Categories
ଆଜିର ଖବର ଜାତୀୟ ଖବର

‘ମେହବୁବା ମୁଫତିଙ୍କ ଝିଅଙ୍କୁ ତୁରନ୍ତ ଗିରଫ କରାଯାଉ’: ରାଜ ସିଂ

ନୂଆଦିଲ୍ଲୀ: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ହିନ୍ଦୁତ୍ୱ ଉପରେ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ପୋଷ୍ଟ ସେୟାର କରିଛନ୍ତି, ଯେଉଁ କାରଣରୁ ଦେଶରେ ରାଜନୀତି ଏବେ ଉତ୍ତପ୍ତ ହୋଇପଡିଛି। ‘X’ ରେ ଜଣେ ଉପଭୋକ୍ତାଙ୍କର ଏକ ଭିଡିଓ ସେୟାର କରିବାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଇଲତିଜା ମୁଫତି ହିନ୍ଦୁତ୍ୱକୁ ଏକ ରୋଗ ବୋଲି କହିଥିଲେ, ଏହା ପରେ ବିଜେପି ବିଧାୟକ ଟି ରାଜା ସିଂ କ୍ଷୁବ୍ଧ ହୋଇଛନ୍ତି। ସେ କହିଛନ୍ତି ଯେ, ମେହବୁବା ମୁଫତିଙ୍କ ଝିଅଙ୍କ ବିବୃତ୍ତି ଭୁଲ ଅଟେ।

ଟି ରାଜା ସିଂ କହିଛନ୍ତି, “ଯଦି ଆମେ ସେମାନଙ୍କ ଧର୍ମ ବିରୋଧରେ ବିବୃତ୍ତି ଦେବୁ, ତେବେ ସେମାନେ କିପରି ଅନୁଭବ କରିବେ? ଏହି ବିବୃତ୍ତି ହିନ୍ଦୁମାନଙ୍କ ଭାବନା ବିରୁଦ୍ଧ ଅଟେ। ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତିକୁ ସଜ୍ଞାନକୁ ନେଇ ତୁରନ୍ତ ଗିରଫ କରିବା ଉଚିତ୍। କୌଣସି ସ୍ଥାନରେ କେହି ଚପଲରେ କାହାକୁ ମାରୁଛନ୍ତି, ହେଲେ ଇଲତିଜା ମୁଫତି ଭଗବାନ ରାମଙ୍କ ଉପରେ ମତବ୍ୟ ଦେଉଛନ୍ତି।

ଇଲତିଜା ମୁଫତି ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ​​ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ତାଙ୍କୁ ଉଭୟ ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଯେତେବେଳେ ଏହି ପ୍ରସଙ୍ଗରେ ବିବାଦ ବଢିଲା, ସେତେବେଳେ ଇଲତିଜା ମୁଫତି ସ୍ପଷ୍ଟ କରିଛନ୍ତି ଯେ, ସେହି ଭିଡିଓରେ ନିରୀହ ପିଲାମାନଙ୍କୁ ମାଡ ଦିଆଯାଉଥିବାରୁ ସେ କ୍ରୋଧ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ମୁସଲମାନମାନଙ୍କ ଉପରେ ବହୁ ହିଂସା ଘଟିଛି।

Categories
ଆଜିର ଖବର ଜାତୀୟ ଖବର

‘ଭାରତ ମାତା କି ଜୟ’ ପାଇଁ ତୁମେ କାହିଁକି ଲଜ୍ଜିତ?: ‘ଜୟ ପାଲେଷ୍ଟାଇନ’ ବକ୍ତବ୍ୟରେ ଓୱାଇସିଙ୍କୁ ଘେରିଲା ବିଜେପି

