ଏବଂ ଆଦମ ଜାମ୍ପା ୩ ଓଭରରେ ୨୧ ରନ ଦେଇ ୧ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ଆଜିର ଖବର ଖେଳ

ଅନ୍ତିମ ଟି-ଟ୍ୱେଣ୍ଟି: ଟସ ଜିତି ବୋଲିଂ ନିଷ୍ପତି ନେଲା ଭାରତ 

ସିଡ୍‌ନୀ: ଆଜି ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଟସ ଜିତି ବୋଲିଂ ର ନିଷ୍ପତି ନେଇଛି। ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ହୋଇ ସିରିଜ ହାତେଇ ନେଇଛି। ହେଲେ ଭାରତ ଅନ୍ତିମ ମ୍ୟାଚ ଜିତି ସିରିଜକୁ କ୍ଳିନ ସୁଇପ କରିବା ଲକ୍ଷ୍ୟରେ ଅଛି। ସେପଟେ ଅଷ୍ଟ୍ରେଲିଆ ସମ୍ମାନ ବଞ୍ଚାଇବା ପାଇଁ ଏହି ମ୍ୟାଚ ଜିତିବାକୁ ସଂପୂର୍ଣ୍ଣ ଚେଷ୍ଟା କରିବ।

ଅଷ୍ଟ୍ରେଲିଆ ଦଳ:

ଆରୋନ୍ ଫିଞ୍ଚ୍ ‌(ଅଧିନାୟକ), ମାଥ୍ୟୁ ୱେଡ୍, ଷ୍ଟିଭେନ୍ ସ୍ମିଥ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, ଡି ଆର୍କୀ ସର୍ଟ, ଡାନିଏଲ ସାମ୍ସ, ସିନ୍ ଆବୋଟ୍ଟ, ମୋଜେସ୍ ହେନରିକ୍ସ, ମିଚେଲ୍ ସ୍ୱେପସନ୍‌, ଆଡାମ୍ ଜାମ୍ପା ଓ ଆଣ୍ଡ୍ର‌୍ୟୁ ଟାଏ।

ଭାରତୀୟ ଦଳ:

ଶିଖର ଧୱନ, ଲୋକେଶ ରାହୁଲ (ୱିକେଟ୍‌କିପର୍‌), ବିରାଟ କୋହଲି(ଅଧିନାୟକ), ସଞ୍ଜୁ ସାମସନ୍‌, ଶ୍ରେୟସ ଆୟର, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଶାର୍ଦ୍ଦୁଲ୍ ଠାକୁର, ଦୀପକ ଚହର ଓ ଟି. ନଟରାଜନ୍।