ନୂଆଦିଲ୍ଲୀ: ମଙ୍ଗଳବାର ଏଆଇଏମ୍ଆଇଏମ୍ ନେତା ଅସଦୁଦ୍ଦିନ ଓୱାଇସି ଲୋକସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ସେ ଜୟ ପାଲେଷ୍ଟାଇନର ସ୍ଲୋଗାନ ଉଠାଇଛନ୍ତି। ଅସଦୁଦ୍ଦିନ ଓୱାଇସିଙ୍କ ବିବୃତ୍ତି ପରେ ଶାସକ ଦଳର ସଦସ୍ୟମାନେ ହଙ୍ଗମା କରିଛନ୍ତି ଏବଂ ଏହାକୁ ରେକର୍ଡରୁ ହଟାଇବାକୁ ମଧ୍ୟ କାର୍ଯ୍ୟକାରୀ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ପଞ୍ଚମ ଥର ପାଇଁ ହାଇଦ୍ରାବାଦରୁ ନିର୍ବାଚିତ ସଦସ୍ୟ ଅସଦୁଦ୍ଦିନ ଓୱାଇସି ଉର୍ଦ୍ଦୁରେ ଶପଥ ନେଇଥିଲେ। ଶପଥ ନେବା ପୂର୍ବରୁ ସେ ପ୍ରାର୍ଥନା କରିଥିଲେ। ତାଙ୍କ ଶପଥ ପରେ ମୁସଲମାନମାନଙ୍କ ପାଇଁ AIMIM ର ସ୍ଲୋଗାନ ଉଠାଇବା ବ୍ୟତୀତ ସେ ତାଙ୍କ ରାଜ୍ୟ ତେଲେଙ୍ଗାନା ଏବଂ ବାବା ସାହେବ ଭୀମ୍ ରାଓ ଆମ୍ବେଦକରଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେହି ସମୟରେ ଓୱାଇସି ଜୟ ପାଲେଷ୍ଟାଇନର ସ୍ଲୋଗାନ ମଧ୍ୟ ଉଠାଇଥିଲେ।

ଏହାକୁ ନେଇ ବିଜେପି ବିଧାୟକ ଟି.ରାଜା ସିଂ ଅସଦୁଦ୍ଦିନ ଓୱାଇସିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯଦି ଆଜି ଜୟ ଇସ୍ରାଏଲ କେହି ଜଣେ କହିଥାନ୍ତେ, ତୁମେ ସଂସଦରେ ବସିପାରିଥାନ୍ତ କି? ସେମାନେ ତୁରନ୍ତ ସଂସଦ ବାହାରେ ଆସି ହଙ୍ଗମା ସୃଷ୍ଟି କରି ଏମାନେ ପାଲେଷ୍ଟାଇନର ବିଦ୍ରୋହୀ ବୋଲି କହିଥାନ୍ତେ। ଏହି ଲୋକମାନେ ଇସ୍ରାଏଲର ସମର୍ଥକ ଅଟନ୍ତି। ମୁଁ ଓୱାଇସିଙ୍କୁ କହିବାକୁ ଆପଣ ତୁମେ ଭରତ ମାତା କି ଜୟ କହିବା ପାଇଁ କାହିଁକି ଲଜ୍ଜିତ?

ବିଜେପି ସାଂସଦ ବିପ୍ଲବ କୁମାର ଦେବ କହିଛନ୍ତି ଯେ, “ପାଲେଷ୍ଟାଇନ ହେଉ କିମ୍ବା ଅନ୍ୟ କୌଣସି ଦେଶ, ଭାରତ ସହିତ ସମସ୍ତଙ୍କର ଭଲ ସମ୍ପର୍କ ଅଛି। ଶପଥ ନେବା ସମୟରେ ସେ ଭାରତ ମାତା କି ଜୟ ବଦଳରେ ଅନ୍ୟ ଦେଶର ଜିନ୍ଦାବାଦ କରୁଛନ୍ତି। ବିରୋଧୀ ଏହା ଉପରେ ନୀରବ ରହିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି ଯେ, “ଆଜି ସଂସଦରେ ଏଆଇଏମଆଇଏମ ସାଂସଦ ଅସଦୁଦ୍ଦିନ ଓୱାଇସି ଦେଇଥିବା ଜୟ ପାଲେଷ୍ଟାଇନର ସ୍ଲୋଗାନ ସମ୍ପୂର୍ଣ୍ଣ ଭୁଲ ଅଟେ। ଏହା ଗୃହର ନିୟମ ବିରୁଦ୍ଧ ଅଟେ। ସେ ଭାରତରେ ରହୁଥିବା ବେଳେ ଜୟ ଭାରତ ମାତା କୁହନ୍ତି ନାହିଁ। ଲୋକମାନେ ବୁଝିବା ଉଚିତ ଯେ, ସେ ଦେଶରେ ରହିବା ସମୟରେ ଅସାମ୍ବିଧାନିକ କାର୍ଯ୍ୟ କରନ୍ତି।